Monday, May 25, 2026 03:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସିବିଆଇକୁ ମୁହଁ ମୋଡ଼ିଲେ ଅତନୁ, ଅରୁଣ !

by Our Correspondent
31 Jan, 2019- 03:52 PM
in Latest News, News, Politics
1 min read
0
ସିବିଆଇକୁ ମୁହଁ ମୋଡ଼ିଲେ ଅତନୁ, ଅରୁଣ !
ଭୁୁବନେଶ୍ୱର: ଚିଟଫଣ୍ଡ ମାମଲାରେ ଦୁଇ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଅରୁଣ ସାହୁଙ୍କୁ ପୁଣି ଥରେ ନୋଟିସ୍ କରାଯିବ । ଭୁବନେଶ୍ୱର ସିବିଆଇ ସୂତ୍ରରୁ କିଛି ଗଣମାଧ୍ୟମକୁ ଏହି ସୂଚନା ମିଳିଛି । ୨୮ ତାରିଖରେ ଅରୁଣ ଏବଂ ଓ ୩୦ ତାରିଖରେ ଅତନୁ ସିବିଆଇ ପାଖରେ ହାଜର ହେବାକୁ କୁଆଡ଼େ ନୋଟିସ୍ ହୋଇଥିଲା । ମାତ୍ର ସେମାନେ ହାଜର ନ ହେବାରୁ ପୁଣି ଥରେ ନୋଟିସ୍ ପଠାଇବା ଦରକାର ହୋଇଛି ।
ଅତନୁ ଓ ଅରୁଣଙ୍କୁ ସିବିଆଇ ନୋଟିସ୍ ପ୍ରସଙ୍ଗଟି ସବୁ ଦୃଷ୍ଟିରୁ ନାଟକୀୟ ହୋଇଛି । ଗତ ୨୯ ତାରିଖରେ ଏହି ଖବରଟି ପ୍ରଥମେ ଜାତୀୟ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଟୁଇଟ୍ କରି ଜଣାଇଥିଲା । ମାତ୍ର ସିବିଆଇ ନୋଟିସ୍ ର କପି ଦେଖିବାକୁ ମିଳିଲାନି । ଉଭୟ ନେତାଙ୍କ ମୁହଁରୁ ଏ ସମ୍ପର୍କିତ କିଛି ବି ସୂଚନା ମିଳିଲାନି । ଏଏନଆଇ ସୂତ୍ରକୁ ବିଶ୍ୱାସ କରି ଗଣମାଧ୍ୟମ ଏହି ଖବରଟିକୁ ଚଲାଇଥିଲେ ସତ ହେଲେ ଦ୍ୱନ୍ଦ ଲାଗି ରହିଥିଲା । ସନ୍ଦେହ ବଢ଼ାଇ ଦେଇଥିଲେ ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର । ସେଦିନ ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ସେ ଖବରର ସତ୍ୟାସତ୍ୟ ନେଇ ପ୍ରଶ୍ନ ଛାଡ଼ିଥିଲେ । ବିଜେଡ଼ିର ଦୁଇ ସଂପୃକ୍ତ ନେତା ସିବିଆଇ ନୋଟିସ୍ ପାଇନାହାନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ । ଇତିମଧ୍ୟରେ ଦୁଇଦିନ ବିତିଥିଲେ ମଧ୍ୟ ଅତନୁ ଓ ଅରୁଣ ମୁହଁ ଖୋଲିନାହାନ୍ତି କି ସିବିଆଇରେ ହାଜର ହୋଇନାହାନ୍ତି ।
ତେବେ ଆଜି ସିବିଆଇର ଜଣେ ଅଧିକାରୀ କିଛି ସାମ୍ବାଦିକଙ୍କୁ ଏ ସମ୍ପର୍କରେ ସୂଚନା ଦେବା ପରେ ଦ୍ୱନ୍ଦ ଦୂର ହୋଇଛି । ତାଙ୍କ ସୂଚନା ଅନୁଯାୟୀ, ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଦୁଇ ନେତାଙ୍କୁ ସମନ କରାଯାଇଥିଲା । ମାତ୍ର ସେମାନେ ହାଜର ହୋଇନାହାନ୍ତି । ତାଙ୍କୁ ପୁଣି ଥରେ ସମନ୍ ପଠାଯିବ ।
ଉଲ୍ଲେଖଥାଉକି, ଅତନୁ ଓ ଅରୁଣଙ୍କୁ ସିବିଆଇ ସମନ୍ ପ୍ରସଙ୍ଗଟି ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଦୀର୍ଘଦିନରୁ ଚିଟଫଣ୍ଡ ମାମଲା ଉପରେ ଶୋଇଥିବା ସିବିଆଇ ସାଧାରଣ ନିର୍ବାଚନ ପୂର୍ବରୁ ତତ୍ପର ହୋଇପଡ଼ିବା ଏବଂ ବିଜେଡ଼ିର ଦୁଇ ହେଭିୱେଟ୍ ଙ୍କୁ ହାଜିର ପାଇଁ ଡକାଇବାକୁ ଅନେକ ସହଜରେ ଗ୍ରହଣ କରୁନାହାନ୍ତି । ସବୁଆଡ଼େ ଏବେ ଚର୍ଚ୍ଚା, ସିବିଆଇକୁ ହାତବାରିସୀ କରି ବିଜେପି ହୀନ ରାଜନୀତି କରୁଛି । ବିଜେଡ଼ିର ମୁକାବିଲା ପାଇଁ ସିବିଆଇକୁ ଏକମାତ୍ର ଅସ୍ତ୍ର ବୋଲି ଭାବିନେଇଛି । ଦୀର୍ଘ ୬ ବର୍ଷ ଧରି ଚିଟଫଣ୍ଡ ମାମଲାର ତଦନ୍ତ ଚାଲିଥିବା ବେଳେ ଅତନୁ ଓ ଅରୁଣଙ୍କ ନାଁ ଉଠି ନ ଥିଲା । ମାତ୍ର ଠିକ୍ ନିର୍ବାଚନ ପୂର୍ବରୁ ଫସାଇବାକୁ ଉଦ୍ୟମ ହୋଇଛି । ଆଗକୁ ବିଜେଡ଼ିର ଆହୁରି ଅଧଡର୍ଜନ ବିଧାୟକଙ୍କୁ ମାମଲାରେ ଛନ୍ଦିବା ପାଇଁ ବିଜେପି ଯୋଜନା କରିଥିବା କୁହାଯାଉଛି ।
Previous Post

ମାନସ ମଙ୍ଗରାଜଙ୍କୁ ଚିଲିକା ନିର୍ବାଚନମଣ୍ଡଳୀରେ ବିପୁଳ ସମ୍ବର୍ଦ୍ଧନା

Next Post

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନାଲିଆଖି: ମତେ ବାନ୍ଧିବାର ଅଛି ତ ପୂରା ଦୁଃସାହାସ କର

Next Post
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନାଲିଆଖି: ମତେ ବାନ୍ଧିବାର ଅଛି ତ ପୂରା ଦୁଃସାହାସ କର

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନାଲିଆଖି: ମତେ ବାନ୍ଧିବାର ଅଛି ତ ପୂରା ଦୁଃସାହାସ କର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA