Monday, June 22, 2026 09:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୋଷ ଘୋଡ଼ାଇବା ଚାଲ୍ ରେ ଓଟିଭି

by Our Correspondent
09 Aug, 2020- 08:17 PM
in Editors Pick, Latest News, News
1 min read
0
ଭୁବନେଶ୍ୱର: ଦୁଇଜଣ ଅଜଣା ବ୍ୟକ୍ତିଙ୍କ କଥାବାର୍ତ୍ତାର ଅଡିଓ କ୍ଲିପ୍ କୁ ଓଟିଭି ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ସେୟାର କରାଗଲା । ଏହି ଦୁଇଜଣ କିଏ ତାହା ସଂସ୍ଥା ଜାଣିନାହାନ୍ତି । ଏହି ଅଡିଓର ସତ୍ୟତା କେତେ ତାହା ଅନୁସନ୍ଧାନ କରାଯାଇନାହିଁ । ଏହି ଭୁଲ୍ ପାଇଁ ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ମାତ୍ର ଏହି ମୂଳକଥାଟିକୁ ଭୁଲେଇ ପ୍ରେସ୍ ଫ୍ରିଡମ୍ ର ସ୍ଲୋଗାନ୍ ବଜାଉଛି ଓଟିଭି । ସାମୁହିକ ଗଣମାଧ୍ୟମ ନାଁରେ ପାର୍ ହେବାକୁ ଚେଷ୍ଟା କରୁଛି । ସରକାର ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି କହି ଜନମତ ସୃଷ୍ଟି କରୁଛନ୍ତି । ସବୁଠାରୁ ଦୁର୍ଭାଗ୍ୟର କଥା, କିଛି ବରିଷ୍ଠ ସାମ୍ବାଦିକ ଏବଂ ରାଜନେତା ଏହାକୁ ସମର୍ଥନ କରି ବିବୃତି ଢ଼ାଳୁଛନ୍ତି । ସେମାନଙ୍କ ଯୁକ୍ତି ଓଟିଭି ଯାହା କରିଛି, ଠିକ୍ କରିଛି । ତା’ ବିରୋଧରେ ମାମଲା ହେବା ଆକ୍ରୋଶମୂଳକ, ପ୍ରତିହିଂସାପରାୟଣତା ।
ମହାମାରୀ ବେଳେ କୌଣସି ଖବରର ସତ୍ୟତା ଯାଞ୍ଚ ନ କରି ଗଣମାଧ୍ୟମରେ ପ୍ରସାରଣ କରିବା ଉପରେ କଟକଣା ଅଛି । ଧରନ୍ତୁ, ମହାମାରୀ ସମୟ ନହୋଇ ସାଧାରଣ ସମୟରେ ସେହି ଓଟିଭି ଅଫିସ୍ କୁ ଏକ ଅଜଣା ସୂତ୍ରରୁ ଏକ ଅଡିଓ ଆସିବ । ତାହାର ଭିତ୍ତି ଏବଂ ସତ୍ୟାସତ୍ୟ ଯାଞ୍ଚ ନ କରି ଓଟିଭି ପ୍ରସାରଣ କରିଦେବ କି?
ମନେକରାଯାଉ, ନିର୍ଦ୍ଦିଷ୍ଟ ଅଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଜୟନ୍ତ ପଣ୍ଡା କି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମ୍ପର୍କରେ କୁତ୍ସାରଟନା କରାଯାଇଛି । ତାହାକୁ ଓଟିଭି ପ୍ରସାରଣ କରିପାରିବ ତ? ଯଦି କଲା, ବୈଜୟନ୍ତ ପଣ୍ଡା ତାହାକୁ ସମ୍ଭାଳି ନେବେ କି? ଅପରାଜିତା ଷଡ଼ଙ୍ଗୀ ପ୍ରେସ୍ ଫି୍ରଡମ୍ କଥା କହି ଓଟିଭି ସପକ୍ଷରେ ବିବୃତି ଦେବେ କି?
ଏବେ ସୋସିଆଲ୍ ମିଡ଼ିଆରେ ଆଉ ଏକ ଅଡ଼ିଓ କ୍ଲିପ୍ ଭାଇରାଲ୍ ହୋଇଛି । ସେଥିରେ ଓଟିଭି ସାମ୍ବାଦିକ ପରିଚୟ ଦେଉଥିବା ବ୍ୟକ୍ତି କୋଭିଡ୍ ହସ୍ପିଟାଲ୍ ରୁ ସୁସ୍ଥ ହୋଇ ଫେରିଥିବା ଜଣେ ବ୍ୟକ୍ତିଙ୍କୁ କୋଭିଡ୍ ପରିଚାଳନାରେ ତ୍ରୁଟି ଏବଂ ସରକାରଙ୍କ ବିରୋଧରେ କହିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ଯାଚୁଛନ୍ତି । ଏହି ଭାଇରାଲ୍ ଅଡିଓକୁ ଓଟିଭି ନିଜ ପ୍ଲାଟଫର୍ମରେ ସ୍ଥାନ ଦେଇପାରିବ କି?
ଏକ ଦାୟିତ୍ୱବାନ ଗଣମାଧ୍ୟମ ବୋଲି ଦାବି କରୁଥିବା ଓଟିଭି ନିଜର ଅକ୍ଷମଣୀୟ ତ୍ରୁଟି ପାଇଁ ଲଜ୍ଜିତ ହେବା ବଦଳରେ ତାହାକୁ ଭିନ୍ନ ରଙ୍ଗ ଦେଇ ପ୍ରଚାର ଚଳାଇଛି । ଉଧାର ବିବୃତ୍ତି କୁ ଅସ୍ତ୍ର କରିଛି । ଓଟିଭି ଛାପାମରା ବରିଷ୍ଠଙ୍କ ବୟାନକୁ ସାମଗ୍ରିକ ଭାବେ ଗଣମାଧ୍ୟମର ମତ ବୋଲି ଦର୍ଶାଉଛି । ଏହା କି ପ୍ରକାର ଦାୟିତ୍ୱବାନ ସାମ୍ବାଦିକତା ବୁଝିହେଉନାହିଁ ।
ଏକ ଖବରକୁ ନେଇ ଗଣମାଧ୍ୟମ ସଂସ୍ଥା ଏବଂ ସାମ୍ବାଦିକଙ୍କ ବିରୋଧରେ ଛୋଟବଡ଼ କେସ୍ ହେବା ସାଧାରଣ ଘଟଣା । ଓଟିଭି ବିରୋଧରେ ଯଦି କେସ୍ ହୋଇଛି, ତେବେ ନିଜ ବଳରେ ତାହାକୁ ଦମ୍ଭର ସହ ସାମନା ନ କରି ରାଜନୈତିକ ସହାନୁଭୂତି ଗୋଟାଉଛି କାହିଁକି? ଚୋରି କରି ମୁହଁ ଫୁଟାଣି ମାରିବା ନ୍ୟାୟରେ ଏକ ଅଜଣା ଅଡ଼ିଓର ପ୍ରସାରଣ କରି ସଚ୍ଚା ସାମ୍ବାଦିକତା କଥା କହୁଛି । ଯଦି ଏତେ ଫୁଟାଣି, ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରୁ ସେହି ନିର୍ଦ୍ଦିଷ୍ଟ ଅଡ଼ିଓ କ୍ଲିପ୍ ଟିକୁ ହଟାଇଦେଲା କ’ଣ ପାଇଁ? ପୁଲିସରେ ପକ୍ଷ ରଖିବାକୁ ୭ ଦିନ ସମୟ ନେଲା କାହିଁକି? ସାମ୍ବାଦିକତାକୁ ଢ଼ାଲ କରି ମାଲିକଙ୍କ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାର ମାନସିକତା ପାଇଁ ଓଟିଭି ବରଂ ଲଜ୍ଜିତ ହେବା କଥା ଏହା ବହୁ ସାମ୍ବାଦିକଙ୍କ ମତ ।
ବରିଷ୍ଠ ସାମ୍ବାଦିକ ଶୀତଲ ତରଙ୍ଗ ବେଉରିଆ ଏକ ଚ୍ୟାନେଲ୍ କୁ ଦେଇଥିବା ସାକ୍ଷାତାକାରରେ କହିଛନ୍ତି, ସାମ୍ବାଦିକତାର ନିର୍ଦ୍ଦିଷ୍ଟ ସୀମାରେଖା ଅଛି । କୌଣସି ଗଣମାଧ୍ୟମ ସଂସ୍ଥା କିମ୍ବା ସାମ୍ବାଦିକ ଆଇନର ଉଦ୍ଧ୍ୱର୍ରେ ନୁହଁନ୍ତି । ନିଜର ଭୁଲ୍ ଆଗ ଦେଖି ତାକୁ ସଜାଡ଼ି ଦିଅନ୍ତୁ, ନଚେତ୍ ଦଣ୍ଡ ପାଆନ୍ତୁ । କାହାରି ବ୍ୟକ୍ତିଗତ ବା ରାଜନୈତିକ ଏଜେଣ୍ଡା ପାଇଁ ସାମ୍ବାଦିକତାକୁ ବଳି ଦିଅନ୍ତୁ ନାହିଁ ବୋଲି ଶ୍ରୀ ବେଉରିଆ ପରାମର୍ଶ ଦେଇଛନ୍ତି ।
ବିନା ଯାଞ୍ଚରେ ଏକ ଅଡିଓ କ୍ଲିପ୍ କୁ ଦାୟିତ୍ୱବାନ ଗଣମାଧ୍ୟମ କହୁଥିବା ଟିଭି ସଂସ୍ଥା ପ୍ରସାର କରିବାକୁ ନେଇ ଶ୍ରୀ ବେଉରିଆ ଆଶ୍ଚର୍ଯ୍ୟପ୍ରକଟ କରିଥିବା ବେଳେ ଏହାକୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷଙ୍କ ଆଭିମୁଖ୍ୟକୁ ପ୍ରଶ୍ନ କରିଛନ୍ତି ।
Previous Post

ଆଜି ୧୩ ମୃତ,୧୭୩୪ ପଜିଟିଭ୍: ଖୋର୍ଦ୍ଧାରୁ ୩୪୨, ଗଞ୍ଜାମରୁ ୨୨୨

Next Post

ଭାଇରାଲ୍ ଅଡିଓ : ଓଟିଭି ଭାୟା ଅରଟେଲ୍ କର୍ମଚାରୀ

Next Post

ଭାଇରାଲ୍ ଅଡିଓ : ଓଟିଭି ଭାୟା ଅରଟେଲ୍ କର୍ମଚାରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA