Sunday, May 10, 2026 07:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୀତୀଶଙ୍କ ରାସ୍ତାରେ ନବୀନ !

by Our Correspondent
27 Jul, 2017- 10:45 AM
in Latest News, Politics
1 min read
1
ନୀତୀଶଙ୍କ ରାସ୍ତାରେ ନବୀନ !

ଭୁବନେଶ୍ୱର: ବୁଧବାର ସଂଧ୍ୟା ୬.୫୦ରେ ନୀତୀଶ କୁମାର ଇସ୍ତଫା ଦେଲେ । ଅଧଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ହିନ୍ଦୀରେ ଟ୍ୱିଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଲେ । ବିହାର ରାଜନୀତି ଦୃଶ୍ୟପଟ୍ଟ ଉପରେ ତୁରନ୍ତ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ସଂସଦୀୟ ଦଳ ବୈଠକ । ନୀତୀଶକୁ ସମର୍ଥନ ପାଇଁ ନିଷ୍ପତ୍ତି ନିଆଗଲା । ସେଠାରୁ ନିର୍ଦ୍ଦେଶ ଗଲା ପରେ ରାତି ୧୦ଟା ବେଳକୁ ବିହାରର ବିଜେପି ନେତା ଓ ବିଧାୟକମାନେ ନୀତୀଶଙ୍କ ଘରକୁ ଯାଇ ସମର୍ଥନ ଜଣାଇଲେ । ରାତି ସାଢ଼େ ୧୧ଟା ବେଳକୁ ନୀତୀଶ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ବିଜେପି ସହ ମିଶି ସରକାର ଗଢ଼ିବାକୁ ଦାବି ଜଣାଇଲେ । ଆଉ ରାଜ୍ୟପାଳ ତତକ୍ଷଣାତ୍ ସେହି ଦାବିକୁ ଗ୍ରହଣ କଲା ପରେ ସକାଳ ୧୦ଟାରେ ଶପଥ ଗ୍ରହଣ ସମାରୋହର ଆୟୋଜନ ଆରମ୍ଭ ହୋଇଯାଇଥିଲା ।

ଏହି ସାଢ଼େ ଚାରି ଘଣ୍ଟାର ଡ୍ରାମା ଯେ ଅଚନାକ ଥିଲା ତାହା ନୁହେଁ, ଆୟୋଜନ ବହୁ ଦିନୁ ଆରମ୍ଭ ହୋଇଥିଲା । ଖୋଦ୍ ନରେନ୍ଦ୍ର ମୋଦି ଓ ଅମିତ୍ ଶାହାଙ୍କ ନିର୍ଦ୍ଦେଶନାରେ ରଚାଯାଇଥିଲା ଡ୍ରାମା । ତିନିବର୍ଷ ତଳେ ବିଜେପିର ହାତ ଛାଡ଼ିଥିବା ନୀତୀଶଙ୍କ ଜେଡିୟୁକୁ ଏନଡିଏ ଫୋଲଡକୁ ଆଣିବାକୁ କସରତ୍ ହୋଇଥିଲା । ଗତ ନିର୍ବାଚନରେ ବିହାରରେ ୨୪୩ ଆସନରୁ ବିଜେପି ୫୩ ଆସନରେ ଜିତି ତୃତୀୟ ସ୍ଥାନରେ ରହିଥିଲା । ଆରଜେଡ଼ି ଏବଂ ଜେଡ଼ିୟୁ ମେଣ୍ଟକୁ ଟକ୍କର ଦେବାର ବିଫଳତା ମୋଦି-ଶାହାଙ୍କୁ ବିଚଳିତ କରିଥିଲା । ସେହିଦିନଠଉଁ ବସ୍ତୁତଃ ଆରମ୍ଭ ହୋଇଥିଲା ବିହାର ମିସନ୍ । ଲାଲୁ, ଉପମୁଖ୍ୟମନ୍ତ୍ରୀ ପୁଅ ତେଜସ୍ୱୀ ଏବଂ ଝିଅ ମୀସାଙ୍କୁ ବେଆଇନ ସମ୍ପତ୍ତି ଅର୍ଜନ ଉପରେ ସିବିଆଇ ଏବଂ ଇଡ଼ିକୁ ଲଗାଗଲା । ଏହ ଅସ୍ତ୍ରରେ ନୀତୀଶ-ଲାଲୁ ମହାମେଣ୍ଟକୁ ଧରାଶାୟୀ ଯୋଜନା କରାଯାଇଥିଲା ଯାହା ଅଚିରେ ହାସଲ ହୋଇଗଲା । ଯେଉଁ ମୋଦିଙ୍କ ବିରୋଧରେ ନୀତୀଶ ରଡ଼ି କରୁଥିଲେ ଏବେ ତାଙ୍କୁ ଗୁରୁ କରି ସୁନାପୁଅ ପାଲଟିଗଲେ ।

ବିଜେପିର ଏହି ପୂର୍ବ ଭାରତ ମିସନ୍ ରେ ବାକି ରହିଲେ ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକ । ନବୀନ କେନ୍ଦ୍ରୀୟ ବିଜେପି ବିରୋଧରେ ଖୋଲାଖୋଲି ନିଜର ଆଭିମୁଖ୍ୟ ସ୍ପଷ୍ଟ ନ କରି ରାଜନୈତିକ ମହଲକୁ ଦ୍ୱନ୍ଦରେ ରଖିଛନ୍ତି । ଏଠି ରାଜ୍ୟ ବିଜେପି ସହ ତାଙ୍କ ନେତାମାନେ ଲଢ଼େଇ କରି ମୋଦି ସରକାରଙ୍କ ବିରୋଧରେ ଗର୍ଜୁୁଥିଲେ ମଧ୍ୟ ନବୀନ ମାପିଚୁପି କଥା କହୁଛନ୍ତି । କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ବଢ଼ିଆ ସମ୍ପର୍କ ରଖିଛନ୍ତି । ନିକଟରେ ଅମିତ୍ ଶାହା ଓଡ଼ିଶା ଆସି ପ୍ରଥମ ଥର ପାଇଁ ସିଧାସଳଖ ନବୀନଙ୍କ ବିରୋଧରେ ଗର୍ଜିଥିଲେ ମଧ୍ୟ ସେଥିରେ ରାଜନୈତିକ ବାଧ୍ୟବାଧକତାର ଗନ୍ଧ ବାରି ହେଉଥିଲା । ୨୦୧୯ ନିର୍ବାଚନରେ ୧୨୦ ସିଟ୍ ଆକଳନର ଭାଷଣବାଜି ବି ଫମ୍ପା ଆୱାଜ୍ ଥିଲା ବୋଲି ଜଣାପଡୁଥିଲା । ନୀତୀଶଙ୍କ ରାସ୍ତାରେ ନବୀନ ଯାଇ ମୋଦିଙ୍କ ବିମୁଦ୍ରାକରଣକୁ ଆଖିବୁଜା ସମର୍ଥନ, ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଆଖିବୁଜା ସମର୍ଥନ ଇତ୍ୟାଦି ଇତ୍ୟାଦିକୁ ଦେଖିଲେ ନବୀନଙ୍କ ମୋଦି ପ୍ରୀତି ସ୍ପଷ୍ଟ ହୋଇସାରିଥିବା ରାଜନୈତିକ ମହଲ ବିଚାର କରୁଛନ୍ତି ।

ଏହି ମହଲର କହିବା କଥା, ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥା କହୁଥିବା ନବୀନଙ୍କ ବାସ୍ତବ କାର୍ଯ୍ୟଶୈଳୀ ଏନଡିଏ ଓରଫ୍ ମୋଦି ପ୍ରୀତିର ବୟାନ ରଖୁଛି । ଅବଶ୍ୟ ସେଥିପାଇଁ ନବୀନଙ୍କର ଅନେକ ବାଧ୍ୟବାଧକତା ରହିଛି । ସବୁଠାରୁ ବଡ଼ ବାଧ୍ୟବାଧକତାଟି ହେଉଛି ଚିଟଫଣ୍ଡ ସିବିଆଇ ଅସ୍ତ୍ର । ମୋଦିଙ୍କୁ ଅସନ୍ତୁଷ୍ଟ କଲେ ନବୀନଙ୍କ ମୂଳପୁଞ୍ଜି ତାଙ୍କ ଭାବମୂର୍ତ୍ତିକୁ ଏହା ମାଧ୍ୟମରେ ଧୂଳିସାତ୍ କରିବା ଯୋଜନାରେ ଦଳ ଅଛି । ଏଥିରେ ନବୀନ ଭୟଭୀତ ହେବା ସ୍ୱାଭାବିକ । ମମତା ବାନାର୍ଜୀଙ୍କ ଅବସ୍ଥା ଭୋଗିବାକୁ ସେ ଆଦୌ ଚାହିଁବେନି । ସୁତରାଂ ଭୋଟରଙ୍କୁ ବାଁ ଡାହାଣ ବୁଲାଇ ଏନଡିଏ ସହ ସୁସମ୍ପର୍କ ରଖିବା ନବୀନଙ୍କ ପାଇଁ ରାଜନୈତିକ ବାଧ୍ୟବାଧକତା ବୋଲି ମନେକରାଯାଉଛି । ଆଜି ପର୍ଯ୍ୟନ୍ତ ଏହା ସଫଳ ହୋଇଆସିଛି ଏବଂ ୮ ବର୍ଷ ତଳୁ ଏନଡିଏ ହାତ ଛାଡ଼ିଥିବା ନବୀନ ଯେ କୌଣସି ମୁହୁର୍ତ୍ତରେ ନୀତିଶଙ୍କ ରାସ୍ତା ଆପଣେଇ ପାରନ୍ତି ବୋଲି ଚର୍ଚ୍ଚା ହେଲାଣି ।

Previous Post

ଖଣ୍ଡାକୁ ଡରିଲେ ପଣ୍ଡା

Next Post

ଅଛୁଆଁ ହୋଇଗଲେ ପ୍ରସାଦ

Next Post
ଅଛୁଆଁ ହୋଇଗଲେ ପ୍ରସାଦ

ଅଛୁଆଁ ହୋଇଗଲେ ପ୍ରସାଦ

Comments 1

  1. ନିରଞ୍ଜନ says:
    9 years ago

    ସେପରି ଲାଗେନାହିଁ, କାରଣ ଯଦି ନବୀନ ପଟ୍ଟନାୟକ କୌଣସି ପଟକୁ ଢ଼ଳନ୍ତି, ସମସ୍ତ ବିରୋଧୀ ଗୋଟିଏ ପଟକୁ ଢ଼ଳିବେ, ଏପରିକି BJD କୁ ନିଜstanding MLA ଙ୍କ ଠାରୁ minimum 40 seat ରେ ବିରୋଧ ସହିବାକୁ ପଡିବ, ତେଣୁ ଲାଭ ଅପେକ୍ଷା ଲସ ଅଧିକା ହୋଇପାରେ,

    2ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ବପ୍ନ ବି………….!

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA