Monday, May 25, 2026 06:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୬ ରୁ ବିଜେଡ଼ିର ମହାନଦୀ ମହାସଂଗ୍ରାମ

by Our Correspondent
13 May, 2018- 05:55 PM
in Latest News, News
1 min read
0
୧୬ ରୁ ବିଜେଡ଼ିର ମହାନଦୀ ମହାସଂଗ୍ରାମ

– ଝାରସୁଗଡ଼ାର ସୁଖାଶୋଡ଼ା ଓ ବରଗଡ଼ର ଚିଖଲରୁ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ
– ୧୫ ଜିଲ୍ଲାରେ ସୁରକ୍ଷା ସଚେତନତା ଅଭିଯାନ

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ମହାନଦୀ ପାଇଁ ମହାସଂଗ୍ରାମ । ମହାନଦୀ ସୁରକ୍ଷା ପାଇଁ ଏହା ହେବ ବିଜେଡ଼ିର ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ। ଏହାକୁ ‘ସୁରକ୍ଷା ସଚେତନତା ଅଭିଯାନ’ ନାଁରେ ନାମିତ କରାଯାଇଛି । ମହାନଦୀର ପ୍ରବେଶସ୍ଥଳ ଝାରସୁଗୁଡ଼ା ଓ ବରଗଡ ଜିଲ୍ଲାରୁ ଅଭିଯାନ ଆରମ୍ଭ ହୋଇ ପାରାଦ୍ୱୀପରେ ସରିବ । ମହାନଦୀ ଅବବାହିକା ୧୫ ଟି ଜିଲ୍ଲାର ୧୫୬୦ କିମି ଲମ୍ବା ଯାତ୍ରା ଅତିକ୍ରମ କରିବ । ୧୬ ତାରିଖ ସକାଳ ୯ଟାରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ର ସୁଖାଶୋଢ଼ା ଏବଂ ସକାଳ ୧୦ଟାରେ ବରଗଡ଼ ଜିଲ୍ଲା ଆମ୍ବାଭୋନା ବ୍ଲକ୍ ର ଚିଖଲି ଠାରୁ ଏହି ଅଭିଯାନର ଶୁଭାରମ୍ଭ କରିବେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ ଏହାର ବିସ୍ତୃତ ସୂଚନା ଦିଆଯାଇଛି ।

ଏହି ଅଭିଯାନ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଜିଲ୍ଲା ଅତିକ୍ରମ କରିବ । ନିର୍ଦ୍ଧାରିତ ରୁଟ୍ ଚାର୍ଟରେ ପଥପ୍ରାପ୍ତ ସଭା, ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ତାହା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ । ମହାନଦୀ ସମସ୍ୟା ସମ୍ପର୍କିତ ସତ୍ୟ ତଥ୍ୟ ପୁସ୍ତିକା ଓ ପ୍ରଚାରପତ୍ର ସର୍ବସାଧାରଣରେ ବଣ୍ଟନ କରାଯିବ । ମହାନଦୀ ଅବବାହିକା ନିକଟସ୍ଥ ଅନ୍ୟ ଜିଲ୍ଲା ଓ ବ୍ଲକ୍ ରେ ମଧ୍ୟ ଜନସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମହାନଦୀ ଅବବାହିକାର ଉଭୟ ପାଶ୍ୱର୍ରେ ଥିବା ପୁରାତନ ଦେବାଦେବୀ ପୀଠଗୁଡ଼ିକରେ ସମୂହ ଦୀପଦାନ କରାଯିବ । ଏହିକ୍ରମରେ ସମ୍ବଲପୁରର ମା’ ସମଲେଶ୍ୱରୀଙ୍କ ପୀଠରେ ଆସନ୍ତା ୧୭ ତାରିଖରେ ଜଳ ଆଳତି କରାଯିବ । କଟକର ଗଡ଼ଗଡ଼େଶ୍ୱର ପୀଠରେ ମଧ୍ୟ ଜଳଆଳତି କରାଯିବ । ଏହି ୧୫ ଦିନିଆ ମହାସଂଗ୍ରାମ ଅଭିଯାନରେ ବିଜୁ ଜନତା ଦଳ ପରିବାରର ସମସ୍ତେ ସାମିଲ ହେବେ ।
ଓଡ଼ିଶାର ହକ୍ ଓ ମହାନଦୀର ସୁରକ୍ଷା ପାଇଁ ଏହି ଜନଜାଗରଣ ମହାସଂଗ୍ରାମରେ ରାଜ୍ୟର ଛାତ୍ର, ଯୁବକ, କୃଷକ, ମତ୍ସ୍ୟଜୀବୀ, ମହିଳା, ବୁଦ୍ଧିଜୀବୀ, ସମସ୍ତ ସାମାଜିକ ସଂଗଠନ, ସବୁ ରାଜନୈତିକ ଗୋଷ୍ଠୀ ଏବଂ ସର୍ବୋପରି ଓଡ଼ିଶାର ଜନସାଧାରଣ ସାମିଲ ହେବାକୁ ବିଜେଡ଼ି ପକ୍ଷରୁ ନିବେଦନ କରାଯାଇଛି । ବିଜେଡ଼ି କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ତଥା କଟକ ଜିଲ୍ଲା ସଭାପତି ପ୍ରତାପ ଜେନା ଓ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।
Previous Post

ଓଡ଼ିଆ ଦୂରଦର୍ଶନରେ ବିଜେପିରାଜ୍

Next Post

ଦାମ ରାଗିକି ନିଆଁବାଣ

Next Post
ଦାମ ରାଗିକି ନିଆଁବାଣ

ଦାମ ରାଗିକି ନିଆଁବାଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA