Monday, May 25, 2026 12:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅନନ୍ତ, ସୌମ୍ୟଙ୍କୁ ଟିକେଟ; ଭୁବନେଶ୍ୱର ଉତ୍ତରରୁ ନବାଗତ ବାପୁ

by Our Correspondent
02 Apr, 2019- 07:12 PM
in Latest News, News, Politics
1 min read
1
ଅନନ୍ତ, ସୌମ୍ୟଙ୍କୁ ଟିକେଟ;  ଭୁବନେଶ୍ୱର ଉତ୍ତରରୁ ନବାଗତ ବାପୁ
ଭୁବନେଶ୍ୱର: ଚାପ ଆଗରେ ନଇଁଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୁବନେଶ୍ୱର ମଧ୍ୟ ଆସନରୁ ପୂର୍ବତନ ମେୟର ଅନନ୍ତ ନାରାୟଣ(ବୁନୁ) ଜେନାଙ୍କୁ ମିଳିଛି ଟିକେଟ । ଇଂଜିନିୟରିଂ ଛାତ୍ର ରିଷି ହତ୍ୟା ଓ ବ୍ଲୁ ସିଡ଼ି ମାମଲାରେ ତାଙ୍କ ନାଁରେ ଲାଗିଥିବା କଳଙ୍କ ତାଙ୍କୁ ବିଧାୟକ ପ୍ରାର୍ଥୀ ହେବାରୁ ଅଟକେଇପାରିନି । ଅନନ୍ତଙ୍କୁ ବିଡ଼ିଏ ଅଧ୍ୟକ୍ଷ ଏବଂ ଦଳର ସାଧାରଣ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ଏମଏଲଏ ଟିକେଟ ପାଇଁ ଜିଦ୍ ଧରିଥିଲେ । ଟିକେଟ ନ ପାଇଲେ ସେ ବିଜେପିକୁ ପଳେଇବେ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ତାଙ୍କ ଜିଦ୍ ଆଗରେ ହାର୍ ମାନିଛନ୍ତି ସୁପ୍ରିମୋ । (ମଧ୍ୟ)ଆସନରୁ ଦୁଇ ଥର ବିଧାୟକ ହୋଇଥିବା ସ୍ୱଚ୍ଛ ଭାବମୂର୍ତ୍ତିସମ୍ପନ୍ନ ବିଜୟ(ବାଦଲ) କୁମାର ମହାନ୍ତିଙ୍କୁ ହଜାଇ ଦେଇଛନ୍ତି ।
ସେହିଭଳି ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବାକୁ ଜିଦ୍ ଧରିଥିବା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଅସୁଖୀ କରିନାହାନ୍ତି ନବୀନ । ତାଙ୍କ ହାତରେ ଥିବା ମିଡ଼ିଆ ବଳକୁ ହାତଛଡ଼ା କରିବାକୁ ଚାହିଁନାହାନ୍ତି । ସେଇ ବଳକୁ ଧରି ସୌମ୍ୟ ବିଜେଡ଼ିକୁ ଆସିଥିଲେ ଏବଂ ୬ ଘଣ୍ଟାରେ ରାଜ୍ୟସଭା ଆସନ ହାତେଇ ନେଇଥିଲେ । ଖଣ୍ଡପଡ଼ାରେ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ବିରୋଧ କରିବାକୁ ଯାଇ ସେ ଦଳରେ ବିଭ୍ରାଟ ସୃଷ୍ଟି କରିବା ସହ ସମାନ୍ତରାଳ ସଂଗଠନ ଚଳାଇଥିଲେ ମଧ୍ୟ ନବୀନ ତାଙ୍କୁ ପୁରସ୍କୃତ କରିଛନ୍ତି ।
ଭୁବନେଶ୍ୱର ଉତ୍ତରରୁ ପ୍ରାର୍ଥୀ ହୋଇଛନ୍ତି ନବାଗତ ସୁଶାନ୍ତ(ବାପୁ) କୁମାର ରାଉତ । ଯୁବ ବିଜେଡ଼ିର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଓ ଉତ୍ତମ ସଂଗଠକ ଭାବେ ତାଙ୍କର ସୁନାମ ଅଛି । ଜଣାଶୁଣା ବ୍ୟବସାୟୀ ତଥା ଯାତ୍ରା ପାର୍ଟି ମାଲିକ ଶିବ ଲେଙ୍କାଙ୍କର ସେ ଜ୍ୱାଇଁ । ପ୍ରିୟଦର୍ଶୀ ମିଶ୍ରଙ୍କ ସ୍ଥାନରେ ଦଳ ତାଙ୍କୁ ଟିକେଟ ଦେଇଛି । ପ୍ରିୟଦର୍ଶୀ ମିଶ୍ରଙ୍କ ବିରୋଧରେ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ଥିବାରୁ ସେ ବଦଳିବେ ବୋଲି ପୂର୍ବରୁ ଜଣାପଡୁଥିଲା ।
ଯାଜପୁର ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସ ଏଥର ଲଢ଼ିବେନି ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଯାଜପୁରରୁ ସେ ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି । ପାଲଲହଡ଼ା ବିଧାୟକ ମହେଶ ସାହୁ ଢ଼େଙ୍କାନାଳ ଲୋକସଭା ଆସନର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ଜାଗା ନେଇଛନ୍ତି ନବାଗତ ମୁକେଶ ପାଲ । କୋରେଇରେ ଆକାଶ ଦାସ ନାୟକଙ୍କୁ ଟିକେଟ ମିଳିନି । ସେଠାରୁ ଅଶୋକ ବଳ ପ୍ରାର୍ଥୀ ହୋଇଛନ୍ତି । ଆଠମଲ୍ଲିକରୁ ବିଧାୟକ ସଞ୍ଜୀବ ସାହୁଙ୍କ ଟିକେଟ କଟିଛି । ସରକାରୀ ଚାକିରି ଛାଡ଼ି ବିଜେଡ଼ିରେ ଯୋଗଦେଇଥିବା ରମେଶ ସାଏ ସେଠାରୁ ହୋଇଛନ୍ତି ପ୍ରାର୍ଥୀ ।
କେନ୍ଦୁଝର ଲୋକସଭା ଆସନରୁ ନବାଗତା ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି । ପୂର୍ବତନ ସାଂସଦ ହରିହର ସୋରେନ୍ ଙ୍କର ସେ ନାତୁଣୀ । ଗତକାଲି ନବୀନ ନିବାସ ଆସି ସେ ବିଜେଡ଼ିରେ ଯୋଗଦେଇଥିଲେ ।
ଏହିଭଳି ଭାବେ ଆଜି ବିଜେଡ଼ି ସୁପ୍ରିମୋ ଦୁଇଟି ଲୋକସଭା ଏବଂ ୭ ଟି ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛନ୍ତି । ଆଉ ତିନୋଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା ବାକି ଅଛି ।
ବିଜେଡ଼ି ପ୍ରାର୍ଥୀ ତାଲିକା
ଲୋକସଭା ପ୍ରାର୍ଥୀ
ଢ଼େଙ୍କାନାଳ- ମହେଶ ସାହୁ
କେନ୍ଦୁଝର- ଚନ୍ଦ୍ରାଣୀ ମୁର୍ମୁ
ବିଧାନସଭା ପ୍ରାର୍ଥୀ
ଭୁବନେଶ୍ୱର ମଧ୍ୟ- ଅନନ୍ତ ନାରାୟଣ ଜେନା
ଭୁବନେଶ୍ୱର ଉତ୍ତର- ସୁଶାନ୍ତ କୁମାର ରାଉତ
ଖଣ୍ଡପଡ଼ା- ସୌମ୍ୟରଂଜନ ପଟ୍ଟନାୟକ
ଯାଜପୁର- ପ୍ରଣବ ପ୍ରକାଶ ଦାସ
ପାଲଲହଡ଼ା- ମୁକେଶ ପାଲ
କୋରେଇ- ଅଶୋକ ବଳ
ଆଠମଲ୍ଲିକ- ରମେଶ ସାଏ
Previous Post

ବିଜେପି ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ!

Next Post

କାଗଜର କମାଲ୍ ଦେଖାଇଲେ ସୌମ୍ୟ

Next Post
କାଗଜର କମାଲ୍ ଦେଖାଇଲେ ସୌମ୍ୟ

କାଗଜର କମାଲ୍ ଦେଖାଇଲେ ସୌମ୍ୟ

Comments 1

  1. SANJAY DAS says:
    7 years ago

    NOT AT ALL A GOOD CHOICE. SEEMS LIKE NAVEEN BABU IS UNDER PRESSURE, FOR THE CANDIDATE’S SELECTION OF 3RD AND 4TH PHASE ELECTIONS IN ODISHA…

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA