Wednesday, April 29, 2026 10:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୈଜୟନ୍ତଙ୍କ ବିଜେପି ଜାତକ ଫିଟିଲା

by Our Correspondent
04 Mar, 2019- 05:59 PM
in Latest News, News, Politics
1 min read
0
ବୈଜୟନ୍ତଙ୍କ ବିଜେପି ଜାତକ ଫିଟିଲା

– ଶରଣ ପାଇବାକୁ ବର୍ଷେ ଲାଗିଗଲା
– ଶାହାଙ୍କୁ ମନାଇଦେଲେ ଜୁଏଲ୍
– ମୁଖ୍ୟମନ୍ତ୍ରୀ ଆଶାୟୀ ତାଲିକାରେ ନୂଆ ନାଁ

ଭୁବନେଶ୍ୱର: ବିଜେଡ଼ିରୁ ତଡ଼ା ଖାଇଲା ଦିନୁଁ ବିଜେପି ଆଶ୍ରା ଖୋଜୁଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶେଷରେ ସଫଳ ହୋଇଛନ୍ତି । ବହୁ ବାଧାବିଘ୍ନକୁ ଅତିକ୍ରମ କରି ପଦ୍ମ ଧରିଛନ୍ତି । ଆଜି ଅପରାହ୍ନରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ବୈଜୟନ୍ତଙ୍କ ପାଇଁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍, ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ । ବୈଜୟନ୍ତଙ୍କ ବେକରେ ଗେରୁଆ ଗାମୁଛା ଓ ଫୁଲମାଳ ପିନ୍ଧାଇ ସେମାନେ ଆଲିଙ୍ଗନ କରିଥିଲେ । ତେବେ ମିଶ୍ରଣ ପର୍ବ ବେଳେ ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ବିଜେପି କାର୍ଯ୍ୟାଳୟର ଉପର ମହଲାରେ ଥାଇ ମଧ୍ୟ ତଳକୁ ଆସି ନ ଥିଲେ ।
ଦୁଇମାସ ତଳୁ ବିଜେପି ଆଶା ଛଡ଼େଇ ଦେଇଥିବା ବୈଜୟନ୍ତ ପୁଣି କେମିତି ଲେଉଟାଣି ଦେଲେ ତାହା ଭୁବନେଶ୍ୱରରେ ବସିଥିବା ଦଳୀୟ ନେତା ଓ କର୍ମୀମାନେ ବୁଝିପାରିନାହାନ୍ତି । ଏମିତିରେ ବିଜେପିଠାରୁ ବୈଜୟନ୍ତ ମୋହ ଛଡ଼େଇ ଦେଇଥିବା ସମସ୍ତେ ଭାବିନେଇଥିଲେ । ସେ କଂଗ୍ରେସ ଯାଉଥିବା ସାନି ଚର୍ଚ୍ଚା ହୋଇଥିଲା । ଏକ ନୂଆ ଦଳ ଗଠନ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । କିନ୍ତୁ ସବୁଥିରେ ଫେଲ୍ ହୋଇଥିଲେ । ମାତ୍ର ଗତକାଲି ସକାଳେ ଦିଲ୍ଲୀଠାରେ ବିଜେପି ନେତୃତ୍ୱଙ୍କ ସହ ବୈଜୟନ୍ତଙ୍କର ମିଟିଂ ଚାଲିଥିବା ସମ୍ପର୍କରେ ହଠାତ୍ ଖବର ଆସିଥିଲା । ଆଜି(ସୋମବାର) ତାଙ୍କର ବିଜେପିରେ ମିଶିବା ଚୂଡ଼ାନ୍ତ ହୋଇଥିବା ସୁରାକ୍ ମିଳିଥିଲେ ସୁଦ୍ଧା ତାହା ସମ୍ପୂର୍ଣ୍ଣ ଗୋପନ ରହିଥିଲା । ନା ରାଜ୍ୟ ବିଜେପି ନା ବୈଜୟନ୍ତଙ୍କ ଅଫିସ ପକ୍ଷରୁ କୌଣସି ସୂଚନା ଦିଆଯାଇଥିଲା ।

ମିିଳିଥିବା ସୂଚନା ଅନୁଯାୟୀ, ବେସାହାରା ହୋଇଯାଇଥିବା ବୈଜୟନ୍ତ ବିଜେପିରେ ମିଶିବାକୁ ଶେଷ ମୁହୁର୍ତ୍ତରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ଦିଲ୍ଲୀରେ ଟପ୍ ନେତାଙ୍କ ଶରଣ ପଶିଥିଲେ । ତେବେ ଧର୍ମେନ୍ଦ୍ରଙ୍କ ଇଚ୍ଛା ବିରୋଧରେ ଯାଇ ଅମିତ୍ ଶାହାଙ୍କୁ ମନେଇବାକୁ କାହାର ସାହାସ ଜୁଟି ନ ଥିଲା । ଏହି ସମୟରେ ବୈଜୟନ୍ତଙ୍କୁ ସଙ୍କଟରୁ ଉଦ୍ଧାର ପାଇଁ ଦେବଦୂତ ଭଳି ଆଗକୁ ଆସିଥିଲେ ଜୁଏଲ୍ । ନିର୍ବାଚନ ଦ୍ୱାରଦେଶରେ ପହଞ୍ଚି ସାରିଥିବାରୁ ବୈଜୟନ୍ତଙ୍କୁ ନାକ ନ ଟେକି ତାଙ୍କ ଶକ୍ତିର ସଦ ବିନିଯୋଗ କରିବାକୁ ସେ ଆଗ ଧର୍ମେନ୍ଦ୍ରଙ୍କୁ ମନେଇବାକୁ ଚେଷ୍ଟା କରିଥିଲେ । ପରେ ପରେ ଅମିତ୍ ଶାହାଙ୍କୁ ବୁଝାଇ ଦେଇଥିଲେ । କେବଳ ଲୋକସଭା ଆସନଟିଏ ଛଡ଼ା ଅନ୍ୟ କୌଣସି ସୁପର୍ ବାର୍ଗେନିଂରୁ ବୈଜୟନ୍ତ ଓହରିଯାଇଥିବା ଜଣାଇଥିଲେ । ଶେଷରେ ଜୁଏଲ୍ ଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ ଶାହା ।

ସୂଚନାଯୋଗ୍ୟ, ଗତବର୍ଷ ଜାନୁଆରୀରେ ବୈଜୟନ୍ତ ବିଜେଡ଼ିରୁ ତଡ଼ା ଖାଇଲା ଦିନୁଁ ତାଙ୍କର ବିଜେପି ଆଗମନ ନେଇ ଧୂମ୍ ଚର୍ଚ୍ଚା ହୋଇଥିଲା । ଚର୍ଚ୍ଚାରେ ବର୍ଷଟିଏ ବିତିଗଲା, ମାତ୍ର ବୈଜୟନ୍ତଙ୍କ ବିଜେପି ପ୍ରବେଶ ହୋଇପାରିଲାନି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବାଟ ଓଗାଳିଥିବା ଦଳୀୟ ମହଲରେ ଚର୍ଚ୍ଚା ହୋଇଥିଲା । ବୈଜୟନ୍ତଙ୍କ ସୁପର୍ ବାର୍ଗେନ୍ ରେ ଖୋଦ୍ ଅମିତ୍ ଶାହା ମଧ୍ୟ ଫିଡ଼ିକି ଯାଇଥିବା କୁହାଯାଉଥିଲା ।
ଗତ ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିଲେ । ତା ପରଦିନ ବୈଜୟନ୍ତ ଖୋଦ୍ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ବିଜେପି ନେତାଙ୍କୁ କଟାକ୍ଷ କରି ଟୁଇଟ୍ କରିଥିଲେ । କହିଥିଲେ, ଓଡ଼ିଶାରେ ଆଶା କରାଯାଉଥିବା ବିଜେପି ସରକାର ଗଠନରେ ବଡ଼ ରିସ୍କ ଥିବା ମନେହେଉଛି । ଅଟୋ ପାଇଲଟ୍ ମୋଡ୍ ରେ ଏହା ସମ୍ଭବ ନୁହେଁ । ଓଡ଼ିଶାରେ ବଢ଼ି ଚାଲିଥିବା ଅପରାଧ ଏବଂ ଦୁର୍ନୀତି ବିରୋଧରେ ଖାଲି କହିଦେଲେ ଚଳିବ ନାହିଁ । ନବୀନଙ୍କ ବିରୋଧରେ ଲଢ଼ିବା ପାଇଁ ବିଜେପିର କଲିଜା ଦରକାର । ବୈଜୟନ୍ତଙ୍କ ଏହି ଟୁଇଟ୍ ପରେ ତାଙ୍କର ସମ୍ଭାବ୍ୟ ବିଜେପି ଯୋଗଦାନ ଚର୍ଚ୍ଚାରେ ବସ୍ତୁତଃ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । କୁଆଡେ ଯିବେ ସ୍ଥିର କରିନାହାନ୍ତି ବୋଲି ନିକଟରେ ବୈଜୟନ୍ତ କହିଥିଲେ ।
ବୈଜୟନ୍ତଙ୍କ ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ସେ ବୁଲି ବୁଲି ସେଇ ବିଜେପି କୋଳ ଆପଣେଇବା ସମର୍ଥକଙ୍କୁ ଆଶ୍ୱସ୍ତ କରିଛି । ସମ୍ଭବତଃ କେନ୍ଦ୍ରାପଡ଼ାରୁ ବିଜେପି ପ୍ରାର୍ଥୀ ଭାବେ ବୈଜୟନ୍ତ ନିର୍ବାଚନ ଲଢ଼ିବେ । ତେବେ ମୋଦି ଓ ତାଙ୍କ ବିଜେପିକୁ ହୁଏତ ଅସୁବିଧାରେ ପକାଇପାରେ ବୈଜୟନ୍ତଙ୍କ ବାହାମାସ୍ କଳଙ୍କ । ବିଦେଶୀ ଭୂତ କମ୍ପାନୀ ଜରିଆରେ କଳାଟଙ୍କାକୁ ଧଳା କରିବାର ସଙ୍ଗୀନ ଅଭିଯୋଗରେ ଇତିମଧ୍ୟରେ ଛନ୍ଦି ହୋଇଛନ୍ତି ବୈଜୟନ୍ତ । ଫେମା ଆଇନର ଉଲ୍ଲଂଘନ ଏବଂ ଟିକସ ଫାଙ୍କି ଭଳି ଅଭିଯୋଗ ତାଙ୍କ ବିରୋଧରେ ଆସିଛି ।
ଏଭଳି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଧମକ ଦେଉଥିବା ବିଜେପି ବୈଜୟନ୍ତଙ୍କ କ୍ଷେତ୍ରରେ କ’ଣ କରିବ? ବିଜେପିରେ ସେ କେଉଁ ଭୂମିକାରେ ରହିବେ? ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀଙ୍କୁ ମାତ୍ ଦେଇ ବିଜେପିର ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି? ଏଭଳି ପ୍ରଶ୍ନ ରାଜନୈତିକ ମହଲରେ ଉଷ୍ମତା ଖେଳାଇଛି ।
Previous Post

ଭୁବନେଶ୍ୱର ମଧ୍ୟରେ ମାମୁଁ ଭଣଜା ଲଢ଼େଇ !

Next Post

ହାରିବା ଡରରେ ନ ଲଢ଼ିବାର ନିଷ୍ପତ୍ତି !

Next Post
ହାରିବା ଡରରେ ନ ଲଢ଼ିବାର ନିଷ୍ପତ୍ତି !

ହାରିବା ଡରରେ ନ ଲଢ଼ିବାର ନିଷ୍ପତ୍ତି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA