Sunday, June 28, 2026 07:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କ ୫-ଟି ଛାଟରେ ବିଦା ହେଲେ ଡିଜିପି ବିଜୟ ଶର୍ମା

by Our Correspondent
20 Nov, 2019- 10:47 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ୫-ଟି ଛାଟରେ ବିଦା ହେଲେ ଡିଜିପି ବିଜୟ ଶର୍ମା

ଅଭୟ ନୂଆ ଡିଜିପି

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ କଠୋର ହୋଇପାରନ୍ତି ତାହାର ଆଉ ଏକ ବଡ଼ ଦୃଷ୍ଟାନ୍ତ ଆସିଛି । ୫-ଟି ଏବଂ ଜିରୋ ଟଲେରାନ୍ସ ନୀତି ଧରିଥିବା ମୁଖ୍ୟମନ୍ତ୍ରୀଙ୍କ ହାବୁଡ଼ରେ ପଡ଼ିଛନ୍ତି ଅଗ୍ନିଶମ ବିଭାଗର ଡିଜି ତଥା ଖୋଦ ଭାରପ୍ରାପ୍ତ ପୁଲିସ ଡିଜି ବିଜୟ କୁମାର ଶର୍ମା । ତାଙ୍କୁ ଉଭୟ ପଦରୁ ଆଜି ହଟାଯାଇ ଗୃହ ବିଭାଗର ଓଏସଡି ପଦରେ ଅବସ୍ଥାପିତ କରାଯାଇଛି । ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଆସିଲା ପରେ ମୁଖ୍ୟମନ୍ତ୍ରୀ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଥିସହ ତାଙ୍କ ବିରୋଧରେ ତଦନ୍ତ ପାଇଁ ଏକ ହାଇଲେଭଲ୍ କମିଟି ଗଢ଼ାଯାଇଛି । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ଗୃହ ସଚିବଙ୍କୁ ନେଇ ଗଠିତ ତଦନ୍ତ କମିଟିକୁ ସାମନା କରିବେ ପୁଲିସ ବିଭାଗର ପୂର୍ବତନ ସର୍ବୋଚ୍ଚ କର୍ତ୍ତା ବିଜୟ ଶର୍ମା ।

ବିଜୟ ଶର୍ମାଙ୍କ ଜାଗାରେ ଶ୍ରୀଯୁକ୍ତ ଅଭୟଙ୍କୁ ଡିଜିପି ପଦରେ ଅବସ୍ଥାପିତ କରାଯାଇଛି । ଅଭୟ ଏବେ ହାଇଦ୍ରାବାଦସ୍ଥିତ ଜାତୀୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେଠାରୁ ସେ ଦାୟିତ୍ୱ ଛାଡ଼ିବା ପର୍ଯ୍ୟନ୍ତ ସତ୍ୟଜିତ୍ ମହାନ୍ତି ଭାରପ୍ରାପ୍ତ ଡିଜିପି ଭାବେ ଦାୟିତ୍ୱ ତୁଲାଇବେ । ଏଥିସହ ଶ୍ରୀ ମହାନ୍ତିଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗର ଡିଜି ଭାବେ ସୁନୀଲ ରାଏଙ୍କୁ ଅବସ୍ଥାପିତ କରାଯାଇଛି ।
ବିଜୟ ଶର୍ମାଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ଏହି କଠୋର ନିଷ୍ପତ୍ତି ସବୁ ମହଲରେ ହଇଚଇ ସୃଷ୍ଟି କରିଛି । ସାଧାରଣରେ ଏହାକୁ ଅପ୍ରତ୍ୟାଶିତ କୁହାଯାଉଥିଲେ ମଧ୍ୟ ଶ୍ରୀ ଶର୍ମାଙ୍କ ବିରୋଧରେ ବିଭିନ୍ନ ଅନିୟମିତତା ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିଥିବା ଗତକାଲିଠାରୁ ସ୍ପଷ୍ଟ ହୋଇସାରିଥିଲା । ବଡ଼ ବଡ଼ ହୋଟେଲ, ହସ୍ପିଟାଲ୍, ବ୍ୟବସାୟ ପ୍ରତିଷ୍ଠାନ ଆଦି ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଦୋ ନମ୍ବରୀ କାରସାଦି ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଅଗ୍ନି ସୁରକ୍ଷା ପ୍ରମାଣପତ୍ର ବା ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇଁ ଅଗ୍ନିଶମ ନିର୍ଦ୍ଦେଶାଳୟ ବା ଡିଜିଙ୍କ ହାତରୁ କ୍ଷମତା କାଢ଼ି କ୍ଷେତ୍ରୀୟ କର୍ମଚାରୀଙ୍କ ହାତରେ ନ୍ୟସ୍ତ କରିଥିଲେ ।
ଏଥିସ୍ପୁ ସ୍ପଷ୍ଟ ହୋଇଥିଲା ଯେ ଅଗ୍ନିଶମ ଡିଜି ବିଜୟ ଶର୍ମାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯଥେଷ୍ଟ ପ୍ରମାଣ ପାଇସାରିଛନ୍ତି । ତେବେ ଏହି ପଦକ୍ଷେପରେ ମୁଖ୍ୟମନ୍ତ୍ରୀ ଅଟକି ନ ଯାଇ ଆଜି ତାଙ୍କଠାରୁ ଏହି ପଦବୀ କାଢ଼ି ନେଇଛନ୍ତି । ଅଗ୍ନିଶମ ଡିଜି ପଦବୀ ସହ ଖୋଦ୍ ପୁଲିସ ବିଭାଗର ମୁଖ୍ୟ ପଦବୀରୁ ତାଙ୍କୁ ହଟାଇ ଗୃହ ବିଭାଗର ଓଏସଡି ଭଳି କ୍ଷମତାହୀନ ପଦରେ ବସାଇଛନ୍ତି ।
୫-ଟି ଏବଂ ‘ମୋ ସରକାର’ କାର୍ଯ୍ୟାନ୍ୱୟରେ ରାଜ୍ୟ ସରକାର କେବଳ ତଳିଆ କର୍ମଚାରୀଙ୍କୁ ବଳି ପକାଇ ବଡ଼ବଡ଼ିଆଙ୍କୁ ମାଫ୍ କରୁଥିବା ଅଭିଯୋଗ ହେଉଥିଲା । ମାତ୍ର ସେହି ଅଭିଯୋଗ ଯେ ସତ୍ୟ ନୁହେଁ ତାହାର ପ୍ରମାଣ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଖୋଦ୍ ପୁଲିସ ଡିଜିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଦୁର୍ନୀତି ବିରୋଧୀ ଛାଟରୁ କାହାରିକୁ ଛାଡ଼ ନାହିଁ ବୋଲି ଜଣାଇ ଦେଇଛନ୍ତି ।
Previous Post

ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଚଞ୍ଚକତା ଉପରେ ଲଗାମ! ହାକିମଙ୍କ କ୍ଷମତା ଗଲା ତଳିଆଙ୍କ ପାଖକୁ

Next Post

ଶର୍ମାଙ୍କ ଫାୟାର୍ ଟିମ୍ ବି ଗଲେ

Next Post
ଶର୍ମାଙ୍କ ଫାୟାର୍ ଟିମ୍ ବି ଗଲେ

ଶର୍ମାଙ୍କ ଫାୟାର୍ ଟିମ୍ ବି ଗଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA