Thursday, April 30, 2026 08:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୮୦ କୋଟି ଲୋକଙ୍କୁ ନଭେମ୍ବର ଯାଏ ମାଗଣା ରାସନ

by Our Correspondent
30 Jun, 2020- 05:36 PM
in Latest News, National, News
1 min read
0
୮୦ କୋଟି ଲୋକଙ୍କୁ ନଭେମ୍ବର ଯାଏ ମାଗଣା ରାସନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଉ ୫ ମାସ ପାଇଁ ବଢ଼ାଇ ଦିଆଯାଇଛି । ଆସନ୍ତା ନଭେମ୍ବର ଯାଏ ଦେଶର ୮୦ କୋଟି ଗରିବଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯିବ । ଏଥିରେ ପରିବାରର ମୁଣ୍ଡ ପିଛା ମାସକୁ ୫ କେଜି ଚାଉଳ କିମ୍ବା ଗହମ ମିଳିବ । ମାସକୁ ୧ କିଲୋ ଡାଲି ବି ମାଗଣାରେ ମିଳିବ । ଅନଲକ୍-୨ ପରିପ୍ରେକ୍ଷୀରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବଡ଼ ଘୋଷଣା କରିଛନ୍ତି । ଏହି ମାଗଣା ରାସନ ପାଇଁ ୫ ମାସରେ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଲୋକଙ୍କ ମଧ୍ୟରେ ସତର୍କତା କମିଯାଉଥିବା ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ଯୁଦ୍ଧ ଲଢ଼ୁ ଲଢ଼ୁ ଆମେ ଅନଲକ୍-୨ ସହ ବର୍ଷା ଋତୁରେ ପ୍ରବେଶ କଲୁଣି । ବର୍ଷା ଋତୁରେ ଥଣ୍ଡା, ଜ୍ୱର ସମ୍ଭାବନା ଅଧିକ ଥିବାରୁ ଆମପାଇଁ ଅଧିକ ସତର୍କତା ଜରୁରୀ । ମାତ୍ର ଅନଲକ୍-୧ ପରଠାରୁ ଆମମାନଙ୍କ ମଧ୍ୟରେ ଅସତର୍କତା ଦେଖାଯାଇଛି । ସତର୍କତା ଅଧିକ ଜରୁରୀ ଥିବା ବେଳେ ଏଭଳି ଅସତର୍କତା ଅଧିକ ଚିନ୍ତାଜନକ ହୋଇଛି । ଲକଡାଉନ୍ ପାଇଁ ଅନେକ ଜୀବନ ରକ୍ଷା ହୋଇପାରିଥିବାରୁ ସରକାର ଓ ଦେଶର ନାଗରିକମାନେ ପୂର୍ବଭଳି ସତର୍କତା ଦେଖାଇବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ଅପିଲ୍ କରିଛନ୍ତି । କଣ୍ଟେନମେଣ୍ଟ ଜୋନ୍ ରେ ଲୋକମାନେ ଅଧିକରୁ ଅଧିକ ସତର୍କ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ୧୬ ମିନିଟ୍ ର ସମ୍ବୋଧନରେ କୋଭିଡ୍ ନିୟମ ଉଲ୍ଲଂଘନକାରୀମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଯେଉଁମାନେ ନିୟମ ମାନୁନାହାନ୍ତି, ତାଙ୍କୁ ରୋକିବା ଏବଂ ଧରିବା ନିହାତି ଜରୁରୀ ବୋଲି ତାଗିଦ୍ କରିଛନ୍ତି । ଏହା ୧୩୦ କୋଟି ଲୋକଙ୍କ ଜୀବନର କଥା । ଆମେ କେହି ଟିକେ ବି ଅସତର୍କ ହେବା ନାହିଁ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଯାଏ କେହି ନିୟମରୁ ଉଦ୍ଧ୍ୱର୍ରେ ନୁହଁନ୍ତି । ସମସ୍ତେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା କଡ଼ାକଡ଼ି ମାନିବା ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଲୋକାଲ ପାଇଁ ଭୋକାଲ ହେବାକୁ ଆହ୍ୱାନ ଦେଇଛନ୍ତି ।
Previous Post

ଅନଲକ୍-୨ ଗାଇଡଲାଇନ୍: ଜୁଲାଇ ୩୧ ଯାଏଁ ପୂର୍ବ କଟକଣା ବଳବତ୍ତର

Next Post

ସ୍କୁଲ୍, କଲେଜ ଅଗଷ୍ଟ ୩୧ ଯାଏ ବନ୍ଦ

Next Post
ସ୍କୁଲ୍, କଲେଜ ଅଗଷ୍ଟ ୩୧ ଯାଏ ବନ୍ଦ

ସ୍କୁଲ୍, କଲେଜ ଅଗଷ୍ଟ ୩୧ ଯାଏ ବନ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA