Monday, May 25, 2026 02:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହେଲିକପ୍ଟର ଚେକିଂ: ମୋଦିଙ୍କୁ ନାପସନ୍ଦ, ନବୀନଙ୍କୁ ସାଲ୍ୟୁଟ୍ କଲେ ଡ. କ୍ୟୁରେସି

by Our Correspondent
19 Apr, 2019- 03:09 PM
in Latest News, News
1 min read
0
ହେଲିକପ୍ଟର ଚେକିଂ: ମୋଦିଙ୍କୁ ନାପସନ୍ଦ, ନବୀନଙ୍କୁ ସାଲ୍ୟୁଟ୍ କଲେ ଡ. କ୍ୟୁରେସି
ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଚେକିଂ କରି ଜଣେ ଆଇଏଏସ୍ ଅଫିସର ବଳି ପଡ଼ିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଡ. ଏସ.ୱାଇ.କ୍ୟୁରେସିଙ୍କର ଏକ ଟୁଇଟ୍ ଏବେ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଚେକିଂ କରି ଆଇଏଏସ୍ ଅଫିସର ବଳି ପଡ଼ିବା ଘଟଣାରେ ସେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସମାଲୋଚନା କରିଛନ୍ତି । ସମାନ ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଚରଣକୁ ପ୍ରଶଂସା କରି ତାଙ୍କୁ ସାଲ୍ୟୁଟ୍ ମାରିଛନ୍ତି ଡ. କ୍ୟୁରେସି । ନବୀନଙ୍କ ଆଚରଣକୁ ଜଣେ ଷ୍ଟେଟସମ୍ୟାନ୍ ଙ୍କ ଆଚରଣ ବୋଲି ଦର୍ଶାଇଛନ୍ତି ।
ଡ. କ୍ୟୁରେସି ତାଙ୍କ ଟୁଇଟରରେ ଲଖିଛନ୍ତି, ଓଡ଼ିଶାରେ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଜଣେ ଆଇଏଏସ୍ ଅଫିସର ପ୍ରଧାନମନ୍ତ୍ରୀ ମୋଦି ଯାତ୍ରା କରୁଥିବା ଚୋପର୍ କୁ ଚେକିଂ କରି ସସପେଣ୍ଡ ହେବା କେବଳ ଦୁର୍ଭାଗ୍ୟଜନକ ନୁହେଁ, ବରଂ ନିର୍ବାଚନ କମିଶନ ଏବଂ ନିଜେ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି ରକ୍ଷା ପାଇଁ ଏକ ବିରାଟ ସୁଯୋଗର ହାତଛଡ଼ା । ପ୍ରଧାନମନ୍ତ୍ରୀଙ୍କ ନାଁରେ ନିର୍ବାଚନ ଆଚରଣ ଆଚରଣ ବିଧିର ବାରମ୍ବାର ଉଲ୍ଲଂଘନ ଅଭିଯୋଗ ଆସୁଥିବା ବେଳେ ନିର୍ବାଚନ କମିଶନ ତାହାକୁ ଅଣଦେଖା କରି ଚାଲିଥିବା ଅଭିଯୋଗ ହେଉଛି । ସୁତରାଂ ଏହି ଦୁଇଟି ଯାକ ସର୍ବୋଚ୍ଚ ଅନୁଷ୍ଠାନ ଏବେ ପବ୍ଲିକ୍ ସ୍କାନରରେ ଥିବାରୁ ସେମାନଙ୍କ ବିଶ୍ୱାସ ପ୍ରତିପାଦନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଚୋପର୍ ରେଡ୍ ଘଟଣା ସୁଯୋଗ ଦେଇଥିଲା । ଆଇନ ସମସ୍ତଙ୍କ ପାଇଁ ସମାନ ଏହା ସେମାନେ ଦେଖାଇ ପାରିଥାଆନ୍ତେ । କିନ୍ତୁ ଦୁର୍ଭାଗ୍ୟର କଥା ଉଭୟ ଭିନ୍ନ ବାଟ ଆପଣେଇଛନ୍ତି । ସେମାନଙ୍କ ବିରୋଧରେ ରହିଥିବା ଅଭିଯୋଗ ଆହୁରି ଶାଣିତ ହୋଇଛି ।
ଅନ୍ୟପକ୍ଷରେ, ସମାନ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତ୍ୟନ୍ତ ଶାଳୀନତା ଆଚରଣ ଦେଖିବାକୁ ମିଳିଛି । ତାଙ୍କ ଆଖି ଆଗରେ ତାଙ୍କ ହେଲିକପ୍ଟର ରେଡ୍ ହେଉଥିବା ବେଳେ ସେ ତାଙ୍କ ଆଚରଣରେ ନିଜ ପଦମର୍ଯ୍ୟାଦା ଓ ଗାରିମାକୁ ଆହୁରି ସମୃଦ୍ଧ କରିଛନ୍ତି । ଏହା ହେଉଛି ଷ୍ଟେଟସମ୍ୟାନଲାଇକ୍ ଆଚରଣ ଯାହା ଅନ୍ୟ ନେତାଙ୍କଠାରୁ ଆଶା କରାଯାଏ । ଶେଷରେ ସାଲ୍ୟୁଟ୍ ମି. ପଟ୍ଟନାୟକ ବୋଲି ଲେଖିଛନ୍ତି ଡ. କ୍ୟୁରେସି ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନକୁ ସମ୍ବଲପୁରରେ ଚେକିଂ କରିଥିଲେ ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ତଥା କର୍ଣ୍ଣାଟକ କ୍ୟାଡରର ଆଇଏଏସ୍ ଅଫିସର ମହମ୍ମଦ ମହସୀନ । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ବିରକ୍ତି ପ୍ରକାଶ କରିବା ପରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସଂପୃକ୍ତ ଆଇଏଏସ ଅଧିକାରୀଙ୍କ ବିରୋଧରେ ତକ୍ରାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାକିରିରୁ ସସପେଣ୍ଡ କରିଥିଲେ ।
Previous Post

୬ଟି ବୁଥ୍ ରେ ମତଦାନ ନୋହିଲା, ସୋରଡ଼ାରେ ଇଭିଏମ୍ ଭାଙ୍ଗିଲେ ବିଜେପି ପ୍ରାର୍ଥୀ

Next Post

ଧର୍ମେନ୍ଦ୍ର ପ୍ରଧାନଙ୍କ ଅପରାଧ ପେଡ଼ି ଖୋଲିଲା ବିଜେଡ଼ି

Next Post
ଧର୍ମେନ୍ଦ୍ର ପ୍ରଧାନଙ୍କ ଅପରାଧ ପେଡ଼ି ଖୋଲିଲା ବିଜେଡ଼ି

ଧର୍ମେନ୍ଦ୍ର ପ୍ରଧାନଙ୍କ ଅପରାଧ ପେଡ଼ି ଖୋଲିଲା ବିଜେଡ଼ି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA