Sunday, June 28, 2026 09:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଚଞ୍ଚକତା ଉପରେ ଲଗାମ! ହାକିମଙ୍କ କ୍ଷମତା ଗଲା ତଳିଆଙ୍କ ପାଖକୁ

by Our Correspondent
19 Nov, 2019- 05:31 PM
in Latest News, News
1 min read
0
ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଚଞ୍ଚକତା ଉପରେ ଲଗାମ! ହାକିମଙ୍କ କ୍ଷମତା ଗଲା ତଳିଆଙ୍କ ପାଖକୁ
ଭୁବନେଶ୍ୱର: ବଡ଼ ବଡ଼ ହୋଟେଲ, ହସ୍ପିଟାଲ୍, ବ୍ୟବସାୟ ପ୍ରତିଷ୍ଠାନ ଆଦି ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଦୋ ନମ୍ବରୀ କାରସାଦି ବନ୍ଦ କରିବାକୁ କଠୋର ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବାସଗୃହ ଓ ବିଲଡିଂର ଅଗ୍ନି ସୁରକ୍ଷା ପ୍ରମାଣପତ୍ର(ଫାୟାର ସେଫ୍ଟି ସାର୍ଟିଫିକେଟ୍) ପାଇଁ ଆଉ ଅଗ୍ନିଶମ ନିର୍ଦ୍ଦେଶାଳୟକୁ ଯିବାକୁ ପଡ଼ିବ ନାହିଁ । ଫିଲଡ୍ ରେ କାମ କରୁଥିବା ବିଭାଗର କର୍ମଚାରୀମାନେ ଏହି ସାର୍ଟିଫିକେଟ୍ ଦେବେ । ଅଗ୍ନି ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନତା ଓ ସୁରକ୍ଷିତ ବ୍ୟବସ୍ଥା ପାଇଁ କ୍ଷେତ୍ରୀୟ କର୍ମଚାରୀଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନୂଆ ନିୟମରେ କ୍ଷେତ୍ରୀୟ କର୍ମଚାରୀମାନେ ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରି ଆବେଦନ ଗ୍ରହଣ କରିବାର ୧୮ ଦିନ ମଧ୍ୟରେ ପ୍ରମାଣପତ୍ର ପ୍ରଦାନ କରିବେ । ପ୍ରମାଣପତ୍ରର ଅବଧି ୨ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଆବାସିକ କୋଠାବାଡ଼ି କ୍ଷେତ୍ରରେ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାଦ୍ୱାରା ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ସରକାର ଆଶା ରଖିଛନ୍ତି । ୨୦୨୦ ଏପ୍ରିଲ୍ ପହିଲା ସୁଦ୍ଧା ଅଗ୍ନି ସୁରକ୍ଷା ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନର ସମ୍ପୂର୍ଣ୍ଣ ବ୍ୟବସ୍ଥା ଅନ୍ ଲାଇନ ଜରିଆରେ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ନୂତନ ନିଷ୍ପତ୍ତି ଅନୁଯାୟୀ, ୧୫ ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ କୋଠା ପାଇଁ ସର୍କଲ ଡେପୁଟି ଫାୟାର୍ ଅଫିସର(ସିଡିଏଫଓ), ୧୫ ରୁ ୩୫ ମିଟର ଉଚ୍ଚତା ବିଶିଷ୍ଟ କୋଠା ପାଇଁ ରେଂଜ ଫାୟାର ଅଫିସର, ୩୫ ମିଟର ବା ଅଧିକ ଉଚ୍ଚତା ବିଶିଷ୍ଟ କୋଠାବାଡ଼ି ପାଇଁ ଚିଫ୍ ଫାୟାର ଅଫିସର, ୧୨ ମିଟରରୁ କମ୍ ଉଚ୍ଚତା ତଥା ଅନ୍ତତଃ ପକ୍ଷେ ଗୋଟିଏ ଆଇସିୟୁ ଥିବା ୩୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ପାଇଁ ଆସିଷ୍ଟାଣ୍ଟ ଫାୟାର ଅଫିସର ଏବଂ ୧୨ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ଉପରୋକ୍ତ ବୈଶିଷ୍ଟଯୁକ୍ତ ଚିକିତ୍ସାଳୟ ପାଇଁ ଡେପୁଟି ଫାୟାର ଅଫିସର, ସିନେମା ହଲ୍ ପାଇଁ ଆସିଷ୍ଟାଣ୍ଟ ଫାୟାର ଅଫିସର(ସଂପୃକ୍ତ ଜିଲ୍ଲାର), ୩ ତାରକାରୁ କମ୍ ହୋଟେଲ, ଲଜିଂ ଓ ଗେଷ୍ଟ ହାଉସ୍ ପାଇଁ ଆସିଷ୍ଟାଣ୍ଟ ଫାୟାର(ସଂପୃକ୍ତ ଜିଲ୍ଲାର), ତିନି ତାରକାରୁ ବଡ଼ ହୋଟେଲ ପାଇଁ ଡେପୁଟି ଫାୟାର ଅଫିସର, ବିମାନବନ୍ଦର, ବିମାନ ଅବତରଣ କେନ୍ଦ୍ର, ଷ୍ଟାଡିୟମ୍, ବହୁତଳ କାର୍ ପାର୍କିଂ, ଭୂତଳ ଓ ଆଂଶିକ ଭୂତଳ କାର୍ ପାର୍କିଂ ପାଇଁ ରେଂଜ ଫାୟାର୍ ଅଫିସର, ପେଟ୍ରୋଲ୍ ପମ୍ପ ଓ ଏଲପିଜି ଗୋଦାମ ପାଇଁ ଆସିଷ୍ଟାଣ୍ଟ ଫାୟାର ଅଫିସର, ଶିଳ୍ପ(କ୍ଷୁଦ୍ର) କଳକାରଖାନା, ଗୋଦାମ ଘର, ବିସ୍ଫୋରକ ଦ୍ରବ୍ୟର ସଂରକ୍ଷଣ, ପରିବହନ, ବିକ୍ରୟ ଏବଂ ଆତସବାଜି ଉତ୍ପାଦନ ଓ ବିକ୍ରୟ(ସ୍ଥାୟୀ ଲାଇସେନସଧାରୀ) ପାଇଁ ଡେପୁଟି ଫାୟାର ଅଫିସର ଏବଂ ବୃହତ୍ତ ଶିଳ୍ପ ବିସ୍ଫୋରକ ଦ୍ରବ୍ୟ ଉତ୍ପାଦନକାରୀ, ପେଟ୍ରୋଲିୟମ୍ ତଥା ଅନ୍ୟ ଦାହ୍ୟ ପଦାର୍ଥ ଡିପୋ ଆଦି କ୍ଷେତ୍ରରେ ରେଂଜ ଫାୟାର ଅଫିସର ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ ।
ରାଜ୍ୟ ସରକାରଙ୍କ ୫-ଟି ନୀତି ଆଧାରରେ ପ୍ରକ୍ରିୟାକୁ ଅଧିକ ସରଳ ଓ ସମୟ ଉପଯୋଗୀ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଦୈନନ୍ଦିନ ଚଳଣି ଓ ବ୍ୟବସାୟରେ ଅଧିକ ସହଜତା ଆସିପାରିବ ବୋଲି ସରକାର ବିଶ୍ୱାସ ରଖିଛନ୍ତି ।
ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ହୋଟେଲ, ହସ୍ପିଟାଲ୍, ବ୍ୟବସାୟ ଆଦି ପ୍ରତିଷ୍ଠାନର ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍ ପ୍ରଦାନରେ କୋଟି କୋଟି ଟଙ୍କାର ହାତଗୁଂଜା ଅଭିଯୋଗ ହୋଇ ଆସୁଥିଲା । ଅନେକ କ୍ଷେତ୍ରରେ ଅଗ୍ନି ସୁରକ୍ଷା ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ପ୍ରତିଷ୍ଠାନ ରାତାରାତି ପ୍ରମାଣପତ୍ର ପାଉଥିଲେ । ଯାଞ୍ଚ ଆଳରେ ନାଲି ଆଖି ଦେଖାଇ ଟଙ୍କା କାରବାର ହେଉଥିବା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଥିଲା ।
Previous Post

ସାମ୍ବାଦିକଙ୍କ କଲ୍ୟାଣ ଦାୟିତ୍ୱରେ ମାନସ ମଙ୍ଗରାଜ

Next Post

ମୁଖ୍ୟମନ୍ତ୍ରୀଙ୍କ ୫-ଟି ଛାଟରେ ବିଦା ହେଲେ ଡିଜିପି ବିଜୟ ଶର୍ମା

Next Post
ମୁଖ୍ୟମନ୍ତ୍ରୀଙ୍କ ୫-ଟି ଛାଟରେ ବିଦା ହେଲେ ଡିଜିପି ବିଜୟ ଶର୍ମା

ମୁଖ୍ୟମନ୍ତ୍ରୀଙ୍କ ୫-ଟି ଛାଟରେ ବିଦା ହେଲେ ଡିଜିପି ବିଜୟ ଶର୍ମା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA