Thursday, April 30, 2026 01:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପି ପାଇଁ ବୈଜୟନ୍ତ ଆସେଟ୍ ନା ଲାଏବିଲିଟି ?

by Our Correspondent
05 Mar, 2019- 06:40 PM
in Latest News, News, Politics, Story Of The Week
1 min read
0
ବିଜେପି ପାଇଁ ବୈଜୟନ୍ତ ଆସେଟ୍ ନା ଲାଏବିଲିଟି ?
ଭୁବନେଶ୍ୱର: ବିଜେପିର ଶରଣ ନେଇଥିବା ବୈଜୟନ୍ତ ପଣ୍ଡା ଦଳ ପାଇଁ ଆସେଟ୍ ନା ଲାଏବିଲିଟି? ବୈଜୟନ୍ତଙ୍କୁ ଜଣେ ‘ଦାଗୀ’ ବ୍ୟକ୍ତି କୁହାଯାଉଥିବା ବେଳେ ବିଜେପି ତାଙ୍କୁ ଆପଣେଇଲା କେମିତି? ନୀତି ଓ ନୈତିକତା କଥା କହୁଥିବା ବିଜେପି ଗିଭ୍ ଆଣ୍ଡ ଟେକ୍ ଥିଓରିକୁ ଆପଣେଇଲା କି? ବୈଜୟନ୍ତଙ୍କ ପାଖରେ ପ୍ରଚୁର ଅର୍ଥ, ପ୍ରତିପତ୍ତି ସାଙ୍ଗକୁ ମିଡ଼ିଆ ଥିବାରୁ ବିଜେପି ଏହାର ବ୍ୟବହାର କରିବ । ପ୍ରତିବଦଳରେ ବୈଜୟନ୍ତଙ୍କୁ ସାଂସଦ କରାଇ ତାଙ୍କର ଦିଲ୍ଲୀ ପ୍ରତିପତ୍ତି ରକ୍ଷା କରିବ । ତାଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସୁରକ୍ଷା ଦେଇ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ । ଏୟା କି?
ବୈଜୟନ୍ତଙ୍କ ରାଜନୈତିକ ଓ ବ୍ୟବସାୟିକ କାର୍ଯ୍ୟକଳାପକୁ ଭଲଭାବେ ଜାଣିଥିବା ଲୋକଙ୍କ ମଧ୍ୟରେ ଏବେ ଏହି ଚର୍ଚ୍ଚା ।

ରାଜନୀତିରେ ରୁଚି ରଖୁଥିବା ଓଡ଼ିଶାର ସାଧାରଣ ବ୍ୟକ୍ତିଟିଏ ମଧ୍ୟ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ଚରିତ୍ର ପଂଜିକା ଉଣା ଅଧିକେ କହି ଦେଇପାରିବେ । ଲୋକେ ଜାଣିଛନ୍ତି, କ୍ଷମତାକୁ ପୁଂଜି କରି ବ୍ୟବସାୟିକ ଫାଇଦା ହାସଲ କଳାରେ ବୈଜୟନ୍ତ ବେଶ୍ ପାରଙ୍ଗମ । ବିଜୁ ଜନତା ଦଳରେ ପ୍ରଥମ ପଦାର୍ପଣରୁ ହିଁ ସେ ସଫଳତାର ଶୀର୍ଷ ଛୁଇଁଥିଲେ । ନବୀନ ପଟ୍ଟନାୟକଙ୍କ ଆର୍ଶିବାଦ ତାଙ୍କୁ ପରାକ୍ରମୀ କରିଦେଲା । କ୍ଷମତାର ଢ଼ାଲରେ ନେଇ ଚାଲିଲେ ବ୍ୟବସାୟିକ ଫାଇଦା । ଘରୋଇ ମାଲିକାନାରେ ଥିବା ‘ଇମଫା’ ନାଁରେ ୨୩୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଛାଡ,୪୮୦ କୋଟି ଟଙ୍କାର ବିଜୁଳି ବିଲ୍ ବାକି ସୁବିଧା, ଚୌଦ୍ୱାର ମ୍ୟୁନିସିପାଲିଟିରୁ ଇମଫା ଶିଳ୍ପାଞ୍ଚଳ ବାବଦ ହୋଲଡିଂ ଟିକସ ରିହାତି ସୁବିଧା, ଭୁବନେଶ୍ୱର ମହାନଗର ନିଗମରୁ ବିଦୁ୍ୟତ ଖୁଣ୍ଟିରେ କେବୁଲ ତାର ଟାଣିବା ବାବଦ ଦେୟ ରିହାତି ସୁବିଧା ହାସଲ କଲେ । ଓରଟେଲ୍ ର ଏକଚାଟିଆ କେବୁଲ୍ ସାମ୍ରାଜ୍ୟ ବିସ୍ତାରଠାରୁ ଆରମ୍ଭ କରି ଖଣି, କ୍ରସର୍, ଠିକାଦାରୀ କାର୍ଯ୍ୟରେ ଘରୋଇ ମାଲିକାନା ସଂସ୍ଥାର ଦବଦବା ରଖିଲେ ।

ଖାଲି ଓଡ଼ିଶାରେ ନିଜର ବ୍ୟବସାୟିକ ସ୍ୱାର୍ଥ ହାସଲକୁ ବୈଜୟନ୍ତ ସୀମିତ କରିନାହାନ୍ତି । ନିକଟରେ ଇଂରାଜୀ ଜାତୀୟ ଖବରକାଗଜ ‘ଇଣ୍ଡିଆନ୍ ଏକ୍ସପ୍ରେସ୍’ ତାଙ୍କ କଳାଟଙ୍କା ବେପାରର ଗୁମର ଖୋଲିଦେଇଛି । ଟିକସର ସ୍ୱର୍ଗ କୁହାଯାଉଥିବା ବାହାମାସ୍ ରେ ଭୂତ କମ୍ପାନୀ ବାଟ ଦେଇ ସେ ନିଜର କଳା ଟଙ୍କାକୁ କୁଆଡ଼େ ଧଳା କରୁଥିଲେ । ଆୟକର ବିଭାଗ ପାଖରେ ଏହି ଅଭିଯୋଗ ପହଞ୍ଚିଛି ଏବଂ ପ୍ରିଭେନସନ୍ ଅଫ ମନି ଲଣ୍ଡରିଂ ଆକ୍ଟ, ବ୍ଲାକ୍ ମନି ଆକ୍ଟ ଏବଂ ଇନକମ୍ ଟାକ୍ସ ଆକ୍ଟରେ ବୈଜୟନ୍ତ କାର୍ଯ୍ୟାନୁଷ୍ଠାନର ସାମନା କରିବେ ବୋଲି ସେହି ଖବରକାଗଜ ଲେଖିଥିଲା । ନିକଟରେ ଲୋକସଭାରେ ଏହି ପ୍ରସଙ୍ଗ ଉଠିସାରିଛି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଏହା ଜାଣିନାହାନ୍ତି କହି ଫାଙ୍କିପାରିବେ ନାହିଁ ।
୨୦୧୭ ଅଗଷ୍ଟ ମାସରେ ବୈଜୟନ୍ତଙ୍କ ବିରୋଧରେ ଅନ୍ୟ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ.. ପି. ଚିଦାମ୍ବରମ୍ ଙ୍କ ପରିବାର ସହ ବୈଜୟନ୍ତ ପଣ୍ଡାଙ୍କର ଅସାଧୁ ବ୍ୟବସାୟ ଅଛି । ବୈଜୟନ୍ତ ପଣ୍ଡାଙ୍କ ପରିବାରର ଇମଫା କମ୍ପାନୀରେ ଲାଗିଛି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ପରିବାର ଟଙ୍କା । ଇମଫାର ସେୟାର ହୋଲଡର ତାଲିକାରେ ଅଛନ୍ତି ଚିଦାମ୍ବରମ୍ ଙ୍କ ପତ୍ନୀ ନଳିନୀ । ଖାଲି ସେତିକି ନୁହଁ, ଚିଦାମ୍ବରମ୍ ଙ୍କ ପୁଅ କାର୍ତ୍ତୀଙ୍କ ସହ ବୈଜୟନ୍ତଙ୍କର ବ୍ୟବସାୟ ସମ୍ପର୍କ ଅଛି । ବୈଜୟନ୍ତଙ୍କ ପତ୍ନୀଙ୍କ ପରିଚାଳନାରେ ଥିବା ଓରଟେଲ୍ ସଂସ୍ଥା ପାଇଁ ବିଦେଶୀ ଟଙ୍କା ଯୋଗାଡରେ ସାହାଯ୍ୟ କରିଥିଲେ କାର୍ତ୍ତୀ । ଓରଟେଲ୍ ସଂସ୍ଥାକୁ ଫରେନ୍ ଇନଭେଷ୍ଟମେଣ୍ଟ ପ୍ରମୋସନ୍ ବୋର୍ଡର ଅନୁମତି ଆଣିବାରେ କାର୍ତ୍ତୀଙ୍କ ମୁଖ୍ୟ ଭୂମିକା ଥିଲା । ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିବା ବେଳେ କାର୍ତ୍ତୀ ବାପାଙ୍କ କ୍ଷମତା ପ୍ରୟୋଗ କରି ବୈଜୟନ୍ତଙ୍କ ଏହି ମିଡ଼ିଆ କମ୍ପାନୀକୁ ସହଯୋଗ ଢ଼ାଳିଥିଲେ ।
ତାଙ୍କର ଅଭିଯୋଗ ଥିଲା, ଦେଶର ବିଭିନ୍ନ ସ୍ଥାନରେ ବୈଜୟନ୍ତଙ୍କର ବହୁ ବେନାମୀ କମ୍ପାନୀ ରହିଛି । ଏହା ଜରିଆରେ ସେ ପ୍ରଚୁର କଳାଟଙ୍କା ଅର୍ଜନ କରିଛନ୍ତି । ସେସବୁର ତଦନ୍ତ ପାଇଁ ଶ୍ରୀ ଯୋଗୀ ଦାବି କରିଥିଲେ । ଆଶ୍ଚର୍ଯ୍ୟର କଥା, ସେଦିନ ବୈଜୟନ୍ତ ଏହି ଅଭିଯୋଗର କୌଣସି ଜବାବ ନ ଦେଇ ଚୁପ୍ ରହିଥିଲେ । ତାଙ୍କ ଟୁଇଟର୍ ହାଣ୍ଡଲ୍ ଚାଲି ନ ଥିଲା । ଶ୍ରୀ ଯୋଗୀଙ୍କ ଅଭିଯୋଗ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଏବଂ ବିଜେପି ଅଧ୍ୟକ୍ଷ ଯେ ଜାଣି ନ ଥିବେ ବିଶ୍ୱାସ ହେଉନାହିଁ ।
କିଛି ବୁୁଦ୍ଧୀଜୀବୀଙ୍କ ମତରେ, ବିଜେଡ଼ିରେ ୨୨ ବର୍ଷ ଧରି ମହୁ ଖାଇଛନ୍ତି ବୈଜୟନ୍ତ ପଣ୍ଡା । ଅଖଣ୍ଡ କ୍ଷମତା ଓ ପ୍ରତିପତ୍ତି ହାସଲ କରିଛନ୍ତି । ସେତେବେଳେ ବିଜେଡ଼ି ଓ ନବୀନ ପଟ୍ଟନାୟକ ଭଲ ଥିଲେ । ମାତ୍ର ସ୍ୱାର୍ଥରେ ବାଧା ଆସିଲା ପରେ ସେହି ବିଜେଡ଼ି ଓ ନବୀନ ଖରାପ ହୋଇଛନ୍ତି । ସରକାରରେ ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦି ବଢ଼ିଥିବା ଅନୁଭବ କରୁଛନ୍ତି । ତେବେ ନିଜର ଅତୀତକୁ ବୈଜୟନ୍ତ ଭୁଲିଯିବା ଉଚିତ ନୁହେଁ । ବ୍ୟବସାୟିକ ପ୍ରତିଦ୍ୱନ୍ଦୀ ଇଟିଭିର ଲୋକପ୍ରିୟତା ତାଙ୍କୁ କେମିତି ବିଗାଡ଼ିଥିଲା ଏବଂ ଇଟିଭିକୁ ତାଙ୍କ ରାସ୍ତାରୁ ସଫା କରିବାକୁ ଯାଇ ସଂପୃକ୍ତ କେବୁଲ କର୍ମଚାରୀଙ୍କ ଉପରେ ପଣ୍ଡା ଗୁଣ୍ଡାବାହିନୀ କିଭଳି ଆତଙ୍କରାଜ ଚଳାଇଲେ ତାହା କେହି ଭୁଲିନାହାନ୍ତି । କେବୁଲ୍ ଗ୍ରାହକଙ୍କଠାରୁ ପଇସା ଆଦାୟ କରିବାରେ ତାଙ୍କ ସଂସ୍ଥାର ଗୁଣ୍ଡାଗର୍ଦ୍ଦି ଲୋକେ ଦେଖିଛନ୍ତି ।
ପ୍ରଶ୍ନ ଉଠୁଛି, ବୈଜୟନ୍ତଙ୍କ ଏହି କାର୍ଯ୍ୟକଳାପ କାହାରିକୁ କ’ଣ ଅଛପା? ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗ କ’ଣ ମିଛ? ଦୁଇ ଦଶନ୍ଧୀ ଧରି ବୈଜୟନ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷା ଦେଇଥିବା କ’ଣ ମିଛ? ବିଜେଡ଼ି ସରକାରଙ୍କର ରାଜ୍ୟବାସୀଙ୍କୁ ଏହା ପ୍ରତାରଣା ନ ଥିଲା କି? ଏବେ ବିଜେପି ସେହି ବ୍ୟକ୍ତିଙ୍କୁ ଶରଣ ଦେଇ ନବୀନଙ୍କ ଭୁଲ୍ କୁ ଦୋହରାଉନି କି? ଆଗାମୀ ଦିନରେ ବିଜେପିକୁ ଏହାର ଜବାବ ଦେବାକୁ ପଡ଼ିବ ।
Previous Post

ହାରିବା ଡରରେ ନ ଲଢ଼ିବାର ନିଷ୍ପତ୍ତି !

Next Post

ପ୍ରତିଶ୍ରୁତି ପୂରଣ କରିଛୁ, ଭବିଷ୍ୟତରେ କରିବୁ: ମୁଖ୍ୟମନ୍ତ୍ରୀ

Next Post
ପ୍ରତିଶ୍ରୁତି ପୂରଣ କରିଛୁ, ଭବିଷ୍ୟତରେ କରିବୁ: ମୁଖ୍ୟମନ୍ତ୍ରୀ

ପ୍ରତିଶ୍ରୁତି ପୂରଣ କରିଛୁ, ଭବିଷ୍ୟତରେ କରିବୁ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA