Thursday, May 21, 2026 10:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୧ ଉପଦେଷ୍ଟାଙ୍କୁ ମିଳିଲା ପାହ୍ୟା

by Our Correspondent
06 Sep, 2019- 06:53 PM
in Latest News, News
1 min read
0
୧୧ ଉପଦେଷ୍ଟାଙ୍କୁ ମିଳିଲା ପାହ୍ୟା
ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ନିଗମ ଓ ବୋର୍ଡରେ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ୧୧ ଜଣ ବିଜେଡ଼ି ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାହ୍ୟା ବାଣ୍ଟିଛନ୍ତି । ୬ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦିଆଯାଇଥିବା ବେଳେ ଜଣଙ୍କୁ ମୁଖ୍ୟ ଶାସନ ସଚିବ(ଚିଫ୍ ସେକ୍ରୋଟାରୀ) ଏବଂ ୪ ଜଣଙ୍କୁ ପ୍ରମୁଖ ଶାସନ ସଚିବ(ପ୍ରିନିସପାଲ୍ ସେକ୍ରୋଟାରୀ) ପାହ୍ୟା ଦିଆଯାଇଛି ।
ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିବା ଉପଦେଷ୍ଟାମାନେ ହେଲେ- ମିଶନ ଶକ୍ତିର ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ, ଏସସି/ଏସଟି ଉନ୍ନୟନ ଏବଂ ସଂଖ୍ୟାଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗର ଉପଦେଷ୍ଟା ମୁଜିବୁଲ୍ଲା(ମୁନା) ଖାଁ, ଇଟି ଆଣ୍ଡ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା କୃତିବାସ ପାତ୍ର ଏବଂ ଓଡ଼ିଶା ରାଜ୍ୟ କୃଷି ବଜାର ବୋର୍ଡ(ଏଗ୍ରିକଲଚରାଲ୍ ମାର୍କେଟିଂ) ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ।
ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ସୁଜିତ୍ କୁମାରଙ୍କୁ ମିଳିଛି ମୁଖ୍ୟ ଶାସନ ସଚିବ ପାହ୍ୟା । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଉପଦେଷ୍ଟା ଉତ୍କଳ କେଶରୀ ପରିଡ଼ା, ଓଡ଼ିଶା ବନ ଉନ୍ନୟନ ନିଗମର ଉପଦେଷ୍ଟା ଦେବାଶିଷ ମଲ୍ଲିକ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ଉପଦେଷ୍ଟା ଜନ୍ମେଜୟ ଲେଙ୍କାଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟା ମିଳିଛି ।
ଗତ ମାସ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ୧୧ ଜଣଙ୍କ ସମେତ ୩୬ ବିଜେଡ଼ି ନେତାଙ୍କୁ ବିଭିନ୍ନ ବିଭାଗ, ନିଗମ ଏବଂ ବୋର୍ଡରେ ନିଯୁକ୍ତି କରିଥିଲେ । ତେବେ ଉପଦେଷ୍ଟାମାନଙ୍କ କାର୍ଯ୍ୟ ଓ କ୍ଷମତାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । ୨୦ ଦିନ ପରେ ସେମାନଙ୍କୁ ପାହ୍ୟା ବଣ୍ଟାଯାଇଥିଲେ ମଧ୍ୟ ସେମାନଙ୍କ ନିର୍ଦ୍ଦିଷ୍ଟ ଦାୟିତ୍ୱ ସମ୍ପର୍କରେ ସଠିକ୍ ଜଣାପଡୁନାହିଁ । ଏମାନେ କେବଳ ପଦ ମର୍ଯ୍ୟାଦାରେ ସୀମିତ ରହିବେ ନା କ୍ଷମତା ପାଇବେ ତାହା ଏବେ ବି ଅସ୍ପଷ୍ଟ ।
ସେପଟେ ମିଡ଼ିଆ ଉପଦେଷ୍ଟା ଭାବେ ପୃଥକ୍ ନିଯୁକ୍ତି ପାଇଥିବା ମାନସ ମଙ୍ଗରାଜଙ୍କ ନାଁ ଏହି ତାଲିକାରେ ନାହିଁ । ତେଣୁ ତାଙ୍କ ପାହ୍ୟା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଦିନେ ଦୁଇ ଦିନ ମଧ୍ୟରେ ତାହାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।
Previous Post

ବଦଳିଯିବ ନକ୍ସା, ଝଲସିବ ଶ୍ରୀକ୍ଷେତ୍ର

Next Post

ଛୁଇଁ ପାରିଲାନି ଜହ୍ନ

Next Post
ଛୁଇଁ ପାରିଲାନି ଜହ୍ନ

ଛୁଇଁ ପାରିଲାନି ଜହ୍ନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA