Sunday, May 24, 2026 09:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାବିପତ୍ତିରୁ ବଞ୍ଚିଗଲା ଓଡ଼ିଶା

by Our Correspondent
20 May, 2020- 10:02 PM
in Latest News, News
1 min read
0
ମହାବିପତ୍ତିରୁ ବଞ୍ଚିଗଲା ଓଡ଼ିଶା

ଭୁବନେଶ୍ୱର: ଘଣ୍ଟା ପ୍ରତି ପ୍ରାୟ ୧୪ କିମି ବେଗରେ ଆଗକୁ ମାଡୁଥିଲା । ପାରାଦ୍ୱୀପ ଅତିକ୍ରମ କଲା ପରେ ଏହାର ବେଗ ଦୁଇଗୁଣା ବଢ଼ିଗଲା । ତେଣୁ ଜଲଦି ଜଲଦି ଓଡ଼ିଶା ଉପକୂଳ ପାର୍ କରିଗଲା ‘ଅମ୍ଫନ୍’ । ପାରାଦ୍ୱୀପଠାରୁ ୧୨୦ କିମି ଦୂରରେ ଏହା ଅତିକ୍ରମ କରିଥିବା ବେଳେ ବାଲେଶ୍ୱରଠାରୁ ୧୦୦ କିମି ଦୂରରେ ଅତିକ୍ରମ କଲା । ଅର୍ଥାତ୍ ଓଡ଼ିଶା ଉପକୂଳ ପାଖ ମାଡ଼ିଲାନି ଅମ୍ଫନ । ଫଳସ୍ୱରୂପ ମହାବାତ୍ୟାର ମହାବିପତ୍ତିରୁ ରକ୍ଷା ପାଇଗଲା ଓଡ଼ିଶା ।

‘ଅମ୍ଫନ’ ର ଭୀଷଣ ତାଣ୍ଡବରୁ ଓଡ଼ିଶା ଯେ ସମ୍ପୂର୍ଣ୍ଣ ରକ୍ଷା ପାଇଛି ତାହା ନୁହେଁ । ମାତ୍ର ଯେଭଳି ଆଶଙ୍କା କରାଯାଉଥିଲା ଭଗବାନଙ୍କ କୃପାରୁ ସେଭଳି ହୋଇନାହିଁ । ଲମ୍ବା ସମୟ ସହ ଓଡ଼ିଶା ଉପକୂଳ ପାଖ ଦେଇ ଅତିକ୍ରମ କରିଥିଲେ ଯଥେଷ୍ଟ କ୍ଷୟକ୍ଷତି ହୋଇଥାଆନ୍ତା ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି ।

ତେବେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅନେକ ଅଞ୍ଚଳକୁ ‘ଅମ୍ଫନ’ ମୋଡ଼ି ମକଚି ଦେଇଛି । ଲୋକଙ୍କ ଧନଜୀବନ କ୍ଷତିର ସମ୍ପୂର୍ଣ୍ଣ ତଥ୍ୟ ଆସି ନ ଥିଲେ ମଧ୍ୟ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ରେ ଜଣେ ଶିଶୁର ଜୀବନ ନେଇଛି ବାତ୍ୟା । କାଁପଡ଼ା ପଞ୍ଚାୟତ ଦକ୍ଷିଣପାରି ଗ୍ରାମର ବଳରାମ ଦାସଙ୍କ ମାଟି କାନ୍ଥ ଭୁଷୁଡ଼ି ତାଙ୍କର ୩ ବର୍ଷର ଶିଶୁପୁଅର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଆଜବେଷ୍ଟସ୍ ଭାଙ୍ଗି ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ରାଜନଗରର କିଛି ସମୁଦ୍ରକୂଳିଆ ଗାଁରେ ଘେରି ବନ୍ଧ ଭାଙ୍ଗି ସମୁଦ୍ରପାଣି ପଶିବାରୁ ୫୦ରୁ ଉଦ୍ଧ୍ୱର୍ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ, ଏରସମା, କୁଜଙ୍ଗ ଓ ବାଲିକୁଦା ଅଞ୍ଚଳରେ ବହୁତ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ିପଡ଼ିଛି ।
ମୋଟାମୋଟି ସୂଚନା ଆସୁଛି ଯେ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିରେ ପ୍ରବଳ ବର୍ଷା ପବନ ଯୋଗୁଁ ବ୍ୟାପକ ଗଛ ଭାଙ୍ଗିଛି । ବିଦ୍ୟୁତ ଖୁଣ୍ଟ ମଧ୍ୟ ରାସ୍ତାରେ ପଡ଼ିଛି । ଟେଲିଫୋନ୍ ଟାୱାର କ୍ଷତିଗ୍ରସ୍ତ ହୋଇଛି । ଲୋକଙ୍କ ଚାଳଛପର ଉଡ଼ିଯାଇଛି । କଚ୍ଚା ଘର ଭାଙ୍ଗିଛି । ଚାଷବାସ ନଷ୍ଟ ହୋଇଛି ।
ତେବେ ବାତ୍ୟାରେ ଯେତିକି ଛାରଖାର ହୋଇଛି ତାହା ସମ୍ଭାଳିବା ଅବସ୍ଥାରେ ଅଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା । ପୂର୍ବରୁ ପ୍ରସ୍ତୁତ ରହିଥିବା ସରକାରୀ କଳ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟରେ ଲାଗିଛନ୍ତି । ରାସ୍ତାସଫା, ବିଜୁଳି ମରାମତି କାର୍ଯ୍ୟ ଦିନେ ଦୁଇଦିନ ମଧ୍ୟରେ ଠିକ୍ ହୋଇଯିବ ବୋଲି ସେ କହିଛନ୍ତି । ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ସମନ୍ୱୟ ଭିତ୍ତିରେ କାର୍ଯ୍ୟ ଚାଲୁଥିବାର ଉଦ୍ଧାର ଓ ମରାମତି କାର୍ଯ୍ୟରେ ବିଶେଷ ଅସୁବିଧା ନାହିଁ ବୋଲି କହିଛନ୍ତି ।
ଲୋକଙ୍କ ଘରଦ୍ୱାର ଓ ଚାଷବାସଠାରୁ ଆରମ୍ଭ କରି ସବୁର କ୍ଷୟକ୍ଷତି ଆକଳନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୪୮ ଘଣ୍ଟା ମଧ୍ୟରେ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରି ପଠାଇବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଜିଲ୍ଲାପାଳମାନଙ୍କ ପ୍ରାଥମିକ ରିପୋର୍ଟ ଭିତ୍ତିରେ ସରକାର ଏବେ କ୍ଷୟକ୍ଷତି ଆକଳନ କରିବେ । ପରବର୍ତ୍ତୀ ସମୟରେ ଜିଲ୍ଲାପାଳମାନେ ଚୂଡ଼ାନ୍ତ ରିପୋର୍ଟ ଦେବେ । ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଭିତ୍ତିରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି ।
Previous Post

ଆକଳନ ସଠିକ୍: ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କଲା ‘ଅମ୍ଫନ୍’

Next Post

ବାଟ ହୁଡ଼ିଲା ଟୁଇଟ୍ ମାଷ୍ଟରଙ୍କ ଟୁଇଟ୍ !

Next Post
ବାଟ ହୁଡ଼ିଲା ଟୁଇଟ୍ ମାଷ୍ଟରଙ୍କ ଟୁଇଟ୍ !

ବାଟ ହୁଡ଼ିଲା ଟୁଇଟ୍ ମାଷ୍ଟରଙ୍କ ଟୁଇଟ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA