Tuesday, January 20, 2026 01:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Editors Pick

ମହାମାରୀ ଫାଶରେ ଓଟିଭି!

by Our Correspondent
08 Aug, 2020- 09:15 PM
in Editors Pick, Latest News, News
1 min read
0
ଭୁବନେଶ୍ୱର: ମହାମାରୀ କରୋନା ସମୟରେ ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରଚାର କରିଥିବାରୁ ଓଟିଭି ବିରୋଧରେ ବିଏମସି କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଛନ୍ତି । ଓଟିଭିକୁ ଥାନାରେ ହାଜର ହୋଇ ତୁରନ୍ତ ଜବାବ ରଖିବାକୁ କୁହାଯାଇଥିଲେ ମଧ୍ୟ ଓଟିଭି କର୍ତ୍ତୃପକ୍ଷ ଦେଇପାରିନାହାନ୍ତି । ୭ ଦିନ ସମୟ ନେଇଛନ୍ତି ।
ଏଣେ ଓଟିଭି ବିରୋଧରେ ଥାନାରେ ଏତଲା ହୋଇଥିବାରୁ ତମ୍ବିତୋଫାନ ଆରମ୍ଭ ହୋଇଛି । ଓଟିଭି ସପକ୍ଷରେ ଦି ପଦ କହି କିଛି ବରିଷ୍ଠଙ୍କୁ ଟିଭି ପରଦାରେ ରହିବା ସୁଯୋଗ ମିଳିଯାଇଛି । ପ୍ରେସ୍ ଫ୍ରିଡମ୍ ର କଥା କହି ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସରକାରଙ୍କ କୋଭିଡ୍ ପରିଚାଳନାରେ ତ୍ରୁଟି ବିଚ୍ୟୁତି ସହିତ ଓଟିଭି ମାମଲାକୁ ଯୋଡାଯାଉଛି । ସେପଟେ ଓଟିଭି କର୍ତ୍ତୃପକ୍ଷ ନିଜକୁ ଦାୟିତ୍ୱବାନ ଓ ନିରପେକ୍ଷ ସାମ୍ବାଦିକତାର ସଫେଇ ଦେଇ ଗର୍ବରେ ଫୁଲି ଉଠିଛନ୍ତି ।
ଘଟଣା ହେଉଛି ଏହିଭଳି । ଦୁଇଜଣ ଅଜଣା ବ୍ୟକ୍ତିଙ୍କ ଟେଲିଫୋନିକ କଥାବାର୍ତ୍ତା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । ସେଥିରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇ ହସ୍ପିଟାଲ୍ ରୁ ଫେରିଥିବା ଜଣେ ବ୍ୟକ୍ତି ତାଙ୍କର ବନ୍ଧୁଙ୍କ ଆଗରେ ନିଜର ଅନୁଭୂତି ବଖାଣୁଛନ୍ତି । ହସ୍ପିଟାଲ୍ ରେ କିଛି ମେଡ଼ିସିନ୍ ଦିଆଯାଉନି କି କେହି ପଚାରୁନାହାନ୍ତି । କେନ୍ଦ୍ର ସରକାର ରୋଗୀ ପିଛା ୧ଲକ୍ଷରୁ ଦେଢ଼ଲକ୍ଷ ଦେଉଥିବାରୁ ଘରୋଇ କୋଭିଡ୍ ହସ୍ପିଟାଲ୍ ଗୁଡ଼ିକ ଦୈନିକ ୧୦୦ ରୋଗୀଙ୍କୁ ଆଡମିସନ୍ କରିବାକୁ ଟାର୍ଗେଟ୍ ରଖିଛନ୍ତି । ନେଗେଟିଭ୍ ଙ୍କୁ ପଜିଟିଭ୍ ଦର୍ଶାଇ ସରକାର ଫାର୍ସ କରୁଛନ୍ତି । ଏହାହିଁ କଥାବାର୍ତ୍ତାର ମୋଟାମୋଟି ବିଷୟବସ୍ତୁ ।
ଏହି ଭାଇରାଲ୍ ଅଡ଼ିଓରେ ଥିବା ସ୍ୱର କାହାର, ସେମାନଙ୍କର ପରିଚୟ କ’ଣ ତାହାକୁ ଯାଞ୍ଚ କରା ନ ଯାଇ ଓଟିଭିର ସୋସିଆଲ୍ ମିଡ଼ିଆ ଫ୍ଲାଟଫର୍ମରେ ପ୍ରସାର କରାଯାଇଛି । ଓଟିଭି ଲୋଗୋ ରହି ଖବରଟି ଆସିବା ପରେ ଅଧିକାଂଶ ଲୋକଙ୍କର ଏହି ଧାରଣା ହୋଇଛି ଯେ କରୋନାକୁ ନେଇ ସରକାର ଯେଉଁ କଥା କହୁଛନ୍ତି ସେସବୁ ବକବାସ୍ । ଟଙ୍କା ଖାଇବା ଚକ୍କରରେ ଏଭଳି କରାଯାଉଛି । ମୋଟାମୋଟି କରୋନାକୁ ନେଇ ଏହା କିଛି ଲୋକଙ୍କୁ ଭୟଭୀତ ଏବଂ କିଛି ଲୋକଙ୍କୁ ଫୁଲାଫାଙ୍କା ହେବାକୁ ଉତ୍ସାହିତ କରିଛି । ଯାହାର ପରିଣାମ ନିଶ୍ଚିତ ଭୟଙ୍କର ।
ମୁଖ୍ୟ ପ୍ରଶ୍ନ ହେଉଛି, ଗୋଟିଏ ପ୍ରତିଷ୍ଠିତ ଏବଂ ଦାୟିତ୍ୱବାନ ଗଣମାଧ୍ୟମ ବିନା ଯାଞ୍ଚରେ ଗୋଟିଏ ଅଜଣା ଅଡ଼ିଓକୁ ପ୍ରସାର କରିପାରିବ କି? ସୋସିଆଲ୍ ମିଡ଼ିଆରେ ବୁଲୁଥିବା ଏଭଳି ଅନେକ ରୋଚକଭରା ଅଡ଼ିଓକୁ ଓଟିଭି ନିଜ ପ୍ଲାଟଫର୍ମରେ ସ୍ଥାନ ଦେବ କି?
ଦ୍ୱିତୀୟରେ, ଅଡ଼ିଓ କଥାବାର୍ତ୍ତାରେ କୋଭିଡ୍ ଚିକିତ୍ସାକୁ ଲୋକଟି ତାତ୍ସଲ୍ୟ କରି ବିଭିନ୍ନ ଟିପ୍ପଣୀ ଦେଉଛି । ଡାକ୍ତରମାନେ କିଛି ମେଡ଼ିସିନ୍ ଦେଉନାହାନ୍ତି ବୋଲି କହୁଛନ୍ତି । ଅଡିଓକୁ ପ୍ରସାର କରିଥିବା ଓଟିଭି କର୍ତ୍ତୃପକ୍ଷ କ’ଣ ଏତିକି ଜାଣନ୍ତି ନାହିଁ ଯେ କରୋନା ପାଇଁ ଏପର୍ଯ୍ୟନ୍ତ ଚିକିତ୍ସା ବାହାରିନାହିଁ । କୋଭିଡ୍ ହସ୍ପିଟାଲ୍ ରେ ପିପିଇ କିଟ୍ ପିନ୍ଧି ଡାକ୍ତର ଓ ନର୍ସମାନେ କେଉଁଭଳି କଠିନ ପରିସ୍ଥିତିରେ କାମ କରୁଛନ୍ତି ତାହା ଓଟିଭି ଆଗରୁ ଦେଖାଇଥିଲେ ମଧ୍ୟ ତାହାକୁ ଭୁଲିଗଲେ କେମିତି? ଏଭଳି ଅଡିଓ ପ୍ରସାର କରିବା ଦ୍ୱାରା କୋଭିଡ୍ ଯୋଦ୍ଧାଙ୍କ ମନ ଭାଙ୍ଗିଯାଉନି କି?
ଅଜଣା ଅଡ଼ିଓକୁ ଓଟିଭି ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରିଥିବା ମହାଶୟଙ୍କୁ ଏହା ଶୁଣିବାକୁ ଭଲ ଲାଗିଥିବାରୁ ସମ୍ଭବତଃ ସେ ମଜା ନେବାକୁ ଚାହିଁଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାକୁ କଡ଼ା ସମାଲୋଚନା ସହ କେନ୍ଦ୍ର ସରକାରଙ୍କ ପଇସା କଥା ଅଡ଼ିଓରେ ଥିବାରୁ ମାଲିକଙ୍କୁ ବି ଖୁସି କରାଇବାକୁ ଚାହିଁଥିବେ । ଜନସାଧାରଣଙ୍କ ଉପରେ ଏହି ଅଜଣା ଅଡ଼ିଓର କ’ଣ ପ୍ରଭାବ ପଡ଼ିବ ତାହା ଏହି ମହାଶୟ ଓ ଓଟିଭି କର୍ତ୍ତୃପକ୍ଷ ଚିନ୍ତା କରିନାହାନ୍ତି । ଗୋଟେ ଦାୟିତ୍ୱବାନ ଗଣମାଧ୍ୟମ ଓ ନିରପେକ୍ଷ ସାମ୍ବାଦିକତାର ଏହା କ’ଣ ଧର୍ମ??
ଗଣମାଧ୍ୟମର ସ୍ୱାଧୀନତା ଅଛି ସତ ହେଲେ ଲକ୍ଷ୍ମଣରେଖା ରହିଛି । ଏବେ ମହାମାରୀ ଆଇନରେ କିଛିଟା ସରକାରୀ ଅଙ୍କୁଶ ଅଛି । ଲୋକଙ୍କୁ ଭୟଭୀତ କରାଇବା ଭଳି ଖବର କିମ୍ବା ବିନା ଯାଞ୍ଚରେ ଖବର ପ୍ରକାଶ ଉପରେ ଆଇନର କଟକଣା ଲାଗିଛି । ସୁତରାଂ ଏଭଳି ସ୍ଥିତିରେ ଓଟିଭି ଯେଉଁ ଅଜଣା ଅଡ଼ିଓଟି ବିନା ଯାଞ୍ଚରେ ପ୍ରସାର କରିଛି ତାହା ଆଇନ ବିରୋଧୀ । ଓଟିଭି ଦଣ୍ଡ ପାଇବାକୁ ଯୋଗ୍ୟ ବୋଲି କୁହାଯାଇପାରିବ ।
ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାରେ ବ୍ୟାପକ ତ୍ରୁଟି ବିଚ୍ୟୁତି ରହିଛି ଏହା ବି ଜଳ ଜଳ । ସବୁଦିନ ବିଭିନ୍ନ ଜାଗାରୁ କୋଭିଡ୍ ପରିଚାଳନାର ତ୍ରୁଟି ବିଚ୍ୟୁତିର ଗଣ୍ଡା ଗଣ୍ଡା ଅଭିଯୋଗ ଆସୁଛି । ଏହା ବିରୋଧରେ ଗଣମାଧ୍ୟମର ସ୍ୱର ରହିଛି ଏବଂ ରହିବା ବି ନିହାତି ଜରୁରୀ । ତା’ ଅର୍ଥ ନୁହେଁ ଯେ କୌଣସି ଅଜଣା ବା ଫେକ୍ ଅଡ଼ିଓକୁ ବିନା ଯାଞ୍ଚରେ ପ୍ରଚାର କରିବା । ଯଦି ଖବର କରିବାର ଥିଲା ନିଜେ ଅନୁସନ୍ଧାନ କରି ଖବର କରାଯାଇ ପାରିଥାଆନ୍ତା । ହେଲେ ତାହା କରାଯାଇନାହିଁ । ଉଦ୍ଦେଶ୍ୟ କ’ଣ ତାହା ବି ଧରାପଡ଼ିଯାଉଛି । ହେଲେ ଏହା ଜନସାଧାରଣଙ୍କ ହିତ ନୁହେଁ, ବରଂ କ୍ଷତି କରୁଛି । ଲୋକେ ଭୟଭୀତ/ଢ଼ିଲା ହେବା ସହ କରୋନା ଯୋଦ୍ଧାମାନଙ୍କ ମନୋବଳ ଭାଙ୍ଗିଯାଉଛି ।
ଆଜି ଓଟିଭି ବିରୋଧରେ ବିଏମସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ କେତେକଙ୍କୁ ବାଧୁଛି । ହେଲେ ବିଏମସିର ବେପରୁଆ କାର୍ଯ୍ୟକୁ ସେହି ଓଟିଭି ପ୍ରଶୟ ଦେଇନାହିଁ କି? କିଛି ଦିନ ତଳେ ଭୁବନେଶ୍ୱର ବାପୁଜୀନଗରର ‘ରାଜ୍ ଇଲେକଟ୍ରୋନିକ୍ସ’ର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେଲା ପରେ ବିଏମସି ସେହି ଦୋକାନକୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍ କରି ସିଲ୍ କରିଦେଲେ । ଓଟିଭି ସମେତ ପ୍ରାୟ ସବୁ ଚାନେଲ୍ ଏହି ଖବର ଓ ଭିଜୁଆଲ୍ ନେଲେ । ମାତ୍ର କେହି ବଜାଇଲେ ନାହିଁ । ୨/୩ ଦିନ ପରେ ‘ରାଜ୍ ଇଲେକଟ୍ରୋନିକ୍ସ’ ଦୋକାନ ଖୋଲି ବେପାର ଜମେଇଲା । ବିଏମସି କମିଶନରଙ୍କ ପ୍ରଚ୍ଛନ୍ନ ସହଯୋଗରେ ହୋଇଥିବା ଏହି ବେଆଇନ କାର୍ଯ୍ୟକୁ ଓଟିଭି ଖବର ବି କଲାନି । ବିଜ୍ଞାପନ ଆଗରେ ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ଆଖି ବୁଜିଦେଲା । ଗୋଟେ ଦାୟିତ୍ୱବାନ ପ୍ରତିଷ୍ଠିତ ଗଣମାଧ୍ୟମର ଏହା କିଭଳି ଦାୟିତ୍ୱ?
ନିଜକୁ ନିରପେକ୍ଷ ବୋଲି ଦାବି କରୁଥିବା ଓଟିଭି କେତେ ନିରପେକ୍ଷ ତାହା ଓଡ଼ିଶାବାସୀ ଦେଖିଛନ୍ତି । ମାଲିକ ବିଜେଡ଼ି ବଡ଼ନେତା ହୋଇଥିବାରୁ ଦୀର୍ଘ ଦେଢ଼ ଦଶନ୍ଧୀରୁ ଉଦ୍ଧ୍ୱର୍ ସମୟ ନବୀନ ପଟ୍ଟନାୟକଙ୍କ ସରକାରର ସ୍ତୁତିଗାନରେ ମାତିଲା । ବିଜେଡ଼ି ସରକାର ସୁନାମୁଣ୍ଡା ହୋଇଥିଲା । କୌଣସି ଭୁଲଭଟକା ଦେଖାଯାଉ ନ ଥିଲା । ଯେବେଠାରୁ ମାଲିକଙ୍କ ବିଜେଡ଼ି ସମ୍ପର୍କ ଛିନ୍ନ ହେଲା ସେବେଠୁ ବିଜେଡ଼ି ସରକାରର ଦୋଷତ୍ରୁଟି ଓଟିଭି ନଜରକୁ ଆସିଲା ।
ଏବେ ନବୀନ ସରକାରଙ୍କ ଦୋଷତ୍ରୁଟି ଖୋଜିବାରେ ୨୪ ଘଣ୍ଟା ବୁଡ଼ିଥିବା ଓଟିଭିକୁ କେନ୍ଦ୍ରରେ ମୋଦି ସରକାରଙ୍କର କିଛି ଦୋଷତ୍ରୁଟି କିନ୍ତୁ ଦେଖାଯାଉନାହିଁ । ସତେ ଯେମିତି କେନ୍ଦ୍ରରେ ରାମ ରାଇଜର ଶାସନ ଚାଲିଛି । କୋଭିଡ୍ ରେ ୨୦ ଲକ୍ଷ ଆକ୍ରାନ୍ତ ଏବଂ ସାଢ଼େ ୪୨ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଥିଲେ ମଧ୍ୟ ଥରୁଟିଏ ପ୍ରଶ୍ନ ନାହିଁ । ୟେ ପୁଣି ଓଟିଭିର କୁଆଡ଼େ ନିରପେକ୍ଷତା?
ମଜ୍ଜା କଥା ହେଉଛି, ଦୀର୍ଘ ୧୬/ ୧୭ ବର୍ଷ ଧରି ଓଟିଭିକୁ ଆମ ଟିଭି କହୁଥିବା ବିଜେଡ଼ିର ନେତା, କୁଜିନେତା, କର୍ମୀମାନଙ୍କ ପାଇଁ ଏବେ ଓଟିଭି ଅଛୁଆଁ ହୋଇଛି । ଓଟିଭି ନାଁ ଶୁଣିଲେ ବିଜେଡ଼ିବାଲାଙ୍କ ଦେହ ଥରୁଛି । ଅନ୍ୟପକ୍ଷରେ ଦୀର୍ଘ ୧୬/୧୭ ବର୍ଷ ଧରି ଓଟିଭିକୁ ବିଜେଡ଼ି ଟିଭି କହୁଥିବା ବିଜେପି ନେତାଙ୍କ ପାଇଁ ଏବେ ଓଟିଭି ଆମ ଟିଭି ହୋଇଛି । ଓଟିଭି ନାଁ ଶୁଣିଲେ ବିଜେପି ନେତାଙ୍କୁ କୁତୁକୁତୁ ଲାଗୁଛି । ଆଉ ତଥାକଥିତ ବରିଷ୍ଠଙ୍କ କଥା ଛାଡ଼ନ୍ତୁ । ଯୁଆଡ଼େ ବର୍ଷା ସିଆଡ଼େ ଛତା ।
ଶେଷରେ ଏତିକି କୁହାଯାଇପାରେ, ମାଲିକଙ୍କ ରାଜନୈତିକ ସ୍ୱାର୍ଥ ହିଁ ଗଣମାଧ୍ୟମର ଆଭିମୁଖ୍ୟ ସ୍ଥିର କରୁଛି । ଲୋକଙ୍କ ସ୍ୱାର୍ଥ କୁ ପ୍ରମୁଖତା ଦେବାର ବାହାସ୍ଫୋଟ ମାରିବା ପୂରା ମିଛ । ସାମ୍ବାଦିକମାନେ ଏଠି ଗୋଟେ ଗୋଟେ ମୋହରା । ଚାକିରି ବଞ୍ଚାଇବା ପାଇଁ ମାଲିକଙ୍କ ମନ ବୁଝି ଯାହା ଚାଲିବା କଥା । ଏହି ବାସ୍ତବ ସତ୍ୟକୁ ଜନସାଧାରଣ ବି ବୁଝିସାରିଲେଣି ।
Previous Post

ବିମାନ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୧୮କୁ ବଢ଼ିଲା

Next Post

ଆଜି ୧୩ ମୃତ,୧୭୩୪ ପଜିଟିଭ୍: ଖୋର୍ଦ୍ଧାରୁ ୩୪୨, ଗଞ୍ଜାମରୁ ୨୨୨

Next Post

ଆଜି ୧୩ ମୃତ,୧୭୩୪ ପଜିଟିଭ୍: ଖୋର୍ଦ୍ଧାରୁ ୩୪୨, ଗଞ୍ଜାମରୁ ୨୨୨

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19150 shares
    Share 7660 Tweet 4788
  • ନବୀନ..ନବୀନ, ମୋହନ..ମୋହନ

    16594 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA