Wednesday, April 29, 2026 05:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଛୁଇଁ ପାରିଲାନି ଜହ୍ନ

by Our Correspondent
07 Sep, 2019- 01:41 PM
in Latest News, National, News
1 min read
0
ଛୁଇଁ ପାରିଲାନି ଜହ୍ନ

– ଚନ୍ଦ୍ରପୃଷ୍ଠର ୨.୧ କିମି ଉପରୁ ଚନ୍ଦ୍ରଯାନ ସମ୍ପର୍କ ବିଚ୍ଛିନ୍ନ
– ଇସ୍ରୋ ବୈଜ୍ଞାନିକଙ୍କ କଠୋର ପରିଶ୍ରମକୁ ଦେଶବାସୀଙ୍କ ସଲାମ୍
– ବୈଜ୍ଞାନିକମାନଙ୍କ ସାଙ୍ଗରେ ରହି ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ୪୮ ଦିନର ଯାତ୍ରା ସରିଥାଆନ୍ତା ଆଉ ମାତ୍ର ମିନିଟ୍ କି ଦି ମିନିଟ୍ ପରେ । ଚନ୍ଦ୍ରପୃଷ୍ଠ ଛୁଇଁବାକୁ ବାକି ଥିଲା ୨.୧କିଲୋମିଟରର ରାସ୍ତା । ଯୋଜନା ମୁତାବକ ନିର୍ଦ୍ଧାରିତ ଗତିପଥରେ ଆଗୋଉଥିଲା ଲ୍ୟାଣ୍ଡର ବିକ୍ରମ । ଇସ୍ରୋ କଣ୍ଟ୍ରୋଲ୍ ରୁମ୍ ବୈଜ୍ଞାନିକମାନଙ୍କ ମୁହଁରୁ ଗଭୀର ଆତ୍ମବିଶ୍ୱାସର ଝଲକ ଆସୁଥିଲା । ବିକ୍ରମର ବେଗ ସହ ତାଳ ଦେଉଥିଲା ଖୁସିର କରତାଳି । ସେଠାରେ ବସି ଚନ୍ଦ୍ରଯାନ ଅଭିଯାନର ଲାଇଭ୍ ଦୃଶ୍ୟ ଦେଖୁଥିବା ପ୍ରଧାନମନ୍ତ୍ରୀ ମୋଦି ବି ଆନନ୍ଦର ତାଳି ମାରୁଥିଲେ । ଟିଭିରେ ଏ ଦୃଶ୍ୟ ଦେଖୁଥିବା ଭାରତର କୋଟି କୋଟି ଜନତାଙ୍କ ମନରେ ଥିଲା ପ୍ରବଳ ଉକ୍ରଣ୍ଠା । କେତେବେଳେ ସେଇ ମୁହୁର୍ତ୍ତ ଆସିବ । ଭାରତ ଚନ୍ଦ୍ରପୃଷ୍ଠରେ ପାଦ ଦେଇ ଇତିହାସ ରଚିବ ।
ମାତ୍ର ସବୁ କିଛି ଓଲଟିଗଲା । ନିର୍ଦ୍ଧାରିତ ଗତିପଥରୁ ବିକ୍ରମ ବିଚୁ୍ୟତ ହେଉଥିବାର ଗ୍ରାଫିକ୍ସ ଦେଖିବାକୁ ମିଳିଲା । ତାପରେ ପରେ ଆଉ କିଛି ଖବର ମିଳିଲା ନାହିଁ । ଇସ୍ରୋ କଣ୍ଟ୍ରୋଲ୍ ରୁମ୍ ରେ ଛାଇଗଲା ନିରାଶର ନିରବତା । ବୈଜ୍ଞାନିକମାନଙ୍କ ମୁହଁରେ ଖେଳିଗଲା ଅବସାଦ । ଯାହା ହେଉଥିଲା କେହି ବୋଧେ ଗ୍ରହଣ କରିପାରୁ ନ ଥିଲେ । ହାତପାଆନ୍ତାରୁ ସଫଳତା ଚାଲିଯାଉଥିବାର ଆଭାସ ସମ୍ଭବତଃ ସେମାନଙ୍କୁ ଆଚ୍ଛନ୍ନ କରିଦେଇଥିଲା । ଏଣେ ଟିଭିରେ ଏସବୁ ଦେଖୁଥିବା ଦେଶବାସୀ କିଛି ବୁଝି ପାରୁ ନ ଥିଲେ । କିଛି ଗଡ଼ବଡ଼ର ଆଭାସ ମିଳୁଥିବାରୁ ସମସ୍ତଙ୍କ ଉକ୍ରଣ୍ଠା ବଢ଼ିଯାଇଥିଲା । ପ୍ରଧାନମନ୍ତ୍ରୀ ବି କିଛି ବୁଝିପାରୁ ନ ଥିଲେ । ଏହି ସମୟରେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ଶିବନ୍ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯାଇ କାନରେ କିଛି କହିଲେ । ଆଉ ପ୍ରଧାନମନ୍ତ୍ରୀ ତୁରନ୍ତ ନିଜ ଜାଗାରୁ ଉଠି ଚାଲିଗଲେ । କ’ଣ ହେଉଛି ଜାଣିବାକୁ ଦେଶବାସୀଙ୍କ ଉକ୍ରଣ୍ଠା ଆହୁରି ବଢ଼ିଗଲା । ଶେଷରେ ରାତି ୨.୧୫ ମିନିଟ୍ ରେ ଇସ୍ରୋରୁ ଆସିଲା ଅଫିସିଆଲ୍ ଷ୍ଟେଟମେଣ୍ଟ । ଚନ୍ଦ୍ରଯାନ ସହ ସମ୍ପର୍କ ଛିନ୍ନ ହୋଇଥିବା ଡ. ଶିବନ୍ ଘୋଷଣା କରିଥିଲେ ।
କିଛି ସମୟ ପୂର୍ବରୁ ନିଜ ଆସନରୁ ଉଠି ଚାଲିଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ସେଠାକୁ ଆସିଥିଲେ । ଚନ୍ଦ୍ରଯାନ-୨ର ବିଫଳତା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରୋ ବୈଜ୍ଞାନିକମାନଙ୍କୁ ପ୍ରବଳ ପ୍ରଶଂସା କରିଥିଲେ । ସେମାନଙ୍କ ମନରେ ବିଶ୍ୱାସ ଫେରାଇବାକୁ ପ୍ରଧାନମନ୍ତ୍ରୀ କହିଥିଲେ, ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ କେବେ ବୃଥା ଯିବ ନାହିଁ । ଆପଣମାନେ ଉଦ୍ୟମ ଜାରି ରଖନ୍ତୁ । ମୁଁ ଆପଣମାନଙ୍କ ସହ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
କେବଳ ସେତିକି ନୁହେଁ, ଆଜି ସକାଳ ୮ଟା ବେଳେ ପଧାନମନ୍ତ୍ରୀ ଶ୍ରୀ ମୋଦି ବୈଜ୍ଞାନିକମାନଙ୍କୁ ଶାନ୍ତ୍ୱନା ଦେବାକୁ ପୁଣି ଥରେ ଇସ୍ରୋ ହେଡ଼କ୍ୱାଟରରେ ପହଞ୍ଚି ଥିଲେ । ଦୀର୍ଘ ଅଧଘଣ୍ଟା ଧରି ପ୍ରଧାନମନ୍ତ୍ରୀ ତାଙ୍କ ଆବେଗଭରା ଭାଷଣରେ ଇସ୍ରୋ ବୈଜ୍ଞାନିକଙ୍କ ସଫଳତାକୁ ଭୂୟସୀ ପ୍ରଶଂସା କରିଥିଲେ । ସମଗ୍ର ଦେଶବାସୀ ଆପଣମାନଙ୍କ ସାଙ୍ଗରେ ଅଛନ୍ତି । ବେଷ୍ଟ ଇଜ ୟେଟ୍ ଟୁ କମ୍ । ବୈଜ୍ଞାନିକମାନଙ୍କୁ ଏଭଳି ଭାଷାରେ ସମ୍ଭାଷଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
Previous Post

୧୧ ଉପଦେଷ୍ଟାଙ୍କୁ ମିଳିଲା ପାହ୍ୟା

Next Post

ଶିବନ୍ କାନ୍ଦିଲେ, ମୋଦି କୋଳେଇ ଧରିଲେ

Next Post
ଶିବନ୍ କାନ୍ଦିଲେ, ମୋଦି କୋଳେଇ ଧରିଲେ

ଶିବନ୍ କାନ୍ଦିଲେ, ମୋଦି କୋଳେଇ ଧରିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA