Monday, May 25, 2026 02:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୋହଲିଗଲା ବିଜେପି ଗଡ଼

by Our Correspondent
14 Mar, 2018- 06:33 PM
in Latest News, Politics
1 min read
0
ଦୋହଲିଗଲା ବିଜେପି ଗଡ଼
ନୂଆଦିଲ୍ଲୀ: ବିଜେପିକୁ ସାଂଘାତିକ ଝଟକା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଗୋରଖପୁରକୁ ଦଖଲ କରିଛନ୍ତି ଅଖିଳେଶ-ମାୟାବାତୀ ଯୋଡି । ଗୋରଖପୁର ଲୋକସଭା ଆସନରୁ ଲଗାତର ପାଞ୍ଚ ଥର ନିର୍ବାଚିତ ହୋଇଥିଲେ ଆଦିତ୍ୟ ଯୋଗୀ । ସେହିଭଳି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆସନ ଫୁଲପୁର ବି ବିଜେପି ହାତରୁ ଖସିଯାଇଛି । ଫୁଲପୁର ଲୋକସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ୫୯ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଉତ୍ତରପ୍ରଦେଶରେ ବିଜେପିର ଏହି ଦୁଇଟି ଅଭେଦ୍ୟ ଗଡ଼ ହାତରୁ ଖସିଯିବା ଜାତୀୟ ରାଜନୀତିକୁ ହଲଚଲ କରିଛି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ପାଣି ଫଟେଇ ଦେଇଛି ।
ବିପକ୍ଷ ମଧ୍ୟରେ ତାଳମେଳ ରହିଲେ ବିଜେପି ଶିବିରରେ କେମିତି “ଆମ୍ବୁସ୍” କରି ହେଉଛି, ତା’ର ମଧ୍ୟ ପ୍ରମାଣ ଏହି ଉପନିର୍ବାଚନରୁ ମିଳିଛି । ବିଜେପିକୁ ବହୁମତ, ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାରେ ଉତ୍ତରପ୍ରଦେଶର ସର୍ବାଧିକ ଅବଦାନ ଥିଲା । ଏହି ଗଡ଼ରେ ବିଜେପିର ସୁଚିନ୍ତିତ ରାଜନୈତିକ ଗୋଟି ଚାଳନା ଆଗରେ ସପା, ବସପା, କଂଗ୍ରେସ ଧରାଶାୟୀ ହୋଇଥିଲେ । ଏହି ଗଡ଼ରେ ହିଁ ଆଜି ବିଜେପି ଚିତ୍ ହୋଇଛି ।
ଯୋଗୀ ଆଦିତ୍ୟନାଥ ଓ କେଶବ ପ୍ରସାଦ ମୌର୍ଯ୍ୟ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବା ପରେ ସେମାନଙ୍କର ଖାଲିପଡ଼ିଥିବା ଦୁଇଟିଯାକ ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା । ଗତ ରବିବାର ଅନୁଷ୍ଠିତ ଉପନିର୍ବାଚନରେ ଗୋରଖପୁରରେ ୪୭.୪୫ ପ୍ରତିଶତ ମତଦାନ ହୋଇଥିଲା ବେଳେ ଫୁଲପୁରରେ ୩୭.୩୯ ପ୍ରତିଶତ ମତଦାନ ହୋଇଥିଲା । ଆଜି ହୋଇଥିବା ଭୋଟଗଣତିରେ ଗୋରଖପୁରରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ପ୍ରବୀଣ ନିଶାଦ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କୁ ୨୧,୯୬୧ଭୋଟରେ ପରାସ୍ତ କରିଛନ୍ତି । ସେହିଭଳି ଫୁଲପୁରରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନଗେନ୍ଦ୍ର ପ୍ରତାପ ସିଂ ପଟେଲ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ କୌଶଳେନ୍ଦ୍ର ସିଂ ପଟେଲଙ୍କୁ ୫୯,୬୧୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।
ଏହି ଦୁଇଟି ଆସନ କିଛି କମ୍ ଗୁରୁତ୍ୱପୂର୍ଣ ଆସନ ନଥିଲା । ୧୯ ନିର୍ବାଚନ ପୂର୍ବରୁ ଏହାକୁ ଟ୍ରେଲର ବୋଲି ମଧ୍ୟ ରାଜନୈତିକ ପଣ୍ଡିତମାନେ ଘୋଷଣା କରି ସାରିଥିଲେ । ସେ ହେତୁରୁ ଏହି ଦୁଇଟି ଯାକର ଫଳକୁ “ମୁଡ଼୍ ଅଫ୍ ଦି ନେସନ” ବା ଭୋଟରଙ୍କ ମତିଗତି କି ନାହିଁ, ସେ ନେଇ ଘମାସାନ ଆରମ୍ଭ ହୋଇ ଯାଇଛି ।
Previous Post

ସୁକମା ମାଓ ହମଲାରେ ୯ ଯବାନ୍ ସହିଦ, ଓଡ଼ିଶାର ମନୋରଞ୍ଜନ

Next Post

ଟାର୍ଗେଟ୍ ପିସିସି ସଭାପତି..ଏଥର ପିଟାପିଟି

Next Post
ଟାର୍ଗେଟ୍ ପିସିସି ସଭାପତି..ଏଥର ପିଟାପିଟି

ଟାର୍ଗେଟ୍ ପିସିସି ସଭାପତି..ଏଥର ପିଟାପିଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA