Saturday, May 30, 2026 10:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରଙ୍କ ଉପରେ ଗାଳି ବର୍ଷା

by Our Correspondent
25 Mar, 2019- 11:50 PM
in Latest News, News, Politics
1 min read
0
ଧର୍ମେନ୍ଦ୍ରଙ୍କ ଉପରେ ଗାଳି ବର୍ଷା
Spread the love
ଭୁବନେଶ୍ୱର: ‘ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ସହ ଲଢ଼ିବା କଥା ଛାଡ଼ନ୍ତୁ । ମୁଖ୍ୟମନ୍ତ୍ରୀ ହବାକୁ ଚାହୁଁଛ ତ ଆସ । ସାହାସ ଅଛି ଯଦି ମୋ ସହ ମୋରଡାରେ ଲଢ଼ । ଦେଖିବା କେତେ କାଟତି ତମର । ୱାର୍ଡମେମ୍ବର ଜିତିପାରିବେନି, ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି ।’
ଦୁଇଦିନ ତଳେ ବିଜେପି ଛାଡ଼ିଥିବା ବରିଷ୍ଠ ନେତା ତଥା ଦଳର ଉପସଭାପତି ଆଜି(ସୋମବାର) ବିଜେଡ଼ିରେ ମିଶିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏହି ଆହ୍ୱାନ ଦେଇଛନ୍ତି । ଧର୍ମେନ୍ଦ୍ରଙ୍କ ଉପରେ ମନଭରି ବର୍ଷିଛନ୍ତି । ଦୀର୍ଘ ୪୦ ବର୍ଷ ଧରି ବିଜେପି ପାଇଁ ସେ ରକ୍ତ ଦେଉଥିଲେ । ମାତ୍ର ଧର୍ମେନ୍ଦ୍ର ପ୍ରଧାନ ପାୱାର୍ କୁ ଆସିଲା ପରେ ଦଳକୁ ଧ୍ୱଂସ ବିଧ୍ୱସ୍ତ କରିଦେଲେଣି । କାର୍ଯ୍ୟକର୍ତ୍ତାଙ୍କ ଉପରେ ଯେମିତି ଅତ୍ୟାଚାର ଚାଲିଛି, ଲୁହ ଝରୁଛି । ନିଜର ସୁରକ୍ଷା ପାଇଁ ଧର୍ମେନ୍ଦ୍ର ପ୍ରଧାନ, ଦଳ ପାଇଁ ଖଟୁଥିବା ନେତାଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରିଛନ୍ତି । ମୋତେ ଅପମାନିତ କରି ହତ୍ୟା କରିବାକୁ ଚାହୁଁଥିଲେ । ସେମାନଙ୍କୁ ଭଗବାନ ସହିବେନି । ନିଶ୍ଚିତ ଭାବେ ଦଣ୍ଡ ଦେବେ ବୋଲି ରାଜକିଶୋର କହିଛନ୍ତି । ମୟୁରଭଞ୍ଜରେ ବିଜେପି ଶୂନ ହୋଇଯିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।
ପୂର୍ବରୁ ସୁବାସ ଚୌହାନ୍ ବି ଧର୍ମେନ୍ଦ୍ରଙ୍କ ବିରୋଧରେ ବିଷ ଓଗାଳିଥିଲେ । ଦମ୍ ଅଛି ତ ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଆହ୍ୱାନ ଦେଇଥିଲେ । ହ୍ୱାଟସ୍ ଅପ୍ ମେସେଜ୍ ଜରିଆରେ ସୁବାସଙ୍କ ଏଭଳି ଆହ୍ୱାନ ରାଜନୈତିକ ମହଲରେ ଦିନ ତମାମ ଚର୍ଚ୍ଚାର ବିଷୟ ହୋଇଥିଲା । ସଂଧ୍ୟାରେ ରାଜକିଶୋରଙ୍କ ବୟାନ ଚର୍ଚ୍ଚାକୁ ଆହୁରି ଅଧିକ କରିଛି । ଅନ୍ୟପକ୍ଷରେ ରାଜକିଶୋରଙ୍କ ମନ୍ତବ୍ୟକୁ ହତାଶାର ଭାବ କହି ଉଡ଼ାଇ ଦେଇଛନ୍ତି ବିଜେପି ମୁଖପାତ୍ର । ଲଗାତର ତିନି ଥର ପରାଜିତ ହୋଇଥିବାରୁ ପୁନର୍ବାର ବିଧାନସଭା ଲଢ଼ିବା ପାଇଁ ତାଙ୍କର ଯୋଗ୍ୟତା ନ ଥିବା ଯୁକ୍ତି କରିଛନ୍ତି । ତେବେ ସୁବାସ ଚୌହାନ୍ ଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ପଚାରିବାକୁ କାହାର ସାହାସ ପାଇନି । ଖୋଦ୍ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ନିଷ୍ପତ୍ତି କହି କଥା ବାଆଁରେଇଛନ୍ତି ।
ଏକଥା ସମସ୍ତଙ୍କୁ ମାଲୁମ୍ ଯେ ବରଗଡ଼ରେ ସୁବାସଙ୍କ ବିଜୟ ସମ୍ଭାବନା ଯଥେଷ୍ଟ ଥିଲା ଏବଂ ବିଜେପିର ସମ୍ଭାବ୍ୟ ବିଜୟୀ ସାଂସଦ ତାଲିକାରେ ତାଙ୍କ ନାଁ ଥିଲା । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କର ସେ ପ୍ରବଳ ବିରୋଧୀ ହୋଇଥିବାରୁ ତାଙ୍କୁ ଟିକେଟ ମିଳିବ ନା ନାହିଁ ନିଜେ ସୁବାସ ମଧ୍ୟ ଶଙ୍କାରେ ଥିଲେ । ଶେଷରେ ସୁବାସଙ୍କ ଶଙ୍କା ସତ ହୋଇଛି । ଚର୍ଚ୍ଚା ହେଉଛି, ବରଗଡ଼ରେ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରି ଧର୍ମେନ୍ଦ୍ର ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । ସୁବାସ ଚୌହାନ୍ ଙ୍କ ଟିକେଟ କାଟିଛନ୍ତି ଏବଂ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ଆସ୍ଥାନ କରିଥିବା ସୁରେଶଙ୍କୁ ବରଗଡ଼ ଆଣି ବିପଦରେ ପକାଇଛନ୍ତି ।
ବିଜେପିର ସଂଗଠନ ସହ ନିବିଡ଼ ଭାବେ ଜଡ଼ିତ ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ ଦିଆ ନ ଯାଇ ଆମଦାନୀ ନେତାଙ୍କୁ ଟିକେଟ ଦିଆଯାଇଛି । ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ବିଷ ଦୃଷ୍ଟିରେ ଥିବା ଆଶାୟୀଙ୍କୁ ସୁଯୋଗ ଦିଆଯାଇନି । ଅନେକ ଜାଗାରୁ ଏହି ଅଭିଯୋଗ ଆସିଛି । ଦୁଇ ଦିନ ତଳେ ବିଜେପି ଅଫିସ ଆଗରେ ବିଦ୍ରୋହ କରୁଥିବା କର୍ମୀମାନେ ଧର୍ମେନ୍ଦ୍ରଙ୍କ ଉପରେ ରାଗ ଝାଡୁଥିଲେ । ତେବେ ସୁବାସ ଓ ରାଜକିଶୋରଙ୍କ ଭଳି ବରିଷ୍ଠ ନେତା ଧର୍ମେନ୍ଦ୍ରଙ୍କ ବିରୋଧରେ ମୁହଁ ଖୋଲିବା ପରେ ଅନ୍ୟ ନେତାମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ଧର୍ମେନ୍ଦ୍ରଙ୍କ ମନଇଚ୍ଛା ଗାଳି କରୁଛନ୍ତି ।
ଖାସ୍ କରି ଧର୍ମେନ୍ଦ୍ରଙ୍କ ବିରୋଧରେ ରାଗ ସୁଝାଇବାକୁ ଅନେକ ଜାଗାରେ କର୍ମୀମାନେ ପ୍ରସ୍ତୁତ ହୋଇଗଲେଣି । ଏକାମ୍ରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିପାରନ୍ତି ଅମୀୟ ଦାଶ । ଅମୀୟଙ୍କୁ ନିର୍ବାଚନ ମଇଦାନରେ ଦେଖିବାକୁ ତାଙ୍କ ସମର୍ଥକମାନେ ଜିଦ୍ ଧରିଛନ୍ତି । ସେପଟେ ବଡ଼ଚଣାରେ ଶ୍ରୀମତୀ ସୀମନ୍ତିନୀ ଜେନା ସ୍ୱାଧୀନ ଭାବେ ଲଢ଼ିବାକୁ ତାଙ୍କ ସମର୍ଥକମାନେ ଜିଦ୍ ଧରିଛନ୍ତି । ବେଗୁନିଆରେ ରିଷଭ ନନ୍ଦଙ୍କ ପ୍ରାର୍ଥୀତ୍ୱକୁ ଗ୍ରହଣ କରିନାହାନ୍ତି ଡ. ଯତୀନ ମହାନ୍ତିଙ୍କ ସମର୍ଥକମାନେ । ଆଜି ରିଷଭ୍ ଙ୍କ ପ୍ରାର୍ଥୀତ୍ୱ ଘୋଷଣା ହେଲା ପରେ ବିଜେପିରେ ତୀବ୍ର କନ୍ଦଳ ଦେଖାଦେଇଛି । ଡ. ଯତୀନ୍ ମହାନ୍ତି ସଂଗଠନ ପାଇଁ ନିଜର ଝାଳ ଖଟାଇଥିଲେ । ମାତ୍ର ପ୍ରଶାନ୍ତ ନନ୍ଦଙ୍କ ପୁଅ ତଥା ବିଜେଡ଼ି ଆମଦାନୀ ନେତାଙ୍କୁ ରାତାରାତି ଆଣି ଟିକେଟ ଦେବା ବେଗୁନିଆ ବିଜେପି କର୍ମୀଙ୍କ ପାଇଁ ଗ୍ରହଣୀୟ ହୋଇନାହିଁ । ଯତୀନ୍ ସ୍ୱାଧୀନ ଭାବେ ଲଢ଼ିବାକୁ ସେମାନେ ଜିଦ୍ ଧରିଛନ୍ତି ।
Previous Post

ପ୍ରାର୍ଥୀପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

Next Post

ଦଳ ଛାଡ଼ିଦେଲେ, କାନ୍ଦିଲେ ସୁବାସ ଚୌହାନ୍

Next Post
ଦଳ ଛାଡ଼ିଦେଲେ, କାନ୍ଦିଲେ ସୁବାସ ଚୌହାନ୍

ଦଳ ଛାଡ଼ିଦେଲେ, କାନ୍ଦିଲେ ସୁବାସ ଚୌହାନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA