Monday, May 25, 2026 06:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟେଲିମେଡ଼ିସିନ୍ ହେଲପଲାଇନ୍; 14410 ରେ କଲ୍ କରିବାକୁ ପରାମର୍ଶ

by Our Correspondent
07 Apr, 2020- 07:19 PM
in Latest News, News
1 min read
0
ଟେଲିମେଡ଼ିସିନ୍ ହେଲପଲାଇନ୍; 14410 ରେ କଲ୍ କରିବାକୁ ପରାମର୍ଶ
ଭୁବନେଶ୍ୱର: କଫ, ଥଣ୍ଡା, କାଶ, ଜ୍ୱର ଭଳି କରୋନା ଲକ୍ଷଣ ଅନୁଭବ କରୁଥିବା ବ୍ୟକ୍ତିମାନେ ଏଥର ଟେଲିମେଡ଼ିସିନ୍ ହେଲପଲାଇନ୍ ର ସୁବିଧା ନେଇପାରିବେ । ଏହାର ନମ୍ବର ହେଉଛି 14410 । ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହି ନୂଆ ହେଲପଲାଇନ୍ ଆସନ୍ତାକାଲି ଦିନ ୧୧ଟାରୁ କାର୍ଯ୍ୟକ୍ଷମ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ 104 ହେଲପଲାଇନ୍ କାର୍ଯ୍ୟ କରୁଛି । ଲୋକମାନେ ଡାକ୍ତରୀ ପରାମର୍ଶ ପାଇଁ ଏଣିକି ସ୍ୱତନ୍ତ୍ର ଭାବେ 14410 ହେଲପଲାଇନ୍ ର ସୁବିଧା ନେଇପାରିବେ । ତାହା ସମ୍ପୂର୍ଣ୍ଣ ମାଗଣାରେ ।
ହେଲପଲାଇନ ମନିଟିରଂ ଦାୟିତ୍ୱରେ ଥିବା ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର ଆଜି ଏହାର ବିସ୍ତୃତ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ବର୍ତ୍ତମାନ 104 ହେଲପଲାଇନରେ ପ୍ରତିଦିନ 12,000ରୁ 14,000 କଲ୍ ପାଉଛୁ । ତେବେ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଥିବାରୁ ଏହି ବେମାର, ବେମାରର ଉପଚାର ଏବଂ ଟେଷ୍ଟିଂ ପାଇଁ ଅଧିକ ଲୋକ ପରାମର୍ଶ ଆବଶ୍ୟକ କରୁଛନ୍ତି । ଆସନ୍ତା ସମୟରେ ସଂଖ୍ୟା ବଢ଼ିବାର ସମ୍ଭାବନା ଥିବାରୁ ସ୍ୱତନ୍ତ୍ର ଭାବେ ଟେଲିମେଡ଼ିସିନ ହେଲପଲାଇନ୍ ଆରମ୍ଭ କରାଯାଉଛି ।
ଏହି ହେଲପଲାଇନ୍ ରେ ଆଇଭିଆର ସିଷ୍ଟମ୍ ଲାଗୁ କରାଯାଇଛି । କଲ୍ କରିଥିବା ବ୍ୟକ୍ତିଙ୍କୁ ଉକ୍ତ ସିଷ୍ଟମ୍ ଟ୍ରାଭେଲ୍ ହିଷ୍ଟ୍ରି, ଲକ୍ଷଣ ଆଦି ପ୍ରଶ୍ନ ପଚାରିବ । ବ୍ୟକ୍ତିଙ୍କ ଉତ୍ତର ଆଧାରରେ ତାଙ୍କର ଗୋଟିଏ ହିଷ୍ଟ୍ରି ପ୍ରସ୍ତୁତ ହେବ । ଏହି ହିଷ୍ଟ୍ରି ମୋବାଇଲ୍ ଆପ୍ ଜରିଆରେ ଡାକ୍ତରଙ୍କ ପାଖକୁ ଯିବ । ଡାକ୍ତର ତୁରନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ଫୋନ୍ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଟିକନିକ୍ ପଚାରି ବୁଝିବେ । ଆବଶ୍ୟକତା ଅନୁଯାୟୀ ଔଷଧ କିମ୍ବା ଟେଷ୍ଟିଂ ପାଇଁ ଡାକ୍ତର ପରାମର୍ଶ ଦେବେ ।
ଯଦି କୌଣସି କଲ୍ କରୋନା ସମ୍ପର୍କିତ ନ ଥିବ ସେହି କଲ୍ କୁ 104 କୁ ଡାଇଭର୍ଟ କରାଯିବ ଏବଂ ଲୋକମାନେ ଆବଶ୍ୟକ ପରାମର୍ଶ ନେବେ ବୋଲି ଡ. କ୍ରିଷନ୍ କୁମାର କହିଛନ୍ତି ।
ସୂଚନାଥାଉକି, ରାଜ୍ୟର ସାଂମ୍ପ୍ରତିକ କରୋନା ପରିସ୍ଥିତିରେ ଅଧିକରୁ ଅଧିକ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଏବଂ ଡାକ୍ତରୀ ପରାମର୍ଶ ଦେବା ପାଇଁ ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଟେଲିମେଡ଼ିସିନ୍ ହେଲପଲାଇନ୍ ସେବା ଆରମ୍ଭ କରୁଛନ୍ତି । ସରକାରଙ୍କ ଏହି ଉଦ୍ୟମରେ ସ୍ୱେଚ୍ଛାକୃତ ଭାବେ ଯୋଗଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ରାଜ୍ୟ ଓ ରାଜ୍ୟ ବାହାରର ଡାକ୍ତରମାନଙ୍କୁ ଅପିଲ୍ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ ର ୨୪ ଘଣ୍ଟା ମଧ୍ୟରେ ୩୦୦ ଡାକ୍ତର ସ୍ୱେଚ୍ଛାକୃତ ସେବା ପାଇଁ ଆଗେଇ ଆସିଥିବା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
Previous Post

ରାଜ୍ୟର ପ୍ରଥମ କରୋନା ମୃତ୍ୟୁ, ଭୁବନେଶ୍ୱରରୁ ଆଉ ଜଣେ ପଜିଟିଭ୍

Next Post

କରୋନା ନିଷ୍ଠୁରତା: ଆତ୍ମୀୟ ନୁହଁନ୍ତି, ସରକାର କରିବେ ଶବ ସତ୍କାର

Next Post
କରୋନା ନିଷ୍ଠୁରତା: ଆତ୍ମୀୟ ନୁହଁନ୍ତି, ସରକାର କରିବେ ଶବ ସତ୍କାର

କରୋନା ନିଷ୍ଠୁରତା: ଆତ୍ମୀୟ ନୁହଁନ୍ତି, ସରକାର କରିବେ ଶବ ସତ୍କାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA