Saturday, April 18, 2026 06:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଧାନସଭାରେ ଗାଳି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନା

by Our Correspondent
30 Sep, 2020- 10:24 PM
in Latest News
1 min read
0
ବିଧାନସଭାରେ ଗାଳି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାକୁ ସମାଲୋଚନା କରି ଆଜି ବିଧାନସଭାରେ ଘେରିଥିଲେ ବିରୋଧୀ ଦଳ । ସରକାରୀକଳର ଅବ୍ୟବସ୍ଥାକୁ ନେଇ ଖୁବ୍ ବର୍ଷିଥିଲେ । ଆଉ ଠିକ୍ ସେତିକିବେଳେ ଓଡ଼ିଶା ସରକାରଙ୍କ କୋଭିଡ୍ ପରିଚାଳନାର ସ୍ତୁତିଗାନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଆଜି ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ କୋଭିଡ୍ ପରିଚାଳନା ବିଫଳତା ଉପରେ ମୁଲତବୀ ନୋଟିସ୍ ଜରିଆରେ ଆଲୋଚନା ହୋଇଥିଲା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ, କୋଭିଡ୍ ପରିଚାଳନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି । ପ୍ରବାସୀଙ୍କ ଦାୟିତ୍ୱ ସମ୍ଭାଳିବାରେ ବିଫଳ ହେବାରୁ ସଂକ୍ରମଣ ବ୍ୟାପିଥିଲା । ଏବେ ଟେଷ୍ଟିଂ କରି ଠିକ୍ ରିପୋର୍ଟ ଦେବା ଏବଂ ଚିକିତ୍ସାରେ ଅବହେଳାର ପୁଳା ପୁଳା ଅଭିଯୋଗ । କେନ୍ଦ୍ର ପଠାଇଥିବା ସବୁ ଭେଣ୍ଟିଲେଟର ବ୍ୟବହାର ହୋଇପାରିନାହିଁ । ଅଣକୋଭିଡ୍ ରୋଗୀ ଏବେ ଠିକ୍ ରେ ଚିକିତ୍ସା ସେବା ପାଉନାହାନ୍ତି ବୋଲି ଅଭିଯୋଗ କରିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, କୋଭିଡ୍ ର ତଥ୍ୟ ଓ ବାସ୍ତବତା ଭିନ୍ନ । ଆବଶ୍ୟକ ଟେଷ୍ଟ ହେଉନାହିଁ । ୪ ଦିନ ପରେ ଟେଷ୍ଟ ରିପୋର୍ଟ ଆସୁଛି । କୋଭିଡ୍ ପରିଚାଳନାରେ ପୂରା ସିଷ୍ଟମ୍ ଫେଲ୍ ମାରିଛି ।

ବିିରୋଧୀ ଦଳର ଅନ୍ୟ ସଦସ୍ୟମାନେ ମଧ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । କୋଭିଡ୍ କିଟ୍ କିଣାରେ ହୋଇଥିବା ଦୁର୍ନୀତିର ଜବାବ ମାଗିଥିଲେ ।

ଜବାବରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ଅଛି । ଦେଶରେ କୋଭିଡ୍ ମୃତୁ୍ୟହାର ୧.୬% ଥଇବା ବେଳେ ଓଡ଼ିଶାରେ ତାହା ୦.୩୮% । କୋଭିଡ୍ କିଟ୍ କିଣା ଦୁର୍ନୀତି ପ୍ରସଙ୍ଗରେ ମନ୍ତ୍ରୀ କହିଥିଲେ ଯେ ଏହା ଲୋକାୟୁକ୍ତଙ୍କ ନିକଟରେ ବିଚାରାଧୀନ ଅଛି । ଯିଏ ଦୋଷୀ ହେବେ କାର୍ଯ୍ୟାନୁଷ୍ଠାନ ହେବ ।

ଏପଟେ କୋଭିଡ୍ ପରିଚାଳନା ଅବ୍ୟବସ୍ଥା ନେଇ ବିଧାନସଭାରେ ବିରୋଧୀ ଦଳ ସରକାରଙ୍କୁ ଘେରିଥିବା ବେଳେ ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆସିଛି ଭୂୟସୀ ପ୍ରଶଂସାପତ୍ର । କୋଭିଡ୍ ମୁକାବିଲାରେ ରାଜ୍ୟ ସରକାର ସମୟୋଚିତ ପଦକ୍ଷେପ ନେଇଛନ୍ତି ବୋଲି ସାର୍ଟିଫିକେଟ୍ ଦେଇଛନ୍ତି ।

ଏଥିରେ କୋଭିଡ୍ ହସ୍ପିଟାଲ୍, କୋଭିଡ୍ କେୟାର ସେଣ୍ଟର୍ ସ୍ଥାପନଠାରୁ ଆରମ୍ଭ କରି କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧାଙ୍କୁ ପ୍ରୋତ୍ସାହନ, ଟେଲି ମେଡ଼ିସିନ୍ ବ୍ୟବସ୍ଥା, ପ୍ରବାସୀ ପରିଚାଳନା, ଗ୍ରାମପଞ୍ଚାୟତସ୍ତରୀୟ କୋଭିଡ୍ ପରିଚାଳନା, ମିଶନ ଶକ୍ତି ତଥା କୋଭିଡ୍ ଟେଷ୍ଟିଂ ଓ ଚିକିତ୍ସାରେ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି । କୋଭିଡ୍ ସୁପରିଚାଳନା ଯୋଗୁଁ ଓଡ଼ିଶାରେ ମୃତ୍ୟୁହାର କମ୍ ଏବଂ ଆରୋଗ୍ୟ ହାର ଅଧିକ ରହିଥିବା ଦର୍ଶାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Previous Post

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ପୁଲିସ ତଦନ୍ତ ଶିଥିଳତା ନେଇ ହାଇକୋର୍ଟ କ୍ଷୁବ୍ଧ

Next Post

ଅକ୍ଟୋବର ୧୫ ରୁ ଖୋଲିବ ସିନେମାହଲ୍, ଥିଏଟର

Next Post
ଅକ୍ଟୋବର ୧୫ ରୁ ଖୋଲିବ ସିନେମାହଲ୍, ଥିଏଟର

ଅକ୍ଟୋବର ୧୫ ରୁ ଖୋଲିବ ସିନେମାହଲ୍, ଥିଏଟର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA