Monday, May 25, 2026 11:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଦଳିବ ରେକର୍ଡ ଅଫ୍ ରାଇଟ୍ସ !

by Our Correspondent
21 Jul, 2016- 08:28 PM
in News
1 min read
0
ବଦଳିବ ରେକର୍ଡ ଅଫ୍ ରାଇଟ୍ସ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମହାପ୍ରଭୁଙ୍କ ସେବାରେ ବାରମ୍ବାର ବିଭ୍ରାଟର ଜନ ଅସନ୍ତୋଷ ସରକାରଙ୍କୁ ଅସ୍ତବ୍ୟସ୍ତ କରିଛି। ନୀଳାଦ୍ରିବିଜେ ଅଘଟଣ କୋଟି କୋଟି ଭକ୍ତଙ୍କ ଭାବାବେଗକୁ କ୍ଷତାକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ଛାନିଆଁ ହୋଇଯାଇଛନ୍ତି। ଏଇ ବେଳାରେ ବିଭ୍ରାଟର ମୁଖ୍ୟ ଖଳନାୟକ ଦାମୋଦର ମହାସୁଆର ଓ ୫ ସହଯୋଗୀ ଗିରଫ ହୋଇ ନ ପାରିବା ସରକାରଙ୍କୁ ଆହୁରି ବିଚଳିତ କରିଛି। ନିଜର ଦୋଷତ୍ରୁଟି ଘୋଡାଇ ଲୋକଙ୍କ ଭାବାବେଗକୁ ଜିତିବା ଉଦ୍ୟମରେ ସରକାର ଆଜି କମିଶନ ଗଠନ ଘୋଷଣା କରିଛନ୍ତି। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି.ପି. ଦାସଙ୍କୁ କମିଶନ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀମନ୍ଦିର ପରିଚାଳନା ସଂସ୍କାର ପାଇଁ କମିଶନ ଗଠନ ହୋଇଥିବା ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏଥିରେ ବଡ଼ ଭିତିରି ଖବରଟି ହେଉଛି, ପ୍ରଚଳିତ ରେକର୍ଡ ଅଫ୍ ରାଇଟ୍ସ ଛେଦନ ପାଇଁ ସରକାର କଡ଼ା ଆଭିମୁଖ୍ୟ ରଖିଛନ୍ତି। ରେକର୍ଡ ଅଫ୍ ରାଇଟ୍ସ ବଦଳରେ ରେକର୍ଡ ଅଫ୍ ସର୍ଭିସ୍ ହେବ ଶ୍ରୀମନ୍ଦିର ପରିଚାଳନାର ଆଧାର। କମିଶନଙ୍କ କାର୍ଯ୍ୟକଳାପକୁ ଏଇ ଦିଗରେ ହିଁ ସଜା ଯାଇଛି।

ଗଣମାଧ୍ୟମକୁ ଆଇନମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, କମିଶନ ମୁଖ୍ୟତଃ ୬ ଟି ବିଷୟ ଉପରେ ପରାମର୍ଶ ଦେବେ। ସେଗୁଡ଼ିକ ହେଲା, ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି, ସୁରକ୍ଷା ବ୍ୟବସ୍ଥା, ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ, ସେବାୟତଙ୍କୁ ଶିକ୍ଷା ଓ ତାଲିମ୍, କୀର୍ତିରାଜର ସଂରକ୍ଷଣ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର। ଏହା ସତ ଯେ ଶ୍ରୀମନ୍ଦିର ପରିଚାଳନାରେ ବ୍ୟାପକ ସଂସ୍କାରର ଆବଶ୍ୟକତା ଦେଖାଦେଇଛି। ଡେରିରେ ହେଲେ ବି ସରକାରଙ୍କର ଏହା ଅନୁଭବ ହୋଇଛି। ଆଉ ଏହି ଲକ୍ଷ୍ୟରେ ଜଷ୍ଟିସ୍ ବି.ପି.ଦାସ କମିଶନଙ୍କୁ ନିଯୁକ୍ତ କରାଯାଇଛି। ଅବଶ୍ୟ, ଯଦିଓ କମିଶନଙ୍କ ରିପୋର୍ଟ ପାଇଁ ୬ ମାସର ଅବଧି ରଖାଯାଇଛି, ତେବେ ତାହା କେତେ ଦିନ ଗଡୁଛି ତାହା କାହାରିକୁ ଜଣାନାହିଁ।

ଏମିତି ଅନେକ କମିଶନ ଗଠନ ହୋଇଛି। ବର୍ଷ ବର୍ଷ ଧରି ଅନୁଧ୍ୟାନ ହେଉଛି, ମାତ୍ର ରିପୋର୍ଟ ଆସିପାରୁନି। ଆସିଲେ ବି ତାହା କାର୍ଯ୍ୟକାରୀ ହେଉନି। ଗୋଟେ ଯୋଡେ ନୁହେଁ ଏହାର ଅନେକ ନଜିର ରହିଛି। ତେବେ ସାଢ଼େ ଚାରି କୋଟି ଓଡ଼ିଆ ଲୋକଙ୍କ ଧାର୍ମିକ ଭାବନା ସହ ଜଡ଼ିତ ଏହି ପ୍ରସଙ୍ଗଟି ସରକାରଙ୍କ ପାଇଁ ନିଶ୍ଚିତ ଚାଲେଂଜ ହୋଇଛି। ଅପେକ୍ଷା ରହିଛି କମିଶନ କେବେଠାରୁ କାର୍ଯ୍ୟ କରିବେ ଏବଂ ଠିକ୍ ସମୟରେ ରିପୋର୍ଟ ଦେବେ ନା ନାହିଁ। ଆଉ ରିପୋର୍ଟ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା ନାହିଁ ?

Previous Post

ଫେରାର ନାଁ ଖସାଇବା ଉଦ୍ୟମ ?

Next Post

ଆଗୁଆ ଜାମିନ୍ ଆବେଦନରେ ଫେରାର୍ ସେବାୟତ

Next Post
ଆଗୁଆ ଜାମିନ୍ ଆବେଦନରେ ଫେରାର୍ ସେବାୟତ

ଆଗୁଆ ଜାମିନ୍ ଆବେଦନରେ ଫେରାର୍ ସେବାୟତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA