Sunday, May 24, 2026 08:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧଳସାମନ୍ତ ବ୍ରଦର୍ସ ଓଗେର୍‌

by Our Correspondent
30 Jan, 2016- 07:46 PM
in News
1 min read
0
ଧଳସାମନ୍ତ ବ୍ରଦର୍ସ ଓଗେର୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଧଳସାମନ୍ତ ବ୍ରଦର୍ସଙ୍କ ପଲିଟିକାଲ୍‌ ଲିଙ୍କ୍‌ ଗଣମାଧ୍ୟମରେ ଆସିବା ପରଠୁଁ ରାଜ୍ୟ ଉଠୁଛି ପଡୁଛି । ଅବଶ୍ୟ ନେତାମାନଙ୍କର କିଛି ଟେନସନ୍‌ ନାହିଁ । ହୋଇଥାଆନ୍ତା.., ଯଦି ନିର୍ଦ୍ଦିଷ୍ଟ ଦଳର ନେତାଙ୍କ ସହ ଦୁଇଭାଇଙ୍କ ସମ୍ପର୍କ ଥାଆନ୍ତା । ମାତ୍ର ତୁ ତ ମୁତୁରୀ ମୁଁ ତ ମୁତୁରୀ, ହେଂସ କାହିଁ ପାଇଁ ଧୋଇବା? ତେଣୁ ମିଡ଼ିଆ କି ସାଧାରଣ ଲୋକ ଯେତେ ବାଡେଇ କଚାଡ଼ି ହେଲେ ବି କିଛି ହବାର ନାହିଁ । ବିଜେଡ଼ି, ବିଜେପି ଓ କଂଗ୍ରେସର ପ୍ରଭାବଶାଳୀ ନେତା ଖାଲି ନୁହଁନ୍ତି । ବିଚାରପତି, ଏଜି, ଆଇଏଏସ୍‌, ଆଇପିଏସ୍‌, ଡାକ୍ତର, ମେୟର ସବୁଥିଲେ ଧଳସାମନ୍ତ ବ୍ରଦର୍ସଙ୍କ ଶୁଭାକାଂକ୍ଷୀ । ସମ୍ପର୍କ ବି ଲୁଚାଛପା ନ ଥିଲା । ଲୁଚାଛପା ଥିଲେ ସୁଶୀଲ ସର୍ବସମକ୍ଷରେ ଘନିଷ୍ଠତାର ସହ ସେମାନଙ୍କ ସହ ମିଳାମିଶା କରି ନ ଥାଆନ୍ତା କି ରକ୍ତଦାନ ଶିବିର କରି ସେମାନଙ୍କୁ ଅତିଥି କରି ନ ଥାଆନ୍ତା ।

ବଡ଼ଭାଇ ସୁଶାନ୍ତ ନାଁରେ ପୁଲିସ ଖାତାରେ ଗଡୁଛି ୧୩ ଟି ସଙ୍ଗୀନ ମାମଲା । ସେହିଭଳି ସାନଭାଇ ସୁଶୀଲ ନାଁରେ ଗଡୁଛି ୧୧ ଟି ସଙ୍ଗୀନ ମାମଲା । ସଙ୍ଗୀନ ମାମଲା ଭିତରେ ଅଛି ନରହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି, ଅପହରଣ, ଡକାୟତି, ଟେଣ୍ଡର ଫିକ୍ସିଂ ଓ ବେଆଇନ ମାରଣାସ୍ତ୍ର ମହଜୁଦ ରଖିବା । ଦୁଇ ଭାଇଙ୍କ ନାଁରେ ମୋଟ ୫ ଟି ମର୍ଡର କେସ୍‌ ଅଛି । ୧୯୯୨ ମସିହାରେ କଟକ ତୁଳସୀପୁର ପୁଲିସ କଲେନୀ ନିକଟରେ ଜଣେ ବୃଦ୍ଧଙ୍କୁ ନୃଶଂସ ଭାବେ ହତ୍ୟା କରି ଅପରାଧ ସାମ୍ରାଜ୍ୟରେ ପାଦ ଥାପିଥିଲେ ଧଳସାମନ୍ତ ବ୍ରଦର୍ସ । କେବଳ ୨୦୦୪ ରୁ ୨୦୦୬ ମସିହା ମଧ୍ୟରେ କଟକ ସହରରେ ସେମାନେ ୩ ଟି ନୃଂଶସ ମର୍ଡର କରିଥିଲେ । ପୁଲିସ ଆଖିରେ ମୋଷ୍ଟ ୱାଣ୍ଟେଡ ଥିଲେ ସୁଶାନ୍ତ ଓ ସୁଶୀଲ ।

୨୦୧୧ ମସିହାରେ ଭୁବନେଶ୍ୱରର କାରଗିଲ୍‌ ରୋଡରେ ପୁଲିସ ଦୁଇଭାଇଙ୍କୁ ପିଛା କରି ଏନକାଉଣ୍ଟର କରିଥିଲା । ସେଥିରୁ ବଡ଼ ସୁଶାନ୍ତ ଖସିଯାଇଥିଲା ବେଳେ ସୁଶୀଲ ଆହତ ଅବସ୍ଥାରେ ଧରାପଡ଼ି ଜେଲ୍‌ ଯାଇଥିଲା । ଆଉ କିଛି ଦିନ ଜେଲ୍‌ରେ ରହି ମୁକୁଳିବା ପରେ ଭଦ୍ର ଅପରାଧୀ ସାଜିଥିଲା । ନେତା, ବାବୁଙ୍କ ସହ ସମ୍ପର୍କକୁ ନିବିଡ଼ କରି “କଟକ ନଗର ଯୁବକ ସଂଘ’ ନାମରେ ସାମାଜିକ ଅନୁଷ୍ଠାନ ଗଢ଼ିଲା । ସେହି ଜରିଆରେ ରକ୍ତଦାନ ଶିବିର କରି ସମସ୍ତଙ୍କୁ ଆକୃଷ୍ଟ କଲା । ଉପରକୁ ସାମାଜିକ ଅନୁଷ୍ଠାନ ଆଉ ଭିତରେ ଚାଲିଲା ସେହି ପୁରୁଣା ଅପରାଧ ସାମ୍ରାଜ୍ୟ । ଦାଦାବଟିଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂ । ପୁଲିସ ସବୁ ଜାଣୁଥିଲେ ମଧ୍ୟ ଚୁପ୍‌ ରହିବା ପଛରେ ଥିଲା ପ୍ରଭାବଶାଳୀ ନେତା ଓ ବାବୁମାନଙ୍କ ସହ ତାର ସମ୍ପର୍କ । ପୁଲିସ ବି ଭଲ ମାଲ୍‌ ପାଉଥିଲା । ସେପଟେ ପୁଲିସ ଖାତାରେ ବଡ଼ଭାଇ ସୁଶାନ୍ତ ଫେରାର ଥିଲେ ବି ସେ ପୁଲିସ ଜାଣତରେ କଟକ, ଭୁବନେଶ୍ୱରରେ ରହି ସବୁ ନିଜେ ପରିଚାଳନା କରୁଥିଲା । ମାନେ ସାନଭାଇ ସୁଶୀଲ ଜରିଆରେ ଅପରାଧ ସାମ୍ରାଜ୍ୟର ସେ ଥିଲା ଅଣ୍ଡରୱାଲର୍ଡ ଡନ୍‌ ।

ତେବେ ଯାହା ହେଉ ନା କାହିଁକି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ କମିଶନରେଟ୍‌ ପୁଲିସ ଅଚାନକ ଧଳସାମନ୍ତ ବ୍ରଦର୍ସଙ୍କୁ ଗିରଫ କଲା କାହିଁକି? ଏହା ପଛରେ କ’ଣ ରହସ୍ୟ? ଏହି ପ୍ରଶ୍ନର ଉତର ଖୋଜିବା ବେଳେ ସମସ୍ତଙ୍କ ନଜର ଯାଇଛି କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଆଡକୁ । କୁହାଯାଉଛି, ଧଳସାମନ୍ତ ବ୍ରଦର୍ସଙ୍କର ମୁଖ୍ୟ ପୃଷ୍ଠପୋଷକ ଥିଲେ ଦେବାଶିଷ । ମାତ୍ର ଗତ ୧୦ ତାରିଖରେ ସୁଶୀଲ କଟକ ସିଡ଼ିଏଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରି ସେଠାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ନେତା ଭକ୍ତ ଦାସ, ଲୁଲୁ ମହାପାତ୍ର ଓ ସୁରେଶ ମହାପାତ୍ରଙ୍କୁ ଆମନ୍ତ୍ରିତ କରିଥିଲା । ତେବେ ଦେବାଶିଷ କି ବିଜେଡ଼ିର ଅନ୍ୟ ନେତାଙ୍କୁ ସେ ସେଠାକୁ ଡାକି ନ ଥିବାରୁ ବିଜେଡ଼ି ଟାର୍ଗେଟ୍‌ ରେ ପଡ଼ିଯାଇଥିଲେ ଧଳସାମନ୍ତ ବ୍ରଦର୍ସ । ପାରାଦ୍ୱୀପ ରିଫାଇନାରି ଉଦଘାଟନ କାର୍ଯ୍ୟକ୍ରମକୁ ନେଇ ବିଜେପି ଓ ବିଜେଡ଼ି ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ମନି ଓ ମସଲ୍‌ଭରା ଧଳସାମନ୍ତ ବ୍ରଦର୍ସ ବିଜେଡ଼ିଠାରୁ ହାତଛାଡ଼ି ଦେଇଛି ବୋଲି ଦଳୀୟ ନେତାଙ୍କୁ ବୁଝାଇ ଦିଆଗଲା । ତେଣୁ ଦୁଇଭାଇଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସକୁ ନିର୍ଦେଶ ଗଲା । ଏହି ସମୁଦାୟ ଘଟଣାରେ ଦେବାଶିଷ ସାମନ୍ତରାୟଙ୍କ ମୁଖ୍ୟ ଭୂମିକା ଥିବା ଚର୍ଚ୍ଚା ହେଉଛି । କୁଆଡେ କିଛି ଦିନ ତଳୁ ଧଳସାମନ୍ତ ବ୍ରଦର୍ସ ହଠାତ୍‌ ଦେବାଶିଷ ସାମନ୍ତରାୟଙ୍କ ହାତ ଛାଡ଼ିଦେଇଥିଲେ । ବ୍ୟବସାୟିକ ମନୋମାଳିନ୍ୟ ଯୋଗୁଁ ଉଭୟ ପକ୍ଷ ମଧ୍ୟରେ ସମ୍ପର୍କ କଟିଯାଇଥିଲା । ଆଉ ଏହି ବ୍ୟକ୍ତିଗତ ମନାନ୍ତର ଓ ବିଭେଦକୁ ଦେବାଶିଷ ପାର୍ଟି ଲାଇନ୍‌କୁ ଟାଣି ଧଳବ୍ରଦର୍ସଙ୍କୁ ଫସାଇବାରେ ସଫଳ ହେଲେ । ତେବେ ଆଗକୁ ଏହା ପଛର ଅନେକ ଗୁମର ଖୋଲିବ ମିଡ-ଡେ ଓଡିଶା ।

ମିଡ-ଡେ ଓଡ଼ିଶା ।

Previous Post

ବାଜି ମାରିଲା ଭୁବନେଶ୍ୱର

Next Post

୧୦୦ କୋଟିର ଡୁଏଟ୍‌

Next Post
୧୦୦ କୋଟିର ଡୁଏଟ୍‌

୧୦୦ କୋଟିର ଡୁଏଟ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA