Sunday, May 31, 2026 09:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିର ନିର୍ବାଚନ ସଜ: ସାଂଗଠନିକ ଚେହେରା ବଢ଼ାଇଲେ ନବୀନ

by Our Correspondent
15 Jan, 2019- 10:55 PM
in Latest News, News, Politics
1 min read
0
ବିଜେଡ଼ିର ନିର୍ବାଚନ ସଜ: ସାଂଗଠନିକ ଚେହେରା ବଢ଼ାଇଲେ ନବୀନ
Spread the love
– ଦଳୀୟ ପଦାଧିକାରୀସ୍ତରରେ ବଡ଼ ଅଦଳବଦଳ
– କଟକ ଜିଲ୍ଲା ସଂଗଠନ ଦାୟିତ୍ୱରୁ ପ୍ରତାପ ଆଉଟ୍, ଦେବାଶିଷ ଇନ୍
– ଚନ୍ଦ୍ରଶେଖର ସାହୁ ଉପସଭାପତି, ବିକ୍ରମ ପଣ୍ଡା ସାଧାରଣ ସମ୍ପାଦକ
– କୁଶ ଆପଟ୍ଟଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ଠିକଣା ଢ଼ଙ୍ଗରେ ସଜାଇ ଭୋଟରଙ୍କ ସାମନା କରିବାକୁ ପ୍ରସ୍ତୁତ ହୋଇଯାଇଛି ବିଜୁ ଜନତା ଦଳ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏଥିପାଇଁ ବ୍ୟାପକ କସରତ୍ କରିଛନ୍ତି । ଭାରାକ୍ରାନ୍ତ ନେତାଙ୍କ ହାତରୁ ଦାୟିତ୍ୱ କାଢ଼ି ନେଇଥିବା ବେଳେ କିଛି ଅଭିଜ୍ଞ ନେତାଙ୍କୁ ସଂଗଠନ ଦାୟିତ୍ୱ ଦେଇଛନ୍ତି ।
କଟକ ଜିଲ୍ଲା ସଭାପତି ଦାୟିତ୍ୱରୁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ହଟାଯାଇ ସେହି ଜାଗାରେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ଏଥିପାଇଁ ଶ୍ରୀ ସାମନ୍ତରାୟଙ୍କୁ ଦଳର ସାଧାରଣ ସମ୍ପାଦକ ପଦବୀ ହରାଇବାକୁ ପଡ଼ିଛି । ତାଙ୍କୁ ସେହି ପଦବୀରୁ ଅବ୍ୟାହତି ଦିଆଯାଇଛି । ଦଳର ଉପସଭାପତି ପଦରେ ଥିବା ବିମ୍ବାଧର କୁଅଁରଙ୍କ ଉପରେ ସୁପ୍ରିମୋ ଅଧିକ ଆସ୍ଥା ଜୁଟାଇଛନ୍ତି । ପୁରୁଣା ଦାୟିତ୍ୱ ସହ ତାଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନଚାର୍ଜ(ଭାରପ୍ରାପ୍ତ) ଦାୟିତ୍ୱ ଦିଆଯାଇଛି ।
ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କୁ ଦଳର ଉପସଭାପତି କରାଯାଇଥିବା ବେଳେ ବିକ୍ରମ ପଣ୍ଡା ସାଧାରଣ ସମ୍ପାଦକ ଦାୟିତ୍ୱ ପାଇଛନ୍ତି । ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ରଙ୍କୁ ସମ୍ପାଦକ(ସଂଖ୍ୟାଲଘୁ ବ୍ୟାପାର) ଦାୟିତ୍ୱ ମିଳିଛି । ଅଶୋକ ବଳ, ସଂଗ୍ରାମ କେଶରୀ ପାଇକରାୟ, ପ୍ରମୋଦ କୁମାର ସାହୁ, ଆଶିଷ ଚକ୍ରବର୍ତ୍ତୀ, ରବି ସାମଲ, ତପନ ଦାସ ଓ ଟି.ପ୍ରସାଦ ରାଓ ଦୋରାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ନୂଆ ସମ୍ପାଦକ ଦାୟିତ୍ୱ ପାଇଥିବା ଆଶିଷ ଚକ୍ରବର୍ତ୍ତୀଙ୍କଠାରୁ କେନ୍ଦୁଝର ଜିଲ୍ଲା ସଭାପତି ଦାୟିତ୍ୱ କଢ଼ାଯାଇ ତାଙ୍କ ସ୍ଥାନରେ ବିମ୍ବାଧର ବିଶ୍ୱାଳଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀମତୀ ରୀନା ବାରିକଙ୍କୁ କେନ୍ଦୁଝର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଦଳର ସମ୍ବଲପୁର ଜିଲ୍ଲା ସଭାପତି ପ୍ରମୋଦ କୁମାର ରଥଙ୍କୁ ତାଙ୍କ ପଦବୀରୁ ଅବ୍ୟାହତି ଦିଆଯାଇଛି ।
ଏଥିସହ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଦଳୀୟ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି । ମହମ୍ମଦ ସକିଲ୍ ଙ୍କୁ ସାଲେପୁର ଏବଂ ମାହାଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଥିବା ବେଳେ ମନୋହର ରନ୍ଧାରୀଙ୍କୁ ଡାବୁଗାଁ, ପ୍ରୀତମ୍ ମେହେରଙ୍କୁ ବଲାଙ୍ଗୀର, ଶିବ ପଟ୍ଟନାୟକଙ୍କୁ ଲକ୍ଷ୍ମୀପୁର ଏବଂ ନାରାୟଣ ପାତ୍ରଙ୍କୁ କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।
କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ସନାତନ ମହାକୁଡ଼ଙ୍କୁ ସାମନା କରିବାକୁ କୁଶ ଆପଟ୍ଟଙ୍କୁ ଛଡ଼ାଯାଇଛି । ଶ୍ରୀ ଆପଟ୍ଟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନିଆଯାଇଛି । ସେହିଭଳି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ର ରଂଜନ କୁମାର ଖଣ୍ଡୁଆଳ ଏବଂ ଶ୍ରୀମତୀ ରମା ଖଣ୍ଡୁଆଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି ।
ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ମାନସ ରଂଜନ ମଙ୍ଗରାଜ ଆଜି ଏକ ପ୍ରେସ୍ ଇସ୍ତାହାରରେ ଉପରୋକ୍ତ ଅଦଳବଦଳ ଖବର ଜଣାଇଛନ୍ତି ।

Previous Post

‘କାଳିଆ’କୁ ପ୍ରଶଂସା ପରେ ପ୍ରଶଂସା, ନବୀନ କହିଲେ ଆଦର୍ଶ ଯୋଜନା

Next Post

ତାଲିକା ଲମ୍ବୁଛି; ନବଙ୍କ ରାସ୍ତାରେ ଯୋଗେଶ

Next Post
ତାଲିକା ଲମ୍ବୁଛି; ନବଙ୍କ ରାସ୍ତାରେ ଯୋଗେଶ

ତାଲିକା ଲମ୍ବୁଛି; ନବଙ୍କ ରାସ୍ତାରେ ଯୋଗେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA