Wednesday, April 29, 2026 09:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଇଏଏସ୍ ଟ୍ରେନିଂରେ 5-T ପଢ଼ିଥିଲେ ଅପରାଜିତା!!

by Our Correspondent
31 Oct, 2019- 06:19 PM
in Latest News, News, Politics
1 min read
0
ଆଇଏଏସ୍ ଟ୍ରେନିଂରେ 5-T ପଢ଼ିଥିଲେ ଅପରାଜିତା!!

ଭୁବନେଶ୍ୱର: 5-Tକାର୍ଯ୍ୟକ୍ରମରେ ପଶିଛି ରାଜନୀତି । ୨୦ ବର୍ଷ ଧରି ଏହା ହୋଇ ନ ଥିଲା, ଆଜି କାହିଁକି? ଏହି ପ୍ରଶ୍ନ ଧରି ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ତେବେ ବିରୋଧୀଙ୍କ ସମାଲୋଚନାକୁ ସରକାରଙ୍କର ଭୃକ୍ଷେପ ନାହିଁ । ବରଂ 5-Tଅସ୍ତ୍ରକୁ ଧରି ସରକାର ଆଗକୁ ମାଡୁଛନ୍ତି । ପ୍ରଶାସନ ସକ୍ରିୟ ଓ ଚଳଚଞ୍ଚଳ ହୋଇଛି । ମଜ୍ଜା କଥା ହେଲା, ରାଜ୍ୟ ସରକାରଙ୍କ 5-Tକାର୍ଯ୍ୟଧାରାକୁ ସମାଲୋଚନା କରୁଥିବା ବିରୋଧୀଙ୍କ ଟାର୍ଗେଟ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶୀ ନାହାନ୍ତି । ଅଛନ୍ତି, 5-Tସଚିବ ଭି. କାର୍ତ୍ତକେୟ ପାଣ୍ଡିଆନ୍ । ପାଣ୍ଡିଆନ୍ ଙ୍କ 5-T ଛାନଭିନ୍ ଓ ପବ୍ଲିକ୍ ଆପିଆରନ୍ସ ବିରୋଧୀ ଶିବିରକୁ ସମ୍ଭବତଃ ହଜମ ହେଉନାହିଁ ।

ମସୌରୀରେ ଆଇଏଏସ୍ ଟ୍ରେନିଂ ବେଳେ 5-T ପାଠ ପଢ଼ିଥିଲେ ଅପରାଜିତା ଷଡ଼ଙ୍ଗୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ୨୫ ବର୍ଷ ତଳର ସେହି ସ୍ମୃତିକୁ ମନେ ପକାଇଛନ୍ତି । କହିଛନ୍ତି, 5-T କାର୍ଯ୍ୟକ୍ରମରେ କୌଣସି ନୂତନତ୍ୱ ନାହିଁ । ପ୍ରଶାସନରେ ଏହା ଚିରାଚରିତ କାର୍ଯ୍ୟକ୍ରମ । ୨୦ ବର୍ଷର ନବୀନ ସରକାରଙ୍କର ଆଜି ଯାଏଁ ଏହା ମନେ ପଡୁ ନ ଥିଲା କାହିଁକି? 5-T ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଙ୍କୁ ଟାର୍ଗେଟ୍ କରିବାକୁ ଯାଇ ଅପରାଜିତା ପୂର୍ବତନ ବ୍ୟୁରୋକ୍ରାଟ୍ ସହଯୋଗୀ ଓ ମନ୍ତ୍ରୀମାନଙ୍କ ଯୋଗ୍ୟତା, ପାରିବାପଣିଆକୁ ପ୍ରଶ୍ନ କରିଛନ୍ତି । ଗୋଟିଏ ବିଭାଗ ଅଧୀନରେ ଏହା କାହିଁକି ରହିଛି ବୋଲି ପଚାରିଛନ୍ତି ।
ତେବେ ଅପରାଜିତାଙ୍କର ଏହି ମନ୍ତବ୍ୟର ଜବାବ ଦେଇଛନ୍ତିି ଭୁବନେଶ୍ୱରରେ ତାଙ୍କ ସହ ଲଢ଼ିଥିବା ଆଇପିଏସ୍ ତଥା ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ । କହିଛନ୍ତି, ଆଇଏଏସ୍/ଆଇପିଏସ୍ ଟ୍ରେନିଂ ବେଳେ କ’ଣ ହୁଏ ମୁଁ ଜାଣିଛି । ସେହି ଟ୍ରେନିଂରେ ଲୋକଙ୍କ ସହ କିପରି ବସିବେ, କେମିତି ମିଶିବେ ତାହା ଶିଖାଯାଏ ନାହିଁ । ସେ ଭଦ୍ର ମହିଳା(ଅପରାଜିତା) ତାଙ୍କ ଟ୍ରେନିଂରେ 5-T ଶିଖିଥିବେ । ମୁଁ କିନ୍ତୁ ଟ୍ରେନିଂରେ କେବଳ ଲେଫ୍ଟ ରାଇଟ୍ ପରେଡ୍ ଶିଖିଛି । ହଉ ହେଲା । ସେ ଯେବେ ମୁଖ୍ୟମନ୍ତ୍ରୀ ହେବେ 5-T ବାତିଲ କରିଦେବେ । ଅପରାଜିତାଙ୍କୁ ଏମିତି କଟାକ୍ଷ କରିଛନ୍ତି ଅରୂପ ।
ସେପଟେ ବିଜେଡ଼ି ମୁଖପାତ୍ର ସାଂସଦ ଡ. ସସ୍ମିତ୍ ପାତ୍ର ଅପରାଜିତାଙ୍କୁ 5-T ପାଠର ଫଣ୍ଡା ବୁଝାଇଛନ୍ତି । ସେ କହିଛନ୍ତି, 5-T ସଂକ୍ରାନ୍ତରେ ଅପରାଜିତା ଆଦୌ ଅବଗତ ନାହାନ୍ତି । ଏହା ଏକ ବିଭାଗ ନୁହେଁ, ଏକ ଚାର୍ଟର । ପ୍ରତ୍ୟେକ ବିଭାଗକୁ ଅଧିକ ଲୋକାଭିମୁଖୀ କରି ଉତ୍ତମ ମାନର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ପାଇଁ ଏହା ଦିଗ, ଦିଶା ଓ ଆଭିମୁଖ୍ୟ ଦେଉଛି । ଅପରାଜିତା ଯଦି ଟ୍ରେନିଂରେ 5-T ପଢ଼ିଥିଲେ, ରାଜ୍ୟର ଜଣେ ଦୀର୍ଘକାଳୀନ ପ୍ରଶାସକ ଭାବେ କେଉଁଠି ଏହି କାର୍ଯ୍ୟ କରିଥିଲେ ବୋଲି ସସ୍ମିତ୍ ପ୍ରଶ୍ନ କରିଛନ୍ତି । 5-T ଭଳି ପ୍ରଶଂସନୀୟ କାର୍ଯ୍ୟକୁ ରାଜନୀତିକରଣ କରି ଗୌଣ କରିବା ଉଦ୍ୟମ ଶ୍ରୀମତୀ ଷଡ଼ଙ୍ଗୀଙ୍କଠାରୁ ଆଶା କରାଯାଏନି ବୋଲି ଡ. ପାତ୍ର କହିଛନ୍ତି ।
Previous Post

ଓଟିଭିରେ ହୀରୋ ଦୁର୍ନୀତି ପ୍ରୋତ୍ସାହନକାରୀ ସିଡ଼ିଏମଓ!

Next Post

ସୋନିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା…

Next Post
ସୋନିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା…

ସୋନିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା…

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA