Saturday, May 30, 2026 07:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ନୂଆ ଟିମ୍ ରେ ୧୦ ନୂଆ ମୁହଁ

by Our Correspondent
28 May, 2019- 11:43 PM
in Latest News, News, Politics, Story Of The Week
1 min read
0
ନବୀନଙ୍କ ନୂଆ ଟିମ୍ ରେ ୧୦ ନୂଆ ମୁହଁ

– ୧୧ କ୍ୟାବିନେଟ୍, ୯ ରାଷ୍ଟ୍ରମନ୍ତ୍ରୀ
– ବିଧାନସଭାର ପ୍ରଥମ ପଦାର୍ପଣରେ ୩ ଜଣଙ୍କୁ ମନ୍ତ୍ରୀପଦ
– ତାଲିକାରେ ଦୁଇ ମହିଳା
– ବାଦ୍ ପଡ଼ିଲେ ଅନେକ ପୁରୁଣା ମୁହଁ
– କେନ୍ଦ୍ରାପଡ଼ା ଅଙ୍କ ଛିଣ୍ଡିଲାନି, ସିଟ୍ ରିଜର୍ଭ
– ସୂର୍ଯ୍ୟ ବାଚସ୍ପତି, ପ୍ରମିଳା ମୁଖ୍ୟ ସଚେତକ

ଭୁବନେଶ୍ୱର: ପଞ୍ଚମ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ନବୀନ ପଟ୍ଟନାୟକ ତାଙ୍କର ନୂଆ ଟିମ୍ ଗଠନ କରିଛନ୍ତି । ଏଥିରେ ୨୦ ଜଣଙ୍କୁ ସ୍ଥାନ ମିଳିଛି । ୧୧ ଜଣଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବା ବେଳେ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଛି । ନୂଆ ଟିମ୍ ରେ ଅନେକ ବରିଷ୍ଠ ନେତାଙ୍କୁ ବାଦ୍ ଦିଆଯାଇ ୧୦ ନୂଆ ମୁହଁଙ୍କୁ ସାମିଲ କରାଯାଇଛି ।
ନୂଆ ମୁହଁ ହେଲେ ଶ୍ରୀମତୀ ଟୁକୁନି ସାହୁ, ସମୀର ଦାଶ, ନବ କିଶୋର ଦାସ, ଦିବ୍ୟଶଙ୍କର ମିଶ୍ର, ଜଗନ୍ନାଥ ସାରକା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ଶ୍ରୀମତୀ ପଦ୍ମିନୀ ଦିଆନ ଏବଂ ତୁଷାରକାନ୍ତି ବେହେରା । ଏମାନଙ୍କ ମଧ୍ୟରୁ ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ ଏବଂ ତୁଷାରକାନ୍ତି ବେହେରା ବିଧାନସଭା ପ୍ରଥମ ପଦାର୍ପଣରେ ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି । ରଘୁନନ୍ଦନ ବିଜେପି ଛାଡ଼ି ବିଜେଡ଼ିରେ ମିଶିଲା ପରେ ଦଳ ତାଙ୍କୁ ଦାମୋଦର ରାଉତଙ୍କ ବିରୋଧରେ ଏରସମା-ବାଲିକୁଦାରୁ ଲଢ଼ାଇଥିଲା । ସେହିପରି କାକଟପୁରରୁ ପ୍ରଥମେ ବିଜେପି ଟିକେଟ ନେଇଥିବା ତୁଷାରକାନ୍ତି ଟିକେଟ୍ ଫେରାଇ ବିଜେଡ଼ି ଟିକେଟରେ ଲଢ଼ିଥିଲେ ।
ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ କୁହାଯାଉଥିବା କେନ୍ଦ୍ରାପଡ଼ା ଜିଲ୍ଲାରୁ କାହାରିକୁ ଏହି ତାଲିକାରେ ସ୍ଥାନ ମିଳିନାହିଁ । ଜିଲ୍ଲାରୁ ମନ୍ତ୍ରୀ ହେବା ପାଇଁ ୩ ହେଭିୱେଟ୍ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଏବଂ ଶଶୀଭୂଷଣ ବେହେରା ଦାବିଦାର ଥିବାରୁ ବୋଧହୁଏ ଅଙ୍କ ଛିଣ୍ଡିପାରିନାହିଁ । ତେବେ ଜିଲ୍ଲାରୁ ଜଣଙ୍କ ପାଇଁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଖାଲି ରଖାଯାଇଛି । ସମ୍ଭବତଃ ପାଟକୁରା ନିର୍ବାଚନ ପରେ ଏହି ସ୍ଥାନ ପୂରଣ ହେବ ।
କ୍ୟାବିନେଟ୍ ପାହ୍ୟା ପାଇଥିବା ମନ୍ତ୍ରୀମାନେ ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ କୁମାର ମଲ୍ଲିକ, ନିରଞ୍ଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂ, ନବକିଶୋର ଦାସ ଏବଂ ଶ୍ରୀମତୀ ଟୁକୁନି ସାହୁ । ଝାରସୁଗୁଡ଼ାରୁ ପୂର୍ବରୁ ଦୁଇଥରର କଂଗ୍ରେସ ବିଧାୟକ ନବ ଦାସ ନିର୍ବାଚନ ପୂର୍ବରୁ ବିଜେଡ଼ିରେ ମିଶି ନିର୍ବାଚନ ଲଢ଼ିଥିଲେ । ପ୍ରଥମ ଥର ପାଇଁ ମନ୍ତ୍ରୀ ହେବାର ସୁଯୋଗ ଖାଲି ପାଇନାହାନ୍ତି, ସିଧାସଳଖ କ୍ୟାବିନେଟ୍ ପାହ୍ୟାକୁ ଆସିଛନ୍ତି । ସେହିଭଳି ଟିଟିଲାଗଡ଼ରୁ ଦୁଇଥରର ବିଧାୟିକା ଶ୍ରୀମତୀ ଟୁକୁନି ସାହୁଙ୍କୁ ଏକାଥରକେ କ୍ୟାବିନେଟ୍ ପଦ ମିଳିଛି ।
ରାଷ୍ଟ୍ରମନ୍ତ୍ରୀ ତାଲିକାରେ ଅଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଂଜନ ଦାଶ, ଜ୍ୟୋତିରଂଜନ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ଶ୍ରୀମତୀ ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା ଏବଂ ଜଗନ୍ନାଥ ସାରକା ।
ନବୀନଙ୍କ ନୂଆ ଟିମ୍ ରୁ ଅନେକ ପୁରୁଣା ଚେହେରାଙ୍କୁ ବଞ୍ଚିତ କରାଯାଇଛି । ସେମାନଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି ଶ୍ରୀମତୀ ଉଷା ଦେବୀ, ଡାକ୍ତର ନୃସିଂହ ସାହୁ, ଦେବୀପ୍ରସାଦ ମିଶ୍ର, ବଦ୍ରିନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଅନନ୍ତ ଦାସ, ପ୍ରଦୀପ ମହାରଥୀ, ପ୍ରଦୀପ ଅମାତ୍ ଏବଂ ସ୍ନେହାଙ୍ଗିନୀ ଛୁରିଆ । ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀ ହେବାକୁ ମନା କରିଦେଇଥିବା କୁହାଯାଉଛି । ଅମର ଶତପଥୀଙ୍କୁ ଗତଥର ମୁଖ୍ୟ ସଚେତକ କରାଯାଇଥିବା ବେଳେ ଏଥର ତାଙ୍କୁ ନିରାଶ ହେବାକୁ ପଡ଼ିଛି । ସେହିଭଳି ଗତଥରର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ନିରାଶ ହୋଇଛନ୍ତି । ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ପତି ପଦ ଯଚା ଯାଇଥିବା ବେଳେ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟ ସଚେତକ ପଦରେ ସନ୍ତୁଷ୍ଟ କରାଯାଇଛି ।
ମନ୍ତ୍ରୀମଣ୍ଡଳ ତାଲିକା
ନବୀନ ପଟ୍ଟନାୟକ- ମୁଖ୍ୟମନ୍ତ୍ରୀ
କ୍ୟାବିନେଟ୍
୧- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୨- ବିକ୍ରମ କେଶରୀ ଆରୁଖ
୩- ପ୍ରଫୁଲ୍ଲ କୁମାର ମଲ୍ଲିକ
୪- ନିରଞ୍ଜନ ପୂଜାରୀ
୫- ପଦ୍ମନାଭ ବେହେରା
୬- ପ୍ରତାପ ଜେନା
୭- ଅରୁଣ କୁମାର ସାହୁ
୮- ସୁଦାମ ମାରାଣ୍ଡି
୯- ସୁଶାନ୍ତ ସିଂ
୧୦- ନବ କିଶୋର ଦାସ
୧୧- ଶ୍ରୀମତୀ ଟୁକୁନି ସାହୁ
ରାଷ୍ଟ୍ରମନ୍ତ୍ରୀ
୧- ଅଶୋକ ଚନ୍ଦ୍ର ପଣ୍ଡା
୨- ସମୀର ରଂଜନ ଦାଶ
୩- ଜ୍ୟୋତିପ୍ରକାଶ ପାଣିଗ୍ରାହୀ
୪- ଦିବ୍ୟଶଙ୍କର ମିଶ୍ର
୫- ପ୍ରେମାନନ୍ଦ ନାୟକ
୬- ରଘୁନନ୍ଦନ ଦାସ
୭- ଶ୍ରୀମତୀ ପଦ୍ମିନୀ ଦିଆନ୍
୮- ତୁଷାରକାନ୍ତି ବେହେରା
୯- ଜଗନ୍ନାଥ ସାରକା
Previous Post

ଅମିତ୍ ଶାହାଙ୍କ ଜାଗା ନେଇପାରନ୍ତି ଧର୍ମେନ୍ଦ୍ର ପ୍ରଧାନ

Next Post

ନବୀନଙ୍କ ପଞ୍ଚମ ଇନିଂସ୍ ଆରମ୍ଭ

Next Post
ନବୀନଙ୍କ ପଞ୍ଚମ ଇନିଂସ୍ ଆରମ୍ଭ

ନବୀନଙ୍କ ପଞ୍ଚମ ଇନିଂସ୍ ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA