Tuesday, May 26, 2026 12:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାନିକ୍ ସରକାରଙ୍କ ଓଡ଼ିଶା ଗସ୍ତକୁ ନେଇ ଚର୍ଚ୍ଚା

by Our Correspondent
02 May, 2018- 01:15 PM
in Latest News, News
1 min read
0
ମାନିକ୍ ସରକାରଙ୍କ ଓଡ଼ିଶା ଗସ୍ତକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ୍ ସରକାର ଆସନ୍ତା ୫ ତାରିଖ ସଂଧ୍ୟାରେ ଓଡ଼ିଶା ଆସୁଛନ୍ତି । ୬ ତାରିଖ ସକାଳ ସାଢ଼େ ଦଶଟା ବେଳେ ଜୟଦେବ ଭବନରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବେ । ସେଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିପାରନ୍ତି । ମାନିକ୍ ଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟର ବାମଦଳ ନେତାମାନେ ଉତ୍ସାହିତ ଥିବା ବେଳେ ନବୀନଙ୍କ ସହ ତାଙ୍କର ସମ୍ଭାବ୍ୟ ଭେଟଘାଟ ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି ।
ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଓଡ଼ିଶା ଗସ୍ତରେ ଆସୁଥିବା ମାନିକ୍ ଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ସେ ଦିଲ୍ଲୀ ଗସ୍ତରେ ଥିବାରୁ ଭେଟଘାଟ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରିନାହିଁ । ଯଦି ଭେଟଘାଟ ହୁଏ, ତାହା ସୌଜନ୍ୟମୂଳକ ହେବ ନା ଉଭୟଙ୍କ ମଧ୍ୟରେ ରାଜନୈତିକ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇନାହିଁ । ନିକଟରେ ତ୍ରିପୁରା ନିର୍ବାଚନରେ ବିଜେପିଠାରୁ ଶୋଚନୀୟ ପରାଜୟ ବରଣ କରିଛନ୍ତି ମାନିକ୍ ସରକାରଙ୍କ ନେତୃତ୍ୱାଧୀନ ବାମ ସରକାର । ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ରଖିବାର ସଂକଳ୍ପ ରଖିଥିବା ବିଜେଡ଼ି ସୁପ୍ରିମୋ ଓ ବାମ ଦଳର ଏହି ତୁଙ୍ଗ ନେତାଙ୍କ ମଧ୍ୟରେ ଯଦି ଭେଟଘାଟ ହୁଏ ତେବେ ସେଥିରେ ଜାତୀୟ ରାଜନୀତି ଓ ତୃତୀୟ ମେଣ୍ଟ ଉପରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ତେବେ ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ ।
ଉଲ୍ଲେଖଯୋଗ୍ୟ, ମାନିକ୍ ସରକାର ଦେଶର ଜଣେ ଚର୍ଚ୍ଚିତ ରାଜନୈତିକ ବ୍ୟକ୍ତିତ୍ୱ । ଦୀର୍ଘ ୨୦ ବର୍ଷ ଧରି ସେ ଥିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ । ତାଙ୍କ ନେତୃତ୍ୱରେ ଗଠିତ ବାମମନ୍ଥୀ(ସିପିଏମ୍) ସରକାର କ୍ରମାଗତ ୫ ଥର ଶାସନକ୍ଷମତାକୁ ଆସିଥିଲେ । ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି । ତ୍ରିପୁରାରେ ଦୁଇ ଦଶନ୍ଧି ଧରି ଶାସନ କ୍ଷମତାରେ ଥିବା ମାନିକ୍ ସରକାର ନିଜର ସରଳ ଜୀବନଯାପନ ପାଇଁ ବେଶ୍ ଚର୍ଚ୍ଚିତ । ଅତ୍ୟନ୍ତ ସରଳ, ନିରାଡ଼ମ୍ବର ଓ ସାଧାରଣ ଜୀବନଯାପନ ତାଙ୍କୁ ସାରା ଭାରତରେ ଜଣେ ଅନନ୍ୟ ମୁଖ୍ୟମନ୍ତ୍ରୀର ସ୍ଥାନ ଦେଇଛି । ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଭାବେ ସେ ଗଣା ହୋଇଛନ୍ତି । କହିବା ବାହୁଲ୍ୟ, ମାନିକ୍ ସରକାରଙ୍କ ପଛକୁ ନବୀନ ପଟ୍ଟନାୟକ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଯିଏ କି ସରଳ ଓ ନିରାଡ଼ମ୍ବର ଜୀବନ ଯାପନ ପାଇଁ ବେଶ୍ ଚର୍ଚ୍ଚିତ । ମାନିକ୍ ସରକାରଙ୍କ ଭଳି ନବୀନ ପଟ୍ଟନାୟକ ମଧ୍ୟ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇଛନ୍ତି ।
ଯେ କେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି ୨୦ ବର୍ଷର ମୁଖ୍ୟମନ୍ତ୍ରୀ ମାନିକ୍ ସରକାରଙ୍କ ନିଜର ବୋଲେ ଘର ଖଣ୍ଡେ ନାହିଁ କି କାର୍ ଟିଏ ନାହିଁ । ଏପରିକି ମୋବାଇଲ୍ ଟେ ବି ନାହିଁ । ମୁଖ୍ୟମନ୍ତ୍ରୀ ପଦରୁ ଗଲା ବେଳକୁ ନଗଦ ତାଙ୍କ ହାତରେ ଥିଲା ମାତ୍ର ୧୫୨୦ ଟଙ୍କା । ବ୍ୟାଙ୍କ ବାଲାନସ୍ ଥିଲା ୨୪୧୦ ଟଙ୍କା । ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ପାଉଥିବା ମାସିକ ଦରମା ୨୬,୩୧୫ ଟଙ୍କାକୁ ସେ ନିଜ ଦଳୀୟ ପାଣ୍ଠିକୁ ଦାନ କରୁଥିଲେ । ବଦଳରେ ଘର ଚଳିବା ପାଇଁ ଦଳଠାରୁ ମାସକୁ ଆଣୁଥିଲେ ମାତ୍ର ୯,୭୦୦ ଟଙ୍କା । ଖାଲି ସେ ନୁହଁନ୍ତି ପତ୍ନୀ ପାଞ୍ଚାଳି ଭଟ୍ଟଚାର୍ଯ୍ୟ ମଧ୍ୟ ସ୍ୱାମୀଙ୍କ ଆଦର୍ଶରେ ଅନୁପ୍ରାଣିତ । ୨୦୧୧ ମସିହାରେ କେନ୍ଦ୍ର ସରକାରଙ୍କ ଚାକିରିରୁ ଅବସର ନେଇଥିବା ପତ୍ନୀ ନିଜ ଚାକିରିକାଳରେ କେବେ ବି ସରକାରୀ ଗାଡ଼ି ବ୍ୟବହାର କରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ହୋଇ ବି ଅଫିସକୁ ସେ ରିକସା, ଅଟୋରିକସା ନଚେତ୍ ବସ୍ ରେ ଯିବା ଆସିବା କରୁଥିଲେ । ସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଗଲାବେଳକୁ ପାଞ୍ଚାଳିଙ୍କ ସମ୍ପତ୍ତି ବୋଲେ ହାତରେ ଥିଲା ନଗଦ ୨୦, ୧୪୦ ଟଙ୍କା ଏବଂ ୧୨,୧୫,୭୧୪ ଟଙ୍କାର ବ୍ୟାଙ୍କ ବାଲାନ୍ସ ଓ ଫିକ୍ସଡ଼ ଡିପୋଜିଟ୍ ।
ତ୍ରିପୁରା ରାଜଧାନୀ ଅଗରତାଲା ଉପକଣ୍ଠ କ୍ରିଷ୍ଣନଗରରେ ଅଣଜେଜେଙ୍କ ସମ୍ପତ୍ତିଙ୍କୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ଏକ ଛୋଟିଆ ଘର ହିଁ ତାଙ୍କର ଏକମାତ୍ର ସମ୍ବଳ । ଦୁଇଟି ରୁମ୍ ବିଶିଷ୍ଟ ସେହି ଅଣଓସାରିଆ ଘରେ ରହୁଛନ୍ତି ନିଃସନ୍ତାନ ସରକାର ଦମ୍ପତ୍ତି । ମାତ୍ର ୪୯ ବର୍ଷ ବୟସରେ ସିପିଏମ୍ ପଲିଟିବ୍ୟୁରୋ ସଦସ୍ୟ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ହେବାର ଗୌରବ ପାଇଥିବା ମାନିକ୍ ଙ୍କୁ ଏବେ ୬୯ ବର୍ଷ ବୟସ । ନିର୍ବାଚନ ମଇଦାନରେ ପରାଜୟ ସତ୍ତ୍ୱେ ଜଣେ ସଫଳ ଓ ସରଳ ରାଜନେତା ଭାବେ ଆଜିକାଲିକା ସମାଜ ପାଇଁ ଆଦର୍ଶ ।
Previous Post

ସୌମ୍ୟଙ୍କୁ ନେଇ ବିଜେଡ଼ି ପସ୍ତାଇଲାଣି

Next Post

ବିଜେଡ଼ିର ‘ମହାନଦୀ ସୁରକ୍ଷା ଅଭିଯାନ’ ୧୬ରୁ

Next Post
ବିଜେଡ଼ିର ‘ମହାନଦୀ ସୁରକ୍ଷା ଅଭିଯାନ’ ୧୬ରୁ

ବିଜେଡ଼ିର ‘ମହାନଦୀ ସୁରକ୍ଷା ଅଭିଯାନ’ ୧୬ରୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA