Saturday, August 29, 2026 02:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିର ‘ମହାନଦୀ ସୁରକ୍ଷା ଅଭିଯାନ’ ୧୬ରୁ

by Our Correspondent
02 May, 2018- 07:41 PM
in Latest News, News
1 min read
0
ବିଜେଡ଼ିର ‘ମହାନଦୀ ସୁରକ୍ଷା ଅଭିଯାନ’ ୧୬ରୁ
ଭୁବନେଶ୍ୱର: ମହାନଦୀ ସୁରକ୍ଷା ପାଇଁ ବିଜେଡ଼ିର ଦ୍ୱିତୀୟ ପର୍ଯ୍ୟାୟ ଜନ ଆନ୍ଦୋଳନ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ । ମହାନଦୀ ଅବବାହିକାରେ ଥିବା ୧୫ ଟି ଜିଲ୍ଲାରେ ଲୋକଙ୍କୁ ସାମିଲ କରି ବ୍ୟାପକ ଜନ ଜାଗରଣ ସୃଷ୍ଟି କରାଯିବ । ‘ମହାନଦୀ ସୁରକ୍ଷା ଅଭିଯାନ’ ନାମରେ ଏହି ବିଶାଳ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରୁ ଅଭିଯାନ ଆରମ୍ଭ ହୋଇ ଦୀର୍ଘ ୧୫୮୫ କିମିର ଯାତ୍ରା ପରେ ପାରାଦ୍ୱୀପରେ ଶେଷ ହେବ । ଆଜି ବିଜେଡ଼ି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି ।
କାର୍ଯ୍ୟକ୍ରମ ଅନୁଯାୟୀ, ମହାନଦୀ ତଟବର୍ତ୍ତୀ ଏବଂ ମହାନଦୀ ଦ୍ୱାରା ପ୍ରଭାବିତ ହେଉଥିବା ୧୫ ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀର ବ୍ଲକ୍ ଓ ନଗରାଞ୍ଚଳ ମଧ୍ୟ ଦେଇ ଯିବ ‘ମହାନଦୀ ସୁରକ୍ଷା ଅଭିଯାନ’ । ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ କୃଷକ, ମତ୍ସ୍ୟଜୀବୀ, ଛାତ୍ର, ଯୁବ, ମହିଳା ଓ ସମାଜର ଅନ୍ୟ ସବୁ ବର୍ଗର ଜନସାଧାରଣଙ୍କୁ ସାମିଲ କରାଯିବ । ରାସ୍ତାରେ ପଡୁଥିବା ଗାଁ ଓ ସହରରେ ସବୁ ସ୍ଥାନରେ ସାଧାରଣ ସଭା, ପଥପ୍ରାନ୍ତ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମହାନଦୀ ସଙ୍କଟର ବାସ୍ତବ ଚିତ୍ର ଉପସ୍ଥାପନ କରାଯିବ । ପୁସ୍ତିକା ଓ ପ୍ରଚାରପତ୍ର ଜରିଆରେ ମହାନଦୀ ଷଡ଼ଯନ୍ତ୍ରର ପର୍ଦ୍ଦଫାସ କରାଯାଇ ସଙ୍କଟର ଭୟାବହତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ଏହି ଯାତ୍ରାରେ ସମସ୍ତ ଜନସାଧାରଣ ଓ ରାଜନୈତିକ ଦଳ ସାମିଲ ହେବାକୁ ବିଜେଡ଼ି ଉପସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ନିବେଦନ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ, ସମ୍ପାଦକ ବିଜୟ ନାୟକ ମହାନଦୀ ସଙ୍କଟର ଭୟାବହତା ବର୍ଣ୍ଣନା କରିବା ସହ ମହାନଦୀକୁ ବଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବିବରଣୀ ସପ୍ତାହକ ମଧ୍ୟରେ ଜଣାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା ।
ସେପଟେ ବିଜେଡ଼ିର ମହାନଦୀ ସୁରକ୍ଷା ଅଭିଯାନକୁ ନାଟକବାଜି କହି ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି । ଏଭଳି ଅଭିଯାନକୁ ସେମାନେ ଭୋଟ ରାଜନୀତିର ଆଖ୍ୟା ଦେଇଛନ୍ତି । ଏହାଦ୍ୱାରା ମହାନଦୀ ସମସ୍ୟାର ସମାଧାନ ହେବ ନାହିଁ ବୋଲି ଦୁଇ ବିରୋଧୀ ଦଳ କହିଛନ୍ତି ।
Previous Post

ମାନିକ୍ ସରକାରଙ୍କ ଓଡ଼ିଶା ଗସ୍ତକୁ ନେଇ ଚର୍ଚ୍ଚା

Next Post

ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ; ବିଜେଡ଼ି ସହ ପର୍ଯ୍ୟବେକ୍ଷକ, ମିଡ଼ିଆ ପ୍ୟାନେଲିଷ୍ଟ

Next Post
ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ; ବିଜେଡ଼ି ସହ ପର୍ଯ୍ୟବେକ୍ଷକ, ମିଡ଼ିଆ ପ୍ୟାନେଲିଷ୍ଟ

ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ; ବିଜେଡ଼ି ସହ ପର୍ଯ୍ୟବେକ୍ଷକ, ମିଡ଼ିଆ ପ୍ୟାନେଲିଷ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA