Thursday, April 30, 2026 02:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପୁର ବିଜେପି ଫାଇଟ୍: ନାରାୟଣଙ୍କ ସପକ୍ଷରେ ପୂଜାରୀ

by Our Correspondent
03 Oct, 2017- 12:36 PM
in Latest News, Politics
1 min read
0
ବିଜେପୁର ବିଜେପି ଫାଇଟ୍: ନାରାୟଣଙ୍କ ସପକ୍ଷରେ ପୂଜାରୀ
• ନାରାୟଣ ସାହୁ ଯୋଗ୍ୟ ପ୍ରାର୍ଥୀ: ସୁରେଶ ପୂଜାରୀ
• ଅଶୋକଙ୍କ ପ୍ରାର୍ଥୀତ୍ୱ ବିରୋଧରେ ନାରାୟଣ ଅଟଳ
• ଜିଲ୍ଲା ସଭାପତି ପଦରୁ ଅବ୍ୟାହତି ଲୋଡିଲେ
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ଅଶୋକ ପାଣିଗ୍ରାହୀଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱ ବିଜେପିରେ ବିଦ୍ରୋହ ସୃଷ୍ଟି କରିଛି । ବିଜେପିରେ ଅଶୋକଙ୍କ  ମିଶ୍ରଣ ପର୍ବକୁ ଜିଲ୍ଲା ସଭାପତି ନାରାୟଣ ସାହୁ ବୟକଟ୍ କରିବା ଦଳୀୟ ଅସନ୍ତୋଷ ଓ କନ୍ଦଳକୁ ପଦାରେ ପକାଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଫତଦାରରେ ବିଜେପିରେ ମିଶିଥିବା ଅଶୋକଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱକୁ ଜିଲ୍ଲାର ଅଧିକାଂଶ ବିଜେପି କର୍ମୀ ଗ୍ରହଣ କରିପାରୁନାହାନ୍ତି । ଦଳୀୟ ମହଲରେ ଏହା ନିଆଁ ଜାଳୁଥିବା ବେଳେ ପଶ୍ଚିମ ଓଡ଼ିଶାର ବିଜେପି ଷ୍ଟଲୱର୍ଟ ତଥା ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଏହି ନିଆଁରେ ଘିଅ ଢ଼ାଳିଛନ୍ତି । ବିଜେପୁରରେ ନାରାୟଣଙ୍କ ପ୍ରାର୍ଥୀତ୍ୱ ସପକ୍ଷରେ ସେ ଖୋଲାଖୋଲି ବାହାରିଛନ୍ତି ।
ଆଜି ଭୁବନେଶ୍ୱରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଶ୍ରୀ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ନାରାୟଣ ସାହୁ ଦଳର ଜଣେ ସମର୍ପିତ ଓ ଶୃଙ୍ଖଳିତ ସଦସ୍ୟ । ଦୀର୍ଘ ୨୫ ବର୍ଷ ଧରି ସେ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି । ବିଜେପୁର ପାଇଁ ସେ ଯୋଗ୍ୟ ପ୍ରାର୍ଥୀ । ତେବେ ବିଜେପି ଏ ପର୍ଯ୍ୟନ୍ତ ସେଠାରେ ପ୍ରାର୍ଥୀ ଚୂଡାନ୍ତ କରିନି । ଦଳର କୋର୍ କମିଟି ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି । 
ବରଗଡ଼ ଜିଲ୍ଲାର ବିଜେପି ମେରୁଦଣ୍ଡ କୁହାଯାଉଥିବା ସୁବାସ ଚୌହାନ ମୂଳରୁ କଟର୍ ଧର୍ମେନ୍ଦ ବିରୋଧୀ । ଦଳୀୟ ଶୃଙ୍ଖଳାକୁ ଗୁରୁତ୍ୱ ଦେଇ ଗତକାଲି ବରପାଲ୍ଲୀରେ ଅଶୋକ ପାଣିଗ୍ରାହୀଙ୍କ ମିଶ୍ରଣ ପର୍ବରେ ସେ ଉପସ୍ଥିତ ଥିଲେ ମଧ୍ୟ ମନ କିନ୍ତୁ ତାଙ୍କର ନାରାୟଣଙ୍କ ପଛରେ । ଅଶୋକଙ୍କ ପ୍ରାର୍ଥୀତ୍ୱକୁ ସେ କୌଣସି ହାଲତରେ ସମର୍ଥନ କରିବେ ନାହିଁ ବୋଲି ସୁବାସଙ୍କର ଜଣେ ଖାସ୍ ଅନୁଗତ କହିଛନ୍ତି । ଖାଲି ସୁବାସ ନୁହଁନ୍ତି, ଦଳର ଅନେକ ବରିଷ୍ଠ ନେତା ନାରାୟଣଙ୍କ ସପକ୍ଷରେ ଯୁକ୍ତି ରଖିଛନ୍ତି । ଦଳରେ ନାରାୟଣ ଜଣେ ନିଷ୍ଠାପର କର୍ମୀ ଏବଂ ତାଙ୍କ ଭଳି କର୍ମୀଙ୍କୁ ବଳି ପକାଇ ଘରଡିଆଁଙ୍କୁ କୋଳେଇଲେ ସ୍ୱଂୟ ଭଗବାନ ଆମକୁ ସହିବେ ନାହିଁ ବୋଲି ସେମାନେ କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କି ଜୁଏଲ୍ ଓରାମ ଗତକାଲି ଅଶୋକ ପାଣିଗ୍ରାହୀଙ୍କୁ ଦଳରେ ମିଶାଇଥିଲେ ମଧ୍ୟ ବିଜେପୁରରୁ ତାଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଚୁପ୍ ରହିଛନ୍ତି । ଦଳରେ ଦେଖାଦେଇଥିବା ବିଦ୍ରୋହ ଧର୍ମେନ୍ଦ୍ରଙ୍କ ଚିନ୍ତା ବଢ଼ାଇ ଦେଇଛି । ଏତିକିବେଳେ ସୁରେଶ ପୂଜାରୀଙ୍କ ବୟାନ ତାଙ୍କ ପାଇଁ ବେଶୀ ଅଡୁଆ ସୃଷ୍ଟି କରିଛି ।
ସେପଟେ ବିଜେପୁରରେ ଦଳୀୟ କର୍ମୀଙ୍କଠାରୁ ସହାନୁଭୂତି ପାଉଛନ୍ତି ନାରାୟଣ । ତାଙ୍କ ସପକ୍ଷରେ ଏକ ଅନୁକମ୍ପାର ମାହୋଲ ସୃଷ୍ଟି ହୋଇଛି । ଏତିକିବେଳେ ଜିଲ୍ଲା ସଭାପତି ପଦରୁ ଅବ୍ୟାହତି ନେବାକୁ ଚାହିଁଛନ୍ତି ନାରାୟଣ । ରାଜ୍ୟ ସଭାପତିଙ୍କୁ ସେ ଏହା ଚିଠି ଲେଖି ଜଣାଇଛନ୍ତି । ଅଶୋକ ପାଣିଗ୍ରାହୀଙ୍କୁ ବିଜେପିରେ ସେ ବିରୋଧ କରୁନାହାନ୍ତି । ମାତ୍ର ତାଙ୍କର ପ୍ରାର୍ଥୀତ୍ୱକୁ ସେ ଗ୍ରହଣ କରିପାରିବେ ନାହିଁ ବୋଲି ପୁଣି ଥରେ ଜଣାଇ ଦେଇଛନ୍ତି ।
Previous Post

ରାଜ୍ୟପାଳଙ୍କ ନାଁରେ ବି ଭାଣ୍ଡାମୀ !

Next Post

ଦୋକାନ ଖୋଲା, ଗରାଖ ପାଉନାହାନ୍ତି ସୌମ୍ୟ

Next Post
ଦୋକାନ ଖୋଲା, ଗରାଖ ପାଉନାହାନ୍ତି ସୌମ୍ୟ

ଦୋକାନ ଖୋଲା, ଗରାଖ ପାଉନାହାନ୍ତି ସୌମ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA