Tuesday, January 20, 2026 03:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Entertainment

ବସୁଧା ମାତା କଲ୍ୟାଣ କରନ୍ତୁ, ରଜପର୍ବରେ କରୋନକୁ କାଳ ହେଉ !

by Our Correspondent
13 Jun, 2020- 10:48 PM
in Entertainment, Latest News, News
1 min read
0
ବସୁଧା ମାତା କଲ୍ୟାଣ କରନ୍ତୁ, ରଜପର୍ବରେ କରୋନକୁ କାଳ ହେଉ !
ଗୋପାଳ ସାହୁ, ସ୍ୱତନ୍ତ୍ର ପ୍ରତିନିଧି
ଆମର ବାରମାସ ତେର ଯାତ ଭିତରେ ରଜପର୍ବ ଅନ୍ୟତମ ପ୍ରମୁଖ ପର୍ବ। କାହିଁ କେଉଁ କାଳରୁ, ଗାଁ ଠୁ ସହର, ଅତି ଆନନ୍ଦ ଉଲ୍ଲାସର ସହିତ ରଜପର୍ବ ପାଳନ ହୋଇ ଆସୁଛି। ସମୟକ୍ରମେ ଯଦିଓ ଏଥିରେ କିଛିଟା ଆଧୁନିକତାର ଛାପ ପଡ଼ିଛି କିନ୍ତୁ ସମସ୍ତଙ୍କର ଆନନ୍ଦ ଉଦ୍ଦିପନା ବର୍ଷକୁ ବର୍ଷ ଆହୁରି ବଢ଼ିବାରେ ଲାଗିଛି। ଆମର ଲୋକକଥା ଅନୁସାରେ ରଜପର୍ବ ମୁଖ୍ୟତଃ କୁଆଁରୀ ଝିଅ ମାନଙ୍କର ପର୍ବ ହୋଇଥିଲେ ମଧ୍ୟ ଏହା ଆମର ବିଜ୍ଞାନ ସମ୍ମତ କୄଷି ପ୍ରଧାନ ପରମ୍ପରା ରୀତିନୀତି ଏବଂ କୄଷକ ଭାଇମାନଙ୍କର ପାରମ୍ପରିକ କୄଷିକାର୍ଯ୍ୟ ସହିତ ମଧ୍ୟ ଓତଃପ୍ରୋତ ଭାବେ ଜଡ଼ିତ। ଏବେ କରୋନା ସଙ୍କ୍ରମଣ ଡର, ତାଲାବନ୍ଦ ଜନିତ ଆର୍ଥିକ ଅନାଟନ ଏବଂ ସାଙ୍ଗସାଥି ମେଳକୁ କଟକଣା କିଛିଟା ମନକୁ ଦୁର୍ବଳ କରିଥିଲେ ମଧ୍ୟ ତଥାପି ରଜ ମହାପର୍ବ ପାଇଁ ଗାଁ ଠୁ ସହର ବେଶ୍ ଆନନ୍ଦ ମୁଖର ବାରିହେଉଛି।

ରଜ ଆମ ଓଡ଼ିଶାର ଏକ ପାରମ୍ପାରିକ ଗଣପର୍ବ। ଆଜିକାଲି ଏହା ପ୍ରାୟତଃ ତିନିଦିନ ଧରି ପାଳନ କରାଯାଉଛି କିନ୍ତୁ କେତେକ ଯାଗାରେ ଏହା ଚାରିଦିନ ପାଳନ ହେଉଥିବାର ପରମ୍ପରା ମଧ୍ୟ ଅଛି। ଆମର ପାଞ୍ଜିକାରଙ୍କ ଗଣନା ଅନୁସାରେ ମିଥୁନ ସଂକ୍ରାନ୍ତି ହିଁ ରଜ ସଂକ୍ରାନ୍ତି ଭାବେ ସର୍ବତ୍ର ପରିଚିତ, ଏହା ରଜ ଉତ୍ସବର ଦ୍ଵିତୀୟ ଦିନ। ଏହାର ଆଗ ଦିନ ବା ମାସାନ୍ତକୁ ପହିଲିରଜ ତଥା ରଜ ଉତ୍ସବର ପ୍ରଥମ ଦିନ ଭାବେ ପାଳନ କରାଯାଇଥାଏ। ସଂକ୍ରାନ୍ତି ବାସୀ ବା ତୃତୀୟ ଦିନଟି ହେଉଛି ଭୁଇଁ ଡଅଁଣ ବା ଭୂମିଦାହ ବା ଭୂମି ଦହନ ଏବଂ ଚତୁର୍ଥ ତଥା ଶେଷ ଦିନଟି ହେଉଛି ବସୁମତୀ ସ୍ନାନ। ରଜସଂକ୍ରାନ୍ତି ଦିନଠାରୁ ଚତୁର୍ମାସ୍ୟାର ପ୍ରଥମ ମାସ ଆଶାଢ଼ ଆରମ୍ଭ ଏବଂ ଇନ୍ଦ୍ରଦେବଙ୍କ ଆଜ୍ଞାରେ ଉତପ୍ତ ପୄଥିବୀ ପୄଷ୍ଠକୁ ବର୍ଷାର ଆଗମନ ମଧ୍ୟ ଧିରେ ଧିରେ ଆରମ୍ଭ ହୁଏ।
ରଜ ଶବ୍ଦଟି ରଜବତୀରୁ ଆସିଛି। ରଜବତୀ ଅର୍ଥାତ ୠତୁମତୀ। ବର୍ଷାର ଆଗମନରେ ବସୁଧା ମାତା ରଜବତୀ ହୋଇଥାନ୍ତି ଏବଂ ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ। ଏହି ରଜ ଚାରିଦିନ ବିଶ୍ରାମ ନିଅନ୍ତି ଏବଂ ଜୀବଜଗତର ଖାଦ୍ୟ ଆବଶ୍ୟକତାକୁ ପରିପୂର୍ଣ୍ଣ କରିବା ପାଇଁ ଶସ୍ୟ ଶ୍ୟାମଳା ହେବାର ସଙ୍କେତ ଦେଇଥାନ୍ତି। ଆମର କୄଷି ପ୍ରଧାନ ସଂସ୍କୃତି ଅନୁସାରେ ଆମେ ସମସ୍ତେ ବସୁଧା ମା’ର ସନ୍ତାନ। ତେଣୁ ଏହି ଉପଲକ୍ଷେ ରାଜ୍ୟ ସାରା ଉତ୍ସବ ମୁଖର ହୋଇଉଠେ ଏବଂ ଆମେ ସମସ୍ତେ ଅପୁର୍ବ ଆନନ୍ଦ ଉଲ୍ଲାସରେ ଏହି ଗଣପର୍ବ ବା ମହାପର୍ବ ପାଳିଥାଉ। ଏହି ଚାରି ଦିନରେ ଚାଷୀଭାଇମାନେ ମଧ୍ୟ ବସୁମତୀ ଏବଂ ହଳଲଙ୍ଗଳ ପୁଜାପୁଜି କରିବା ସହ ଚାଷ କାମକୁ ବନ୍ଦ ରଖି ରଜ ମଉଜରେ ଆନନ୍ଦ ନିଅନ୍ତି।
ରଜ ମହୋତ୍ସବ ବିଶେଷ କରି ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୁତନ ଶକ୍ତି ଜାଗ୍ରତ କରିଥାଏ। ଘରର ସମସ୍ତ ମହିଳା ଘରକାମ ଇତ୍ୟାଦିରୁ ବିରତି ନେଇ ନୁତନ ବସ୍ତ୍ର ପରିଧାନ କରନ୍ତି ଏବଂ ଆନନ୍ଦ ଉତ୍ସବକୁ ଉପଭୋଗ କରିଥାନ୍ତି। ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି। ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ବିଶ୍ରାମ ମିଳିଥାଏ ତାଙ୍କୁ ।

ଏହି ମହୋତ୍ସବକୁ ମୁଖ୍ୟତଃ କୁମାରୀ ଝିଅମାନେ ସବୁଠାରୁ ଅଧିକ ଉପଭୋଗ କରନ୍ତି। ରଜ ଚାରିଦିନ ରଜବତୀ ନାରୀ ଭାବରେ ଧରଣୀମାତାକୁ କଷ୍ଟ ନଦେଇ ଭୂମି କର୍ଷଣ ନକରି ବିଶ୍ରାମ ଦେଲାଭଳି ମହିଳା ମାନେ କଟା ବଟା ଆଦି ଘରକାମ ନକରି ମହିଳା ଓ କୁମାରୀମାନେ ବିଶ୍ରାମ କରନ୍ତି। ଭଳିକି ଭଳି ନୁଆ ପୋଷାକ ପରିଚ୍ଛେଦ ପରିଧାନ ସହିତ ବିଭିନ୍ନ ଆଭୂଷଣରେ ସଜ୍ଜିତ ହୁଅନ୍ତି। ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରନ୍ତି। ଏହି ଦିନ ମାନଙ୍କରେ ବସୁଧା ମା’କୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ନଚାଲିବାର ପରମ୍ପରା ମଧ୍ୟ ଅଛି। କୁମାରୀ ଝିଅ ମାନେ ଗୁଆ ପତ୍ର ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚଲାବୁଲା କରିବା ବିଧି ରହିଛି। ରଜ ମହୋତ୍ସବ ଉପଭୋଗ କରିବାରେ ମଧ୍ୟ ପୁଅମାନେ ଉଣାକରନ୍ତି ନାହିଁ, ଲୁଡ଼ୁ, ତାସ୍, ପସା ଏବଂ ବାଗୁଡ଼ି ଆଦି ଖେଳି ରଜ ସମୟରେ ଭରପୁର ମଜା କରିଥାନ୍ତି।

ସୁଆଦିଆ ପୋଡ଼ପିଠା ଏବଂ ମିଠାପତ୍ର ପାନ ମଧ୍ୟ ରଜ ମହୋତ୍ସବ ପାଳନ ଆନନ୍ଦକୁ ବହୁଗୁଣିତ କରିଥାଏ। ପୋଡ଼ ପିଠା ଏବଂ ସରୁ ଚକୁଳି ସହିତ ସ୍ଥାନ ବିଶେଷରେ ଆମିଷ ନିରାମିଷ ବ୍ୟଞ୍ଜନ ପ୍ରତ୍ୟେକ ଓଡ଼ିଆ ଘରର ପ୍ରୀୟ ଖାଦ୍ୟ। ରଜଚାରିଦିନ ମହିଳା ଓ କୁମାରୀମାନେ ବନ୍ଧୁ ବାନ୍ଧବ ସମ୍ପର୍କୀୟ ସମସ୍ତେ ଏକତ୍ର ପୋଡ଼ପିଠା, ଚକୁଳି, ଡାଲେମା, ତରକାରୀ ଏବଂ ବିଭିନ୍ନ ପାରମ୍ପରିକ ଓଡ଼ିଆ ଖାଦ୍ୟ ସେବନ ସହିତ ଭୋଜନ ଶେଷରେ ତାମ୍ବୁଳ ବା ପାନ ସେବା ଓଡ଼ିଶାରେ ଏକ ପୁରାତନ ପରମ୍ପରା। ଆମର ଆରାଧ୍ୟ ଠାକୁର ମହାପ୍ରଭୁ ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି। ତେଣୁ ତାମ୍ଵୁଳ ବା ପାନ ରଜ ସହିତ ଯୋଡ଼ିହୋଇ ରହିଛି। ଏହା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିଥାଏ। ରଜରେ କୁମାରୀ ଝିଅମାନେ ପରସ୍ପରକୁ ପାନ ଦେଇଥାନ୍ତି। ଆଜି କାଲି ମହିଳା ଓ କୁମାରୀମାନେ ବିଭିନ୍ନ ପ୍ରକାରର ଲବଙ୍ଗ ଦିଆ ମିଠାପତ୍ର ତିନିଭଙ୍ଗୀ ଚାରିଭଙ୍ଗୀ ଅତରଛିଞ୍ଚା ପାନ ପରସ୍ପରକୁ ଦିଆନିଆ କରୁଛନ୍ତି। ଗାଁ ଗହଳିରେ ପାନ ବିଷୟରେ ମଧ୍ୟ ସୁନ୍ଦର ଢ଼ଗଟିଏ ଅଛି:-
ପାନଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ,
ରାଜା ହୋଇଗଲା ରଜରେ।
ପୁରାଣ ଶାସ୍ତ୍ର ଅନୁସାରେ ମିଥିଳା ରାଜ୍ୟରେ ଅନେକ ବର୍ଷ ଧରି ବର୍ଷା ହେଲା ନାହିଁ। ମିଥିଳାବାସୀ ତ୍ରାହି ତ୍ରାହି ଡାକିଲେ। ସେତେବେଳେ ମିଥିଳା ରାଜ୍ୟର ରାଜାଥିଲେ ପରମ ପ୍ରଜାବତ୍ସଳ ମହାରାଜା ଜନକ। ପ୍ରଜାଙ୍କର ଦୁଃଖଦୁର୍ଦଶା ଦେଖି ମହାରାଜା ଜନକ ଜ୍ୟୋତିଷମାନଙ୍କର ପରାମର୍ଶ ଲୋଡ଼ିଲେ। ଜ୍ୟୋତିଷମାନେ ମତଦେଲେ ମହାରାଜା ନିଜେ ହଳଲଙ୍ଗଳ ଯୋଚି ଭୂମି କର୍ଷଣ କଲେ ହିଁ ଇନ୍ଦ୍ରଦେବ ବୄଷ୍ଟି କରିବେ। ପ୍ରଜାଗଣଙ୍କର ହିତ ପାଇଁ ମହାରାଜା ଜନକ ନିଜେ ହଳ ଯୋଚିବାରୁ ଇନ୍ଦ୍ରଦେବତା ସନ୍ତୁଷ୍ଟ ହେଲେ ଏବଂ ମୂଷଳ ଧାରାରେ ବର୍ଷା ହେବାକୁ ଲାଗିଲା। ମିଥିଳାବାସୀ ଆନନ୍ଦ ଉଲ୍ଲାସରେ ଗୀତ ଗାଇ ନାଚିଲେ। ସମଗ୍ର ମିଥିଳା ରାଜ୍ୟରେ ନାଚଗୀତର ମହାପର୍ବ ପାଳନ ହେଲା। ପୌରାଣିକ ମତାନୁଯାୟୀ ସେହି ଦିନଠୁଁ ରଜ ପର୍ବର ଆରମ୍ଭ ବୋଲି ବିଶ୍ୱାସ କରାଯାଏ।
ଶ୍ରୀମନ୍ଦିରରେ ମଧ୍ୟ ସପ୍ତାବରଣଙ୍କ ମଧ୍ୟରେ ଭୂଦେବୀ ବା ମୁର୍ତ୍ତିକା ଦେବୀ ଥିବାରୁ ଖୁବ ରୀତିନୀତି ସହ ରଜପର୍ବ ପାଳନ କରାଯାଏ। ଏହି ସମୟରେ ଅନେକ ସ୍ଥାନରେ ଗୀତା- ଭାଗବତ ପାଠ ପାରାୟଣ ପ୍ରବଚନ ଇତ୍ୟାଦି ମଧ୍ୟ ଅନୁଷ୍ଠିତ ହୁଏ। ରଜ ଚାରିଦିନ ମାତୃଶକ୍ତି ଉପାସନା ପାଇଁ ମଧ୍ୟ ଅତ୍ୟନ୍ତ ଉପକୂଳ। ଓଡ଼ିଶାର ବହୁ ପ୍ରାଚୀନ କାଳରୁ ଝଂକଡ଼ରେ ଦେବୀ ସାରଳା, ଯାଜପୁରରେ ଦେବୀ ବିରଜା, ବାଙ୍କୀରେ ଦେବୀ ଚର୍ଚ୍ଚିକା, ଭୁଷଣ୍ଡପୁରର ମା ଉଗ୍ରତାରା, ଖୋର୍ଦ୍ଧାଗଡ଼ର ମା ବରୁଣେଇ ଏବଂ ଭୁବନେଶ୍ୱର ସନ୍ନିକଟ ମା ଚଉଷଠି ଯୋଗିନୀ ମା ମହାମାୟାଙ୍କର ଏହି ଅବସରରେ ବିଶେଷ ପୂଜାକାର୍ଯ୍ୟ କରାଯାଏ। ବିଭିନ୍ନ ବୈଷ୍ଣବ ଧର୍ମାବଲମ୍ବୀ ସାଧୁସନ୍ଥ ମାନେ ମଧ୍ୟ ଏହିଦିନଠାରୁ ଭ୍ରମଣ ପ୍ରଚାର ସଂକୀର୍ତ୍ତନକୁ ସ୍ଥଗିତ ରଖି ଚତୁର୍ମାସ୍ୟା ବ୍ରତ ପାଳନ କରନ୍ତି। ଓଡ଼ିଶାରେ ରଜପର୍ବର ଆଉ ଗୋଟିଏ ବିଶେଷତ୍ୱ ହେଲା ଲୋକମାନେ ତାଙ୍କର ବିବାହିତ ଝିଅର ଶାସୁ ଘରକୁ ନୁଆ ବସ୍ତ୍ର, ବିଭିନ୍ନ ସାମଗ୍ରୀ ଏବଂ ଆମ୍ବ ପଣସର ପସରା ପଠେଇ ମଙ୍ଗଳ କାମନା କରିଥାନ୍ତି।
ଆଗବର୍ଷ ମାନଙ୍କ ଭଳି ଏଥର କିନ୍ତୁ ସମସ୍ତଙ୍କ ମନରେ ସେଇ ହରସ ଆଉ ନାହିଁ। ନୁଆ ଲୁଗାପଟା କିଣାକିଣି ସ୍ଵାଦିଷ୍ଟ ବ୍ୟଞ୍ଜନ ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କରୋନା କଟକଣାରେ ଆମେ ଅସ୍ତବ୍ୟସ୍ତ। ମହାମାରୀ ସାଙ୍ଗରେ ଅଭାବ ଅନାଟନ ଆମର ତଣ୍ଟି ଚିପିଲାଣି।
ଭୋକିଲା ପେଟ ଶୁଖିଲା ତଣ୍ଟିରେ ପିଲାଏ କେମିତି ବୋଲିବେ…
ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ।।
ଥିଲାବାଲା ତାଲାବନ୍ଦ ଯୋଗୁଁ କିଣାକିଣି କରିବାକୁ ଅକ୍ଷମ ତ, ନଥିଲା ବାଲା ବସୁଧା ମା’କୁ ସୁମରି ସୁମରି ନିଜର ଏବଂ ପରିବାରର ଜୀବନ ଜୀବିକାର ଭିକ୍ଷା ମାଗୁଛି। ବଞ୍ଚି ଥିଲେ ପାଇ, ଆର ବର୍ଷକୁ ଆହୁରି କେତେ ଆନନ୍ଦ ଉଲ୍ଲାସ ପୋଡ଼ପିଠା କେତେ କ’ଣ। ସମସ୍ତଙ୍କୁ ରଜମହୋତ୍ସବ ଉପଲକ୍ଷେ ଅଜସ୍ର ଶୁଭ କାମନା। ବସୁଧା ମାତା କଲ୍ୟାଣ କରନ୍ତୁ ମହାମାରୀ କରୋନାକୁ କାଳହେଉ, ସଂସାର ପୁଣି ହସଖୁସିରେ ଭରିଉଠୁ।
(ସ୍ୱତନ୍ତ୍ର ପ୍ରତିନିଧିଙ୍କ ଯୋଗାଯୋଗ ନଂ 7978394203 )
Previous Post

ଫେରୁଛନ୍ତି ବିଜୟ ମହାନ୍ତି

Next Post

ବଲିଉଡ୍ ସ୍ତବ୍ଧ: ୟଙ୍ଗ୍ ସୁପରଷ୍ଟାର୍ ସୁଶାନ୍ତ ରାଜପୁତଙ୍କ ଆତ୍ମହତ୍ୟା

Next Post
ବଲିଉଡ୍ ସ୍ତବ୍ଧ: ୟଙ୍ଗ୍ ସୁପରଷ୍ଟାର୍ ସୁଶାନ୍ତ ରାଜପୁତଙ୍କ ଆତ୍ମହତ୍ୟା

ବଲିଉଡ୍ ସ୍ତବ୍ଧ: ୟଙ୍ଗ୍ ସୁପରଷ୍ଟାର୍ ସୁଶାନ୍ତ ରାଜପୁତଙ୍କ ଆତ୍ମହତ୍ୟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19150 shares
    Share 7660 Tweet 4788
  • ନବୀନ..ନବୀନ, ମୋହନ..ମୋହନ

    16594 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA