Sunday, May 10, 2026 08:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜନୀତି ଜମିଲା: ବିଜେପି ବି ଦେଲା କୃଷିଋଣ ଛାଡ ପ୍ରତିଶ୍ରୁତି

by Our Correspondent
18 Dec, 2018- 03:47 PM
in Latest News, Politics
1 min read
0
ରାଜନୀତି ଜମିଲା: ବିଜେପି ବି ଦେଲା କୃଷିଋଣ ଛାଡ ପ୍ରତିଶ୍ରୁତି
ଭୁବନେଶ୍ୱର: ରାଜ୍ୟର ଚାଷୀଭାଈଙ୍କ ପାଇଁ ବିଜେଡ଼ି ଜୋର୍ କାନ୍ଦିବା ଆରମ୍ଭ କରିଥିବା ବେଳେ ବିଜେପି ପଛରେ ପଡ଼ିବାକୁ ଚାହିଁନି । ଋଣ ଛାଡ଼ର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାର୍ ହେବାକୁ ମନ କରିଛି । ବିଜେପି କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ ସହ ସୁଧ ମୁକ୍ତ ଋଣ ଦିଆଯିବ ବୋଲି ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । କୃଷି ଋଣ ଛାଡ଼ର ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ଆସିବା ପରେ ଓଡ଼ିଶାରେ ବିଜେପି ସେହି ଫର୍ମୂଲା ଆପଣେଇବାକୁ ଚାହିଁଛି । ବିଜେପି ଭଳି ଜାତୀୟ ଦଳର ନିର୍ବାଚନୀ ପ୍ରତିଶ୍ରୁତି ଦିଲ୍ଲୀରୁ ସ୍ଥିର ହେବାକୁ ଥିବା ବେଳେ ରାଜ୍ୟ ସଭାପତି ଆଗତୁରା କୃଷି ଋଣ ଛାଡ଼ ଘୋଷଣା କରିଛନ୍ତି ।
ରାଜ୍ୟ ବିଜେପି ଖାଲି ଏହି ପ୍ରତିଶ୍ରୁତିରେ ସୀମିତ ରହିବାକୁ ଚାହିଁନି । ଚାଷୀ ପ୍ରସଙ୍ଗରେ ବିଜେଡ଼ି ଯେଭଳି ଫାଇଦା ନ ନିଏ ତାହା ଜଗିବାକୁ ଚେଷ୍ଟା କରିଛି । ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ସ୍ୱାମୀନାଥନ୍ କମିଟି ରିପୋର୍ଟ କାର୍ଯ୍ୟକାରୀ ଦାବିରେ ଆସନ୍ତା ୮ ତାରିଖରେ ବିଜେଡ଼ିର ସଂସଦ ଭବନ ଘେରାଉ ନିଷ୍ପତ୍ତି ନେଇଥିବାରୁ ବିଜେପି ତାହାର ଟକ୍କର ଯୋଜନା କରିଛି । ସେହିଦିନ ଭୁବନେଶ୍ୱରରେ ଦଳ ପକ୍ଷରୁ ସଚିବାଳୟ ଘେରାଉ କରାଯିବ ବୋଲି ରାଜ୍ୟ ସଭାପତି ଘୋଷଣା କରିଛନ୍ତି । କୃଷି ଋଣ ଛାଡ଼ ଦାବିରେ ବିଜେପି ଏହି ଆନ୍ଦୋଳନ କରିବ ।
ଖାଲି ସେତିକି ନୁହେଁ, ଆଜିଠୁ ୭ ତାରିଖ ଯାଏଁ ବିଜେପିର ମଣ୍ଡି ଚାଲ ଅଭିଯାନ ହେବ । ସବୁ ମଣ୍ଡି ଆଗରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ରାଜ୍ୟ ସଭାପତି କହିଛନ୍ତି । ତାଙ୍କର କହିବା କଥା, ରାଜ୍ୟରେ ଥିବା ମଣ୍ଡିଗୁଡ଼ିକ ଅବ୍ୟବସ୍ଥା ଭିତରେ ବୁଡ଼ି ରହିଛି । ରାଜ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି । ନିର୍ବାଚନ ଖର୍ଚ୍ଚ ମିଲରଙ୍କଠାରୁ ଉଠାଇବାକୁ ସରକାର ଯୋଜନା ରଖିଛନ୍ତି । ଦିଲ୍ଲୀ ଯିବା ପରିବର୍ତ୍ତେ ରାଜ୍ୟ ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରନ୍ତୁ ।
ସେପଟେ ଚାଷୀ ପ୍ରସଙ୍ଗକୁ ନେଇ ବିଜେଡ଼ି-ବିଜେପିର ଛକାପଂଝା ଦେଖି ସହିପାରିନାହାନ୍ତି କଂଗ୍ରେସର ଏକଘରିକିଆ ନେତା ଶ୍ରୀକାନ୍ତ ଜେନା । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ରାଜ୍ୟ ସରକାରଙ୍କ ପାଖରେ କୃଷି ଋଣ ଛାଡ଼ ପାଇଁ ଦାବି କରିଛନ୍ତି । ଏହା ନ କଲେ ନବୀନ ସରକାରଙ୍କୁ ଲୋକେ ତଡ଼ିଦେବେ ବୋଲି ସେ କହିଛନ୍ତି । ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚାଷୀଙ୍କ ପାଇଁ ଲମ୍ବା ପ୍ରତିଶ୍ରୁତି ଦେଇଥିଲେ ।
ବିଜେପିର କୃଷି ଋଣ ଛାଡ଼ ଘୋଷଣା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ । ବିଜେପିର ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କୃଷି ଋଣ ଛାଡ଼ ପ୍ରସଙ୍ଗ ଉପରେ ରାଜ୍ୟ ସରକାର ଅନୁଧ୍ୟାନ କରୁଛନ୍ତି । ଠିକ୍ ସମୟରେ ଠିକଣା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ୫ ଟି ରାଜ୍ୟର ନିର୍ବାଚନ ଫଳ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଆସନ୍ତା ନିର୍ବାଚନରେ ଚାଷୀ ପ୍ରସଙ୍ଗକୁ ଦାନା ଧରେଇଛି । ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେପି ଶାସିତ ରାଜ୍ୟରେ ସରକାର ଚାଷୀଙ୍କ ପାଇଁ କୌଣସି ଆଖିଦୃଶିଆ କାମ କରିନାହିଁ । ବିଶେଷକରି ଏମଏସପି ଏବଂ ସ୍ୱାମୀନାଥନ୍ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇନାହାନ୍ତି ।
Previous Post

କେନ୍ଦ୍ର ଶୁଣିଲା: ତିତଲି ସହାୟତା ବାବଦରେ ମିଳିଲା ୧୦୨୩ କୋଟି

Next Post

କଂଗ୍ରେସର ଆନ୍ଦୋଳନ ବି ୮ରେ

Next Post
କଂଗ୍ରେସର ଆନ୍ଦୋଳନ ବି ୮ରେ

କଂଗ୍ରେସର ଆନ୍ଦୋଳନ ବି ୮ରେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA