Friday, May 1, 2026 12:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗୁରୁଙ୍କ ବାଟରେ ଲେଖା

by Our Correspondent
27 Oct, 2017- 10:54 PM
in Latest News, Politics
1 min read
0
ଗୁରୁଙ୍କ ବାଟରେ ଲେଖା
ଭୁବନେଶ୍ୱର: ଲେଖାଶ୍ରୀ ସାମନ୍ତସିଂହାର ଅବିକା ବିଜେପିର ନୂଆ ମହିଳା ଫେସ୍ । ଦି/ତିନିି ବର୍ଷ ତଳର ଏହି ଅପରିଚିତ ଚେହେରା, ବର୍ଷ ବର୍ଷ ଧରି ଦଳ ପାଇଁ ଝାଳ ଗଡ଼ାଇଥିବା ସୁରମା ପାଢ଼ୀ, ସଙ୍ଗୀତା ସିଂହଦେଓ, ସଞ୍ଚିତା ମହାନ୍ତି, ପ୍ରଭାତୀ ପରିଡ଼ା, ସୀମନ୍ତିନୀ ଜେନା ପ୍ରଭୃତିଙ୍କୁ ପଛରେ ପକାଇ ଦେଇଛନ୍ତି । ଲେଖାଶ୍ରୀ ଯେ ମାଗଣାରେ ଏହି ସ୍ତରକୁ ଆସିଛନ୍ତି ତାହା ନୁହେଁ । ତାଙ୍କ ବୁଦ୍ଧି, କୌଶଳ ତାଙ୍କୁ କ୍ଷମତା କରିଡ଼ରର ଅତି ଆପଣାର କରିଥିଲା ବେଳେ ଭଗବାନ ଆର୍ଶିବାଦପ୍ରାପ୍ତ ତୁଣ୍ଡ ଆଜି ତାଙ୍କୁ ବିଜେପିର ଶୀର୍ଷକୁ ନେଇଗଲାଣି । ଗଣମାଧ୍ୟମରେ ନିଜକୁ ଚର୍ଚ୍ଚାରେ ରଖି ବଡ଼ ନେତା ହେବାର ସମସ୍ତ କଳାକୌଶଳକୁ କମ୍ ଦିନରେ ଦଖଲ କରିପାରିଛନ୍ତି ଲେଖାଶ୍ରୀ ।ଲେଖାଶ୍ରୀଙ୍କ ପ୍ରତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ମାନହାନିସୂଚକ ମନ୍ତବ୍ୟ ତାଙ୍କୁ ଅଧିକ ଚର୍ଚ୍ଚାକୁ ଆଣିଛି ।
ବୁଧବାର ଦିନ ବିଂଝାରପୁରରେ ବିଜେଡ଼ିର ଜନସମ୍ପର୍କ ଯାତ୍ରା ଉତ୍ସବରେ ଦାମ ତାଙ୍କ ଭାଷଣରେ ଲେଖାଶ୍ରୀଙ୍କୁ ଲକ୍ଷ୍ୟ କରି ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି ବୋଲି ଆକ୍ଷେପ କରିଥିଲେ । ବିଜେପି ମହିଳା ମୋର୍ଚ୍ଚା ଏହାର ପ୍ରତିବାଦ ଆରମ୍ଭ କରିଛି । ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଆଜି ସଂଧ୍ୟାରେ ଦାମ ରାଉତଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ପୋଡ଼ାଜଳା ହୋଇଥିଲା । ମହିଳା ନେତ୍ରୀମାନେ ଦାମଙ୍କ ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଦାମଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିବାକୁ ମୋର୍ଚ୍ଚା ରଣହୁଙ୍କାର ଦେଇଛି । ଦାମ କ୍ଷମା ମାଗନ୍ତୁ ଏବଂ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ ବୋଲି ସେମାନଙ୍କର ଦାବି ।
ମଧ୍ୟାହ୍ନରେ ଲେଖାଶ୍ରୀ ବିଜେପି ପାର୍ଟି ଅଫିସରେ ଏକ ପ୍ରେସ୍ ମିଟ୍ କରିଥିଲେ । ତାଙ୍କର ଯେଉଁ ମନ୍ତବ୍ୟ ଦାମଙ୍କ ମୁହଁରେ ମହାବାତ୍ୟା ଆଣିଛି, ସେଇ ମନ୍ତବ୍ୟକୁ ପୁଣି ଦୋହରାଇଥିଲେ ଲେଖାଶ୍ରୀ । ପୂର୍ବଥର ଖାଲି ଦାମଙ୍କୁ ସେ ଶିଖଣ୍ଡି(ନପୁଂସୁକ) କହିଥିଲା ବେଳେ ଏଥର ଏକାଧିକ ଶିଖଣ୍ଡିଙ୍କ କଥା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଅନ୍ଧ ଧୃତରାଷ୍ଟ୍ର କହି ତାଙ୍କ ପାଖରେ ବହୁ ଶିଖଣ୍ଡି ଥିବା କହିଛନ୍ତି । ସୁତରାଂ ବାପା ବୟସର ନବୀନଙ୍କୁ ଅନ୍ଧ ଧୃତରାଷ୍ଟ୍ର କିମ୍ବା ଦାମଙ୍କୁ ଶିଖଣ୍ଡି କହିବା ତାଙ୍କୁ ଆଦୌ ଲଜ୍ଜିତ କରିନି ।
ତେବେ ରାଗ କିମ୍ବା ଅପମାନ ଯାହା ଆସୁ ପଛେ ଦାମବାବୁ ଜଣେ ଉଚ୍ଚ ସମ୍ମାନସ୍ପଦ ରାଜନେତା । ବୟସରେ ଲେଖାଶ୍ରୀଙ୍କର ବାପା ପରି । ନିଜର ହିତାହିତ ଜ୍ଞାନ ଭୁଲି ଲେଖାଶ୍ରୀଙ୍କୁ ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି ଭଳି ମନ୍ତବ୍ୟ ଦେଇ ତାଙ୍କର ମର୍ଯ୍ୟାଦାହାନି କରିଛନ୍ତି । ଦାମବାବୁ ଏଭଳି କହିନାହାନ୍ତି ବୋଲି ସଫେଇ ଦେଉଥିଲେ ମଧ୍ୟ ଭିଡ଼ିଓ କ୍ଲିପିଂକୁ ଭୁଲାଇ ପାରିବେନି । ଦାମବାବୁଙ୍କର ଏଭଳି ମନ୍ତବ୍ୟ ନିଶ୍ଚିତ ଭାବେ ଅଶାଳୀନ ଓ ଅରୁଚିକର । ଲେଖାଶ୍ରୀଙ୍କ ମର୍ଯ୍ୟାଦାହାନି ତ କଲେ ସାଙ୍ଗକୁ ତାଙ୍କୁ ମାର୍କେଟ୍ ରେ ବିଗ୍ ବ୍ରାଣ୍ଡ କରାଇଦେଲେ ।
ଦୁହିଁଙ୍କ ଭିତରେ କଳି ଏବେ ଯେଉଁ ସ୍ତରକୁ ଯାଉ ନା କାହିଁକି, ବୋଧହୁଏ ଲେଖାଶ୍ରୀ ଦାମବାବୁଙ୍କୁ ରାଜନୈତିକ ଗୁରୁ କରି କ୍ୟାରିୟର୍ ଆରମ୍ଭ କରିଥିଲେ । କାରଣ ଯେ କୌଣସି ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିବା ହେଉଛି ଦାମଙ୍କ ଷ୍ଟାଇଲ୍ । ଲେଖାଶ୍ରୀ ବି ଜବରଦସ୍ତ ଏହି ଷ୍ଟାଇଲ୍ ଆପଣେଇଛନ୍ତି । ଟିଭି ବିତର୍କରେ ହେଉ କି ସଭାରେ ଭାଷଣ ହେଉ, ବିରୋଧୀଙ୍କୁ ତତେଇ ଆପତ୍ତିଜନକ ମନ୍ତବ୍ୟ ଦେବାରେ ନିଜକୁ ବେଶ୍ ଧୂରନ୍ଧର କଲେଣି । ଗୁଜୁରାଟରେ ଓଡ଼ିଆଙ୍କ ବେଶ୍ୟାଗିରି ଭଳି ଅଶାଳୀନ ମନ୍ତବ୍ୟ ତାଙ୍କୁ ଏବେ ବି ଚର୍ଚ୍ଚାରେ ରଖିଛି । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେଡ଼ି ନେତାଙ୍କ ଚଉଦ ପୁରୁଷ ଉଦ୍ଧାର କରିବାରେ ସେ ରେକର୍ଡ କଲେଣି । ତାଙ୍କର ଉଗ୍ର ଆଚରଣକୁ ନେଇ ସୋସିଆଲ୍ ମିଡ଼ିଆରେ ବି ଧୂମ୍ ଚର୍ଚ୍ଚା ହେଉଛି । ଏଭଳି ବିଭିନ୍ନ ଚର୍ଚ୍ଚା ଭିତରେ ସେ ଯେତେ ବିବାଦୀୟ ହୁଅନ୍ତୁ ନା କାହିଁକି ରାଜନୈତିକ ଦୃଷ୍ଟିରୁ ବେଶ୍ ଲାଭବାନ ହେଉଛନ୍ତି । ସମସ୍ତଙ୍କ ଅଜାଣତରେ ସେ ବିଜେପିର ମହିଳା ଫେସ୍ ହୋଇଗଲେଣି ।ଦଳରେ ବର୍ଷ ବର୍ଷ ଧରି ଜାଗା ଖଣ୍ଡେ ପାଇ ସଂଗ୍ରାମ କରୁଥିବା ଅନେକ ମହିଳା ନେତ୍ରୀଙ୍କ କୁଆଡେ ବସ୍ ହୋଇଗଲେଣି ଲେଖାଶ୍ରୀ । ହାଇକମାଣ୍ଡଙ୍କ ଆର୍ଶିବାଦ ଓ ନିଜକୁ ମାର୍କେଟିଂ କରାଇବାର କଳା ତାଙ୍କୁ ସଫଳତା ଦେଲାଣି । ଆଗକୁ ସେ ଅଧିକ ଚଉକା ଓ ଛକ୍କା ମାରି ବହୁ ଉଚ୍ଚକୁ ଯିବେ ବୋଲି ତାଙ୍କର ସମର୍ଥକମାନେ ଆଶା ବାନ୍ଧିଛନ୍ତି ।
Previous Post

ରାଜନୀତିରେ ଶିଖଣ୍ଡି..ସ୍ୱାମୀ ଛାଡ଼ି…

Next Post

ରାଗ ଶୁଝାଇଲେ ସୁଲୋଚନା

Next Post
ରାଗ ଶୁଝାଇଲେ ସୁଲୋଚନା

ରାଗ ଶୁଝାଇଲେ ସୁଲୋଚନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA