Sunday, May 31, 2026 01:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜେଲ୍ ଗଲେ ଜୟନାରାୟଣ

by Our Correspondent
15 Mar, 2018- 03:27 PM
in Latest News, News
1 min read
0
ଜେଲ୍ ଗଲେ ଜୟନାରାୟଣ
Spread the love
ସମ୍ବଲପୁର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ପୁଲିସ ଗିରଫ କରିଛି । ତାଙ୍କ ସହଯୋଗୀ ଶିବ ଦିୱାନ୍ ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । କୋର୍ଟରେ ଜାମିନ୍ ନାମଂଜୁର ହେବାରୁ ଉଭୟଙ୍କୁ ୧୪ ଦିନ ପାଇଁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଆଜି ସକାଳେ ସମ୍ବଲପୁରର ନନ୍ଦପଡ଼ାସ୍ଥିତ ବାସଭବନରୁ ଜୟନାରାୟଣ ଓ ଶିବଙ୍କୁ ପଦ୍ମପୁର ପୁଲିସ ଉଠାଇନେଇଥିଲା । ସୋହେଲାର ବନାବିରାଠାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତଙ୍କ ଉପରକୁ ଫାୟାରିଂ ଓ ତାଙ୍କ ଡ୍ରାଇଭର ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ପୁଲିସ ସେମାନଙ୍କୁ ଗିରଫ କରିଛି । ଏଥିସହ ଘଟଣାରେ ଗିରଫଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।
ବିଜେପୁର ଉପନିର୍ବାଚନର ଦୁଇ ଦିନ ପୂର୍ବରୁ ବନାବିରାରେ ସୁବ୍ରତ ସିଂଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ସୁବ୍ରତ ଓ ଡ୍ରାଇଭର ଦିଲେଶ୍ୱର ଓରଫ୍ ମାଗିଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ସମସ୍ତଙ୍କୁ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଦିଲେଶ୍ୱରଙ୍କ ଅବସ୍ଥା ଗୁରୁତର ହେବାରୁ ୨୩ ତାରିଖ ରାତିରେ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସୋହେଲାର ବିମଳ ଭୋଇ ଥାନାରେ ଏତଲା ଦେଇଥିଲେ । ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ବିଜେପିର ଅନ୍ୟ କିଛି ନେତାଙ୍କୁ ସେ ଆକ୍ରମଣକାରୀ ଦର୍ଶାଇଥିଲେ । ପୁଲିସ ପ୍ରଥମେ ଦୁଇଜଣଙ୍କୁ ଗିରଫ କରିଥିଲା ଓ ପରେ ଅନ୍ୟ ୪ ଜଣଙ୍କୁ ଗିରଫ କରିଥିଲା ।
ବିଜେପୁର ଉପନିର୍ବାଚନ ପରେ ପୁଲିସ ଘଟଣାର ବ୍ୟାପକ ଛାନଭିନ୍ କରିଥିଲା । ଜୟନାରାୟଣଙ୍କ ଭଳି ହେଭିୱେଟ୍ ଙ୍କ ଦେହରେ ହାତ ମାରିବାକୁ ପୁଲିସକୁ ବ୍ୟାପକ ତଦନ୍ତ ଓ ପର୍ଯ୍ୟାପ୍ତ ପ୍ରମାଣ ଯୋଗାଡ଼ କରିବାକୁ ପଡ଼ିଥିଲା । ତାଙ୍କର ସଂପୃକ୍ତି ନେଇ ଠୋସ୍ ପ୍ରମାଣ ପାଇଲା ପରେ ଆଜି ପଦ୍ମପୁର ଏସଡ଼ିପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ସମ୍ବଲପୁର ଯାଇ ଜୟନାରାୟଣଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲେ । ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ଶିବୁକୁ ମଧ୍ୟ ପୁଲିସ ଜୟନାରାୟଣଙ୍କ ଘରୁ ଉଠାଇଥିଲା । ଜୟନାରାୟଣଙ୍କୁ ପୁଲିସ ଗିରଫ କରୁଥିବା ଖବର ପ୍ରଚାରିତ ହୋଇଯିବାରୁ ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ସେଠାକୁ ଆସି ବିରୋଧ କରିଥିଲେ । ପରିସ୍ଥିତି ଉତ୍ତେଜନା ଥିଲେ ମଧ୍ୟ ପୁଲିସ ଯୋଜନାବଦ୍ଧ ହୋଇ ଦୁହିଁଙ୍କୁ ସୋହେଲା ନେଇଆସିଥିଲା ।
ଜୟନାରାୟଣଙ୍କ ଗିରଫ ବିଜେପି ଶିବିରକୁ ନିରୁତ୍ସାହିତ କରିଦେଇଛି । ବନାବିରା ଫାୟାରିଂ ଘଟଣାରେ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ବାସୁଦେବ ନାୟକଙ୍କୁ ପୁଲିସ ପ୍ରଥମରୁ ଗିରଫ କରିଥିଲା । ଏଭଳିସ୍ଥଳେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଘଟଣାକୁ ବିଜେଡ଼ି ପ୍ରାୟୋଜିତ ବୋଲି ଆଜି ପୁଣି ଦୋହରାଇଛନ୍ତି । ଜୟନାରାୟଣ ନିର୍ଦୋଷ ବୋଲି ସେ ସାର୍ଟିଫିକେଟ ଦେଇଛନ୍ତି । ତେବେ ଆଇନ ତା ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Previous Post

ଟାର୍ଗେଟ୍ ପିସିସି ସଭାପତି..ଏଥର ପିଟାପିଟି

Next Post

ବିଜେପୁର ସକ୍ ଟ୍ରିଟମେଣ୍ଟ! ଧର୍ମେନ୍ଦ୍ରଙ୍କ ସ୍ୱାଗତରେ କମ୍ପିବ ରାଜରାସ୍ତା

Next Post
ବିଜେପୁର ସକ୍ ଟ୍ରିଟମେଣ୍ଟ! ଧର୍ମେନ୍ଦ୍ରଙ୍କ ସ୍ୱାଗତରେ କମ୍ପିବ ରାଜରାସ୍ତା

ବିଜେପୁର ସକ୍ ଟ୍ରିଟମେଣ୍ଟ! ଧର୍ମେନ୍ଦ୍ରଙ୍କ ସ୍ୱାଗତରେ କମ୍ପିବ ରାଜରାସ୍ତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA