Sunday, September 13, 2026 05:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କୁ ସମୟ ଦେଲେନି ଭଗୱତ !

by Our Correspondent
18 Dec, 2018- 10:10 PM
in Latest News, Politics
1 min read
0
ବୈଜୟନ୍ତଙ୍କୁ ସମୟ ଦେଲେନି ଭଗୱତ !
ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା କୋଉ ଦଳକୁ ଯିବେ ଏପର୍ଯ୍ୟନ୍ତ ନିଷ୍ପତ୍ତି ଜଣାଇନାହାନ୍ତି । ତେବେ ବିଜେପିରେ ସେ ଯୋଗ ଦେବା କଥା ଖାଲି ଚର୍ଚ୍ଚାରେ ଉଡୁଛି । ଡିସେମ୍ବର ୧୬ ରେ ସେ ବିଜେପିରେ ମିଶିବେ ବୋଲି ବଡ଼ ଜୋର୍ ରେ ପ୍ରଚାର ହୋଇଥିଲା । ପରବର୍ତ୍ତୀ ସମୟରେ ତାହା ୮ ତାରିଖକୁ ଖସି ଆସିଲା । ତାହା ପୁଣି ଦିଲ୍ଲୀର ବୈଜୟନ୍ତଙ୍କ ସର୍କଲରୁ । ମାତ୍ର କାଇଁ କିଛି ହେଲାନି । ଏବେ ସେହି ଚର୍ଚ୍ଚାରେ ନୂଆ କରି ଡିସେମ୍ବର ୨୪ ତାରିଖ ଯୋଡି ହୋଇଛି । ସେହିଦିନ ଖୋର୍ଦ୍ଧା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ବୈଜୟନ୍ତ ବିଜେପିରେ ମିଶିବେ ବୋଲି ଫ୍ରେସ୍ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥର ବୈଜୟନ୍ତ ବିଜେପିରେ ମିଶିବା କୁଆଡ଼େ ନିଶ୍ଚିତ । ତାଙ୍କ ପତ୍ନୀ ଜାଗୀମଙ୍ଗତ ପଣ୍ଡା ନଗଦ ଆରଏସଏସ ମୁଖ୍ୟ ମୋହନ ଭଗୱତଙ୍କୁ ଭେଟିଥିବାରୁ ଏଭଳି ଅନୁମାନ ଲଗାଯାଇଛି ।
ତେବେ ସଂଘ ପରିବାରର ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୋହନ ଭଗୱତଙ୍କ ସହ ଜାଗୀଙ୍କ ଭେଟଘାଟ ପଛରେ ବୈଜୟନ୍ତଙ୍କ ସମ୍ଭାବ୍ୟ ବିଜେପି ଯୋଗଦାନର କୌଣସି ସମ୍ପର୍କ ନାହିଁ । ଏ ପ୍ରସଙ୍ଗ ଆଲୋଚନାରେ ବି ସ୍ଥାନିତ ହୋଇନାହିଁ । ବିଜେପିକୁ ମାର୍ଗ ଦର୍ଶନ ଦେଉଥିବା ଆରଏସଏସର ମୁଖ୍ୟ ଯେଉଁ ପ୍ରଦେଶକୁ ଯାଆନ୍ତି ସେଠାରେ ବିଭିନ୍ନ କ୍ଷେତ୍ରର କିଛି ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରନ୍ତି । ଏହି ସାକ୍ଷାତ ଆଲୋଚନାକୁ ଗୋପନ ରଖିବା ସଂଘ ପରିବାରର ଧର୍ମ । ଜାଗୀଙ୍କୁ ଓଟିଭିର ମୁଖ୍ୟ ଭାବେ ମୋହନ ଭଗୱତ ଭେଟିଥିଲେ । ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଭାବେ ନୁହେଁ ।
ଅନ୍ୟପକ୍ଷରେ ମୋହନ ଭଗୱତ ଭୁବନେଶ୍ୱର ଅବସ୍ଥାନ କାଳରେ ତାଙ୍କୁ ଭେଟିବା ପାଇଁ ବୈଜୟନ୍ତ ପୂର୍ବରୁ ଅକ୍ଲାନ୍ତ ଉଦ୍ୟମ କରିଥିଲେ । ବିଜେପିର ସାଧାରଣ ସମ୍ପାଦକ ପ୍ରଭାବଶାଳୀ ରାମମାଧବଙ୍କ ଜରିଆରେ ଭଗୱତ୍ ଙ୍କ ନିକଟତର ହେବାକୁ ଚାହିଁଥିଲେ । ମାତ୍ର ତାହା ସଫଳ ହୋଇ ନ ଥିଲା । ନିଜେ ବିଫଳ ହେବା ପରେ ଓଡ଼ିଶାର ପ୍ରତିଷ୍ଠିତ ଚାନେଲ୍ ର ମୁଖ୍ୟ ଭାବେ ପତ୍ନୀଙ୍କ ପାଇଁ ସେହି ସୁଯୋଗ ସୃଷ୍ଟି କରିପାରିଥିଲେ ବୋଲି ବିଜେପିର ଜଣେ ବରିଷ୍ଠ ନେତା ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ।
କୁହାଯାଉଛି, ବିଜେପି ସହ ବୈଜୟନ୍ତଙ୍କ ମୂଲଚାଲ ଛିଣ୍ଡୁ ନ ଥିବାରୁ ତାଙ୍କର ଯୋଗଦାନ ଅଟକି ରହିଛି । ରାମମାଧବଙ୍କ ଭଳି ସଂଘ ପରିବାର ଓ ଦଳର ପ୍ରଭାବଶାଳୀ ନେତାଙ୍କୁ ହାତ କରି ବିଜେପିରେ ଏକ ଶକ୍ତିଶାଳୀ ଭୂମିକା ବୈଜୟନ୍ତ ଚାହୁଁଛନ୍ତି । ମାତ୍ର ସେଥିରେ ପ୍ରତିବନ୍ଧକ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଖୋଦ୍ ଅମିତ୍ ଶାହା ବି ବୈଜୟନ୍ତଙ୍କ ଉଚ୍ଚ ମୂଲଚାଲରେ ରାଜି ନାହାନ୍ତି । ତେବେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେପି ସାମାନ୍ୟ କୋହଳ ହୋଇଥିବା ବେଳେ ବୈଜୟନ୍ତ ବି ନିଜର ସ୍ଥିତି ରକ୍ଷା ପାଇଁ ନଇଁ ଥିବା କୁହାଯାଉଛି । ଏଭଳି ସ୍ଥିତିରେ ବୈଜୟନ୍ତ ଯେ କୌଣସି ମୁହୁର୍ତ୍ତରେ ବିଜେପିରେ ଯୋଗଦେବା ଅସମ୍ଭବ ନୁହେଁ ବୋଲି ବିଜେପି ମହଲରୁ ସୂଚନା ମିଳିଛି ।
Previous Post

କଂଗ୍ରେସର ଆନ୍ଦୋଳନ ବି ୮ରେ

Next Post

ସୁନ୍ଦର ଜାଗା, ଭଲ ଲୋକ

Next Post
ସୁନ୍ଦର ଜାଗା, ଭଲ ଲୋକ

ସୁନ୍ଦର ଜାଗା, ଭଲ ଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA