Tuesday, May 26, 2026 05:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟ ବିଜେପିକୁ ଚଡ଼କ; ବଲାଙ୍ଗୀରରେ ବି ନିରାଶ କଲେ ମୋଦି

by Our Correspondent
15 Jan, 2019- 01:38 PM
in Latest News, News, Politics
1 min read
0
ରାଜ୍ୟ ବିଜେପିକୁ ଚଡ଼କ; ବଲାଙ୍ଗୀରରେ ବି ନିରାଶ କଲେ ମୋଦି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ସମାଲୋଚନା କରି ୮ଟି ପ୍ରଶ୍ନ ଛାଡ଼ିଥିଲେ ଖୋର୍ଦ୍ଧାରେ । ବାରିପଦାରେ ତାଠୁ ନରମ ଥିଲା ମୋଦିଙ୍କ ଭାଷଣ । ମହିଳା ସଶକ୍ତିକରଣ ଓ ପିପିଲି ଗଣଦୁଷ୍କର୍ମ ମାମଲା ଉପରେ ରାଜ୍ୟ ସରକାରଙ୍କୁ ଦୁଇପଦ ପରାମର୍ଶ ଦେଇ ଭାଷଣ ସାରିଥିଲେ । ଆଜି ବଲାଙ୍ଗୀରରେ ସେତିକି ବି ହେଲାନି । ବୋଧହୁଏ ଓଡ଼ିଶା ଆସିଥିବାରୁ ପ୍ରଧାନମନ୍ତ୍ରୀ କାମ ଚଳାଇବା ଭଳି ରାଜ୍ୟ ସରକାରଙ୍କ ଉପରେ ପଦୁଟିଏ କହିଲେ । ରାଜ୍ୟ ସରକାର ଖଣି ପାଣ୍ଠିରେ ଥିବା ଟଙ୍କା କାହିଁକି ଖର୍ଚ୍ଚ କରିପାରୁନାହାନ୍ତି ବୋଲି ପଚାରିଥିଲେ । ମୋଦି ଏଥିପାଇଁ ରାଜ୍ୟ ସରକାରଙ୍କୁ ସମାଲୋଚନା ନ କରି ଦୁଃଖ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟ ସରକାରଙ୍କ ଡିଏମଏଫ(ଡିଷ୍ଟି୍କ୍ଟ ମିନେରାଲ୍ ଫଣ୍ଡ) ରେ ୪ ହଜାର କୋଟି ଟଙ୍କା ଅଛି । କିନ୍ତୁ ସେହି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଛି । ଏଠିକା ସରକାର କାହିଁକି ଶୋଇଛି ତାହା ତାଙ୍କୁ ହଇରାଣରେ ପକାଇଛି । ବେଶ୍ ମାପିଚୁପି ଏତିକି କହିଲା ପରେ ଅନ୍ୟ ପ୍ରସଙ୍ଗ ଧରିଥିଲେ ମୋଦି । ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ନବୀନ ପଟ୍ଟନାୟକ କି ତାଙ୍କ ସରକାର ବିରୋଧରେ ଆଉ କିଛି କହି ନ ଥିଲେ ।
ଆଜି ପ୍ରଧାନମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଆସି ପ୍ରଥମେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବଲାଙ୍ଗୀର-ବିଛୁପାଲି ନୂଆ ରେଳଲାଇନ ସମେତ ୧୫୪୫ କୋଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ପରେ ପଥରଚେପାରେ ଦଳୀୟ ସମାବେଶରେ ଭାଷଣ ଦେଇଥିଲେ ମୋଦି । ତିନି ସପ୍ତାହ ମଧ୍ୟରେ ତିନି ଥର ଓଡ଼ିଶା ଆସିଥିବା ମୋଦିଙ୍କୁ ନେଇ ବିଜେପି ଶିବିରରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିଲା । ଖୋର୍ଦ୍ଧା ଏବଂ ବାରିପଦାରେ ନବୀନ ପଟ୍ଟନାୟକ ଓ ତାଙ୍କ ବିଜେଡ଼ିକୁ ସମାଲୋଚନା ନ ହେଲା ନାହିଁ । ବଲାଙ୍ଗୀରରେ କିନ୍ତୁ ସେଭଳି ହେବନି ବୋଲି ଦଳର ନେତା ଓ କର୍ମୀମାନେ ଆଶା ରଖିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ସରକାରଙ୍କ ବିରୋଧରେ ଗରମ ଭାଷଣ ଦେଇ କର୍ମୀଙ୍କୁ ଆଗୁଆ ଉତ୍ସାହିତ କରି ରଖିଥିଲେ । ମାତ୍ର ମୋଦିଙ୍କ ଭାଷଣ ସମସ୍ତଙ୍କୁ ନିରାଶ କରିଦେଇଥିଲା । ମୋଦିଙ୍କ ପାଟିରୁ ତାଙ୍କ ସରକାରଙ୍କ ସଫଳତାର କାହାଣୀ ହେଉ କି କଂଗ୍ରେସକୁ ବୁଲେଇ ବଙ୍କେଇ ସମାଲୋଚନା ଶୁଣିବାକୁ କାହାରି ଧୈର୍ଯ୍ୟ ନ ଥିଲା ।
ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଭାଷଣରେ ସେ ନିଜ ସରକାରଙ୍କ ସଫଳତାର ପ୍ରଚାର କରିବା ସହ ପୂର୍ବର ଉପା ସରକାରଙ୍କ କାର୍ଯ୍ୟକଳାପକୁ କଠୋର ସମାଲୋଚନା କରିଥିଲେ । ଓଡ଼ିଶା ପ୍ରତି ତାଙ୍କ ସରକାରଙ୍କ ଗୋଟିଏ ପରେ ଗୋଟିଏ ଅବଦାନ ଲୋକଙ୍କୁ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶା ଆମ ସଂସ୍କୃତି ଅସ୍ମିତାର ମୂଳ ପିଣ୍ଡି ହୋଇ ରହିଛି । ସଂସ୍କୃତି, ମନ୍ଦିର, ପୁରାତନ କିର୍ତ୍ତୀରାଜ ଓଡ଼ିଶାର ଗୌରବ । ପୁରାତନ କିର୍ତ୍ତୀରାଜର ସୁରକ୍ଷା ପାଇଁ ତାଙ୍କ ସରକାର ସଂକଳ୍ପବଦ୍ଧ । ଆମର ଅନେକ ପୁରାତନ ମୂର୍ତ୍ତି ବିଦେଶରୁ ଫେରାଇ ଅଣାଯାଇଛି । ପୂର୍ବର ସରକାରକୁ ଦେଶବାସୀ ୧୦ ବର୍ଷ ସୁଯୋଗ ଦେଇଥିଲେ ମଧ୍ୟ ସଂସ୍କୃତି ପ୍ରତି ସଚେତନ, ସମ୍ବେଦନଶୀଳ ନ ଥିଲା । ଶିବାଜୀ ସ୍ମାରକ, ଷ୍ଟାଚୁ୍ୟ ଅଫ ୟୁନିଟିକୁ ଏହି ଦଳ ବିରୋଧ କରି ନିଜର ହୀନମନ୍ୟତା ଦେଖାଇଛି ।
ତାଙ୍କ ସରକାର ଅମଳରେ ଓଡ଼ିଶାକୁ ରେଳବିକାଶ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଗତ ସାଢ଼େ ଚାରି ବର୍ଷ ଭିତରେ ରେଳ ବିକାଶ ପାଇଁ ରାଜ୍ୟକୁ ୨୦ ହଜାର କୋଟି ଟଙ୍କାର କାମ ଦିଆଯାଇଛି । ପୁରୁଣା ସରକାର ତୁଳନାରେ ଏହା ୫ ଗୁଣ ଅଧିକ । ଓଡ଼ିଶା ନିର୍ମାଣର ନୂଆ ଧାରା ସୃଷ୍ଟି କରିଛନ୍ତି ତାଙ୍କ ସରକାର । ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇଛି ।
ଜାଲ୍ ରାସନ୍ କାର୍ଡ ପ୍ରସଙ୍ଗ ଉଠାଇ ମୋଦି କଂଗ୍ରେସକୁ ଶାଣିତ ଆକ୍ରମଣ କରିଥିଲେ । କହିଥିଲେ, ତାଙ୍କ ସରକାର ଅମଳରେ ସମଗ୍ର ଦେଶରେ ୬ କୋଟିରୁ ଅଧିକ ଜାଲ୍ ରାସନ୍ କାର୍ଡ ରଦ୍ଦ କରାଯାଇଛି । ଏଥିଯୋଗୁଁ ଅସାଧୁ ଲୋକଙ୍କ ଜାଲ୍ ବେପାର ବନ୍ଦ ହୋଇଯାଇଛି । ସେହି ଅସାଧୁ ଲୋକମାନେ ମୋଦିଙ୍କୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଏ ଚୌକିଦାର ଗରିବଙ୍କ ଧନ ଲୁଟେରାଙ୍କୁ ଜେଲ୍ ପଠାଇବା ପାଇଁ ସଂକଳ୍ପବଦ୍ଧ ବୋଲି ମୋଦି କହିଥିଲେ ।
Previous Post

ମୋଦିଙ୍କୁ ୫ ଟି ପ୍ରଶ୍ନର ଜବାବ ମାଗିଲେ ନିରଞ୍ଜନ

Next Post

‘କାଳିଆ’କୁ ପ୍ରଶଂସା ପରେ ପ୍ରଶଂସା, ନବୀନ କହିଲେ ଆଦର୍ଶ ଯୋଜନା

Next Post
‘କାଳିଆ’କୁ ପ୍ରଶଂସା ପରେ ପ୍ରଶଂସା, ନବୀନ କହିଲେ ଆଦର୍ଶ ଯୋଜନା

‘କାଳିଆ’କୁ ପ୍ରଶଂସା ପରେ ପ୍ରଶଂସା, ନବୀନ କହିଲେ ଆଦର୍ଶ ଯୋଜନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA