Thursday, April 30, 2026 12:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ହାରିବା ଡରରେ ନ ଲଢ଼ିବାର ନିଷ୍ପତ୍ତି !

by Our Correspondent
05 Mar, 2019- 04:11 PM
in Latest News
1 min read
0
ହାରିବା ଡରରେ ନ ଲଢ଼ିବାର ନିଷ୍ପତ୍ତି !
ଭୁବନେଶ୍ୱର: ମୋର ଟିକେଟ କାଟିବାକୁ କାହାର ଦମ୍ ନାହିଁ । ହେଲେ ମୁଁ ଏଥର ଲଢ଼ିବିନି । ସାମ୍ବାଦିକତାରେ ମନ ଦେବି । ଢ଼େଙ୍କାନାଳର ବିଜେଡ଼ି ସାଂସଦ ତଥାଗତ ଶତପଥୀଙ୍କ ଏହି ଘୋଷଣା ରାଜନୈତିକ ମହଲରେ କୌତୁହଳ ସୃଷ୍ଟି କରିଛି । ତାଙ୍କ ପୁଅ ଚାପରେ ସେ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଉଥିବା ସଫେଇ ଦେଇଥିବା ବେଳେ ରାଜନୀତି ଛାଡ଼ି ସାମ୍ବାଦିକତା କରିବାକୁ ପୁଅ ଚାହିଁଥିବା କହିଛନ୍ତି ।
ତେବେ ତଥାଗତ ଯାହା କହୁଛନ୍ତି ସତ ତ? ୨୦୦୪ ମସିହାରୁ ବିଜେଡ଼ି ସାଂସଦ ଭାବେ ସେ ଢ଼େଙ୍କାନାଳ ଆସନରୁ ନିର୍ବାଚିତ ହେଉଛନ୍ତି । ଲୋକସମ୍ପର୍କ ଥାଉ କି ନ ଥାଉ ଟିକେଟ ବଣ୍ଟା ବେଳକୁ ନବୀନ ନିବାସରୁ ଟିକେଟ ନେଇ ଯାଉଛନ୍ତି । ଅଞ୍ଚଳରେ ତାଙ୍କ ଲୋକପ୍ରିୟତାକୁ ବିଚାର ନ କରି ଏକ ପ୍ରତିଷ୍ଠିତ ଖବରକାଗଜ ମାଲିକ ଭାବେ ନବୀନଙ୍କ ପାଇଁ ସେ ଦରକାରୀ ରହି ଆସିଛନ୍ତି । ୨୦୦୪ ରେ ନିଜ ‘ଧରିତ୍ରୀ’ ଖବରକାଗଜର ସମ୍ପାଦକ ଥିଲେ । ୨୦୧୯ ରେ ବି ଅଛନ୍ତି । ସାଂସଦ ଭାବେ ୧୫ ବର୍ଷ କାଟିବା ପରେ ରାଜନୀତିରୁ ମନ ଛଡ଼େଇ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା ପ୍ରେମରେ ପଡ଼ିଥିବା ତଥାଗତ କହୁଛନ୍ତି ।
ତଥାଗତଙ୍କ ନିଷ୍ପତ୍ତି ପଛରେ ସେ ଦର୍ଶାଉଥିବା କାରଣକୁ ରାଜନୈତିକ ମହଲ ଜମାରୁ ବିଶ୍ୱାସ କରୁନାହାନ୍ତି । ତାହା ପଛରେ ବିଭିନ୍ନ କାରଣ ଚର୍ଚ୍ଚା ହେଉଛି ।
(୧) ମୁଖ୍ୟ କାରଣ, ତଥାଗତ ଭଲଭାବେ ଜାଣିଛନ୍ତି ଯେ ସେ ଏଥର ନିର୍ବାଚନ ଜିତପାରିବେ ନାହିଁ । କାରଣ ଅଞ୍ଚଳରେ ତାଙ୍କର ଲୋକସମ୍ପର୍କ ଆଦୌ ନାହିଁ କହିଲେ ଚଳେ । ଡରେଇ ମରେଇ ନବୀନଙ୍କଠାରୁ ଟିକେଟ ନେଇଯିବେ ସତ ହେଲେ ଜିତି ପାରିବେ ନାହିଁ । ଥରେ ହାରିଗଲେ ସଫା । ଆଉ କାହା ଆଗରେ ହେଉ ନ ହେଉ, ନିଧି ସାମଲଙ୍କ ଆଗରେ ମୁହଁ ଟେକି ଚାଲିପାରିବେ ନାହିଁ ।
କାହିଁକି ଜିତିପାରିବେନି?
ନିର୍ବାଚନମଣ୍ଡଳୀରେ ତଥାଗତଙ୍କ ଲୋକସମ୍ପର୍କ ତ ନାହିଁ ନାହିଁ । ଜିଲ୍ଲାରେ ବିଧାୟକମାନଙ୍କ ସହ ବି ସମ୍ପର୍କ ନାହିଁ । ଢ଼େଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡ଼ିର ବିଧାୟକ ଥିଲେ ମଧ୍ୟ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମା ନାୟକ ଏବଂ ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କ ଛଡ଼ା ବିଧାୟକମାନଙ୍କ ସହ ତାଙ୍କର ଅହିନକୂଳ ସମ୍ପର୍କ । ପୁନର୍ବାର ପ୍ରାର୍ଥୀ ହେଲେ ନିଜ ଦଳର ଏହି ବିଧାୟକମାନଙ୍କ ସହଯୋଗ ପାଇବେ ନାହିଁ । ଓଲଟି ସେମାନେ ହରାଇ ଦେବେ ବୋଲି ତଥାଗତ ଭୟ କରୁଛନ୍ତି । ହାରିବା ଅପେକ୍ଷା ଆଗୁଆ ନିରାପଦ ବାଟ ବାଛିନେବାକୁ ସେ ପସନ୍ଦ କରିଥାଇପାରନ୍ତି ।
(୨) ଢ଼େଙ୍କାନାଳରୁ ଏଥର ଆଉ ଟିକେଟ ପାଇବେନି ଏକଥା ତଥାଗତ ଜାଣିସାରିଥିଲେ । ତେଣୁ ଟିକେଟରୁ ବଞ୍ଚିତ ହୋଇ ଅପମାନିତ ସହିବା ଅପେକ୍ଷା ଆଗୁଆ ବାଟ କାଟିଦେବା ଭଲ ଭାବି ସେ ନ ଲଢ଼ିବାର ନିଷ୍ପତ୍ତି ନେଇଛନ୍ତି ।
(୩) ଲୋକସଭା ପାଇଁ ନିଜର ଭବିଷ୍ୟତ ମାଡ଼ ଖାଉଥିବା ଜାଣି ରାଜ୍ୟସଭା ଉପରେ ଆଖି ପକାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ସଲାସୁତୁରାରେ ରହିବେ । ନିର୍ବାଚନ ବେଳେ ବିଜେଡ଼ିକୁ କ୍ଷତି ହେଲା ଭଳି କୌଣସି କାର୍ଯ୍ୟ କରିବେନି । ନବୀନଙ୍କ ବିଶ୍ୱାସଭାଜନ ହିଁ ତାଙ୍କୁ ରାଜ୍ୟସଭାରେ ପହଞ୍ଚାଇବ । ଚତୁର ତଥାଗତଙ୍କର ଏହା ହେଉଛି ଚାଲ୍ ।
(୪) ତଥାଗତ ବିଜେପି ସହ ଭିତିରିଆ ସମ୍ପର୍କରେ ଅଛନ୍ତି । ବୈଜୟନ୍ତ ପଣ୍ଡାଙ୍କ ସହ ବନ୍ଧୁତା ଜମେଇ ସାରିଛନ୍ତି । ଢ଼େଙ୍କାନାଳରେ ବୈଜୟନ୍ତ ପ୍ରାର୍ଥୀ ହେଲେ ତଥାଗତ ତାଙ୍କୁ ଭିତିରିଆ ସମର୍ଥ କରିବେ । ସାଧାରଣ ନିର୍ବାଚନ ସରିଲା ପରେ ରାଜ୍ୟସଭା ବିଜେଡ଼ି ଟିକେଟକୁ ଅପେକ୍ଷା କରିବେ । ନ ପାଇଲେ, ବିଜେପିକୁ ଡେଇଁବେ । ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେବେ ।
ଏହିସବୁ ଆଲୋଚନା କେତେ ସତ କେତେ ମିଛ ତାହା ଜଣାନାହିଁ । ତେବେ ଏକଥା ସତ ଯେ ତଥାଗତ କମ ବଡ଼ ଖୋଳୁଆଡ ନୁହଁନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ସମ୍ମାନ ଅଛି ବୋଲି ଯାହା କହୁଛନ୍ତି ତାହା ଠିକ୍ ହୋଇପାରେ । ହେଲେ ତାଙ୍କର ସେହି ତଥାକଥିତ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତାର ମୁନ ଆଗେ ନବୀନ ପଟ୍ଟନାୟଙ୍କୁ ଯେ ଘାଇଲା ନ କରିବ ତାହା କହିହେବ ନାହିଁ । ତାଙ୍କୁ ସମ୍ଭାଳିବା ବିଜେଡ଼ି ପାଇଁ କଷ୍ଟ ହୋଇପାରେ ।
Previous Post

ବୈଜୟନ୍ତଙ୍କ ବିଜେପି ଜାତକ ଫିଟିଲା

Next Post

ବିଜେପି ପାଇଁ ବୈଜୟନ୍ତ ଆସେଟ୍ ନା ଲାଏବିଲିଟି ?

Next Post
ବିଜେପି ପାଇଁ ବୈଜୟନ୍ତ ଆସେଟ୍ ନା ଲାଏବିଲିଟି ?

ବିଜେପି ପାଇଁ ବୈଜୟନ୍ତ ଆସେଟ୍ ନା ଲାଏବିଲିଟି ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA