Thursday, May 21, 2026 07:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଦଳିଯିବ ନକ୍ସା, ଝଲସିବ ଶ୍ରୀକ୍ଷେତ୍ର

by Our Correspondent
05 Sep, 2019- 11:10 PM
in Latest News, News
1 min read
0
ବଦଳିଯିବ ନକ୍ସା, ଝଲସିବ ଶ୍ରୀକ୍ଷେତ୍ର

– ଐତିହ୍ୟ ସୁରକ୍ଷା ଜୋନ୍ ରେ ୧୫ ମିଟର ରାସ୍ତା, ୬୦ ମିଟର ଅଞ୍ଚଳରେ ପୁର୍ନବିନ୍ୟାସ
– ଏମଆର ମଠ ଜମିରେ ରଘୁନନ୍ଦନ ଲାଇବ୍ରେରୀ
– ଶ୍ରୀମନ୍ଦିରର ଦେଢ଼ କିମି ଭିତରେ ବିସ୍ଥାପିତଙ୍କ ପାଇଁ ୬୦୦ ଘର

ଭୁୁବନେଶ୍ୱର: ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ଦେଖାଇଥିବା ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦକୁ ନେଇ ଛକାପଂଝା ଲାଗିଥିବା ବେଳେ ପୁରୀକୁ ନେଇ ରାଜ୍ୟ ସରକାରଙ୍କ ବ୍ଲୁ ପ୍ରିଣ୍ଟ ସାମନାକୁ ଆସିଛି । ସେଥିରେ ଶ୍ରୀକ୍ଷେତ୍ରର ନକ୍ସା ବଦଳିଯାଇଛି । ଏହି ନକ୍ସାକୁ ଦେଖିଲେ ଆଖି ଝଲସିଯାଉଛି ।
ଏଥିସହ ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଚୂଡ଼ାନ୍ତ ରୂପ ନେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର ତନାଘନା କରିଛନ୍ତି । ପୁରୀ ଐତିହ୍ୟ ନଗରୀ ପ୍ରକଳ୍ପଗୁଡ଼ିକର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ୩ ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ତିନୋଟି ପ୍ରକଳ୍ପ ହେଉଛି-(୧) ଐତିହ୍ୟ ସୁରକ୍ଷା ଜୋନ୍, (୨) ରଘୁନନ୍ଦନ ଲାଇବ୍ରେରୀ ଓ (୩) ବାସଗୃହ ପ୍ରକଳ୍ପ ।
ଐତିହ୍ୟ ସୁରକ୍ଷା ଅଞ୍ଚଳ ବା ହେରିଟେଜ୍ ସିକ୍ୟୁରିଟି ଜୋନ୍ ପ୍ରକଳ୍ପରେ ଅଞ୍ଚଳର ପବିତ୍ର ଭୌଗଳିକ ଅବସ୍ଥିତି, ବିଭିନ୍ନ ପ୍ରାଚୀନ ଦେବାଦେବୀ ମୂର୍ତ୍ତି, ଜଗନ୍ନାଥ ସଂସ୍କୃତି ସହ ସଂଶ୍ଲିଷ୍ଟ ବୃକ୍ଷଲତା, କଳା ସ୍ଥାପତ୍ୟ ଓ ଭୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖାଯାଇଛି । ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୭୫ ମିଟର ଅଞ୍ଚଳ ମଧ୍ୟରେ ୧୫ ମିଟରର ରାସ୍ତା କରାଯିବ । ଅବଶିଷ୍ଟ ୬୦ ମିଟର ଅଞ୍ଚଳର ପୁର୍ନବିନ୍ୟାସ କରାଯିବ । ଉକ୍ତ ପୁର୍ନବିନ୍ୟାସ କାର୍ଯ୍ୟକ୍ରମର ମନିଟରିଂ ପାଇଁ ଏକ ଏକ୍ସପର୍ଟ ପାନେଲ୍ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ସେହିଭଳି ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପ ପାଇଁ ଯୋଜନା ଚୂଡ଼ାନ୍ତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି । ଯୋଜନା ଅନୁଯାୟୀ, ଏମଆର ମଠ ଜମିର କିଛି ଅଂଶରେ ରଘୁନନ୍ଦନ ଲାଇବ୍ରେରୀ ପୁନର୍ନିମାଣ କରାଯିବ । ଏହି ଲାଇବ୍ରେରୀକୁ ଜଗନ୍ନାଥ ସଂସ୍କୃତିର ଏକ ଗବେଷଣା କେନ୍ଦ୍ର ଭାବେ ବିକଶିତ କରାଯିବ । ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି ।
ବାସଗୃହ ପ୍ରକଳ୍ପରେ ବିସ୍ଥାପିତ ପରିବାର ପାଇଁ ମନ୍ଦିରଠାରୁ ଦେଢ଼ କିଲୋମିଟର ଅଞ୍ଚଳ ମଧ୍ୟରେ ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ୬୦୦ ଟି ଘର । ପ୍ରତି ଘରର ବିଲ୍ଟ ଅପ ଏରିଆ ୫୨୦ ବର୍ଗଫୁଟ ହେବ । ଏହି ନିର୍ମାଣ ପାଇଁ ଖର୍ଚ୍ଚ ହେବ ୯୫ କୋଟି ଟଙ୍କା । ଏହି ପ୍ରକଳ୍ପ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଥଇଥାନ ପ୍ୟାକେଜ୍ ରେ ବିସ୍ଥାପିତ ପରିବାର ପାଇଁ ଏହି ପ୍ରତିଶ୍ରୁତି ଦିଆଯାଇଥିଲା ।

ପୂର୍ବରୁ ଅବଢ଼ା ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷା ନଦୀ ପୁନରୁଦ୍ଧାର, ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ, ଅଠରନଳାର ବିକାଶ ଓ ମଠ ବିକାଶ କାର୍ଯ୍ୟ ହେବ । ଏଥିପାଇଁ ଉଦ୍ଦିଷ୍ଟ ପ୍ରକଳ୍ପର ଯୋଜନା ଓ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି । ୫୯୫ କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକ ପାଇଁ ଖୁବ୍ ଶୀଘ୍ର ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରିବାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।
ଲୋକସଭା ଭବନରେ ଅନୁଷ୍ଠିତ ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ୍ କୁମାରଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।
Previous Post

୨୫ ହଜାରିଆ ଅଟୋ ପାଇଁ ୪୭,୫୦୦ ଟଙ୍କା ତଣ୍ଡ

Next Post

୧୧ ଉପଦେଷ୍ଟାଙ୍କୁ ମିଳିଲା ପାହ୍ୟା

Next Post
୧୧ ଉପଦେଷ୍ଟାଙ୍କୁ ମିଳିଲା ପାହ୍ୟା

୧୧ ଉପଦେଷ୍ଟାଙ୍କୁ ମିଳିଲା ପାହ୍ୟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA