Monday, May 25, 2026 10:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୫ ହଜାରିଆ ଅଟୋ ପାଇଁ ୪୭,୫୦୦ ଟଙ୍କା ତଣ୍ଡ

by Our Correspondent
04 Sep, 2019- 11:11 PM
in Latest News, News
1 min read
0
୨୫ ହଜାରିଆ ଅଟୋ ପାଇଁ ୪୭,୫୦୦ ଟଙ୍କା ତଣ୍ଡ
ଭୁୁବନେଶ୍ୱର: ନିଜ ପରିବାରପୋଷଣ ପାଇଁ ୭ ଦିନ ତଳେ ୨୫ ହଜାର ଟଙ୍କା ଦେଇ ପୁରୁଣା ଅଟୋ ଖଣ୍ଡେ କିଣିଥିଲେ କନ୍ଧମାଳର ହାଡ଼ିବନ୍ଧୁ କହଁର । ମାତ୍ର ଟ୍ରାଫିକ୍ ନିୟମ ଭାଙ୍ଗିଥିବାରୁ ଆଜି ପୂରା ଫସିଯାଇଛନ୍ତି । ଅଟୋ ଦାମ୍ ର ଡବଲ୍ ଅର୍ଥ ଜରିମାନା ଦେବେ । କାରଣ ନୂଆ ମୋଟର ଯାନ ଆଇନରେ ପଡ଼ିଛନ୍ତି ସେ । ଭୁବନେଶ୍ୱରରେ ଅଟୋ ଚଳାଉଥିବା ବେଳେ ଆଠ ଆଠଟି ଟ୍ରାଫିକ୍ ନିୟମ ଭାଙ୍ଗିଛନ୍ତି । ଗତ ୧ ତାରିଖରୁ ସମଗ୍ର ଦେଶରେ ନୂଆ ମଟର ଯାନ ଆଇନ ଲାଗୁ ହେବା ପରେ ହାଡ଼ିବନ୍ଧୁଙ୍କ ଜରିମାନା ରାଶିକୁ ସର୍ବବୃହତ୍ତ ଗଣାଯାଉଛି ।
ଆଚାର୍ଯ୍ୟ ବିହାର ନିକଟରେ ଚେକିଂ ହାବୁଡ଼ରେ ପଡ଼ିଥିଲେ ହାଡ଼ିବନ୍ଧୁ । ମଦ ପିଇ ଗାଡ଼ି ଚଳାଉଥିଲେ । ଧରାପଡ଼ିବା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ତାଙ୍କର ଅବସ୍ଥା ହୋଇଥିଲା । ନା ଥିଲା ତାଙ୍କର ଡ୍ରାଇଭିଂ ଲାଇସେନସ୍ ନା ଗାଡ଼ିର କୌଣସି କାଗଜପତ୍ର । ଗୋଟି ଗୋଟି କରି ୮ଟି ଟ୍ରାଫିକ୍ ନିୟମ ଉଲ୍ଲଂଘନରେ ପଡ଼ିଥିଲେ । ଆଉ ସେଥିପାଇଁ ଜରିମାନା ବାବଦକୁ ଅର୍ଥ ପଡ଼ିଥିଲା ୪୭,୫୦୦ ଟଙ୍କା । କେଉଁ ନିୟମ ଉଲ୍ଲଂଘନ ପାଇଁ ହାଡ଼ିବନ୍ଧୁ କେତେ ଟଙ୍କାର ଜରିମାନା ପାଇଛନ୍ତି ନଜର ପକାଇ ଦିଅନ୍ତୁ ।
ସାଧାରଣ ନିୟମ ଖିଲାପ ପାଇଁ ୫୦୦, ଅଣ ଅଧିକୃତ ବ୍ୟକ୍ତି ଦ୍ୱାରା ଅଟୋ ଚାଳନା ପାଇଁ ୫ ହଜାର, ବିନା ଲାଇସେନସ୍ ରେ ଡ୍ରାଇଭିଂ ପାଇଁ ୫ ହଜାର, ମଦ ପିଇ ଡ୍ରାଇଭିଂ ପାଇଁ ୧୦ ହଜାର, ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ୧୦ ହଜାର, ଆରସି ବୁକ୍ ଓ ଫିଟନେସ୍ ସାର୍ଟିଫିକେଟ ନ ଥିବାରୁ ୫ ହଜାର, ପରମିଟ୍ ସର୍ତ୍ତ ଖିଲାପ କରିଥିବାରୁ ୧୦ ହଜାର ଏବଂ ଗାଡ଼ିର ଇନସ୍ୟୁରାନସ୍ ନ ଥିବାରୁ ୨ ହଜାର ଟଙ୍କା ।
ହାଡ଼ିବନ୍ଧୁ ମଦ ପିଇଥିବା ପୁଲିସ ଓ ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି । କହିଛନ୍ତି, ସାଙ୍ଗମାନେ ଡାକି ମଦ ପିଆଇଦେଲେ । ନିଜ ଡ୍ରାଇଭିଂ ଲାଇସେନସ୍ ଓ ଅଟୋର କାଗଜପତ୍ର କାଇଁ ବୋଲି ପଚାରିବାରୁ ତାଙ୍କର ଉତ୍ତର ଥିଲା ଆଜ୍ଞା ସବୁ ଅଛି ହେଲେ ଘରେ ରହିଯାଇଛି । ସୁତରାଂ ଭୁବନେଶ୍ୱରରେ ଅଟୋ ଚଳାଉଥିବା ହାଡ଼ିବନ୍ଧୁ ନିଜ ପାଖରେ ଡ୍ରାଇଭିଂ ଲାଇସେନସ୍ ରଖି ନ ଥିଲେ କି ଅଟୋର କାଗଜପତ୍ର ରଖି ନ ଥିଲେ । ୪୭,୫୦୦ ଟଙ୍କା ଜରିମାନା କେମିତି ଦେବେ ବୋଲି ପଚାରିବାରୁ ସେ ମନା କରିଦେଇଛନ୍ତି । କୋଉଠୁ ଆଣିବି ଆଜ୍ଞା । ୭ ଦିନ ତଳେ ୨୫ ହଜାର ଟଙ୍କା ଦେଇ ଏହି ଅଟୋ କିଣିଛି । ଏବେ ଏତେ ଟଙ୍କାର ଫାଇନ୍ ଯୋଗାଡ଼ କରିପାରିବିନି । ଯାହା ଦଣ୍ଡ ଦେବା କଥା ଦିଅନ୍ତୁ ବୋଲି କହିଛନ୍ତି ।
ସେପଟେ ପରିବହନ ଅଧିକାରୀମାନେ ତାଙ୍କ ଉପରେ ୪୭,୫୦୦ ଟଙ୍କାର ଫାଇନ୍ କାଟିିଛନ୍ତି । ଆଇନ ଅନୁଯାୟୀ ଗରିବ ହାଡ଼ିବନ୍ଧୁ ଏହା ଦେବାକୁ ବାଧ୍ୟ । ହାଡ଼ିବନ୍ଧୁଙ୍କ ଦୁଃଖ ସେତିକିରେ ସରିନାହିଁ । ପୁଲିସ ବି ତାଙ୍କ ଉପରେ କୁଆଡ଼େ ୫ ହଜାର ଟଙ୍କା ଫାଇନ୍ ପକାଇଛି । ଅତଏବ ସବୁ ଜରିମାନା ମିଶିଲେ ହାଡ଼ିବନ୍ଧୁ ସରକାରଙ୍କୁ ଦେବେ ଅଧଲକ୍ଷ ଉପରେ ଟଙ୍କା ।
Previous Post

ବିଜେଡ଼ିର ୨୯ ଜଣିଆ ମିଡ଼ିଆ ଟିମ୍

Next Post

ବଦଳିଯିବ ନକ୍ସା, ଝଲସିବ ଶ୍ରୀକ୍ଷେତ୍ର

Next Post
ବଦଳିଯିବ ନକ୍ସା, ଝଲସିବ ଶ୍ରୀକ୍ଷେତ୍ର

ବଦଳିଯିବ ନକ୍ସା, ଝଲସିବ ଶ୍ରୀକ୍ଷେତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA