Monday, May 25, 2026 02:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟାର୍ଗେଟ୍ ପିସିସି ସଭାପତି..ଏଥର ପିଟାପିଟି

by Our Correspondent
15 Mar, 2018- 12:33 AM
in Latest News, Politics
1 min read
0
ଟାର୍ଗେଟ୍ ପିସିସି ସଭାପତି..ଏଥର ପିଟାପିଟି
ଭୁବନେଶ୍ୱର: ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା । ଯେ କୌଣସି ମୁହୁର୍ତ୍ତରେ ତାଙ୍କ ଉପରେ ହୋଇପାରେ ଆକ୍ରମଣ । ବିରୋଧୀ ଗୋଷ୍ଠୀ ପକ୍ଷରୁ ତାଙ୍କୁ ଆକ୍ରମଣ କରାଯାଇ କଂଗ୍ରେସ ଭବନ ଦଖଲ ଯୋଜନା ହୋଇଛି । କଂଗ୍ରେସରେ ପ୍ରସାଦଙ୍କ ବିରୋଧୀ ଗୋଷ୍ଠୀର ଆକ୍ରମଣ ସଜବାଜର ଆଶଙ୍କା କରି ପ୍ରସାଦଙ୍କ ଗୋଷ୍ଠୀ ବି ମୁକାବିଲା ତୟାର କରିଛି । ହିଂସାର ଜବାବ ହିଂସାରେ ଦେବାକୁ ପ୍ରସାଦଙ୍କ ଶ୍ୱଶୁର ସୁର ରାଉତରାୟ ଆଣ୍ଡ କୋଃ ରେଡ୍ଡି ହୋଇଯାଇଛନ୍ତି । ଏହା କୌଣସି ଗୁଜବ କି ଗୁଲିଗପ ନୁହେଁ । ସ୍ପେଶାଲ ବ୍ରାଞ୍ଚ ଏଭଳି ସତର୍କବାଣୀ କରିଛି । ଆଇନଶୃଙ୍ଖଳା ରକ୍ଷା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ଚିଠି ଲେଖି ଜଣାଇଦେଇଛି ।
ସୂଚନା ଅନୁଯାୟୀ, ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ହଟୁ ନ ଥିବାରୁ ତାଙ୍କ ବିରୋଧୀ ଗୋଷ୍ଠୀ ପ୍ରତିଶୋଧପରାୟଣ ହୋଇଛନ୍ତି । କଂଗ୍ରେସ ଭବନ ନିଜ ଦଖଲକୁ ନେବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ଗୋଷ୍ଠୀର ପ୍ରଚ୍ଛଦପଟ ନେତା ନିରଞ୍ଜନ ପଟ୍ଟନାୟକ ବୋଲି କୁହାଯାଉଛି । ତାଙ୍କ ବାହିନୀରେ ଅଛନ୍ତି ତାରା ବାହିନୀପତି, ଯୋଗେଶ ସିଂଙ୍କ ସମେତ ପ୍ରାୟ ୧୦ ବିଧାୟକ । ଯୋଜନାକୁ କାର୍ଯ୍ୟକାରୀ କରିବେ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଇତିଶ୍ ପ୍ରଧାନ । ପ୍ରସାଦ ବିରୋଧୀ ଯୁଦ୍ଧର ସେ କ୍ୟାପଟେନ୍ ଦାୟିତ୍ୱ ନେଇଥିବା କୁହାଯାଉଛି । ଗତ ୧୧ ତାରିଖରେ କୁଆଡ଼େ ତାଙ୍କ ଗୋଷ୍ଠୀ ପକ୍ଷରୁ କଂଗ୍ରେସ ଭବନ ଚାଲ୍ ଡାକରା ଦିଆଯାଇଥିଲା । ଅବଶ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା ।
ସେପଟେ ପ୍ରସାଦ ବିରୋଧୀ ମୁଖ୍ୟ ନେତାମାନଙ୍କୁ ଟକ୍କର ଦେବାକୁ ସୁର ରାଉତରାୟ ପ୍ରସ୍ତୁତ ହୋଇଛନ୍ତି । ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ରହିଛନ୍ତି ପ୍ରସାଦଙ୍କ ସପକ୍ଷରେ । ପ୍ରସାଦଙ୍କ ସପକ୍ଷରେ ଯୁବବାହିନୀଙ୍କୁ ଏକାଠି କରିବାର ଦାୟିତ୍ୱ ସେ ନେଇଥିବା କୁହାଯାଉଛି । ବିରୋଧୀଙ୍କ ସମ୍ଭାବ୍ୟ ଆକ୍ରମଣର ମୁକାବିଲା ପାଇଁ ଯୁବବାହିନୀଙ୍କୁ ଲୋକନାଥ ସଂଚାଳନ କରିବେ । ସବୁପ୍ରକାର ସହଯୋଗ ଓ ସମର୍ଥନ ଦେବେ ସୁର ରାଉତରାୟ । ଜୋଇଁଙ୍କ ସୁରକ୍ଷା ପାଇଁ ସେ ସିଂହ ରୂପ ଧାରଣ କରିଛନ୍ତି । ଆକ୍ରମଣ ଉଦ୍ଦେଶ୍ୟରେ କଂଗ୍ରେସ ଭବନକୁ ସେ ପଶିବ ତାକୁ ନିର୍ଘାତ ମାଡ଼ ହବ । ବିଧାୟକ ଫିଧାୟକ କିଛି ଶୁଣା ଯିବନି ବୋଲି ପ୍ରସାଦ ଓ ସୁରଙ୍କ ସମର୍ଥକଙ୍କଠାରୁ ସୂଚନା ମିଳିଛି ।
ଅତୀତରେ ଓଡ଼ିଶା କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତିରେ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ମାତ୍ର ଏଥରର ସତର୍କବାଣୀ ସତ ହେଲେ ତାହା କଂଗ୍ରେସ ରାଜନୀତିରେ ନୂଆ ଇତିହାସ ରଚିବ । ପିସିସି ସଭାପତିଙ୍କୁ ଜବରଦସ୍ତ କ୍ଷମତାଚ୍ୟୁତ କରି କ୍ଷମତା ଦଖଲର ପ୍ରୟାସ ଭାରତର କଂଗ୍ରେସ ଇତିହାସରେ ବିରଳ ଘଟଣା ହେବ । ଏ ପର୍ଯ୍ୟନ୍ତ ତାହା ପାଟିରେ ଅଟକିଛି । ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରଚ୍ଛଦପଟରେ ରଖି ବିଧାୟକ ତାରା ବାହିନୀପତି ଓ ଯୋଗେଶ ସିଂ ଖୋଲାଖୋଲି ପ୍ରସାଦଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି । ପ୍ରସାଦ ଅଲବତ ହଟିବେ ବୋଲି ଚେତାବନୀ ଦେଇଛନ୍ତି । ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ପ୍ରଭାବିତ କରିବାରେ ସେମାନେ ବିଫଳ ହେବା ପରେ ତାଙ୍କ ଗୋଷ୍ଠୀ କର ବ। ମର ନୀତି ଆପଣେଇଥିବା ଚର୍ଚ୍ଚା ହେଉଛି । ସୁତରାଂ ଓଡ଼ିଶା ରାଜନୀତିରେ କଂଗ୍ରେସ ନାଟକ ଏବେ ଫାଇଟିଂପୂର୍ଣ୍ଣ ରୋମାଞ୍ଚକର ସ୍ଥିତିକୁ ପଳାଇ ଆସିଛି ।
ସୂଚନାଯୋଗ୍ୟ, ବିଧାନସଭା ଅଧିବେସନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଥିଲେ ହେଁ ବୁଧବାର ଦିନ କଂଗ୍ରେସ ବିଧାୟକ ଦଳର ବିଧାନସଭା ରଣନୀତି ବୈଠକ ବସିଥିଲା । ବିରୋଧୀ ଦଳ ନେତାଙ୍କ ଘରେ ଏହି ବୈଠକରେ ପ୍ରସାଦ ହଟାଓ ଅଭିଯାନ ସମ୍ପର୍କରେ ଆଲୋଚନା ହୋଇଥିବା କୁହାଯାଉଛି । ଏ ସମ୍ପର୍କରେ ସିଧାସଳଖ କେହି ମୁହଁ ଖୋଲି ନ ଥିଲେ ମଧ୍ୟ ପ୍ରସାଦଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ତାରା ବାହିନୀପତି ଓ ଯୋଗେଶ ସିଂ ବୈଠକ ବାହାରେ ଗଣମାଧ୍ୟମକୁ କହିଥିଲେ ।
Previous Post

ଦୋହଲିଗଲା ବିଜେପି ଗଡ଼

Next Post

ଜେଲ୍ ଗଲେ ଜୟନାରାୟଣ

Next Post
ଜେଲ୍ ଗଲେ ଜୟନାରାୟଣ

ଜେଲ୍ ଗଲେ ଜୟନାରାୟଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA