Tuesday, May 12, 2026 12:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋନିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା…

by Our Correspondent
03 Nov, 2019- 09:56 PM
in Latest News, National, News, Politics
1 min read
0
ସୋନିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା…
ନୂଆଦିଲ୍ଲୀ: ଫଳାଫଳକୁ ବିତିଲାଣି ୧୨ ଦିନ, ୮ ତାରିଖରେ ସରିବ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନବିସ୍ ନେତୃତ୍ୱାଧୀନ ସରକାରର କାର୍ୟ୍ୟକାଳ, ୭ ତାରିଖ ସୁଦ୍ଧା ରାଜ୍ୟରେ ନୂଆ ସରକାର ଶପଥ ନେବା କଥା, କିନ୍ତୁ ଏଯାଏଁ ତୁଟିଲାନି ବିଜେପି-ଶିବସେନା କଳି । ଏପରିକି ୨୩ ତାରିଖ ଫଳାଫଳ ପରଠାରୁ ଦୁଇ ଦଳ, ସରକାର ଗଠନ ନେଇ ଏଯାଏଁ କୌଣସି ଔପଚାରିକ କଥାବାର୍ତ୍ତା ଆରମ୍ଭ କରି ନାହାନ୍ତି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ୫୦:୫୦ ଜିଦରେ ଅଟଳ ଥିବା ବେଳେ ବିଜେପି ନଛୋଡ଼ବନ୍ଦା । ସେପଟେ ଶିବସେନା ନେତା ସଞ୍ଜର ରାଉତ, ଏନସିପି ବସ୍ ଶରଦ ପାୱାରଙ୍କୁ ଭେଟିବା ଏବଂ ଶିବସେନା ସପକ୍ଷରେ କଂଗ୍ରେସ ରାଜ୍ୟସଭା ସାଂସଦ(ମହାରାଷ୍ଟ୍ର) ହୁସେନ୍ ଦାଲୱାଇ, ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ସେନା ଅଧ୍ୟକ୍ଷ ଉଦ୍ଧବ ଥାକରେ ଅପସନ୍ ଖୋଲା କରି ଦେଇଛନ୍ତି । ବିଶେଷକରି ମହାରାଷ୍ଟ୍ର ଅର୍ଥମନ୍ତ୍ରୀ ତଥା ବିଜେପି ନେତା ସୁଧିର ମୁଙ୍ଗାତିୱାରଙ୍କ ରାଷ୍ଟ୍ରପତି ଶାସନ ଧମକ ପରେ ଶିବସେନା ତାର ଆଭିମୁଖ୍ୟକୁ ଆହୁରି ଟାଣ କରିଛି । ମୁଖ୍ୟମନ୍ତ୍ରୀ ପଦ ଅଢ଼େଇ ବର୍ଷ ନେବା ଦାବିକୁ ଦଳ ଜୋର କରି ଦୋହରାଇବା ସହ ଏହି ପ୍ରସଙ୍ଗରେ କୌଣସି ସାଲିସ୍ କରାଯିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛି ।
ବିଜେପିର ପାରମ୍ପରିକ ସହଯୋଗୀ ଶିବସେନା, ଏନସିପି ସହ ଭିତିରିଆ କଥା ଚଲାଇଛି । କିନ୍ତୁ ଦଳର କୌଣସି ନେତା ଏଯାଏଁ କଂଗ୍ରେସ ନାଁ ଧରି ନାହାନ୍ତି । ଏନସିପି ମାଧ୍ୟମରେ ହିଁ କଂଗ୍ରେସକୁ ଆପ୍ରୋଚ୍ କରିବାକୁ ଦଳ ଚେଷ୍ଟା ଚଳାଇଛି । ସେପଟେ ବିରୋଧୀ ଆସନରେ ବସିବାକୁ ଜନମତ ମିଳିଥିବା କହୁଥିଲେ ମଧ୍ୟ ଏନସିପିର ହାବଭାବ କିଛି ଅଲଗା ଆଭାସ ଦେଉଛି ।
ମହାରାଷ୍ଟ୍ର ରାଜନୀତିକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଦଳର କିଛି ଟପ୍ ବ୍ରାସଙ୍କ ସହ ଶୁକ୍ରବାର ଆଲୋଚନା କରିଛନ୍ତି । କିନ୍ତୁ କାର୍ଡ ଖୋଲି ନାହାନ୍ତି । ଧର୍ମ ନିରପେକ୍ଷତା ଓ ବିଜେପିକୁ କ୍ଷମତା ଠାରୁ ଦୂରେଇ ରଖିବାର ଦୋଛକିରେ ରହି ଶିବସେନାର ଅତୀତ ଏବଂ ବର୍ତ୍ତମାନକୁ ପରଖୁଛନ୍ତି ସେ । ଏଭଳି ସ୍ଥିତିରେ ଆସନ୍ତାକାଲି ତାଙ୍କୁ ଦିଲ୍ଲୀରେ ଭେଟିବାକୁ ଯାଉଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ସୋନିଆଙ୍କ ନିଷ୍ଟତ୍ତି ଉପରେ ହିଁ ନିର୍ଭର କରିବ ମହାରାଷ୍ଟ୍ରର ପରବର୍ତ୍ତୀ ରାଜନୈତିକ ସମୀକରଣ ।
ଏଠି ପ୍ରଶ୍ନ ଉଠୁଛି, କି ନିଷ୍ପତ୍ତି ନେବେ ସୋନିଆ ? ହିନ୍ଦୁତ୍ୱ ବିଚାରଧାରାକୁ ନେଇ ବିଜେପି ସହ ଶିବସେନାର ରାଜନୈତିକ ରାଜଯୋଟକ ରହିଆସିଛି । କିନ୍ତୁ କଂଗ୍ରେସ ସହ ସବୁବେଳେ ନାଗ ନାଡ଼ି । ତେବେ କର୍ଣ୍ଣାଟକ ଦଗା ପରେ ସୋନିଆ ହୁଏତ, କଂଗ୍ରେସର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିପାରନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ମୁହଁରୁ ଶାହାଙ୍କ ଭିତିରିଆ ଅପରେସନ୍ କମଲ୍-୨ ଶୁଣିବା ପରେ କଂଗ୍ରେସ, ଯଦି ତାର ପୂର୍ବ ଆଭିମୁଖ୍ୟରେ ପରିବର୍ତ୍ତନ ଆଣେ, ତେବେ ସେଥିରେ ଆଶ୍ଚର୍ୟ୍ୟ ହେବାର କିଛି ନାହିଁ । କାରଣ ରାଜନୀତିରେ ନା ଅଛି ଦୋସ୍ତି ନା ଦୁଷ୍ମନିଟ୍ଟ ଏଠି କ୍ଷମତା ହିଁ ସବୁକିଛି । ଦ୍ୱିତୀୟରେ କଂଗ୍ରେସର ୪୪ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ, ବିଜେପିକୁ କ୍ଷମତା ଠାରୁ ଦୂରେଇ ରଖିବାକୁ ଶିବସେନାକୁ ସମର୍ଥନ ଦେବା ଚାହୁଁଛନ୍ତି । ଯାହା ସୋନିଆଙ୍କ ପାଇଁ ଆଉ ଏକ ଅପସନ୍ ।
୨୮୮ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମ୍ୟାଜିକ୍ ନମ୍ବର ୧୪୫ ହୋଇଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ମିଳିଛି ୧୮୩ ଆସନ । କିନ୍ତୁ ୫୬ ଆସନ ହାତେଇଥିବା ପ୍ରମୁଖ ସହଯୋଗୀ ଶିବସେନା ବିନା ବିଜେପି ପାଇଁ କୌଣସି ହାଲତରେ ସରକାର ଗଠନ ଅସମ୍ଭବ । ସେପଟେ ୟୁପିଏର ୯୯ ଆସନରୁ ଏନସିପିର ୫୪ ହୋଇଥିବା ବେଳେ କଂଗ୍ରେସର ରହିଛି ୪୪ଟି । ଅନ୍ୟାନ୍ୟ ୬ ବିଧାୟକ (କୌଣସି ମେଣ୍ଟରେ ନଥିବା) ବି ସେମିତି କିଛି କରିଶ୍ମା ଦେଖାଇବା ଅବସ୍ଥାରେ ନାହାନ୍ତି । ଏଭଳି ସ୍ଥିତିରେ ରାଜ୍ୟ ରାଜନୀତିର ସମୀକରଣରେ ୪ ପ୍ରମୁଖ ଦଳ (ବିଜେପି, ଶିବସେନା, ଏନସିପି ଓ କଂଗ୍ରେସ) ହିଁ ପ୍ରମୁଖ ଭୂମିକା ନିଭାଇବେ ।
ମୁଖ୍ୟମନ୍ତ୍ରୀ ପଦ କିମ୍ବା ମନ୍ତ୍ରିମଣ୍ଡଳର ପ୍ରମୁଖ ବିଭାଗ ସହ ଆଦୌ ସାଲିସ୍ କରିବା ମୁଡରେ ନାହିଁ ବିଜେପି । ମହାୟୁତି (ମରାଠାରେ ମହାମେଣ୍ଟର) ର କଥା କହି ଦଳ ସରକାର ଗଢ଼ିବାକୁ ଚାହୁଁଛି ସିନା, କିନ୍ତୁ ଏଯାଏଁ ସହଯୋଗୀ ଶିବସେନା ସହ ଔପଚାରିକ କଥାବାର୍ତ୍ତା ଆରମ୍ଭ କରିନି । ବରଂ ଶିବସେନାକୁ ଫାଳ ଫାଳ କରି ମହାରାଷ୍ଟ୍ର ପୁନର୍ଦଖଲ ପାଇଁ ଭିତିରିଆଯୋଜନା ଚଳାଇଥିବା ଶୁଣିବାକୁ ମିଳୁଛି । ସେପଟେ କିନ୍ତୁ ସୋନିଆ ଗାନ୍ଧୀ ଯଦି କଂଗ୍ରେସର ପୂର୍ବ ନିଷ୍ପତ୍ତିକୁ ବଦଳାଇ ଦିଅନ୍ତି, ତେବେ ଶିବସେନାକୁ ଫାଳ ଫାଳ କରିବା ବଦଳରେ ବିଜେପି ହୁଏତ ଶିଶୁପାଳ ହୋଇଯିବ ।
Previous Post

ଆଇଏଏସ୍ ଟ୍ରେନିଂରେ 5-T ପଢ଼ିଥିଲେ ଅପରାଜିତା!!

Next Post

ଆଉ ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚାକିରି ଗଲା; ୨ ମାସରେ ୪୪ ଚାକିରିଆ ବରଖାସ୍ତ

Next Post
ଆଉ ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚାକିରି ଗଲା; ୨ ମାସରେ ୪୪ ଚାକିରିଆ ବରଖାସ୍ତ

ଆଉ ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚାକିରି ଗଲା; ୨ ମାସରେ ୪୪ ଚାକିରିଆ ବରଖାସ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA