Wednesday, July 1, 2026 04:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନାଲିଆଖି: ମତେ ବାନ୍ଧିବାର ଅଛି ତ ପୂରା ଦୁଃସାହାସ କର

by Our Correspondent
31 Jan, 2019- 10:06 PM
in Latest News, News, Politics
1 min read
0
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନାଲିଆଖି: ମତେ ବାନ୍ଧିବାର ଅଛି ତ ପୂରା ଦୁଃସାହାସ କର

ଜବାବରେ ସାଂଘାତିକ ଇସାରା ଛାଡ଼ିଲା ବିଜେଡ଼ି

ଭୁୁବନେଶ୍ୱର: ଛତ୍ରପୁର ଲକ୍ଷ୍ମୀଦତ୍ତ ମର୍ଡର କେସ୍ ରେ ବିଜେପିର ଦୁଇ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ପୁଲିସ ନୋଟିସ୍ କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫଁ ଫଁ ହେଉଥିଲେ । ତେବେ ଏହି ମାମଲାରେ ତାଙ୍କର ବି ସଂପୃକ୍ତି ରହିଛି ଏବଂ ପୁଲିସ ତାଙ୍କୁ ଉଠାଇ ନେଇପାରେ ବୋଲି ହେଉଥିବା ଚର୍ଚ୍ଚାକୁ ବୋଧହୁଏ ହଜମ କରିନାହାନ୍ତି ଧର୍ମେନ୍ଦ୍ର । ତାଙ୍କ ରାଗ ପଞ୍ଚମକୁ ଚଢ଼ିଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ନାଲିଆଖି ଦେଖାଇଛନ୍ତି । ‘ଧର୍ମେନ୍ଦ୍ରକୁ ବାନ୍ଧିବାର ଅଛି ତ ପୂରା ଦୁଃସାହାସ କରନ୍ତୁ’ ବୋଲି ଚାଲେଂଜ ଦେଇଛନ୍ତି ।
ବିଜେଡ଼ି ନେତାଙ୍କ ବିରୋଧରେ ପୋଷା ସିବିଆଇକୁ ଲଗାଇବା ପଛର ଖଳନାୟକ କୁହାଯାଉଥିବା ଧର୍ମେନ୍ଦ୍ରଙ୍କ ଚାଲେଂଜ ଓ ମୁଖ୍ୟମନ୍ତ୍ରୀଙ୍କୁ ନାଲିଆଖି ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି । ବିଜେଡ଼ି ଦି ପାଦ ବଢ଼ିଲେ ସେ ଚାରିପାଦ ବଢ଼ିବେ । ଏହା ଧର୍ମେନ୍ଦ୍ର ତାଙ୍କ ଭାବଭଙ୍ଗୀରେ ଜଣାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ କଠୋର ଭାଷାରେ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ନବୀନ ବାବୁଙ୍କ ପୁଲିସ ଯାହାକୁ ଇଚ୍ଛା ତାକୁ ବାନ୍ଧୁ ଆମର କିଛି କହିବାର ନାହିଁ । ମିଛ କେସ୍ କରି ଯଦି ଧର୍ମେନ୍ଦ୍ରକୁ ବାନ୍ଧିବାର ଅଛି, ପୂରା ଦୁଃସାହାସ କରନ୍ତୁ । କିନ୍ତୁ ଚିଟଫଣ୍ଡ ଲୁଟେରାମାନେ ଦଣ୍ଡ ପାଇବା ଭଲ । ଏହା ଓଡ଼ିଶାବାସୀ ଚାହୁଁଛନ୍ତି । ଆଇନର ଉପରେ କେହି ନୁହଁନ୍ତି । ସରୋଜ ସାହୁଙ୍କୁ ନବୀନ ନିବାସରେ ଲୁଚାଇ ରଖିଥିବା ମୁଖ୍ୟମନ୍ତ୍ରୀଙ୍କୁ ଚୁପ୍ ଭାଙ୍ଗିବାକୁ ପଡ଼ିବ ।
ସେପଟେ ଏହାର ଜବାବସ୍ୱରୂପ ବିଜେଡ଼ି ପ୍ରଶ୍ନଛଳରେ ଧର୍ମେନ୍ଦ୍ରଙ୍କୁ ସାଂଘାତିକ ଇସାରା ଦେଇଛି । ଏକ ପ୍ରେସ୍ ବିବୃତି ଜରିଆରେ ଦଳ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଚିଟଫଣ୍ଡ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ନିଜର ବୋଦ୍ଧିକ ସ୍ତରରେ ଦେବାଳିଆ ପଣକୁ ପ୍ରତିପାଦିତ କରୁଛି । ରାଜ୍ୟ ପୁଲିସ ତାଙ୍କ କାର୍ଯ୍ୟ ସୂଚାରୁରୂପେ କରୁଛି । ହେଲେ କେନ୍ଦ୍ରମନ୍ତ୍ରୀ ଉତ୍ତର ରଖନ୍ତୁ
(୧) ଛତ୍ରପୁର ବିଜେଡ଼ି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାରୀଙ୍କ ପାଇଁ କିଏ ଉତ୍ତରାଖଣ୍ଡ ଗେଷ୍ଟ ହାଉସ୍ ରେ ରୁମ୍ ବୁକ୍ କରିଥିଲା?
(୨) କେଉଁ ବ୍ୟକ୍ତି ଲକ୍ଷ୍ମୀଦତ୍ତଙ୍କ ହତ୍ୟାକାଣ୍ଡର ପ୍ରଚ୍ଛଦପଟରେ ରହି ହତ୍ୟାକାରୀମାନଙ୍କୁ ପ୍ରୋତ୍ସାହନ ଏବଂ ପୃଷ୍ଠପୋଷକତା ଯୋଗାଇଥିଲା?
(୩) କେଉଁ ବ୍ୟକ୍ତି ଲକ୍ଷ୍ମୀଦତ୍ତଙ୍କ ହତ୍ୟାକାରୀଙ୍କୁ ଉତ୍ତରୀୟ ପିନ୍ଧାଇ ଗଞ୍ଜାମର ମିଶ୍ରଣ ପର୍ବରେ ବିଜେପିରେ ମିଶାଇଥିଲା?
ବିଜେଡ଼ି ଏଭଳି ପ୍ରଶ୍ନ ପଚାରି ଛତ୍ରପୁର ମର୍ଡର କେସ୍ ଉପରେ ଧର୍ମେନ୍ଦ୍ରଙ୍କୁ କ’ଣ ଜଣାଇବାକୁ ଚାହିଁଛି ତାହା ବୁଝିବା ଲୋକ ବୁଝିଦେଇଛନ୍ତି । ଏହି ମାମଲାରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ବିଜେଡ଼ି ସନ୍ଦେହଘେରକୁ ନେଇଯାଇଛି । ପ୍ରତିଶୋଧର ଜବାବ ପ୍ରତିଶୋଧରେ ଦେବାକୁ ବିଜେଡ଼ି ମନସ୍ଥିର କରିସାରିଥିବା ଏଥିରୁ ବୁଝାପଡ଼ିଛି ।
ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍ ଖବରର କିଛି ଘଣ୍ଟା ପରେ ବିଜେପି ନେତା ଗୋଲକ ଓ ଭୃଗୁଙ୍କୁ ଛତ୍ରପୁର ପୁଲିସ ପଠାଇଥିଲା ନୋଟିସ୍ । ବିଜେପିର ସିବିଆଇ ଅସ୍ତ୍ର ଉପରେ ବିଜେଡ଼ିର ଏହା ଜବାବୀ ହମଲା ବୋଲି ଜଣାପଡ଼ିଗଲା । ଏହାକୁ ନେଇ ବିଜେଡ଼ି ଓ ବିଜେପି ମଧ୍ୟରେ ଛକାଂପଝା ଚାଲିଛି । ଠିକ୍ ନିର୍ବାଚନ ପୂର୍ବରୁ ଅତନୁ ଓ ଅରୁଣଙ୍କୁ ସିବିଆଇ ନୋଟିସ୍ ପଛରେ ବିଜେପିର ରାଜନୈତିକ ଷଡ଼ଯନ୍ତ୍ର ରହିଥିବା ଏବଂ ଧର୍ମେନ୍ଦ୍ର ପ୍ରଧାନ ଏହାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ବିଜେଡ଼ି ବିଶ୍ୱାସ କରୁଛି । ମୁଖ୍ୟମନ୍ତ୍ରୀ ଏହାର କଠୋର ଜବାବ ଦେବାକୁ ପ୍ରସ୍ତୁତ ହୋଇଯାଇଛନ୍ତି ଏବଂ ଅତି ବଡ଼େଇ ହେଲେ କେନ୍ଦ୍ରମନ୍ତ୍ରୀଙ୍କୁ ପୁଲିସ ଜାଲରେ ଫସାଇବା ଅସମ୍ଭବ ନୁହେଁ ବୋଲି ଚର୍ଚ୍ଚା ଜୋର୍ ଧରିଛି । ବିଜେଡ଼ିର ମତିଗତି ଆଉ ଏଭଳି ଚର୍ଚ୍ଚା ଧର୍ମେନ୍ଦ୍ରଙ୍କୁ ଚୁପ୍ ବସିବାକୁ ଦେଇନି । ଆଉ ଧର୍ମେନ୍ଦ୍ରଙ୍କ ନାଲିଆଖିରେ ନାଲିଆଖି ଯୋଡିଛି ବିଜେଡ଼ି ।
Previous Post

ସିବିଆଇକୁ ମୁହଁ ମୋଡ଼ିଲେ ଅତନୁ, ଅରୁଣ !

Next Post

୫ ଲକ୍ଷ ରୋଜଗାର ଯାଏଁ ଆୟକର ଛାଡ଼

Next Post
୫ ଲକ୍ଷ ରୋଜଗାର ଯାଏଁ ଆୟକର ଛାଡ଼

୫ ଲକ୍ଷ ରୋଜଗାର ଯାଏଁ ଆୟକର ଛାଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA