Tuesday, May 12, 2026 12:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପରିଚୟ ବଦଳାଇଲେ ବିଜୟ ମହାପାତ୍ର

by Our Correspondent
28 Mar, 2019- 01:09 PM
in Latest News, News, Politics
1 min read
0
ପରିଚୟ ବଦଳାଇଲେ ବିଜୟ ମହାପାତ୍ର

ଭୁୁବନେଶ୍ୱର: ଦୀର୍ଘ ୧୯ ବର୍ଷ କାଳ ରାଜନୀତି ଅଳିଆରେ ଘାଣ୍ଟି ହେଉଥିବା ବିଜୟ ମହାପାତ୍ରଙ୍କ ଏକ ନିଆରା ସମ୍ମାନ ଥିଲା । ତାହା ହେଲା ସ୍ୱାଭିମାନ । ଜଣେ ଅତ୍ୟନ୍ତ ସ୍ୱାଭିମାନୀ ନେତା ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ନିଜର ଆଦର୍ଶ, ସ୍ୱାଭିମାନକୁ ଜଳାଞ୍ଜଳି ଦେଇନାହାନ୍ତି କି ଜଳାଞ୍ଜଳି ଦେଇପାରିବେନି ବୋଲି ସବୁବେଳେ କହୁଥିଲେ । ମାତ୍ର ଆଜି ସେ ତାଙ୍କର ପରିଚୟ ବଦଳେଇ ଦେଇଛନ୍ତି । ସ୍ୱାଭିମାନର ଦ୍ୱାହି ଦେଇ ୪ ମାସ ତଳେ ବିଜେପି ଛାଡ଼ିଥିଲେ ବିଜୟ ମହାପାତ୍ର । ବିଜେପିକୁ ଆସିବା ଭୁଲ୍ ନିଷ୍ପତ୍ତି ଥିଲା ବୋଲି ସାମ୍ବାଦିକ ସମ୍ମିଳନୀ ଡକାଇ ଅନୁତାପ କରିଥିଲେ । ମାତ୍ର ନିଜ ଛେପକୁ ଆଜି ଢ଼ୋକି ଦେଇଛନ୍ତି । ଅମିତ୍ ଶାହାଙ୍କ ଟେଲିଫୋନ୍ ଏବଂ ଅରୁଣ ସିଂ ଓ ବୈଜୟନ୍ତ ପଣ୍ଡାଙ୍କ ସାନ୍ନିଧ୍ୟ ତାଙ୍କର ହୋସ୍ ଉଡ଼େଇ ଦେଇଛି ।

ବିଜୟ ବିଜେପିକୁ ଫେରିଆସିବେ ବୋଲି ଗତ କିଛି ଦିନ ହେଲା ଜୋର୍ ଚର୍ଚ୍ଚା ହେଉଥିଲା । ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ତୁହାକୁ ତୁହା ଖବର ହୋଇଥିଲା । ନିଜେ ବିଜୟ ଏ ସମ୍ପର୍କରେ ମୁହଁ ଖୋଲି ନ ଥିଲେ ମଧ୍ୟ ତାଙ୍କ ଅନ୍ତରଙ୍ଗ ବନ୍ଧୁମାନେ ଏହାକୁ ଗୁଜବ ବୋଲି ଦାବି କରୁଥିଲେ । ବିଜୟଙ୍କ ଭଳି ବ୍ୟକ୍ତିତ୍ୱ ତାଙ୍କ ନିଷ୍ପତ୍ତି ଏତେ ଶୀଘ୍ର ବଦଳାଇବେ ବୋଲି ବିଶ୍ୱାସ କରୁ ନ ଥିଲେ ।
ଆଜି ସକାଳ ପ୍ରାୟ ୧୦.୩୦ ବେଳେ ବିଜୟଙ୍କ ବାସଭବନରେ ଯାଇ ପହଞ୍ଚିଥିଲେ ବିଜେପି ପ୍ରଭାରୀ ଅରୁଣ ସିଂ ଓ ବୈଜୟନ୍ତ ପଣ୍ଡା । ଭିତରେ ଅଧଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା । ଘରୁ ବାହାରି ଗଣମାଧ୍ୟମ ଆଗରେ ବିଜୟ ନିଜର ବିଜେପି ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଘୋଷଣା କରିଥିଲେ । ସେ ପୁରୁଣା କଥା ଭୁଲିଯାଇଛନ୍ତି । ଓଡ଼ିଶାରେ ପରିବର୍ତ୍ତନ ପାଇଁ ନୂଆ ଅଭିଯାନରେ ବାହାରିଥିବା କହିଥିଲେ । ଅମିତ୍ ଶାହା ତାଙ୍କ ସହ ଟେଲିଫୋନ୍ ରେ କଥା ହୋଇଥିବା ବି ସୂଚାଇଥିଲେ ।
୩ ଦିନ ତଳେ ବୈଜୟନ୍ତ ପଣ୍ଡା ଓ କନକ ବର୍ଦ୍ଧନ ସିଂହଦେଓ ବିଜୟଙ୍କ ଘରକୁ ଆସି କଥା ହୋଇଥିଲେ । ତେବେ ବିଜୟ ସେଦିନ ମାନଭଂଜନ ଭାଙ୍ଗି ନ ଥିଲେ । ଅଙ୍କ କେଉଁଠି ଅଟକିଥିଲା କେହି ବୁଝିପାରି ନ ଥିଲେ । ତେବେ ଆଜି ସେହି ଅଙ୍କ ଛିଣ୍ଡିଯାଇଥିବା ସ୍ପଷ୍ଟ ହୋଇଛି । ବିଜୟ ପାଟକୁରା ନଚେତ୍ ମହାକାଳପଡ଼ାରୁ ନିର୍ବାଚନ ଲଢ଼ିପାରନ୍ତି । ଏଥିସହ ବୈଜୟନ୍ତ ପଣ୍ଡାଙ୍କୁ ଜିତାଇବା ପାଇଁ ତାଙ୍କର ସାରଥୀ ହୋଇ କାର୍ଯ୍ୟ କରିବେ । ବିଜୟଙ୍କ ବିଜେପି ପ୍ରତ୍ୟାବର୍ତ୍ତନ ପରେ ବୈଜୟନ୍ତଙ୍କ ବାଟ ସୁଗମ ହୋଇଥିବା କୁହାଯାଉଛି । ତେବେ କିଛି ଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେପି କାର୍ଯ୍ୟକର୍ତ୍ତାମାନେ ଏକ ଜରୁରୀ ବୈଠକ ଡକାଇ ବିଜୟଙ୍କ ପ୍ରତ୍ୟାବର୍ତ୍ତନକୁ ବିରୋଧ କରିବା ସହ କେନ୍ଦ୍ରାପଡ଼ାରେ ତାଙ୍କୁ ପୂରାଇ ନ ଦେବାକୁ ସଂକଳ୍ପ ନେଇଥିଲେ । ଏବେ ବିଜେପି ନେତୃତ୍ୱ ସେମାନଙ୍କୁ କେମିତି ବୁଝାଇବେ ତାହା ଦେଖିବାର କଥା ।
ଆହୁରି ରୋଚକ କଥାଟି ହେଉଛି, ବିଜୟ ବିଜେଡ଼ିକୁ ଫେରିବେ ବୋଲି ବି କମ ଚର୍ଚ୍ଚା ହୋଇ ନ ଥିଲା । ତାଙ୍କ ବନ୍ଧୁ ତଥା ଏକାଠି ବିଜେପି ଛାଡ଼ିଥିବା ଦିଲ୍ଲୀପ ରାୟ ନବୀନ ନିବାସକୁ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ଆଲୋଚନା ଆହୁରି ଜୋର୍ ହୋଇଥିଲା । କୁଆଡେ ବିଜୟ ବିଜେଡ଼ିକୁ ଫେରିବାକୁ ଚାହିଁ ବସିଥିଲେ ମଧ୍ୟ ନବୀନ ତାଙ୍କୁ ଗ୍ରହଣ କରିବାକୁ ରାଜି ହୋଇ ନ ଥିଲେ । ତେବେ ଏହା ସତ ନା ମିଛ ତାହା ସ୍ପଷ୍ଟ ହୋଇପାରୁନାହିଁ । ଏବେ ବିଜୟ ବିଜେପିକୁ ଫେରିଥିବା ବେଳେ ଦିଲ୍ଲୀପ ରାୟଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଜେପିଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଖିବାକୁ ମିଳିନାହିଁ । ବିଜୟଙ୍କୁ ଦଳକୁ ଫେରାଇ ଆଣିବାକୁ ଧର୍ମେନ୍ଦ୍ର କଥା ହୋଇନାହାନ୍ତି କି ତାଙ୍କ ଘରକୁ ଯାଇ ବୁଝାଇନାହାନ୍ତି । ସୁତରାଂ ଧର୍ମେନ୍ଦ୍ର ତାଙ୍କ ଅହଂକାର(ବିଜୟଙ୍କ ଭାଷାରେ)ରୁ ହଟିନାହାନ୍ତି ।
ସୂଚନାଯୋଗ୍ୟ, ଗତ ନଭେମ୍ବର ୩୦ ତାରିଖରେ ବିଜୟ ବିଜେପି ଛାଡ଼ିବା ଦିନ ବିଜେପି ନେତୃତ୍ୱ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରବଳ ବର୍ଷିଥିଲେ । ବିଜୟ କହିଥିଲେ, ବିଜେପିର ମୁଖଶାଳା ବଡ଼, ହେଲେ ମନ୍ଦିର ଛୋଟ । ଏଠି ରାଜ୍ୟର ସ୍ୱାର୍ଥ ପାଇଁ କାହାର ଚିନ୍ତା ନାହିଁ । ନିଜ ନିଜର ସ୍ୱାର୍ଥରକ୍ଷା ପାଇଁ ଆତ୍ମଘୋଷିତ ନେତାମାନେ ଚିନ୍ତିତ । ୨୦୦୯ରେ ବିଜେପିରେ ତରବରିଆ ଭାବେ ଯୋଗଦେବା ମସ୍ତବଡ଼ ଭୁଲ୍ ନିଷ୍ପତ୍ତି ଥିଲା ବୋଲି ବିଜୟ କହିଥିଲେ । ବିଜେପିର୧୨୦ ପ୍ଲସ୍ ମିଶନ୍ ସମ୍ପୂର୍ଣ୍ଣ ଭୁଲ୍ ଆକଳନ ବୋଲି ବିଜୟ ତାତ୍ସଲ୍ୟ କରିଥିଲେ । ତା ପୂର୍ବରୁ ମଧ୍ୟ ବାରମ୍ବାର ସେହି କଥା କହୁଥିଲେ । ଏହା ବାସ୍ତବତା ଉପରେ ପର୍ଯ୍ୟବସିତ ନୁହେଁ ବୋଲି କହୁଥିଲେ । ଆଗାମୀ ନିର୍ବାଚନରେ ଅହଂକାର ଓ ବିନମ୍ରତାର ଲଢ଼େଇ ହେବ ବୋଲି କହୁଥିଲେ ।
Previous Post

ରିସ୍କ ନେଲେ ନବୀନ: କେନ୍ଦ୍ରାପଡ଼ାରୁ ଅନୁଭବ, ଭୁବନେଶ୍ୱରରୁ ଅରୁପ ସାଂସଦ ପ୍ରାର୍ଥୀ

Next Post

ପୁରୀରୁ ସତ୍ୟପ୍ରକାଶ, ବାଲେଶ୍ୱରରୁ ନବଜ୍ୟୋତି ପ୍ରାର୍ଥୀ

Next Post
ପୁରୀରୁ ସତ୍ୟପ୍ରକାଶ, ବାଲେଶ୍ୱରରୁ ନବଜ୍ୟୋତି ପ୍ରାର୍ଥୀ

ପୁରୀରୁ ସତ୍ୟପ୍ରକାଶ, ବାଲେଶ୍ୱରରୁ ନବଜ୍ୟୋତି ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA