Wednesday, April 29, 2026 10:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଟିଭିରେ ହୀରୋ ଦୁର୍ନୀତି ପ୍ରୋତ୍ସାହନକାରୀ ସିଡ଼ିଏମଓ!

by Our Correspondent
29 Oct, 2019- 05:30 PM
in Latest News, News
1 min read
0
ଓଟିଭିରେ ହୀରୋ ଦୁର୍ନୀତି ପ୍ରୋତ୍ସାହନକାରୀ ସିଡ଼ିଏମଓ!
ଭୁବନେଶ୍ୱର: ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କୁ ମାଗଣା ଖାଦ୍ୟ ଓ ମାଗଣା ପରୀକ୍ଷା ନିରୀକ୍ଷା ପାଇଁ ବ୍ୟବସ୍ଥା ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ତହବିଲରୁ ବର୍ଷକୁ ଖର୍ଚ୍ଚ ହେଉଛି ୬ ହଜାର କୋଟି ଟଙ୍କା । ମାତ୍ର ଡାକ୍ତରଖାନା ମାଗଣା ଖାଦ୍ୟରୁ ରୋଗୀଙ୍କୁ ବଞ୍ଚିତ କରୁଥିବା ଏବଂ ରୋଗୀଙ୍କୁ ଘରୋଇ କ୍ଲିନିକ୍ ରେ ପରୀକ୍ଷା ନିରୀକ୍ଷା ପାଇଁ ପ୍ରବର୍ତ୍ତାଉଥିବା ଡାକ୍ତର ଏବେ ରାଜ୍ୟର ପ୍ରମୁଖ ଚାନେଲ୍ ଓଟିଭି ଆଖିରେ ହୀରୋ । ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାର ନିଲମ୍ବିତ ସିଡ଼ିଏମଓ ଡାକ୍ତର ପଙ୍କଜ ପଟେଲଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇଛି । ବୈଜୟନ୍ତ ପଣ୍ଡାଙ୍କ ଏହି ଚାନେଲ୍ ତାଙ୍କୁ ଜଣେ ବୀର ସହିଦ ଭାବେ ଉପସ୍ଥାପିତ କରି ଖବର ପରିବେଷଣ କରିବା ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।
ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ଠିକଣା ଭାବେ ଖାଦ୍ୟ ଦିଆଯାଉ ନ ଥିଲା । ଫଳରେ ରୋଗୀମାନେ ବାହାରୁ ଖାଦ୍ୟ କିଣି ଖାଇବାକୁ ବାଧ୍ୟ ହେଉଥିଲେ । ସେହିଭଳି ରୋଗୀଙ୍କୁ ମାଗଣାରେ ପରୀକ୍ଷା ନିରୀକ୍ଷା ପାଇଁ ଡାକ୍ତରଖାନାରେ ସବୁପ୍ରକାର ବ୍ୟବସ୍ଥା ଥିଲେ ମଧ୍ୟ ବିଭିନ୍ନ ବାହାନା ଦେଖାଇ ସେମାନଙ୍କୁ ବାହାରେ ପରୀକ୍ଷା କରାଇବାକୁ ପ୍ରବର୍ତ୍ତାଯାଉଥିଲା । ଏହାଦ୍ୱାରା ରୋଗୀମାନେ ଘରୋଇ ପାଥୋଲାବରେ ଅଯଥାରେ ଖର୍ଚ୍ଚାନ୍ତ ହେଉଥିଲେ । ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ଏହା ଦିନେ ଓଳିକର କଥା ନୁହେଁ, କ୍ରମାଗତ ଭାବେ ରୋଗୀଙ୍କୁ ଏମିତି ଶୋଷଣ କରାଯାଉଥିବା ନେଇ ଅଭିଯୋଗ ରହିଥିଲା ।
୫-ଟି ସଚିବ ଭି.କାର୍ତ୍ତକେୟ ପାଣ୍ଡିଆନ୍ ଗତ ୧୩ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ଥିତି ପରଖିବାକୁ ଯାଇଥିଲେ । ୱାର୍ଡ ବୁଲିଲା ବେଳେ ବିଭିନ୍ନ ରୋଗୀ ଓ ସମ୍ପର୍କୀୟମାନଙ୍କଠାରୁ ଉପରୋକ୍ତ ଅଭିଯୋଗମାନ ଶୁଣିଥିଲେ । ଡାକ୍ତରଖାନାର ଭାରପ୍ରାପ୍ତ ସିଡ଼ିଏମଓ ପଙ୍କଜ ପଟେଲଙ୍କ ବିରୋଧରେ ସେମାନଙ୍କର ସିଧାସଳଖ ଅଭିଯୋଗ ଥିଲା । ୫-ଟିକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ରଖିଥିବାରୁ ଶ୍ରୀ ପାଣ୍ଡିଆନ୍ ସଂପୃକ୍ତ ସିଡ଼ିଏମଓଙ୍କୁ ଚାକିରିରୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରିବା ସହ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ସୁତରାଂ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ଅଧିକାରୀଙ୍କ ଉପରେ ଏହା ଥିଲା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ।
ତେବେ ଦୁର୍ନୀତିକୁ ନେଇ ହୁଙ୍କାର ମାରୁଥିବା ବୈଜୟନ୍ତଙ୍କ ଓଟିଭିକୁ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ପସନ୍ଦ ହୋଇନି । ନିଲମ୍ବିତ ସିଡ଼ିଏମଓ ପଙ୍କଜ ପଟେଲଙ୍କୁ ‘ଖୋଲାକଥା’ରେ ବସାଇ ଏଭଳି ଉପସ୍ଥାପନ କରାଗଲା, ଯେଭଳି ଡାକ୍ତର ପଟେଲ ଜଣେ ବୀର ସହିଦ ପୁରୁଷ । ଖାଲି ‘ଖୋଲାକଥା’ ନୁହେଁ, ପ୍ରତିଦିନ ଖବରରେ ତାଙ୍କୁ ସାଧୁ, ସଚ୍ଚୋଟ ପୁରୁଷ ଭାବେ ଉପସ୍ଥାପିତ କରିଚାଲିଛି ଏହି ଟିଭି । ପ୍ରଶାସନିକ କାର୍ଯ୍ୟାନୁଷ୍ଠାନରେ ରାଜନୀତିର ରଙ୍ଗ ବୋଳି ତାଙ୍କ ବିରୋଧରେ ରହିଥିବା ଅଭିଯୋଗଗୁଡ଼ିକୁ ଘଣ୍ଟ ଘୋଡାଇ ଚାଲିଛି ।
ଚାନେଲ ମାଲିକ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ଓଟିଭିର ରାଜନୈତିକ ଏଜେଣ୍ଡା ଥିଲା, ଅଛି ଏବଂ ରହିବ ଏହା ସମସ୍ତେ ଜାଣନ୍ତି । ତେବେ ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତିକୁ ଅସ୍ତ୍ର କରୁଥିବା ଏହି ଚାନେଲ୍ ଦୁର୍ନୀତିକୁ ପ୍ରଶୟ ଦେଉଥିବା ଜଣେ ଡାକ୍ତରଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ତାଙ୍କୁ ହୀରୋ କରିବା ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରିଛି । ସାଧାରଣ ଜନତାଙ୍କ ପାଇଁ ଏହା ପରିହାସର ଖୋରାକ ଦେଇଛି ।
ସୂଚନାଥାଉକି, ସୁନ୍ଦରଗଡ଼ ସିଡ଼ିଏମଓଙ୍କ ନିଲମ୍ବନର ବିରୋଧ କରି ବିଜେପି ଜିଲ୍ଲା ବନ୍ଦ ଆନ୍ଦୋଳିତ କରିଥିଲା । ଟିଭିରେ ମୁହଁ ଦେଖାଇବାର ସୁଯୋଗ ପାଇ ନେତାମାନେ ରାଜନୈତିକ ତମ୍ବିତୋଫାନ କରିଥିଲେ । ସିଡ଼ିଏମଓଙ୍କ ଉପରୁ ନିଲମ୍ବନ ଆଦେଶକୁ ସରକାର ପ୍ରତ୍ୟାହାର କରିବାକୁ ସମ୍ଭବତଃ ବାଧ୍ୟ ହେଲେ । ତାଙ୍କୁ ଅନ୍ୟତ୍ର ଅବସ୍ଥାପିତ କରାଯାଇଛି ।
Previous Post

ଅନାଥ ପିଲାଙ୍କ ସହ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

Next Post

ଆଇଏଏସ୍ ଟ୍ରେନିଂରେ 5-T ପଢ଼ିଥିଲେ ଅପରାଜିତା!!

Next Post
ଆଇଏଏସ୍ ଟ୍ରେନିଂରେ 5-T ପଢ଼ିଥିଲେ ଅପରାଜିତା!!

ଆଇଏଏସ୍ ଟ୍ରେନିଂରେ 5-T ପଢ଼ିଥିଲେ ଅପରାଜିତା!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA