Thursday, May 21, 2026 06:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନୋଜ ନାୟକ ଗିରଫ

by Our Correspondent
20 Oct, 2016- 05:15 AM
in News
1 min read
0
ମନୋଜ ନାୟକ ଗିରଫ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକ ଶେଷରେ ଗିରଫ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରରେ ଖଣ୍ଡଗିରି ଥାନାରେ ପୁଲିସ ତାଙ୍କୁ ଆତ୍ମସମର୍ପଣ କରାଇବା ପରେ ଗିରଫ ଦର୍ଶାଉଥିବା କୁହାଯାଉଛି । ଏକ ଅଜଣା ଜାଗାକୁ ନେଇ ପୁଲିସ ତାଙ୍କୁ ପଚରାଉଚୁରା କରୁଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଡିଜି କେ.ବି.ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

୧୭ ତାରିଖ ସଂଧ୍ୟାରେ ସମ୍ ହସ୍ପିଟାଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା କାରଣରୁ ୨୧ ଜଣ ରୋଗୀ ମୃତ୍ୟୁବରଣ କରିଥିଲେ । ସେଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବାରୁ ଏଭଳି ଅଗ୍ନିକାଣ୍ଡ ଘଟିଥିଲା । ତେବେ ମାଲିକ ମନୋଜ ନାୟକ ଏହି ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରି ନ ଥିଲେ କି ପାଟି ଖୋଲି ନ ଥିଲେ । ଓଲଟି ଅର୍ନ୍ତଦ୍ଧାନ ହୋଇଯାଇଥିଲେ । ସରକାରଙ୍କ ପକ୍ଷରୁ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଦୁଇ ଦୁଇଟି ଏତଲା ରୁଜୁ ହେଲା ପରେ ପୁଲିସ ସମ୍ ହସ୍ପିଟାଲ୍ ର ୪ ଜଣ ମଝି ମଝିଆ କର୍ମଚାରୀଙ୍କୁ ଗିରଫ କରିଥିଲା । ଗତକାଲି ପୁଲିସ ମନୋଜ ନାୟକଙ୍କ ଘର ଉପରେ ଚଢ଼ାଉ କଲା ପରେ ତାଙ୍କୁ ଫେରାର ଦର୍ଶାଇଥିଲା । କମିଶନରେଟ୍ ପୁଲିସ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା । କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଇ ବିମାନବନ୍ଦର ଓ ରେଳଷ୍ଟେସନ୍ ରେ ତନାଘନା କରିଥିଲା ମନୋଜ ନାୟକଙ୍କୁ ଗିରଫ କଲା ପରେ ହସ୍ପିଟାଲ୍ ର ଟ୍ରଷ୍ଟି ଥିବା ତାଙ୍କ ପତ୍ନୀ ଶାଶ୍ୱତୀ ଦାସଙ୍କୁ ଗିରଫ କରିବା ପାଇଁ ତନାଘନା ଜାରି ରଖିଛି । ଖୁବ୍ ଶୀଘ୍ର ତାଙ୍କ ସମେତ ଆଉ ୩ ଜଣ ଟ୍ରଷ୍ଟିଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

Previous Post

ହାଇ ଭୋଲଟେଜ୍ କରେଣ୍ଟ ତଳେ ସମ୍ ହସ୍ପିଟାଲ୍

Next Post

ମନୋଜ ନାୟକ ବରବାଦ ଷଡ଼ଯନ୍ତ୍ରରେ ଅଚ୍ୟୁତ ସାମନ୍ତ !

Next Post
ମନୋଜ ନାୟକ ବରବାଦ ଷଡ଼ଯନ୍ତ୍ରରେ ଅଚ୍ୟୁତ ସାମନ୍ତ !

ମନୋଜ ନାୟକ ବରବାଦ ଷଡ଼ଯନ୍ତ୍ରରେ ଅଚ୍ୟୁତ ସାମନ୍ତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA