Sunday, May 24, 2026 09:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ୟୁଡ଼ି ହାତରେ ଡେଙ୍ଗୁ ପାହାର

by Our Correspondent
12 Jul, 2016- 10:41 AM
in News
1 min read
0
ୟୁଡ଼ି ହାତରେ ଡେଙ୍ଗୁ ପାହାର

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟରେ ଡେଙ୍ଗୁର ତାଣ୍ଡବ ଭୟଙ୍କର ରୂପ ନେଇଛି। ଡେଙ୍ଗୁ ରୋଗୀ ସଂଖ୍ୟା ଆଜି ୮୦୦ ଟପିଯାଇଛି। ଗତକାଲି ଗୋଟିଏ ଦିନରେ ୧୪୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କେନ୍ଦୁଝର ଜିଲ୍ଲାରୁ ଅଛନ୍ତି ସର୍ବାଧିକ ୧୧୩ ରୋଗୀ। ଡେଙ୍ଗୁ ରୋଗର ମୁକାବିଲା ପାଇଁ ଆଜି ସଚିବାଳୟରେ ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ବିଭାଗର ଏକ ମିଳିତ ସମୀକ୍ଷା ବୈଠକ ହୋଇଛି। ସେଥିରୁ ଚିରାଚରିତ ନିର୍ଯାସ ବାହାରିଛି। ପୌର ପ୍ରଶାସନର ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ର ଯାଦବଙ୍କୁ ନୋଡାଲ୍ ଅଫିସର ନିଯୁକ୍ତି ଦିଆଯାଇଛି। ଆସନ୍ତାକାଲି ସେ ଏବଂ ସ୍ୱାସ୍ଥ୍ୟ ସଚିବ କେନ୍ଦୁଝର ଯାଇ ଡେଙ୍ଗୁ ସ୍ଥିତି ସମୀକ୍ଷା କରିବେ। ଇତିମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦୁଝର ସମେତ ବିଭିନ୍ନ ଅଂଚଳକୁ ଅଚାନକ ଗସ୍ତରେ ଯାଇ ଡେଙ୍ଗୁ ସ୍ଥିତି ଦେଖୁଛନ୍ତି। ହେଲେ ମନ୍ତ୍ରୀ କି ସଚିବଙ୍କ ଗସ୍ତ ଡେଙ୍ଗୁ ରୋଗକୁ ଅଟକେଇ ପାରିନି କି ପାରିବନି। ଖାସ୍ କରି କେନ୍ଦୁଝରରେ କ’ଣ ପାଇଁ ଡେଙ୍ଗୁ ତାର ପସରା ମେଲାଇଛି ତାହାର କାରଣ ଜାଣି ନିରାକରଣ ନ କଲା ପର୍ଯ୍ୟନ୍ତ।

ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ବିଭାଗକୁ ଧରି ଡେଙ୍ଗୁ ମୁକାବିଲା କରୁଛନ୍ତି ନେଡ଼ି ଗୁଡ଼ କହୁଣୀକୁ ବୋହିଲା ପରେ। ଡେଙ୍ଗୁ ରୋଗର ଉପଚାର ଯେତିକି ଗୁରୁତ୍ୱ ନୁହେଁ, ଡେଙ୍ଗୁ କାରଣର ଉପଚାର ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ ସହରାଂଚଳର ଡ୍ରେନେଜ୍, ସ୍ୱେରେଜ୍ ଓ ପରିମଳ ଏଭଳି ଅବସ୍ଥାରେ ପହଚିଂଛି ସେଠି ଡେଙ୍ଗୁକୁ ଜୋଇଁ କୁଣିଆ ଭଳି ଆମନ୍ତ୍ରଣ କରାଯାଇଛି। ଯେଉଁ କେନ୍ଦୁଝରର ଅବସ୍ଥା ଆଜି ଅଣାୟତ ତାହା ଯେ ସମ୍ପୂର୍ଣ୍ଣ ସରକାରକୃତ ସେଥିରେ ସାମାନ୍ୟତମ ସନେ୍ଦହ ନାହିଁ। ନେତାଙ୍କ ଟଣା ଓଟରା ଓ ମନ୍ତ୍ରୀ ଲବି ଚାପରେ ଅଥର୍ବ ହୋଇପଡ଼ିଛି ପୌର ପ୍ରଶାସନ। ଜିଲ୍ଲାର ୫ ଟି ଯାକ ପୌର ସଂସ୍ଥାରେ ମୁଖିଆ ନ ଥିବାରୁ ପ୍ରଶାସନିକ କଳ ଅଥର୍ବ ହୋଇଯାଇଛି ଆଉ ପରିମଳ ବ୍ୟବସ୍ଥାକୁ ଠପ୍ କରିଦେଇଛି। ଯାହାଫଳରେ ଜବରଦସ୍ତ ଡେଙ୍ଗୁ ଜନ୍ମ ନେଇ ମହାମାରୀର ରୂପ ନେଇଛି।

ବଡ଼ବିଲ୍ ପୌରପାଳିକା ଏକଜ୍ୟୁଟିଭ୍ ଅଫିସର ପ୍ରାଣକୃଷ୍ଣ ଜେନା ଚୌଦ୍ୱାର ବଦଳି ହୋଇ ଚାଲିଯାଇଛନ୍ତି। ସେହିଭଳି ଯୋଡ଼ା ଏକଜ୍ୟୁଟିଭ୍ ଅଫିସର ପ୍ରଶାନ୍ତ କୁମାର ସାହୁଙ୍କର ଜଟଣୀ ବଦଳି ହୋଇଯାଇଛି। ଏହି ଦୁଇଟି ଜାଗାରେ ନଗର ଉନ୍ନୟନ ବିଭାଗ ଅନ୍ୟ କାହାରିକୁ ନିଯୁକ୍ତି ଦେଇ ନ ଥିବାରୁ ପଦ ଖାଲି ପଡ଼ିଛି। ଚମ୍ପୁଆ, ଆନନ୍ଦପୁରରେ ବି ସମାନ ଅବସ୍ଥା। ଚମ୍ପୁଆରେ ତହସିଲଦାରଙ୍କ ଉପରେ ଏକଜ୍ୟୁଟିଭ୍ ଅଫିସର ଅତିରିକ୍ତ ଦାୟିତ୍ୱଭାର ପଡ଼ିଥିଲା ବେଳେ ଆନନ୍ଦପୁରରେ ଏଡିଏମ୍ ବୁଝୁଛନ୍ତି ଏକଜ୍ୟୁଟିଭ୍ ଅଫିସରର ଅତିରିକ୍ତ ଦାୟିତ୍ୱ। କେନ୍ଦୁଝରଗଡ଼ରେ ପୌରାଧ୍ୟକ୍ଷ ଅନାସ୍ଥାପ୍ରସ୍ତାବରେ କଟିବା ପରେ ସେଠି ପୌର ପରିଷଦର ବୈଠକ ଫୈଠକ କିଛି ନାହିଁ। ଯୋଜନା ନାହିଁ କି କାର୍ଯ୍ୟକାରିତା ନାହିଁ। ମୋଟାମୋଟି ଭାବେ ଜିଲ୍ଲାର ୫ ଟି ଯାକ ପୌରସଂସ୍ଥାରେ ଏଭଳି ଅବସ୍ଥା। ମାସ ମାସ ଧରି ଏକଜ୍ୟୁଟିଭ୍ ଅଫିସର ପଦ ଖାଲି ପଡ଼ିଥିବାରୁ ବିକାଶ କାର୍ଯ୍ୟ ଠପ୍ ହୋଇଯାଇଛି। ସବୁଆଡେ ପଡିରହୁଛି କୁଢ଼ କୁଢ଼ ମଇଳା ଆବର୍ଜନା। ଯାହାର ପରିଣତି ହୋଇଛି ଭୟଙ୍କର ଡେଙ୍ଗୁ। ନଗର ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ନ ଦେଇ ସଚିବାଳୟରେ ଡେଙ୍ଗୁ ପ୍ରସ୍ତୁତି ବୈଠକ କରିଦେଲେ ସ୍ଥିତି ସୁଧୁରିବ ନାହିଁ।

ଲଜ୍ଜା ଓ ଦୁର୍ଭାଗ୍ୟର କଥା ହେଉଛି, କେନ୍ଦୁଝର ଜିଲ୍ଲାର ପୌର ସଂସ୍ଥା ଗୁଡ଼ିକରେ ଏକଜ୍ୟୁଟିଭ୍ ଅଫିସର ପଦବୀ ଦୀର୍ଘ ଦିନ ଧରି ଖାଲି ପଡ଼ିବା ପଛରେ ରହିଛି ମନ୍ତ୍ରୀ ଚାପ। ନଗର ଉନ୍ନୟନ ମନ୍ତ୍ରୀଙ୍କ ଖାସ୍ ମହଲର ସୂଚନା ଅନୁଯାୟୀ, ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ପାଇଁ ଅଡୁଆ ହୋଇଛନ୍ତି ପାୱାରଫୁଲ ଶକ୍ତିମନ୍ତ୍ରୀ। ନିଜ ମର୍ଜିର ଅଫିସରଙ୍କୁ ସେଠାରେ ନିଯୁକ୍ତି ଦେବା ପାଇଁ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ହୁକୁମଜାରି କରିଛନ୍ତି। ଆଉ ଶକ୍ତିମନ୍ତ୍ରୀଙ୍କ ମର୍ଜିର ଅଫିସରଙ୍କୁ ଅନାଇ ରହିଛି କେନ୍ଦୁଝର ଜିଲ୍ଲାର ପୌର ସଂସ୍ଥା। ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଅସହାୟ ହୋଇ ଚାହିଁ ରହିଛନ୍ତି ଶକ୍ତିମନ୍ତ୍ରୀଙ୍କ ସୁପାରିଶକୁ। ଏହି ଅପେକ୍ଷା ହିଁ ଡାକି ଆଣିଛି ଆଜିକାର ଡେଙ୍ଗୁକୁ। ପରିସ୍ଥିତି ଅସମ୍ଭାଳ ଅବସ୍ଥାକୁ ଚାଲିଯାଉଥିବାରୁ ନଗର ଉନ୍ନୟନ ମନ୍ତ୍ରୀ ନିଜ ମୁଣ୍ଡକୁ ଦୋଷ ନେଇ ବ୍ୟବସ୍ଥାକୁ ନ ସଜାଡିଲେ ଅବସ୍ଥା ଆହୁରି ସାଂଘାତିକ ହେବ।

Previous Post

ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କଲେ ଆଦିବାସୀ ଆତ୍ମା

Next Post

ଓଡ଼ିଶା କ୍ରିକେଟିୟର୍: ଜନ୍ମ ଜାଲିଆତିର ମହାଖୁଲାସା

Next Post
ଓଡ଼ିଶା କ୍ରିକେଟିୟର୍: ଜନ୍ମ ଜାଲିଆତିର ମହାଖୁଲାସା

ଓଡ଼ିଶା କ୍ରିକେଟିୟର୍: ଜନ୍ମ ଜାଲିଆତିର ମହାଖୁଲାସା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA