Wednesday, April 29, 2026 11:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭାଇରାଲ୍ ଅଡିଓ : ଓଟିଭି ଭାୟା ଅରଟେଲ୍ କର୍ମଚାରୀ

by Our Correspondent
10 Aug, 2020- 06:36 PM
in Latest News, News
1 min read
0
ଭୁବନେଶ୍ୱର: ଓଟିଭି ସୋସିଆଲ୍ ମିଡ଼ିଆରେ ପ୍ରସାରିତ ଅଜଣା ଅଡିଓର ଗୁମର ଖୋଲିଛି । ଓଟିଭି ମାଲିକଙ୍କ ପୁରୁଣା ସଂସ୍ଥା ଓରଟେଲ୍ ର ଜଣେ ଆଇଟି କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଏବଂ ତାଙ୍କ ବନ୍ଧୁ ବିଶ୍ୱଜିତ୍ ମହାନ୍ତିଙ୍କ ମଧ୍ୟରେ ଏହି କଥାବାର୍ତ୍ତା ହୋଇଥିଲା । ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ରେକର୍ଡିଂ କରାଯାଇ ଅଡିଓ କ୍ଲିପ୍ କୁ ଭାଇରାଲ୍ କରାଯାଇଥିଲା ।
ଅଡିଓକୁ ଛାନଭିନ୍ କରି ପୁଲିସ ଏହି ଦୁଇବ୍ୟକ୍ତିଙ୍କୁ ଠାବ କଲା ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଆଇପିସି ୨୬୯, ୨୭୦ (ଜୀବନ ପ୍ରତି ବିପଦ ଥିବା ରୋଗର ପ୍ରସାର କରାଇବାରେ ସାହାଯ୍ୟ କରିବା/ ମନ୍ଦ ଉଦ୍ଦେଶ୍ୟ ରଖିବା), ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) ଏବଂ ୫୦୫-ବି (ଉଦ୍ଦେଶ୍ୟମୂଳକ ଭାବେ ଲୋକଙ୍କୁ ଡରାଇବା) ଧାରାରେ ଦୁହିଁଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପଚରାଉଚୁରା ବେଳେ ସେମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ତଦନ୍ତକାରୀ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ସେମାନଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରାଯିବ ।
ଓଟିଭି ସୋସିଆଲ୍ ମିଡ଼ିଆରେ ପ୍ରସାରିତ ହୋଇଥିଲା ଏହି ଅଡିଓ ବାର୍ତ୍ତାଳାପ । ତାହାପୁଣି ବିନା ଯାଞ୍ଚରେ । ବାର୍ତ୍ତଳାପ କରିଥିବା ବ୍ୟକ୍ତି ଓରଟେଲ୍ ଆଇଟି(ଇଣ୍ଟରନେଟ୍) କର୍ମଚାରୀ ଜଣାପଡ଼ିବା ପରେ ଏବେ ଓଟିଭି ପାଇଁ ଅଡୁଆ ବଢ଼ିଯାଇଛି । ଏହି ଭାଇରାଲ୍ ଅଡିଓ ଓଟିଭି ପାଇଁ ଯେ ଅଜଣା ଥିଲା ତାହା ସନ୍ଦେହ ସୃଷ୍ଟି କରିଛି । ଏହା ରନ୍ଧାଖବର ବୋଲି ପୁଲିସକୁ ସୁରାକ୍ ମିଳିଥିବାରୁ ଅଧିକ ଅନୁସନ୍ଧାନ ଚଳାଇଛି ।
ରୋଚକ କଥା ହେଉଛି, ଏଭଳି ଅଡିଓ ଭାଇରାଲ୍ ଠିକ୍ ନୁହେଁ ବୋଲି ଓଟିଭି ମାନିଗଲାଣି । ତେବେ ଏହାକୁ ସମଗ୍ର ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚାଇଥିବା ଓଟିଭି ସେଥିରେ ଭାଗୀଦାର ନୁହେଁ ବୋଲି ଅଜବ ଯୁକ୍ତି ଶୁଣାଇଛନ୍ତି । ମହାମାରୀ ଆଇନର ଗଣ୍ଡିରେ ଲୋକମାନଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବା ଅପରାଧ । ଯିଏ ଏହାକୁ ୨୦/୨୫ ଜଣଙ୍କୁ ପଠାଇ ଭାଇରାଲ୍ କରିଛନ୍ତି ସିଏ ଦୋଷୀ । ମାତ୍ର ଏହାର ସତ୍ୟତା ଯାଞ୍ଚ ନ କରି ଯିଏ ଏହାକୁ ସାଢ଼େ ଚାରି କୋଟି ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି ସିଏ ଦୋଷୀ ନୁହଁନ୍ତି । କିଛି ବ୍ୟକ୍ତିଙ୍କ ମୁହଁରେ ଏଭଳି ଯୁକ୍ତି ଦର୍ଶଯାଇଛି ।
ଆଶ୍ଚର୍ଯ୍ୟର କଥା, ତଦନ୍ତ ନ ସରୁଣୁ ଗିରଫ ଓରଟେଲ୍ କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରାଙ୍କୁ ଆଗତୁରା କ୍ଲିନ୍ ଚିଟ୍ ଦେଇଦେଲାଣି ଓଟିଭି । କୁଆଡ଼େ ଲକ୍ଷ୍ମୀକାନ୍ତଙ୍କୁ ତାଙ୍କର ବନ୍ଧୁ ବିଶ୍ୱଜିତ୍ ଫୋନ୍ କରି କୋଭିଡ୍ ଚିକିତ୍ସା ନେଇ ହସ୍ପିଟାଲ୍ ର ଅନୁଭୂତି ଜାଣିବାକୁ ଚାହିଁଥିଲେ । ହସ୍ପିଟାଲ୍ ରେ ଯାହା ଘଟିଥିଲା ତାହା ସେ କହିଥିଲେ । ଲକ୍ଷ୍ମୀକାନ୍ତଙ୍କ ଅଜାଣତରେ ଏହାକୁ ରେକର୍ଡିଂ କରି ବିଶ୍ୱଜିତ୍ ୨୦/୨୫ ଜଣଙ୍କୁ ପଠାଇଛନ୍ତି । ତେଣୁ ଭିଡ଼ିଓ ଭାଇରାଲ୍ ପଛରେ ଲକ୍ଷ୍ମୀକାନ୍ତଙ୍କର କୌଣସି ଭୂମିକା ନାହିଁ । ଲକ୍ଷ୍ମୀକାନ୍ତଙ୍କ ଏହି ବୟାନକୁ ଓଟିଭି ବ୍ରେକିଂ ଖବର କରି ଦେଖୋଉଛି ।
ସେପଟେ, ଅନ୍ୟତମ ଅଭିଯୁକ୍ତ ବିଶ୍ୱଜିତ୍ ମହାନ୍ତି ଓଟିଭିର ଦାୟିତ୍ୱହୀନତାକୁ ଅଙ୍ଗୁଳି ଉଠାଇଛନ୍ତି । ଏଭଳି ଏକ ଭାଇରାଲ୍ ଭିଡ଼ିଓର ସତ୍ୟତା ଯାଞ୍ଚ ନ ହୋଇ ଟିଭିରେ କିଭଳି ପ୍ରସାର କରାଗଲା ତାହା ବୁଝି ପାରୁ ନ ଥିବା କହି ଗଣମାଧ୍ୟମ ଆଗରେ ନିଜର ରାଗ ଝାଡ଼ିଛନ୍ତି । ମାତ୍ର ଓଟିଭି ବିଶ୍ୱଜିତ୍ ଙ୍କର ଏହି ବୟାନକୁ ଦେଖାଉନାହିଁ ।
ଗୋଟେ ପଟେ ଲକ୍ଷ୍ମୀକାନ୍ତଙ୍କ ପାଇଁ ଓଟିଭି ଓକିଲାତି କରୁଥିଲା ବେଳେ, ସେପଟେ ସେ କାମ କରୁଥିବା ଓରଟେଲ୍ ସଂସ୍ଥା ସହ ଓଟିଭିର କୌଣସି ସମ୍ପର୍କ ନାହିଁ ବୋଲି ସଂସ୍ଥାର ଫାଇନାନ୍ସ ମୁଖ୍ୟ ସ୍ପଷ୍ଟୀକରଣ ରଖିଛନ୍ତି । ଓରଟେଲ୍ ସଂସ୍ଥାର ଗାଣିତିକ ତଥ୍ୟ ରଖି ଓଟିଭି ସଂସ୍ଥାଠାରୁ ତାହା ପୃଥକ୍ ବୋଲି ଦର୍ଶାଇଛନ୍ତି । ପଣ୍ଡା ମାଲିକାନାର କର୍ତ୍ତୃତ୍ୱରେ ଓରଟେଲ୍ କମ୍ପାନୀ ପରିଚାଳିତ ନୁହେଁ ବୋଲି ସଫେଇ ରଖିଛନ୍ତି ।
ଶେଷ ଖବର ଅନୁଯାୟୀ, ଗିରଫ ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତ୍ ଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଆସନ୍ତା ବୁଧବାର ଦିନ ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣିବ । ସେହିଭଳି, ପୁଲିସର ସମନ ପାଇଥିବା ଓଟିଭି କର୍ତ୍ତୃପକ୍ଷ ଆଜି ନିଜର ଲୋକସମ୍ପର୍କ ଅଧିକାରୀଙ୍କ ହାତରେ ଦସ୍ତାବିଜ୍ କ୍ୟାପିଟାଲ୍ ଥାନାକୁ ପଠାଇଥିଲେ । ମାତ୍ର ହାଜିରା ନୋଟିସ୍ ପାଇଥିବା ସଂସ୍ଥା କର୍ତ୍ତୃପକ୍ଷ ନିଜେ ଆସିବାକୁ ପୁଲିସ କହିଥିଲା ।
ଇତିମଧ୍ୟରେ ଓଟିଭିର ଅଡିଓ ପ୍ରସାରଣ ବିରୋଧରେ ସମ୍, କିମସ୍ ଏବଂ ହାଇଟେକ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ଆଗକୁ ଆସିଛନ୍ତି । ଏକ ମିଥ୍ୟା, ବିଭ୍ରାନ୍ତିକର ଓ ଗୁଜବସୃଷ୍ଟକାରୀ ଖବରକୁ ଓଟିଭି ସ୍ଥାନ ଦେବା ଦ୍ୱାରା କୋଭିଡ୍ ଯୋଦ୍ଧାଙ୍କ ମନବଳ ଭାଙ୍ଗିଯାଇଛି । ଏହା ଏକ ଗୁରୁତର ଘଟଣା ହୋଇଥିବାରୁ ଓଟିଭି ବିରୋଧରେ ସେମାନେ ମାନହାନି ମକଦ୍ଦମା କରିବାକୁ ଯାଉଥିବା କହିଛନ୍ତି ।
Previous Post

ଦୋଷ ଘୋଡ଼ାଇବା ଚାଲ୍ ରେ ଓଟିଭି

Next Post

କରୋନା ମୃତକଙ୍କ ପିଲାଙ୍କୁ କିଟ୍‌ ରେ ନାମଲେଖା ପ୍ରକ୍ରିୟା ଆରମ୍ଭ

Next Post

କରୋନା ମୃତକଙ୍କ ପିଲାଙ୍କୁ କିଟ୍‌ ରେ ନାମଲେଖା ପ୍ରକ୍ରିୟା ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA