ଭୁୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରଣାଳୟର ଅନଲକ୍-୫ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ଅକ୍ଟୋବର ୧୫ ତାରିଖରୁ ସିନେମା ହଲ୍, ଥିଏଟର, ପ୍ରମୋଦ ଉଦ୍ୟାନ୍ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ୫୦% ଦର୍ଶକରେ ଏହା ଚାଲିବ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଏସଓପି ଅନୁଯାୟୀ ଏହା ଚାଲୁ ହେବ ବୋଲି କୁହାଯାଇଛି ।
ସେହିଭଳି କ୍ରୀଡ଼ାବିତ୍ ଙ୍କ ଟ୍ରେନିଂ ଲାଗି ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । କ୍ରୀଡ଼ା ମନ୍ତ୍ରଣାଳୟର ଏସଓପି ଆଧାରରେ ଏହା ଚାଲିବ ।
ସ୍କୁଲ, କଲେଜ, କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛଡ଼ାଯାଇଛି । ଅକ୍ଟୋବର ୧୫ ପରେ ରାଜ୍ୟ ସରକାର ଚାହିଁଲେ ସ୍କୁଲ, କଲେଜ ଖୋଲିପାରିବେ । ତେବେ ଶିକ୍ଷାନୁଷ୍ଠାନ ଯିବାକୁ ହେଲେ ପିଲାଙ୍କୁ ଅଭିଭାବକମାନଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ ।
ଅକ୍ଟୋବାର ମାସରେ କଣ୍ଟେନମେଣ୍ଟ ଜୋନ୍ ଲକ୍ ଡାଉନ୍ ଜାରି ରହିବ । କଣ୍ଟେମେଣ୍ଟ ଜୋନ୍ ବାହାରେ ୧୦୦ ଲୋକଙ୍କ ସମାବେଶକୁ ଅନୁମତି ଦିଆଯାଇଛି । ୧୦୦ ଲୋକଙ୍କୁ ନେଇ ସାମାଜିକ, ରାଜନୈତିକ, ସାଂସ୍କୃତିକ, ଧାର୍ମିକ ଓ କ୍ରୀଡ଼ା ସମାବେଶ ହୋଇପାରିବ ।
ଏପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର ମାସରେ ସରକାରୀ କାର୍ଯ୍ୟର ଗାଇଡଲାଇନ୍ ଜାରି କରାଯାଇଛି । ଭୁବନେଶ୍ୱର ଓ କଟକ ସହରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ୫୦% କର୍ମଚାରୀରେ ଚାଲିବ । ରାଜ୍ୟର ସବୁ ସରକାରୀ ଅଫିସକୁ ଶନିବାର ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।