ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନଲକ୍-୨ ର ନୂଆ ଗାଇଡଲାଇନ୍ ଜାରି ହୋଇଛି । ଜୁଲାଇ ୧ ରୁ ୩୧ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍ ଜାରି ରହିବ । ନୂଆ ଗାଇଡଲାଇନ୍ ରେ ପୂର୍ବ କଟକଣା ଗୁଡ଼ିକ ପ୍ରାୟତଃ ଅପରିବର୍ତ୍ତିତ ରହିଛି ।
– ରାତି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫୁ ଜାରି ରହିବ । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଚାଲୁ ରହିବ ।
– ଜୁଲାଇ ୩୧ ଯାଏଁ ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
– ଆନ୍ତର୍ଜାତିକ ବିମାନ ଓ ମେଟ୍ରୋ ରେଳ ସେବା ବନ୍ଦ ରହିବ ।
– ସିନେମା ହଲ୍, ପାର୍କ, ଜିମ୍, ସୁଇମିଂ ପୁଲ୍, ଥିଏଟର, ବାର୍ ବନ୍ଦ ରହିବ ।
– ସାମାଜିକ, ରାଜନୈତିକ କାର୍ଯ୍ୟକ୍ରମ ସମେତ କ୍ରୀଡ଼ା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ବନ୍ଦ ରହିବ ।
– କଣ୍ଟେନମେଣ୍ଟ ଜୋନ୍ ରେ ଲକଡାଉନ୍ କଟକଣା ବଳବତ୍ତର ରହିବ । ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ୍ ଜୋନ୍ ସମ୍ପର୍କରେ ନିଷ୍ପତ୍ତି ନେବେ ।
ଆସନ୍ତାକାଲି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦେ୍ଦଶ୍ୟରେ ବାର୍ତ୍ତା ଦେବେ । କରୋନା ମୁକାବିଲା ପାଇଁ ଆଉ କ’ଣ ପଦକ୍ଷେପ ରହିବ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଅପେକ୍ଷା କରାଯାଇଛି ।