Wednesday, April 29, 2026 09:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭୁବନେଶ୍ୱର ମଧ୍ୟରେ ମାମୁଁ ଭଣଜା ଲଢ଼େଇ !

by Our Correspondent
03 Mar, 2019- 12:34 PM
in Latest News, News, Politics
1 min read
0
ଭୁବନେଶ୍ୱର ମଧ୍ୟରେ ମାମୁଁ ଭଣଜା ଲଢ଼େଇ !
ଭୁୁବନେଶ୍ୱର: ଭୁବନେଶ୍ୱରର ତିନିଟା ଯାକ ନିର୍ବାଚନମଣ୍ଡଳୀରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ସମସ୍ତଙ୍କ ବେଶୀ ନଜର ରହିଛି । କଂଗ୍ରେସ ଓ ବିଜେପିର ପ୍ରାର୍ଥୀତ୍ୱ ଏକ ପ୍ରକାର ସ୍ପଷ୍ଟ ହୋଇସାରିଥିବା ବେଳେ ବିଜେଡ଼ିରେ ଜୋର୍ ଛକାପଂଝା ଚାଲିଛି । ତିନି ଜଣ ଯାକ ବିଧାୟକ ପୁର୍ନବାର ଟିକେଟ ପାଇବା ଆଶା କ୍ଷୀଣ ବୋଲି କୁହାଯାଉଛି । ଏହି ତିନୋଟି ଆସନରେ ବିଜେଡ଼ି ନୂଆ ମୁହଁ ଦେବ ବୋଲି ଚର୍ଚ୍ଚା ହେଉଥିବାରୁ ଏକାଧିକ ଆଶାୟୀ ବାହାରିଛନ୍ତି ।
ସମସ୍ତଙ୍କ ଫୋକସ୍ ରେ ରହୁଥିବା ଭୁବନେଶ୍ୱର ମଧ୍ୟ ଆସନରୁ ବିଜୟ(ବାଦଲ) କୁମାର ମହାନ୍ତି ୨୦୦୯ ଏବଂ ୨୦୧୪ ରେ ବିଜେଡ଼ି ପ୍ରାର୍ଥୀ ଭାବେ ଜିତିଥିଲେ । ୧୦ ବର୍ଷ ଭିତରେ ତାଙ୍କୁ ଦୁର୍ନୀତି ଛୁଇଁନାହିଁ ସତ ହେଲେ କାର୍ଯ୍ୟଦକ୍ଷତାରେ ପଛରେ ପଡ଼ିଯାଇଛନ୍ତି । ସରଳ ଓ ସଚ୍ଚୋଟ ଜୀବନ ବିତୋଉଥିବା ବାଦଲଙ୍କ ସାଂଗଠନିକ ଦକ୍ଷତା ଥିଲେ ମଧ୍ୟ ତାହାର ଉପଯୋଗ କରିବାରେ ସେ ବିଫଳ ହୋଇଛନ୍ତି । ତାଙ୍କଠାରେ ପୂର୍ବର ଜିଲ୍ ନାହିଁ । ନିଜେ କୌଣସି ଦାୟିତ୍ୱ ନ ନେଇ ଅନ୍ୟ ଉପରେ ଅତ୍ୟନ୍ତ ନିର୍ଭରଶୀଳ ହେବା ତାଙ୍କ ପାଇଁ ଅଡୁଆ ହୋଇଛି । ସେହି ଦୃଷ୍ଟିରୁ ପ୍ରତ୍ୟକ୍ଷ ଜନସମ୍ପର୍କ ବି ଅତୁଟ ରଖିପାରିନାହାନ୍ତି । ତାଙ୍କୁ ତୃତୀୟ ଥର ପ୍ରାର୍ଥୀ କରି ମୁଖିଆ ରିସ୍କ ନେବାକୁ ଚାହିଁ ନ ପାରନ୍ତି ।
ଏହି ଆସନରେ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଛନ୍ତି ପୂର୍ବତନ ମେୟର ଅନନ୍ତ ନାରାୟଣ(ବୁନୁ) ଜେନା ଓ ଛାତ୍ର ବିଜେଡ଼ି ସଭାପତି ରାଣା ପ୍ରତାପ ପାତ୍ର । ଦୁଇ ଦୁଇ ଥର ଭୁବନେଶ୍ୱର ମେୟର ଓ ବସ୍ତିଞ୍ଚଳରେ ନିଜର କାଟତିକୁ ପୁଂଜି କରି ବୁନୁ ଟିକେଟ ଆଶାରେ ବସିଛନ୍ତି । ତେବେ ତାଙ୍କ ପାଇଁ କଣ୍ଟା ହୋଇଛି ସେକ୍ସ ସ୍କାଣ୍ଡାଲ୍ । ଇଂଜିନିୟରିଂ ଛାତ୍ର ରିଷି ହତ୍ୟା ଓ ସେକ୍ସ ସ୍କାଣ୍ଡାଲ୍ ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ନାଁରେ ଯୋଡି ହୋଇଥିବାରୁ ବିରୋଧୀ ଦଳକୁ ଏହା ଫାଇଦା ଦେଇପାରେ । ଏହାକୁ ବିଜେଡ଼ି ମୁଖିଆ କେମିତି ବିଚାର କରିବେ ଜଣାପଡୁନି ।
ଅନ୍ୟପକ୍ଷରେ ରାଣା ପ୍ରତାପ ଏଠାରୁ ଟିକେଟ ପାଇବାକୁ ଆଶା ବାନ୍ଧିଛନ୍ତି । ଛାତ୍ର ବିଜେଡ଼ି ସଭାପତି ଭାବେ ସେ ନିଜର କାର୍ଯ୍ୟଦକ୍ଷତା ଦେଖେଇଛନ୍ତି । ବିଜେଡ଼ି ଯୁବ ଓ ଛାତ୍ର ବର୍ଗଙ୍କ ମଧ୍ୟରେ ସେ ବେଶ ଆଦୃତ । ସାଂଗଠନିକ ଶକ୍ତି ସାଙ୍ଗକୁ ମେଳାପି ଓ ଅମାୟିକ ବ୍ୟବହାର ତାଙ୍କର ପୁଂଜି । ତାଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ଅଛନ୍ତି ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ । ମଜ୍ଜାର କଥା, ଏଠାରୁ ବିଜେପି ପ୍ରାର୍ଥୀ ଭାବେ ପୁଣିଥରେ ମଇଦାନକୁ ଓହ୍ଲାଉଥିବା ଜଗନ୍ନାଥ ପ୍ରଧାନ ହେଉଛନ୍ତିି ରାଣାଙ୍କ ନିଜ ମାମୁଁ । ବିଜେଡ଼ି ଯଦି ରାଣାଙ୍କୁ ପ୍ରାର୍ଥୀ କରେ ତେବେ ମଧ୍ୟ ଆସନରେ ମାମୁଁ- ଭଣଜାଙ୍କ ମଧ୍ୟରେ ଲଢ଼େଇ ହେବ । କଂଗ୍ରେସରୁ ଭୁବନେଶ୍ୱର ଜିଲ୍ଲା ସଭାପତି ମାନସ ଚୌଧୁରୀ ଏଠାରେ ପ୍ରାର୍ଥୀ ହେବେ ବୋଲି ଆପାତତଃ ସ୍ପଷ୍ଟ ।
ଉତ୍ତର ଆସନରେ ପ୍ରିୟଦର୍ଶୀ ମିଶ୍ର ନିଜର ଶକ୍ତି ହରାଇଛନ୍ତି । ତାଙ୍କ କାର୍ଯ୍ୟକଳାପକୁ ନେଇ ବହୁ କର୍ମୀ ଅସନ୍ତୁଷ୍ଟ । ତାଙ୍କ ବିରୋଧରେ ସେମାନଙ୍କର ମାଳ ମାଳ ଅଭିଯୋଗ । ଦଳୀୟ କର୍ମୀମହଲରୁ ସେ ବାରମ୍ବାର ବିଦ୍ରୋହ ଝଟକା ଖାଇଛନ୍ତି । ତାଙ୍କୁ ପୁନର୍ବାର ଟିକେଟ ନ ଦେବାକୁ ସ୍ଥାନୀୟ ବିଜେଡ଼ି ର ବଡ଼ ଗୋଷ୍ଠୀ ଅଡ଼ି ବସିଛନ୍ତି । ଏହି ଜାଗାରୁ ବିଜେଡ଼ିର ପ୍ରମୁଖ ଦାବିଦାର ହୋଇଛନ୍ତି ଚିନ୍ମୟ(ଚିନୁ) ସାହୁ । ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କରଏହି ପୂର୍ବତନ ପରମ ଶିଷ୍ୟ ତଥା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଚିନୁ ବିଜେଡ଼ିରେ ଯୋଗଦେବା ଦିନଠାରୁ ଉତ୍ତର ଭୁବନେଶ୍ୱର ଆସନ ଉପରେ ନଜର ପକାଇଛନ୍ତି । ଅନ୍ୟପକ୍ଷରେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଏହି ଆସନକୁ ଦ୍ୱିତୀୟ ପସନ୍ଦରେ ରଖିଛନ୍ତି । ମଧ୍ୟରୁ ନ ହେଲେ ଏହି ଆସନରେ ଲଢ଼ିବାକୁ ତାଙ୍କର ଇଚ୍ଛା । ଏଠାରେ ବିଜେଡ଼ିର ଅନ୍ୟତମ ଆଶାୟୀ ଅଛନ୍ତି ସୁବାସ ପାତ୍ର । ସେହିଭଳି କଂଗ୍ରେସରୁ ମନୋରଂଜନ ଦାଶ ପୁନର୍ବାର ଲଢ଼ିବାକୁ ଥିବା ବେଳେ ବିଜେପିରୁ ଗୋଲକ ମହାପାତ୍ର ନା ଦିଲ୍ଲୀପ ମହାନ୍ତି ସ୍ପଷ୍ଟ ହେଉନାହିଁ ।
ସବୁଠାରୁ ଜଟିଳ ପରିସ୍ଥିତି ଏକାମ୍ର ନିର୍ବାଚନମଣ୍ଡଳୀରେ । ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ସାଙ୍ଗକୁ ପ୍ରବଳ ଜନ ଅସନ୍ତୋଷ ରହିଛି । ତାଙ୍କୁ ଦୁର୍ନୀତିଖୋର ନେତା ଆଖ୍ୟା ଦିଆଯାଉଛି । ବିନା ପିସିରେ ତାଙ୍କ ଅଞ୍ଚଳରେ କୌଣସି କାମ ହୁଏନି ବୋଲି ଚା ଦୋକାନଠାରୁ ଆରମ୍ଭ କରି ବିଭିନ୍ନ ଖଟିରେ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ଭାବେ ଗଣା ଯାଉଥିବାରୁ ସେହି ଡରରେ ଅଧିକାଂଶ ପୂର୍ବତନ କର୍ପୋରେଟର ତାଙ୍କୁ ଉପରେ ସମର୍ଥନ କରୁଥିଲେ ମଧ୍ୟ ଭିତରେ ପ୍ରବଳ ରାଗ । ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକଳାପରେ ତାଙ୍କର ପାଖଲୋକମାନେ ବି ଖୁସି ନାହାନ୍ତି ।
ଏଠାରୁ ଟିକେଟ ପାଇବା ପାଇଁ ଦାବିଦାର ଅଛନ୍ତି ବାବୁ ସିଂ ଓ ଗାଲା ପାଇକରାୟ । ସାଂଗଠନିକ ଦକ୍ଷତା ଦୃଷ୍ଟିରୁ କେହି କାହାରିଠାରୁ କମ ନୁହଁନ୍ତି । ଦୁହିଁଙ୍କ ମଧ୍ୟରୁ ବାବୁ ସିଂଙ୍କ ପଲା ଭାରି ରହିଥିବା ଚର୍ଚ୍ଚା ହେଉଛି । ଗତଥର ବିଜେପିରୁ ଏଠାରେ ଅମୀୟ ଦାଶ ଲଢ଼ିଥିଲେ । ଏଥର ବି ତାଙ୍କୁ ଟିକେଟ ମିଳିବା ନିଶ୍ଚିତ ବୋଲି କୁହାଯାଉଛି । ସେହିଭଳି ଗତଥର କଂଗ୍ରେସ ପକ୍ଷରୁ ଶିବାନନ୍ଦ ରାୟ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ଥିଲେ ମଧ୍ୟ ବିଦ୍ରୋହୀ ପ୍ରାର୍ଥୀ ଭାବେ ଶ୍ରୀମତୀ ରଶ୍ମୀ ମହାପାତ୍ର ୩ ହଜାରରୁ ଅଧିକ ଭୋଟ ପାଇ ନିଜର କାଟତି ଦେଖାଇଥିଲେ । ଶ୍ରୀମତୀ ମହାପାତ୍ରଙ୍କୁ ଏଥର କଂଗ୍ରେସ ଉପେକ୍ଷା କରିପାରିବ ନାହିଁ ।
Previous Post

ଜଷ୍ଟିସ୍ ଅଜିତ୍ ସିଂ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ

Next Post

ବୈଜୟନ୍ତଙ୍କ ବିଜେପି ଜାତକ ଫିଟିଲା

Next Post
ବୈଜୟନ୍ତଙ୍କ ବିଜେପି ଜାତକ ଫିଟିଲା

ବୈଜୟନ୍ତଙ୍କ ବିଜେପି ଜାତକ ଫିଟିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA