Monday, May 25, 2026 01:15 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁକମା ମାଓ ହମଲାରେ ୯ ଯବାନ୍ ସହିଦ, ଓଡ଼ିଶାର ମନୋରଞ୍ଜନ

by Our Correspondent
13 Mar, 2018- 10:35 PM
in Latest News, News
1 min read
0
ସୁକମା ମାଓ ହମଲାରେ ୯ ଯବାନ୍ ସହିଦ, ଓଡ଼ିଶାର ମନୋରଞ୍ଜନ
ଭୁବନେଶ୍ୱର: ସୁରକ୍ଷା ଦେଇପାରିଲାନି ସିଆରପିଏଫର ମାଇନ୍ ପ୍ରୋଟେକ୍ଟେଡ଼ ଭେଇକିଲ୍ । ମାଓବାଦୀ ଉଡ଼ାଇଦେଲେ ଗାଡ଼ିଟିକୁ । ଛତିଶଗଡ଼ ସୁକମା ଜଙ୍ଗଲରେ ଆଜି ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରି ସିଆରପିଏଫ ଯବାନଙ୍କ ଗାଡ଼ିକୁ ଉଡାଇ ଦେଇଛନ୍ତି । ଏଥିରେ ୯ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ରାୟପୁର ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ମୃତ ୯ ଯବାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୁଅ ମନୋରଞ୍ଜନ ଲେଙ୍କା । ବ୍ରହ୍ମଗିରିର ରେବଣା ନୂଆଗାଁରେ ତାଙ୍କ ଘର ।
ସୁକମା ଅନ୍ତର୍ଗତ ବିସ୍ତାରାମ ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ସେମାନଙ୍କ ଗତିବିଧି ସକ୍ରିୟ କରିଥିବାରୁ ସିଆରପିଏଫ୍ ଯବାନ ଆଜି ସକାଳୁ ଅପରେସନ୍ ଆରମ୍ଭ କରିଥିଲେ । ଏଥିରେ ଉଭୟପକ୍ଷ ମଧ୍ୟରୁ ଗୁଳି ବିନିମୟ ହୋଇଥିଲେ ମଧ୍ୟ ମାଓବାଦୀଙ୍କୁ ଘଉଡ଼ାଇବାରେ ସିଆରପିଏଫ୍ ଯବାନ ସଫଳ ହୋଇଥିଲେ । ତେବେ କିଛି ଘଣ୍ଟା ପରେ ୧୦୦ରୁ ଅଧିକ ମାଓବାଦୀ ସଂଗଠିତ ହୋଇ ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ୍ କରିଥିଲେ । ଅପରେସନ୍ ରେ ଥିବା ସିଆରପିଏଫ୍ ର ଗାଡ଼ିକୁ ସେମାନେ ବିସ୍ଫୋରଣ କରି ଉଡାଇ ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସିଆରପିଏଫ୍ ଯବାନମାନେ ମାଇନ୍ ପ୍ରୋଟେକ୍ଟେଡ଼ ଭେଇକିଲ୍ ବ୍ୟବହାର କରିଥିଲେ ମଧ୍ୟ ମାଓ ବ୍ଲାଷ୍ଟରୁ ରକ୍ଷା ପାଇନାହାନ୍ତି ।
ସହିଦ ୯ ଯବାନଙ୍କ ମଧ୍ୟରେ ଥିବା ଓଡ଼ିଶାର ମନୋରଞ୍ଜନ ଲେଙ୍କା ନିକଟରେ ଗାଁକୁ ଲମ୍ବା ସମୟ ଛୁଟିରେ ଆସି ଗତକାଲି ଡ୍ୟୁଟିରେ ଯୋଗଦେଇଥିଲେ । ତାଙ୍କ ବାପାଙ୍କ ଶ୍ରାଦ୍ଧ କାର୍ଯ୍ୟରେ ଯୋଗଦେଇ ସେ ରବିବାର ଗାଁ ଛାଡ଼ିଥିଲେ । ତେବେ ଆଜି ସେ ମାଓ ହମଲାରେ ସହିଦ ହୋଇଥିବାରୁ ତାଙ୍କ ଗାଁ ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ସୁକମା ମାଓ ହମଲା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଗଭୀର ଶୋକପ୍ରକାଶ କରିଛନ୍ତି । ମନୋରଞ୍ଜନଙ୍କ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି ।
Previous Post

ବିବାଦ ତୁଟିଲା: କୁନ୍ଦୁଲି ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇନାହିଁ

Next Post

ଦୋହଲିଗଲା ବିଜେପି ଗଡ଼

Next Post
ଦୋହଲିଗଲା ବିଜେପି ଗଡ଼

ଦୋହଲିଗଲା ବିଜେପି ଗଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA