ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ୩୦୦ ଟପିଛି କରୋନା । ଖୋର୍ଦ୍ଧାରୁ ସର୍ବାଧିକ ୩୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୨୨୨, କଟକରୁ ୧୭୭, ସୁନ୍ଦରଗଡ଼ରୁ ୧୨୬, ନୟାଗଡ଼ରୁ ୧୦୬ ଆକ୍ରାନ୍ତ ବାହାରିଛନ୍ତି ।
ଏହିଭଳି ଗତ ୨୪ ଘଣ୍ଟାରେ ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ରାଜ୍ୟରୁ ଆଉ ୧୩ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମରୁ ସର୍ବାଧିକ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା ବେଳେ କୋରାପୁଟରୁ ୨ ଏବଂ ବାଲେଶ୍ୱର, ଭୁବନେଶ୍ୱର, ଖୋର୍ଦ୍ଧା, ବରଗଡ଼, ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
ମୋଟ ଭାବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ କୁ ବୃଦ୍ଧି ପାଇଛି । ୩୦,୨୪୨ ଜଣ ସୁସ୍ଥ ହୋଇଛନ୍ତି । ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୩୬୪ । ଗଞ୍ଜାମରୁ ସର୍ବାଧିକ ୧୨,୮୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୬,୪୪୫ ଆକ୍ରାନ୍ତ ଚିହ୍ନଟ ହେଲେଣି ।
ସେହିଭଳି ରାଜ୍ୟରେ ଆଜିର ୧୩ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ପହଞ୍ଚିଛି ୨୭୨ । କେବଳ ଗଞ୍ଜାମ ଜିଲ୍ଲାରୁ ୧୩୧ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ଖୋର୍ଦ୍ଧା ଜିଲ୍ଲାରୁ ୩୫, ସୁନ୍ଦରଗଡ଼ରୁ ୧୭, ଗଜପତିରୁ ୧୬ ଏବଂ କଟକ ଜିଲ୍ଲାରୁ ୧୧ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୪, ବାଲେଶ୍ୱର-୭୩, ବରଗଡ଼-୫୧, ଭଦ୍ରକ-୫୮, ବଲାଙ୍ଗୀର-୬, କଟକ-୧୭୭, ଦେବଗଡ଼-୫, ଢ଼େଙ୍କାନାଳ-୨୯, ଗଜପତି-୮୫, ଗଞ୍ଜାମ-୨୨୨, ଜଗତସିଂହପୁର-୧୨, ଯାଜପୁର-୩୮, ଝାରସୁଗୁଡ଼ା-୬, କଳାହାଣ୍ଡି-୨୪, କନ୍ଧମାଳ-୫୯, କେନ୍ଦ୍ରାପଡ଼ା-୨, କେଉଁଝର-୨୭, ଖୋର୍ଦ୍ଧା-୩୪୨, କୋରାପୁଟ-୬୦, ମାଲକାନଗିରି-୫୨, ମୟୁରଭଞ୍ଜ-୩୫, ନବରଙ୍ଗପୁର-୧୩, ନୟାଗଡ଼-୧୦୬, ନୂଆପଡ଼ା-୨୨, ପୁରୀ-୫୫, ରାୟଗଡ଼ା-୧୮, ସମ୍ବଲପୁର-୧୪, ସୋନପୁର-୧୩, ସୁନ୍ଦରଗଡ଼-୧୨୬ ।