Tuesday, May 26, 2026 12:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୌମ୍ୟଙ୍କୁ ନେଇ ବିଜେଡ଼ି ପସ୍ତାଇଲାଣି

by Our Correspondent
02 May, 2018- 07:03 AM
in Latest News, Politics
1 min read
1
ସୌମ୍ୟଙ୍କୁ ନେଇ ବିଜେଡ଼ି ପସ୍ତାଇଲାଣି
ଭୁବନେଶ୍ୱର: ଓଡ଼ିଶାର ମିଡ଼ିଆ ବାରନ୍ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳରେ ମିଶାଇ ରାଜ୍ୟସଭା ଆସନ ଦେଇଥିବା ବିଜେଡ଼ି ଏବେ ପସ୍ତାଇଲାଣି । ଯେଉଁ ଉଦ୍ଦେଶ୍ୟ ରଖି ଦଳ ତାଙ୍କୁ ନିଜର କରି ମୁଣ୍ଡରେ ବସାଇଲା ତାହା ଫସର ଫାଟିଯାଇଛି । ଗତ ମାର୍ଚ୍ଚ ୭ ତାରିଖ ଦିନ ୧୧ଟାରେ ସୌମ୍ୟଙ୍କୁ ବିଜେଡ଼ିରେ କୋଳେଇଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ସେଦିନ ୫ଟା ବେଳେ ତାଙ୍କୁ ଦଳର ରାଜ୍ୟସଭା ପ୍ରାର୍ଥନା ଘୋଷଣା କଲେ । ସମ୍ବାଦ ଓ କନକ ଟିଭି ଭଳି ଦୁଇ ଦୁଇଟି ବଡ଼ ଗଣମାଧ୍ୟମର ମାଲିକ ନିଜର ହୋଇଗଲେ ଭାବି ମୁଣ୍ଡିଆଳ ମାନେ ଛାତି ଫୁଲାଇଲେ । ହେଲେ ୨ ମାସ ନ ପୂରୁଣୁ ତାଙ୍କୁ ଦଳରେ ମିଶାଇବାର ମଧ୍ୟସ୍ଥି କରିଥିବା ନେତାଙ୍କ ଛାତି ଥରିଲାଣି । ସୌମ୍ୟଙ୍କୁ ଆୟତ୍ତ କରିବା କି ଦଳ ସପକ୍ଷରେ ତାଙ୍କ ମିଡ଼ିଆକୁ ବ୍ୟବହାର କରିବା ସମ୍ଭବ ନୁହେଁ ବୋଲି ବୁଝିଗଲେଣି । ଓଲଟି ସେମାନଙ୍କ ବିରୋଧରେ କାଳେ ‘ସମ୍ବାଦ’ କ’ଣ ଛାପିଦେବ ସେଥିନେଇ ନିଜ ସୁରକ୍ଷାରେ ଅଛନ୍ତି ।
ବିଜେଡ଼ିର ବର୍ତ୍ତମାନ ସବୁଠାରୁ ବଡ଼ ଶତ୍ରୁ ହେଉଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଆଟାକ୍ ନ କରି ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରତିଦିନ ତାଙ୍କ ଟିଭିରେ ଆଟାକ୍ ଜାରି ରହିଛି । ବିଜେଡ଼ି ଭାବିଥିଲା, ସୌମ୍ୟଙ୍କୁ ନେଲା ପରେ ତାଙ୍କର ‘ସମ୍ବାଦ’ ଓ ‘କନକ ଟିଭି’ ବୈଜୟନ୍ତଙ୍କୁ ଚେକ୍ ଦେବ । ମାତ୍ର ତାହା କାଣିଚାଏ ଦେଖିବାକୁ ମିଳୁନି । ବିଜେଡ଼ି-ବୈଜୟନ୍ତ କଳି ସମ୍ପର୍କିତ ‘ବଡ଼ ଖବର’ ଦିନ ସୌମ୍ୟଙ୍କ କାଗଜ ଓ ଟିଭିରେ ବୈଜୟନ୍ତଙ୍କ ସଂସ୍ଥାର ‘ବଡ଼ ବିଜ୍ଞାପନ’ ଦେଖିବାକୁ ମିଳୁଛି । ସୌମ୍ୟ ତାଙ୍କ ପୁରୁଣା ବନ୍ଧୁ ବୈଜୟନ୍ତଙ୍କୁ ହତାଦର କରିବାକୁ ଚାହୁଁନାହାନ୍ତି କି ତାଙ୍କ ବିରୋଧରେ କିଛି ଲେଖି ବେପାର ହାତଛଡ଼ା କରିବାକୁ ଚାହୁଁନାହାନ୍ତି ବୋଲି ଜଣେ ବରିଷ୍ଠ ବିଜେଡ଼ି ନେତା କହିଛନ୍ତି । ସୌମ୍ୟ ପଟ୍ଟନାୟକଙ୍କ ଭଳି ସ୍ୱାର୍ଥପର ଓ ପୋଖତ୍ ବ୍ୟବସାୟୀଙ୍କଠାରୁ ଅନ୍ୟ କିଛି ଆଶା କରିବା ବୃଥା ବୋଲି ସେ କହିଛନ୍ତି । ଯେଉଁମାନେ ତାଙ୍କୁ ଆଣି ଦଳରେ ମିଶାଇଛନ୍ତି ସେମାନେ ଏବେ ତାଙ୍କ କଥା ବୁଝନ୍ତୁ ବୋଲି ସେ ବିରକ୍ତି ପ୍ରକାଶ କରିଛନ୍ତି ।
ରାୟଗଡ଼ାର ଥେରୁବାଲିରେ ‘ଇମ୍ଫା’ ବିରୋଧରେ ଆଜିକୁ ୧୦ ଦିନ ହେଲା ଆନେ୍ଦାଳନ ଚାଲିଛି । କମ୍ପାନୀର ଠିକା କର୍ମଚାରୀଙ୍କ ସାଙ୍ଗରେ ଶହ ଶହ ସ୍ଥାନୀୟ ଆଦିବାସୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ଆନ୍ଦୋଳନକୁ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ବୋଲି ବିଜେପି ଅଭିଯୋଗ କରିଛି । ଆନ୍ଦୋଳନ ପଛରେ ‘ପି’ ରହିଥିବା ବୈଜୟନ୍ତ ଆରୋପ ଲଗାଇ ତାହାକୁ ଜବରଦସ୍ତ ରାଜନୈତିକ ଷଡ଼ଯନ୍ତ୍ରର ରଙ୍ଗ ଦେଇଛନ୍ତି । ଘଟଣା ଯାହା ହେଉ ନା କାହିଁକି ଏତେବଡ଼ ଖବରକୁ ସୌମ୍ୟଙ୍କ ସମ୍ବାଦ ଓ କନକ ଟିଭି ବିଲକୁଲ୍ ନ ଛୁଇଁବା ବିଜେଡ଼ି ଶିବିରକୁ ଆଚମ୍ବିତ କରିଛି । ରାୟଗଡ଼ାଠାରୁ ଭୁବନେଶ୍ୱର ଯାଏଁ ପ୍ରସଙ୍ଗର ଗଭୀରତା ଲମ୍ବିସାରିଥିବା ବେଳେ ଏକ ନମ୍ବର ଖବରକାଗଜ ପାଇଁ ତାହା କିଭଳି ଖବର ହେଉନି ତାହାକୁ ଅନେକ ପ୍ରଶ୍ନ କରିଛନ୍ତି । ପ୍ରତିଦିନ ବୈଜୟନ୍ତଙ୍କ ଓଟିଭି ତାହାକୁ ହେଉଲାଇନ୍ କରି ସରକାରଙ୍କୁ ଭୀଷଣ ମାଡ଼ କରୁଛି । ମାତ୍ର ସୌମ୍ୟଙ୍କ ନିରବଦ୍ରଷ୍ଟା ସାଜିଛନ୍ତି । ଏହା ତାଙ୍କର କୃତଘ୍ନତାର ପ୍ରମାଣ ବୋଲି ବିଜେଡ଼ି ମହଲର ବିଶ୍ୱାସ ।
୬ ଘଣ୍ଟାରେ ବିଜେଡ଼ିରେ ଜୋଇଁପୁଅ ପାଲଟିଥିବା ଏହି ପୂର୍ବତନ କଂଗ୍ରେସ ଜୋଇଁପୁଅଙ୍କ ଆଭିମୁଖ୍ୟ ସମଗ୍ର ବିଜେଡ଼ି ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ତଳିଆ ନେତା ଓ କର୍ମୀମାନେ ସେମାନଙ୍କ ରାଗ ଝାଡ଼ିଛନ୍ତି ତାଙ୍କୁ ଦଳରେ ମିଶାଇ ରାଜ୍ୟସଭା ଟିକେଟ ବ୍ୟବସ୍ଥା କରାଇଥିବା ପାୱାରଫୁଲ୍ ଯୁବମନ୍ତ୍ରୀ ଓ ପୂର୍ବତନ ଯୁବମନ୍ତ୍ରୀଙ୍କ ଉପରେ । ଯାହାକୁ ମୁଣ୍ଡରେ ବସାଇ ରାଜ୍ୟସଭାକୁ ଛାଡ଼ିଲ ସେ ଆଜି ଦଳ ଓ ସରକାରକୁ କାହିଁକି ସୁରକ୍ଷା ଦେଉନାହାନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ବିଜେଡ଼ି ପାଇଁ ଝାଳନାଳ ଦେଉଥିବା ଜଣେ ନେତା କହିଛନ୍ତି, ଆମେ ସବୁ ଏଠି ଭକୁଆ । ସୌମ୍ୟ ପଟ୍ଟନାୟକ କ’ଣ ତାହା ସମସ୍ତେ ଜାଣନ୍ତି । ଆମ ଦଳରେ ଯୋଗ୍ୟ ନେତାଙ୍କ ଅଭାବ ନ ଥିଲେ ମଧ୍ୟ ସେଭଳି ଲୋକଙ୍କୁ ଦଳରେ ମିଶାଇ ଅବିଳମ୍ବେ ରାଜ୍ୟସଭା ପଠାଯିବା ପରେ ବି ଆମେ ତାକୁ ସହିଛୁ । ଦଳ ପାଇଁ ଖଟୁଛୁ । ଦଳ ତାଙ୍କଠାରୁ ଜବରଦସ୍ତ କାମ ଆଦାୟ କରୁ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାକୁ ଚାହିଁଛନ୍ତି ।
ଖାଲି ସେତିକି ନୁହେଁ, ବିଜେଡ଼ି ପାଇଁ ସୌମ୍ୟ ଆତ୍ମଘାତୀ କାର୍ଯ୍ୟ କରୁଥିବା ଦଳ ସୁପ୍ରିମୋଙ୍କ ପାଖରେ ଖବର ପହଞ୍ଚିଛି । ଓଡ଼ିଶା ରାଜନୀତିରେ ‘ଆମ ଓଡ଼ିଶା’ ପ୍ରଥମ ଦଳ ଯାହାର ସଭାପତି ଅନ୍ୟ ଦଳରେ ମିଶିଥିଲେ ମଧ୍ୟ ତାଙ୍କର ମୂଳ ଦଳ ଏ ପର୍ଯ୍ୟନ୍ତ ବିଲୀନ ହୋଇନାହିଁ । ଖଣ୍ଡପଡ଼ା ଓ ବେଗୁନିଆ ନିର୍ବାଚନମଣ୍ଡଳୀରେ ‘ଆମ ଓଡ଼ିଶା’ ଏବେ ବି ସକ୍ରିୟ ଅଛି । ସୌମ୍ୟ ତାଙ୍କ ‘ଆମ ଓଡ଼ିଶା’ କର୍ମୀଙ୍କୁ ଅଣ୍ଡରଗ୍ରାଉଣ୍ଡ କରି ପୂର୍ବଭଳି ସ୍ଥାନୀୟ ବିଜେଡ଼ି ବିଧାୟକଙ୍କ ବିରୋଧରେ କାମରେ ଲଗାଇଥିବା ଅଭିଯୋଗ ହେଉଛି ।  ଏହା ପଛରେ ସୌମ୍ୟଙ୍କ ରାଜନୈତିକ ଚାଲ୍ କ’ଣ ତାହା ଖଣ୍ଡପଡ଼ା ଓ ବେଗୁନିଆ ନିର୍ବାଚନମଣ୍ଡଳୀ ଭୋଟରଙ୍କୁ ଅଛପା ନାହିଁ ବୋଲି କୁହାଯାଉଛି ।
Previous Post

୮୦ ବିଜେଡ଼ି ବିଧାୟକଙ୍କ ଆସନ ଟଳମଳ

Next Post

ମାନିକ୍ ସରକାରଙ୍କ ଓଡ଼ିଶା ଗସ୍ତକୁ ନେଇ ଚର୍ଚ୍ଚା

Next Post
ମାନିକ୍ ସରକାରଙ୍କ ଓଡ଼ିଶା ଗସ୍ତକୁ ନେଇ ଚର୍ଚ୍ଚା

ମାନିକ୍ ସରକାରଙ୍କ ଓଡ଼ିଶା ଗସ୍ତକୁ ନେଇ ଚର୍ଚ୍ଚା

Comments 1

  1. ଦେବରାଜ ନାୟକ says:
    8 years ago

    ଏଇଟା ୧୦୦% ସତ, କାରଣ ସୌମ୍ୟ ଉଚ୍ଚାଭିଳାଶି ନେତା,

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA